ଖେଳ |

ବାହାରେ ହୋଇପାରେ ଆଗାମୀ ଆଇପିଏଲ୍‌

ନୂଆଦିଲ୍ଲୀ,୧୨।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣ ବିଦେଶରେ ଆୟୋଜିତ ହେବାର ବିଶେଷ ସମ୍ଭାବନା ରହିଛି। କାରଣ ୨୦୧୯ରେ ସାଧାରଣ ନିର୍ବାଚନ ହେବାର ଅଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଲିଗ୍‌ ୨୦୦୯ରେ ଦକ୍ଷିଣ ଆଫ୍ରିକା ଓ ୨୦୧୪ରେ ୟୁଏଇ ଠାରେ ଖେଳାଯାଇଥିଲା। ଦୁଇ ଥର ଯାକ ସାଧାରଣ ନିର୍ବାଚନ ଯୋଗୁ ହିଁ ଲିଗ୍‌ ବାହାରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ସାଧାରଣ ନିର୍ବାଚନ ତାରିଖ ସମ୍ପର୍କରେ ଘୋଷଣାକୁ ଅପେକ୍ଷା କରାଯାଇଛି। ”ଯଦି ସାଧାରଣ ନିର୍ବାଚନ ତାରିଖ ଆଇପିଏଲ କାର୍ଯ୍ୟସୂଚୀ ମେଳ ଖାଏ, ତେବେ ଲିଗ୍‌କୁ ନିଶ୍ଚିତ ବିଦେଶରେ ଆୟୋଜନ କରାଯିବ। କିନ୍ତୁ ଏବେ ଆମେ ନିର୍ବାଚନ କମିଶନଙ୍କ ଘୋଷଣାକୁ ଅପେକ୍ଷା କରିଛୁ“ ଆଇପିଏଲ ଅଧ୍ୟକ୍ଷ ରାଜିବ ଶୁକ୍ଳା କହିଛନ୍ତି। ବିଶ୍ୱର ସବୁଠୁ ବିତ୍ତଶାଳୀ ଲିଗ୍‌ର ପ୍ରସାରଣ ଅଧିକାରକୁ ଷ୍ଟାର ସ୍ପୋଟର୍‌ସ ୧୬,୩୪୭.୫୦ କୋଟି ଟଙ୍କାରେ ଖରିଦ କରିଛି। 

All Right Reserved By

ଖେଳ |

ଗମ୍ଭୀର, ଯୁବରାଜଙ୍କୁ ଛାଡ଼ିଲେ ଫ୍ରାଞ୍ଚାଇଜ

ଗମ୍ଭୀର, ଯୁବରାଜଙ୍କୁ ଛାଡ଼ିଲେ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୧୬।୧୧- ଦେଶର ଦୁଇ ବରିଷ୍ଠ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଓ ଯୁବରାଜ ସିଂ (ଯୁବି) ଆଗାମୀ ଆଇପିଏଲ ସିଜନରେ ନ ଖେଳିବାର ବିଶେଷ ସମ୍ଭାବନା ସୃଷ୍ଟି ହୋଇଛି। 

ମିଥାଲିଙ୍କ ନାମରେ ରେକର୍ଡ

ମିଥାଲିଙ୍କ ନାମରେ ରେକର୍ଡ

ନୂଆଦିଲ୍ଲୀ,୧୬।୧୧- ଭାରତୀୟ ପୁରୁଷ ଦଳର ଓପନର ରୋହିତ ଶର୍ମାଙ୍କ ଅତିକ୍ରମ କରିବାର ଗୋଟିଏ ମ୍ୟାଚ୍‌ ପରେ ମହିଳା ଭାରତୀୟ ଦଳର ଭେଟେରାନ ମିଥାଲି ରାଜ ରେକର୍ଡର ଅଧିକାରୀ ହୋଇଛନ୍ତି।

ହକି ବିଶ୍ୱକପ୍‌ : ୨୮ରେ ବାରବାଟୀରେ ରହମାନ ଶୋ ସମ୍ଭାବନା

ହକି ବିଶ୍ୱକପ୍‌ : ୨୮ରେ ବାରବାଟୀରେ ରହମାନ ଶୋ ସମ୍ଭାବନା

କଟକ ଅଫିସ,୧୬ା୧୧- ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ଆସନ୍ତା ୨୮ରେ ବାରବାଟୀ ଷ୍ଟାଡିୟମରେ ରଖି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଓସ୍କାର ବିଜେତା ଏ.ଆର. ରହମାନ ଯୋଗଦେବା ସମ୍ଭାବନା ରହିଛି। 

ରାଜ୍ୟ ସ୍ନୁକର: ସୁବ୍ରତ-ଆକାଶ ଫାଇନାଲ

ରାଜ୍ୟ ସ୍ନୁକର: ସୁବ୍ରତ-ଆକାଶ ଫାଇନାଲ

କଟକ ଅଫିସ, ୧୬ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲା ସୁବ୍ରତ ଦାସ ଓ ଆକାଶ ମହାପାତ୍ରଙ୍କ ମଧ୍ୟରେ ହେବ।

ଓଡ଼ିଶା-ଆସାମ ରଣ୍‌ଜୀ ମ୍ୟାଚ୍‌: ଦଳକୁ ଫେରିଲେ ରାଜେଶ, ଧୀରଜ

ଓଡ଼ିଶା-ଆସାମ ରଣ୍‌ଜୀ ମ୍ୟାଚ୍‌: ଦଳକୁ ଫେରିଲେ ରାଜେଶ, ଧୀରଜ

କଟକ ଅଫିସ,୧୬ା୧୧- ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଗୁଆହାଟୀର ନେହେରୁ ଷ୍ଟାଡିୟମରେ ଚଳିତ ରଣ୍‌ଜୀ ସିଜନର ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶା ଘରୋଇ ଆସାମ ଦଳକୁ ଭେଟିବ।

ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ

ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ

ଗୁୟାନା, ୧୫।୧୧(ପି.ଟି.)- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ  ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରି ୨୦୧୦ ପରେ ପ୍ରଥମଥର ପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ- ଖୋ ଉଦ୍‌ଘାଟିତ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ- ଖୋ ଉଦ୍‌ଘାଟିତ

ଭୁବନେଶ୍ୱର,୧୬।୧୧(ସ୍ପେଟର୍‌ସ ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋ- ଖୋ ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି।

କିଟ୍‌ରେ ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ ଆଜିଠୁ

କିଟ୍‌ରେ ପ୍ରଥମ ଏସିଆନ୍‌ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌ ଆଜିଠୁ

ଭୁବନେଶ୍ୱର, ୧୬।୧୧(ସ୍ପୋଟର୍‌ସ ବ୍ୟୁରୋ)- ଶୁକ୍ରବାରଠାରୁ ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌ ୧୨ରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଏସିଆନ୍‌ ବୋଉଲ୍ସ ସ୍ପୋଟର୍‌ସ କନଫେଡେରେଶନ ପେଟାନ୍‌କ୍ୟୁ ଚାମ୍ପିୟନଶିପ୍‌। 

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ଅଗ୍ରଣୀ

ଦ୍ୱିତୀୟ ଟେଷ୍ଟ: ଶ୍ରୀଲଙ୍କା ଅଗ୍ରଣୀ

କାଣ୍ଡି,୧୬।୧୧(ଏଏଫ୍‌ପି)- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଶ୍ରୀଲଙ୍କା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୨୯୦ ରନ କରି ଅଲଆଉଟ ହୋଇଥିଲା।

ବୀରେନ୍ଦ୍ର, ଅମିତ୍‌ଙ୍କ ଉପରେ ଭରସା ରହିଛି: ମନପ୍ରୀତ୍‌

ବୀରେନ୍ଦ୍ର, ଅମିତ୍‌ଙ୍କ ଉପରେ ଭରସା ରହିଛି: ମନପ୍ରୀତ୍‌

ଭୁବନେଶ୍ୱର,୧୬।୧୧(ସ୍ପୋଟର୍‌ସ ବ୍ୟୁରୋ)- ହକି ବିଶ୍ୱକପ୍‌ର ୧୪ତମ ସଂସ୍କରଣ ଆରମ୍ଭ  ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ରହିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳ ତା’ର ପ୍ରଶିକ୍ଷଣ ଶିବିର ଚାଲୁ ରଖିଛି। 

ଆଇପିଏଲ୍‌-୧୨:  ଡୁମିନି, କୁମିନ୍ସଙ୍କୁ ରିଲିଜ କଲା ମୁମ୍ବାଇ

ଆଇପିଏଲ୍‌-୧୨: ଡୁମିନି, କୁମିନ୍ସଙ୍କୁ ରିଲିଜ କଲା ମୁମ୍ବାଇ

ମୁମ୍ବାଇ, ୧୫।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ଦ୍ୱାଦଶ ସିଜନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ୧୦ ଜଣ ଖେଳାଳିଙ୍କୁ ଦଳରୁ ରିଲିଜ୍‌ କରିଛି। ଖେଳାଳି ରିଲିଜ୍‌ ଓ ରିଟେନ୍‌ କରିବା ଲାଗି ଗୁରୁବାର ଅନ୍ତିମ ତାରିଖ ହୋଇଥିବାରୁ ମୁମ୍ବାଇ ପକ୍ଷରୁ ଉଭୟ ରିଲିିଜ ଓ ରିଟେନ ଖେଳାଳିଙ୍କ ଅଫିସିଆଲ ତାଲିକା ପ୍ରକାଶ ପାଇଛି। ନିଲାମୀ ପ୍ରକିୟା ପାଇଁ ରିଲିଜ ହୋଇଥିବା ଖେଳାଳିଙ୍କ ମଧ୍ୟରେ ଟି୨୦ ସ୍ପେଶାଲିଷ୍ଟ ଜେପି ଡୁମିନି, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ, ବାଂଲାଦେଶର ମୁସ୍ତାଫିଜୁର ରେହମାନ ପ୍ରମୁଖ ରହିଛନ୍ତି। ଆଇପିଏଲ୍‌-୧୨ ପାଇଁ ଖେଳାଳି ନିଲାମୀ ପ୍ରକ୍ରିୟା ଡିସେମ୍ବରରେ ଅନୁଷ୍ଠିତ ହେବ। ଏଥିଲାଗି ମୁମ୍ବାଇ ୧୮ ଜଣ ଖେଳାଳିଙ୍କୁ ନିଲାମୀ ପ୍ରକ୍ରିୟାକୁ ନ ଛାଡ଼ି ଦଳରେ ରିଟେନ କରିଛି। ପୂର୍ବଭଳି ରୋହିତ୍‌ ଶର୍ମା ଆଗାମୀ ସିଜନରେ ଅଧିନାୟକ ଭାର ସମ୍ଭାଳିବେ।

 ଭାରତୀୟ ଦଳର ନିଶୁ, ଜ୍ୟାକିଚାନ୍ଦ୍‌

ଭାରତୀୟ ଦଳର ନିଶୁ, ଜ୍ୟାକିଚାନ୍ଦ୍‌

ନୂଆଦିଲ୍ଲୀ, ୧୫ା୧୧ (ପି.ଟି.)-ଶନିବାର ଜୋର୍ଡାନ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଗୁରୁବାର ୨୨ ଜଣିଆ ଭାରତୀୟ ଫୁଟ୍‌ବଲ ଦଳ ଘୋଷଣା କରାଯାଇଛି। କୋଚ୍‌ ଷ୍ଟିଫେନ୍‌ କନଷ୍ଟାଣ୍ଟିନଙ୍କ ପରାମର୍ଶକ୍ରମେ ଏଥିରେ ମିଡ୍‌ଫିଲ୍ଡର ଜ୍ୟାକିଚାନ୍ଦ ସିଂ ଏବଂ ଲେଫ୍ଟ ବ୍ୟାକ୍‌ ନିଶୁ କୁମାରଙ୍କୁ  ନିଆଯାଇଛି। ଅକ୍ଟୋବରରେ ଭାରତର ଚାଇନା ବିପକ୍ଷ ଡ୍ର’ ମ୍ୟାଚରେ ଏହି ଖେଳାଳି ଦ୍ୱୟ ଦଳରେ ସାମିଲ ନ ଥିଲେ। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏଏଫ୍‌ସି  ଏସିଆନ କପ୍‌ ୨୦୧୯ ଅନୁଷ୍ଠିତ ହେବ। ଏଥିପାଇଁ ଭାରତର ପ୍ରସ୍ତୁତି କ୍ଷେତ୍ରରେ ଏହି ମ୍ୟାଚ ବିଶେଷ ସହାୟକ ହେବ ବୋଲି କନଷ୍ଟାଣ୍ଟିନ ମନେ କରୁଛନ୍ତି। ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗରେ ଜୋର୍ଡାନ ୧୧୨ ତମ ସ୍ଥାନରେ ରହିଛି। ନିକଟକରେ ଫିଫା ବିଶ୍ୱକପ୍‌ ୨୦୧୮ ଫାଇନାଲିଷ୍ଟ କ୍ରୋଏସିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଜୋର୍ଡାନ ୧-୨ ଗୋଲରେ ପରାଜିତ ହୋଇଥିଲା। ପାଦରେ ଆଘାତପ୍ରାପ୍ତ ଯୋଗୁ ଷ୍ଟାର ଷ୍ଟ୍ରାଇକର ସୁନୀଲ ଛେତ୍ରୀଙ୍କ ଅନୁପସ୍ଥିତିରେ ଓ୍ବିଙ୍ଗର ହାଲିଚରଣ ନାର୍ଜାରେ ଭାରତୀୟ ଦଳରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।