ରାୟଗଡା

ବିଶ୍ୱ ଫାଷ୍ଟ ଏଡ୍‌ ଦିବସରେ ମୋମୋ ଗେମ୍‌ ପାଇଁ ସଚେତନତା

ବିଶ୍ୱ ଫାଷ୍ଟ ଏଡ୍‌ ଦିବସରେ ମୋମୋ ଗେମ୍‌ ପାଇଁ ସଚେତନତା
ଦାମନଯୋଡ଼ି,୧୨।୯(ଡି.ଏନ୍‌.ଏ.): ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିରର ଯୁବ ରେଡକ୍ରସ୍‌ ପକ୍ଷରୁ ବିଶ୍ୱ ଫାଷ୍ଟ ଏଡ୍‌ ଦିବସ ପାଳିତ ହୋଇଛି। ବିଦ୍ୟାମନ୍ଦିର ଅଧ୍ୟକ୍ଷ ଡ. ଶୁଭ୍ରାଂଶୁଶେଖର ବାହିନୀପତି ଏଥିରେ ପୌରୋହିତ୍ୟ କରିଥିଲେ। ନାଲ୍‌କୋ ମେଡିକାଲର ଡାକ୍ତର ଡି. ସତ୍ୟା ମୁଖ୍ୟବକ୍ତା ଭାବେ ଯୋଗଦେଇ ପାଓ୍ବାର ପଏଣ୍ଟ ଓ ଡେମନଷ୍ଟ୍ରେସନ କରି ସଡ଼କ ଦୁର୍ଘଟଣା, ହୃଦ୍‌ଘ।ତ, ଜଳାପୋଡ଼ା, ସାପ କାମୁଡ଼ା ଏବଂ ପାଣିରେ ବୁଡ଼ିଯାଇଥିଲେ କିପର ଆଶୁ ଚିକିତ୍ସା ଦିଆଯିବ, ତାହାର ସରଳ ଉପାୟ ବୁଝାଇଥିଲେ। ଡଃ ସତ୍ୟା ମଧ୍ୟ ବର୍ତ୍ତମାନ ଆତଙ୍କ ସୃଷ୍ଟି କରୁଥିବା ମୋମୋ ଗେମ୍‌ଠାରୁ କିପରି ଯୁବଗୋଷ୍ଠୀ ନିବୃତ୍ତ ରହିବେ, ତାହାର ଉପାୟ ପାଓ୍ବାର ପଏଣ୍ଟ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଭାରତୀୟ ରେଡକ୍ରସ୍‌ ଓଡ଼ିଶା ଶାଖାର ଅବୈତନିକ ସମ୍ପାଦକ ଡଃ ବିନାୟକ ପୃଷ୍ଟି ଯୋଗଦେଇ ବିଦ୍ୟାମନ୍ଦିର ଯୁବ ରେଡକ୍ରସର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ପ୍ରାକୃତିକ ଦୁର୍ବିପାକ ସମୟରେ ସ୍ବେଚ୍ଛାସେବୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ୍‌ ରାଜ୍ୟଶାଖାର ପି.କେ. ମହାନ୍ତି, ଗୁରୁଦାସ ପ୍ରଧାନ, ସୁଷମା ମହାନ୍ତି, ଅନିତା ଭୋଇ ଏବହ ଡଃ ନିରୋଦ କୁମାର ପ୍ରଧାନ ଅଂଶଗ୍ରହଣ କରିଥିଲେ। ଯୁବ ରେଡକ୍ରସ୍‌ ପରାମର୍ଶଦାତା ଡଃ ନରେଶ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ସମ୍ବନ୍ଧରେ ଅବଗତ କରିଥିଲେ। ଡଃ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  
All Right Reserved By

ରାୟଗଡା

୬୫ଫୁଟ ଖାଇକୁ ଖସିଲା ଗାଡ଼ି: ଜଣେ ମୃତ

୬୫ଫୁଟ ଖାଇକୁ ଖସିଲା ଗାଡ଼ି: ଜଣେ ମୃତ

ଦଶମନ୍ତପୁର, ୨୦।୧୧(ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପଟ୍ଟାମାଳିଗୁଡା-ମଶାଣୀପଦା ମଧ୍ୟରେ ଥିବା ଏକ ପୋଲ ଉପରୁ ଗୋଟିଏ ଗାଡ଼ି ଖାଇକୁ ଖସିପଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜୟପୁର ପୋଷ୍ଟ ଅଫିସ କଲୋନୀର ଏମ୍‌. ଶ୍ରୀନିବାସ ରାଓଙ୍କ ମୃତ୍ୟୁ ଘଟିଛି। 

ସ୍ବାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ତରାନ୍ବିତ

ଚିତ୍ରକୋଣ୍ଡା,୨୦।୧୧- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ସମୟରେ ସ୍ବାଭିମାନ ଅଞ୍ଚଳ ରୂପେ ଏହାକୁ ନାମକରଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଅଞ୍ଚଳର ବିକାଶ ଲାଗି ଶହେ କୋଟି ମଞ୍ଜୁର କରି ଥିଲେ। ଏହି ଅର୍ଥରେ ଚିତ୍ରକୋଣ୍ଡା ପଞ୍ଚାୟତ ସମିତିର ୧୮ଟି ପଞ୍ଚାୟତର  ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ୨୦ କୋଟି ଟଙ୍କା ମାଛଚାଷ ପାଇଁ ବ୍ୟୟବରାଦ ହୋଇଛି। ଏଥିରେ ୨ହଜାର  ପରିବାର ଜୀବିକା ନିର୍ବାହ କରିପାରିବେ।

୯୦ ବର୍ଷୀୟା ଜେଜେମାର ସାହାରା ସାଜିଛି ୭ ବର୍ଷର ନାତୁଣୀ

୯୦ ବର୍ଷୀୟା ଜେଜେମାର ସାହାରା ସାଜିଛି ୭ ବର୍ଷର ନାତୁଣୀ

ଦଶମନ୍ତପୁର, ୨୦।୧୧(ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ନନ୍ଦିଗଁା ପଞ୍ଚାୟତ ଅଧୀନ ବାଗ୍ରୀବେଡ଼ା ଗ୍ରାମ ଆଦିବାସୀ ସାହିରେ ଜେଜେମା’ଙ୍କ ସାହାର ହୋଇଛନ୍ତି ୭ ବର୍ଷର ନାତୁଣୀ। ଦୁଲ ମୁଦୁଲି(୯୦), ସ୍ବାମୀ ବନ୍ଦୁଙ୍କ ମୃତ୍ୟୁ ପରେ  ପୁଅ ମାଧବ ଏବଂ ବୋହୂ ପାକଲିଙ୍କ ସହିତ ରହୁଥିଲେ। ତେବେ ପୁଅଙ୍କ ମୃତ୍ୟୁ ପରେ ଦୁଲଙ୍କ ନାତୁଣୀ ଡମୁଣୀଙ୍କୁ ବର୍ଷେ ହୋଇଥିବା ବେଳେ ବୋହୂ ଅନ୍ୟତ୍ର ବିବାହ କରିଥିଲେ। ଏବେ ଜେଜେମା ଏବଂ ନାତୁଣୀ ଏକାଠି ରହୁଛନ୍ତି। ଜେଜେମାକୁ ଦେଖାଯାଉନାହିଁ। ଚଳିବା ପାଇଁ ରୋଜଗାର କରିବାକୁ କେହି ନାହାନ୍ତି। ଜେଜେମାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୫ ଶହ ଟଙ୍କା ମିଳୁଛି। ନାତୁଣୀ ଅନ୍ୟଘର ପିଲାଙ୍କୁ ଦିନ ସାରା ଖେଳେଇଲେ ସେମାନଙ୍କଠୁ ଖାଇବା ଆଣି ଜେଜେମା ନାତୁଣୀ ଖାଉଛନ୍ତି। 

ଜିଲା ଟାଏକୋଣ୍ଡୋ ଦଳକୁ  ୮ ପଦକ

ଜିଲା ଟାଏକୋଣ୍ଡୋ ଦଳକୁ ୮ ପଦକ

ପାରଳାଖେମୁଣ୍ଡି, ୨୦।୧୧ (ସ୍ବ.ପ୍ର.): ବ୍ରହ୍ମପୁର ରେଳବାଇ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଗଜପତି ଜିଲାକୁ ସଫଳତା ମିଳିଛି। ଗଜପତି ଜିଲା ଟାଏକୋଣ୍ଡୋ ସଂଘ ପକ୍ଷରୁ ଏକ  ୧୮ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ବର୍ଣ୍ଣ,  ୩ଜଣ ରୌପ୍ୟ  ଏବଂ ୪ ଜଣଙ୍କୁ ବ୍ରୋଞ୍ଚ ପଦକ ମିଳିଛି। ଏହି ୧୮ଜଣିଆ ଦଳ ସହ  କୋଚ ନାଗେଶ୍ୱର ମହାପାତ୍ର, ସଂଘ ସମ୍ପାଦକ କାର୍ତ୍ତିକ ମହାପାତ୍ର, ଗଣେଶ ଚନ୍ଦ୍ର ମହାପାତ୍ର, ରାଜୁପାଡାଲ ପ୍ରମୁଖ ବ୍ରହ୍ମପୁର ଗସ୍ତ କରିଥିଲେ

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ:ଜାତୀୟସ୍ତରକୁ ଜିଲାରୁ ୨ ପ୍ରତିଯୋଗୀ ମନୋନିତ

ରାଜ୍ୟସ୍ତରୀୟ ଯୁବ ମହୋତ୍ସବ:ଜାତୀୟସ୍ତରକୁ ଜିଲାରୁ ୨ ପ୍ରତିଯୋଗୀ ମନୋନିତ

ପାରଳାଖେମୁଣ୍ଡି, ୨୦।୧୧ (ସ୍ବ.ପ୍ର.): ଗଜପତି ଜିଲା କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ ରାଜ୍ୟ ଯୁବ ମହୋତ୍ସବରେ ଜିଲାରୁ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ  ୨ଜଣ ଜାତୀୟସ୍ତରକୁ ମନୋନିତ ହୋଇଛନ୍ତି। ଗତ ୧୫ରୁ ୧୮ ପର୍ଯ୍ୟନ୍ତ ଯାଜପୁରରେ ଏହି ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଅନୁଷ୍ଠିତ ହୋଇଥିଲା। ଏଥିରେ କୁଚୁପୁଡି ନୃତ୍ୟରେ ଉର୍ମିଲା ପଟ୍ଟନାୟକ ଓ କର୍ଣ୍ଣାଟକି ଶାସ୍ତ୍ରୀୟ ଭୋକାଲରେ ଏଲୋନ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟସ୍ତରକୁ ମନୋନୀତ ହୋଇଥିବା ନେଇ ଜିଲା କ୍ରୀଡ଼ାଧିକାରୀ ପ୍ରଭାକର ତ୍ରିପାଠୀ ସୂଚନା ଦେଇଛନ୍ତି।

ମାଓବାଦୀଙ୍କ ମାଲକାନଗିରି ବନ୍ଦ ବିରୋଧରେ ପୋଷ୍ଟର

ମାଓବାଦୀଙ୍କ ମାଲକାନଗିରି ବନ୍ଦ ବିରୋଧରେ ପୋଷ୍ଟର

ମାଲକାନଗିରି, ୨୦।୧୧(ଡି.ଏନ.ଏ.): ମାଲକାନଗିରି ଜିଲ୍ଲା କାଲିମେଳା ଟେକଗୁଡାରେ ମାଓବାଦୀଙ୍କ ମଙ୍ଗଳବାର ବନ୍ଦ ଡାକରାକୁ ବିରୋଧ କରି ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ପକ୍ଷରୁ ମାଓ ବିରୋଧୀ ପୋଷ୍ଟର ଲଗାଯାଇଛି। ସମ୍ପୂର୍ଣ୍ଣ ହିଂସା ମୁକ୍ତ ଓଡିଶା ଅଭିଯାନ ମାଲକାନଗିରି ଜିଲା କମିଟି ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରରେ ଲେଖାଯାଇଛି-

ଜୁଆଆଡା ଉପରେ ଚଢାଉ: ୨୦ ଜୁଆଡି ଗିରଫ

ଜୁଆଆଡା ଉପରେ ଚଢାଉ: ୨୦ ଜୁଆଡି ଗିରଫ

ମାଲକାନଗିରି, ୨୦।୧୧(ଡି.ଏନ.ଏ.): ମାଲକାନଗିରି ଜିଲାର ୨୭ ଗ୍ରାମରେ ଜୁଆ ଆଡାରେ ଚଢ଼ାଉ ହୋଇଛି। ଜିଲା ପୋଲିସ ଦ୍ୱାରା ଜୁଆଆଡାରେ ଚଢ଼ାଉବେଳେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ମାଲକାନଗିରିରେ ମାଓବାଦୀ ପୋଷ୍ଟର୍‌

ମାଲକାନଗିରିରେ ମାଓବାଦୀ ପୋଷ୍ଟର୍‌

ମାଲକାନଗିରି, ୨୦।୧୧(ଡି.ଏନ.ଏ.): ମାଲକାନଗିରି ଜିଲା ଖାଇରିପୁଟ ମାଡ଼କାପଦରରେ ମାଓବାଦୀ ପୋଷ୍ଟର ଲାଗିଛି। ମାଡ଼କାପଦର ଗ୍ରାମରେ ଚାଲିଥିବା ରାସ୍ତା କାମକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି। 

ବିଦ୍ୟୁତ ସଟସର୍କିଟ, ଜଳିଗଲା ୪ ବଖରା

ନବରଙ୍ଗପୁର,୧୯।୧୧(ବି.ପ୍ର)- ନବରଙ୍ଗପୁର ବ୍ଲକ ପୂଜାରିଗୁଡା ପଞ୍ଚାୟତ ଅଧୀନ ଡ. ବେହେରାଗୁଡା ଗାଁର କୁଶ ଭତ୍ରାଙ୍କ ଚାଳଛପର ଘରେ ସୋମାବର ବିଦ୍ୟୁତ ସଟସର୍କିଟ ହୋଇ ୪ ବଖରା ଜଳି ଯାଇଛି। 

ମାଓବାଦୀଙ୍କ ବନ୍ଦ ଡାକରା : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି,୧୯ା୧୧(ଡି.ଏନ.ଏ.)- ପୋଲିସର ମିଥ୍ୟା ଗୁଳି ବିନିମୟ ଘଟଣାକୁ ବିରୋଧ କରି ମାଓବାଦୀ ସଙ୍ଗଠନ ମଙ୍ଗଳବାର ମାଲକାନଗିରି ଜିଲା  ବନ୍ଦ ଡାକରା ଦେଇଛି।

ସଂସ୍କୃତି, ପରମ୍ପରାର ବାର୍ତ୍ତାବହ ସଂଗ୍ରହାଳୟ

ସଂସ୍କୃତି, ପରମ୍ପରାର ବାର୍ତ୍ତାବହ ସଂଗ୍ରହାଳୟ

କୋରାପୁଟ, ୧୯।୧୧(ସ୍ବ.ପ୍ର.): କୋରାପୁଟସ୍ଥିତ  ଆଦିବାସୀ ସଂଗ୍ରହାଳୟ   ପ୍ରତିଷ୍ଠାର ୨୫ ବର୍ଷ ପୂର୍ତ୍ତୀ  ତଥା ରୌପ୍ୟ  ଜୟନ୍ତୀ   ପାଳିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହ ଉତ୍ସବକୁ କୋରାପୁଟ ଜିଲାପାଳ ତଥା  ଆଦିବାସୀ ସଂଗ୍ରହାଳୟର ଅଧ୍ୟକ୍ଷ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ସଂଗ୍ରାହଳୟ ଯୋଗୁ ଭବିଷ୍ୟତ ପିଢି ପୂର୍ବ ସଂସ୍କୃତି, ପରମ୍ପରା, ଚାଲିଚଳଣୀ ଉପରେ ବିସ୍ତୃତ ଜ୍ଞାନ ପାଇ ପାରିବେ ବୋଲି ଜିଲାପାଳ କହିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,  ଶାବର ଶ୍ରୀକ୍ଷେତ୍ରର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କୋରାପୁଟ ଜିଲାପାଳ ଗଦାଧର ପରିଡା ଅଧ୍ୟକ୍ଷତା କରିଥିଲେ। 

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ

ପାରଳାଖେମୁଣ୍ଡି, ୧୯ା୧୧(ସ୍ବ.ପ୍ର.): ଗଜପତି ଜିଲାରେ ବିପଦସଙ୍କୁଳ ଅବସ୍ଥାରେ ଯାତ୍ରୀ ପରିବହନ କରାଯାଉଛି। ଅଟୋ, ଟ୍ରେକର, କମାଣ୍ଡର ଜିପ୍‌ ଏବଂ ବସ୍‌ ଇତ୍ୟାଦି ଗାଡ଼ି ଦୁଇପାର୍ଶ୍ୱ ଓ ପଛପଟେ ଓହଳି ଏବଂ ଛାତ ଉପରେ ବସି ଯାତ୍ରୀମାନେ ଯାଉଥିବା ଦେଖିବାକୁ ମିଳୁଛି। ଏପରିକି ଗାଡ଼ିରେ ଆବଶ୍ୟକ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନିଆଯାଉଛି। ଗନ୍ତବ୍ୟ ସ୍ଥାନକୁ ଆବଶ୍ୟକ ସଂଖ୍ୟକ ଗାଡ଼ିର ଅଭାବ ଯୋଗୁ ଲୋକେ କେବଳ ଅଟୋ କି ଜିପ୍‌ ନୁହେଁ ଟ୍ରାକ୍ଟର, ମିନି ଟ୍ରକ ଉପରେ ମଧ୍ୟ ନିର୍ଭର କରୁଛନ୍ତି। ଟ୍ରାକ୍ଟର, ମିନିଟ୍ରକ ଡାଲାରେ ରହିଥିବା ଇଟା, ବାଲି, ଚିପ୍ସ ଓ ଅନ୍ୟ ଜିନିଷପତ୍ର ଉପରେ ବସି ଲୋକେ ଯାତାୟାତ କରୁଛନ୍ତି। ସେହିପରି ଅନଭିଜ୍ଞ ତଥା ନାବାଳକ ଡ୍ରାଇଭରମାନଙ୍କ ହାତରେ ଗାଡିର ଷ୍ଟିୟରିଂ ଧରାଇ ଦିଆଯାଉଛି। ଫଳରେ ଦୁର୍ଘଟଣାର ଆଶଙ୍କା ରହୁଛି। ବିଶେଷକରି ବୁଲାଣି ଓ ଘାଟି ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଉଥିବାରୁ ଦୁର୍ଘଟଣା ଘଟୁଛି। ଏଥିପ୍ରତି ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ସାଧାରଣରେ ଅଭିଯୋଗ ହେଉଛି।