ରାୟଗଡା

ବୋରିଗୁମ୍ମା ଗୌରବ ବଢ଼ାଇଲେ ବେଦପ୍ରକାଶ

ବୋରିଗୁମ୍ମା ଗୌରବ ବଢ଼ାଇଲେ ବେଦପ୍ରକାଶ
ବୋରିଗୁମ୍ମା,୧୨।୯(ଡି.ଏନ୍‌.ଏ.): ସ୍ଥାନୀୟ ସରକାରୀ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବେଦପ୍ରକାଶ ମାଳି ଓଡ଼ିଶା ବିଜ୍ଞାନ ଏକାଡେମୀର ବିଜ୍ଞାନ ପ୍ରଦର୍ଶନୀରେ କୋରାପୁଟ ଜିଲାକୁ ପ୍ରତିନିଧିତ୍ୱ କରି ବୋରିଗୁମ୍ମାର ଗୌରବ ବଢ଼ାଇଛନ୍ତି। ତାଙ୍କ ସହ ବିଜ୍ଞାନ ଶିକ୍ଷକ ଗୌରୀଶଙ୍କର ସାମନ୍ତରାୟ ମଧ୍ୟ ଥିଲେ। ଭୁବନେଶ୍ୱର ସ୍ଥିତ ଇମେଜଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ଇଣ୍ଟରାକ୍ଟିଭ ସେସନ ଅଫ୍‌ ସାଇନ୍ସ ଟିଚର୍ସ ଆଣ୍ଡ ଷ୍ଟୁଡେଣ୍ଟ’ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଜିଲାରୁ ଜଣେ ଶିକ୍ଷକ ଏବଂ ଛାତ୍ର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଏଠାରୁ ଶ୍ରେଷ୍ଠ ଜାତୀୟ ପର୍ଯ୍ୟାୟକୁ ଯିବେ। ଉକ୍ତ କାର୍ଯ୍ୟକ୍ରମରେ କୋରାପୁଟ ଜିଲାକୁ ବେଦପ୍ରକାଶ ଏବଂ ବିଜ୍ଞାନ ଶିକ୍ଷକ ଗୌରୀ ସାମନ୍ତରାୟଙ୍କ ନେତୃତ୍ୱରେ ପ୍ରକଳ୍ପ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ ସଭାପତି ଡ. ଜାହାଁ ଆରା ବେଗମ, ଓୟୁଏଟି ଭାଇସ ଚାନସେଲର ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ, ଓଡ଼ିଶା ବିଜ୍ଞାନ ଏକାଡେମୀ ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ।
All Right Reserved By

ରାୟଗଡା

ବର୍ଷେ ହେଲା ରେଳଫାଟକ ବନ୍ଦ: ଅଞ୍ଚଳବାସୀ ହନ୍ତସନ୍ତ

ବର୍ଷେ ହେଲା ରେଳଫାଟକ ବନ୍ଦ: ଅଞ୍ଚଳବାସୀ ହନ୍ତସନ୍ତ

ନନ୍ଦପୁର,୧୮।୧୧(ଡି.ଏନ.ଏ.)-ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ପାତ୍ରପଣ୍ଡି ଗ୍ରାମଦେଇ ଯାଇଥିବା ରେଳଫାଟକ ବର୍ଷେ ହେଲା ବନ୍ଦ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଯୋଗାଯୋଗରେ ଘୋର ସମସ୍ୟା ସୃଷ୍ଟି ହୋଇଛି।

ବହିଷ୍କୃତ  ଲ୍ୟାମ୍ପ୍‌ସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଚକ୍ରାନ୍ତ

ବହିଷ୍କୃତ ଲ୍ୟାମ୍ପ୍‌ସ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଚକ୍ରାନ୍ତ

ମାଥିଲି, ୧୮।୧୧ (ଡି.ଏନ୍‌.ଏ.) -  ପୁଣି ଚର୍ଚ୍ଚାରେ ମାଲକାନଗିରି ଜିଲା ମାଥିଲି ବ୍ଲକ ସଦରସ୍ଥିତ  ଲ୍ୟାମ୍ପ୍‌ସ କାର୍ଯ୍ୟାଳୟ। ୨୦୧୫ରେ ଚାଷ ଋଣ ନାମରେ ଚାଷୀଙ୍କ ଅର୍ଥ ଆତ୍ମସାତ୍‌ ମାମଲାର ଅବିଛନ୍ଦି ନ ହେଉଣୁ ଏପଟେ ଏହି ଅଭିଯୋଗରେ ବହିଷ୍କୃତ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ଚକ୍ରାନ୍ତ ଚାଷୀ ମହଲରେ ଅସନ୍ତୋଷର କାରଣ ପାଲଟିଛି। ଲ୍ୟାମ୍ପସ ପରିଚାଳନା ପରିଷଦ ସଦସ୍ୟଙ୍କ ଭୂମିକାକୁ ନେଇ ଏବେ ପ୍ରଶ୍ନ ଉଠୁଛି।

ବେଆଇନ ପଥର କ୍ୱାରୀକୁ ୧୫ ଗାଁ ବାସିନ୍ଦାଙ୍କ ବିରୋଧ

ବେଆଇନ ପଥର କ୍ୱାରୀକୁ ୧୫ ଗାଁ ବାସିନ୍ଦାଙ୍କ ବିରୋଧ

ସେମିଳିଗୁଡା, ୧୭। ୧୧(ସ୍ବ.ପ୍ର.)-କୋରାପୁଟ ଜିଲା ସେମିଳିଗୁଡା ବ୍ଲକରେ ବେଆଇନ ଭାବେ ଚାଲିଥିବା ପଥର କ୍ୱାରୀକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଏ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।

ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କଲେ ମହିଳା

ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କଲେ ମହିଳା

ଦାମନଯୋଡ଼ି, ୧୭।୧୧(ଡି.ଏନ.ଏ.)-କୋରାପୁଟ ଜିଲା ଦାମନଯୋଡ଼ି ଅଞ୍ଚଳରେ ଅଁଳା ନବମୀ ପାଳନ ଅବସରରେ ମହିଳାମାନେ ଅଁଳା ବୃକ୍ଷକୁ ପୂଜାର୍ଚ୍ଚନା କରିଛନ୍ତି। ଅଁଳା ଗଛ ମୂଳକୁ ଲିପାପୋଛା କରି ଲାଲ ଚୁଡ଼ି, ସିନ୍ଦୁର ଓ ଲାଲ କପଡା ଆଦି ଗଛମୂଳେ ରଖି ପୂଜାର୍ଚ୍ଚନା ପରେ ଭୋଗ ଅର୍ପଣ କରିଛନ୍ତି। 

ଜୁଆ ଆଡ୍ଡାରେ ଚଢାଉ: ୧୦ ଗିରଫ

ଜୁଆ ଆଡ୍ଡାରେ ଚଢାଉ: ୧୦ ଗିରଫ

ଜୟପୁର, ୧୭।୧୧(ନି.ପ୍ର)-କୋରାପୁଟ ଜିଲା ଜୟପୁର ସହରର ଗୋଡିଆ ଧୋବା ସାହିରେ ଶନିବାର ଜୁଆଖେଳ ଚାଲିଥିବା ବେଳେ ଟାଉନ ପୋଲିସ ଚଢାଉ କରିଛି ା ସେଠାରୁ ୧୦ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୮ହଜାର ୫ ଶହ ଟଙ୍କା, ୧୪ଟି ମୋବାଇଲ, ୨ଟି ବାଇକ ଜବତ କରାଯାଇଛି।

ଅବକାରୀ ଏସ୍‌ଆଇଙ୍କୁ  ଗିରଫ ପରେ କୋର୍ଟଚାଲାଣ

ଅବକାରୀ ଏସ୍‌ଆଇଙ୍କୁ ଗିରଫ ପରେ କୋର୍ଟଚାଲାଣ

ଜୟପୁର,୧୭।୧୧ (ଡି. ଏନ୍‌.ଏ.):  କୋରାପୁଟ ଜିଲା କୋଟପାଡ଼ ଥାନା ଅବକାରୀ ଏସ୍‌ଆଇ ଥୋଇଲା ଓରାମ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସୁନ୍ଦରଗଡ଼ର ରାଜା ବଗିଚା ଅଞ୍ଚଳରେ ରହିଥିବା ତାଙ୍କ ବାସଗୃହରେ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ଏସ. ପି ହରେକୃଷ୍ଣ ବେହେରା  ସୂଚନା ଦେଇଛନ୍ତି ।

ଏସ୍‌ପିଙ୍କ ଶିଶୁଗୃହ ପରିଦର୍ଶନ

ଏସ୍‌ପିଙ୍କ ଶିଶୁଗୃହ ପରିଦର୍ଶନ

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ପରିବର୍ତ୍ତନ ଶିଶୁଗୃହକୁ ମାଲକାନଗିରି ଏସ୍‌ପି ଜଗମୋହନ ମିନା ଶୁକ୍ରବାର ପରିଦର୍ଶନ କରି ପିଲାଙ୍କ ସହିତ ସମୟ ବିତାଇଛନ୍ତି।

ବାତ୍ୟାଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ

ବାତ୍ୟାଞ୍ଚଳରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ

ପାରଳାଖେମୁଣ୍ଡି,୧୭ା୧୧(ସ୍ବ.ପ୍ର.)-ଗଜପତି ଜିଲାରେ ତିତ୍‌ଲି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲକ୍ଷ୍ମୀପୁର ଓ କେରାଣ୍ଡି ପଞ୍ଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହୋଇଛି ା

କୋଲାବରେ ୨୬ରୁ ବନ୍ଦହେବ ବିଦ୍ୟୁତ ଉତ୍ପାଦନ

ଜୟପୁର, ୧୭।୧୧(ଡି.ଏନ୍‌.ଏ.)କୋଲାବ ଜଳବିଦ୍ୟୁତ ଉପତ୍ାଦନ କେନ୍ଦ୍ରର ମରାମତି ପାଇଁ ଉପତ୍ାଦନ ବନ୍ଦ ରଖିବାକୁ ପୂର୍ବରୁ ଯେଉଁ ସମୟ ସାରଣୀ ରହିଥିଲା, ସେଥିରେ ପରିବର୍ତ୍ତନ ହୋଇଛି। 

 ଜଳିଗଲା ୫ ଏକର ଧାନ

ଜଳିଗଲା ୫ ଏକର ଧାନ

ଝରିଗାଁ, ୧୬।୧୧(ସ୍ବ.ପ୍ର.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ରତାଖଣ୍ଡି ପଞ୍ଚାୟତ ଢେପଗୁଡା ଗ୍ରାମର ସାହେବ ସାନ୍ତାଙ୍କ   ଖଳାରେ  ନିଆଁ ଲାଗି ସେଠାରେ ରଖାଯାଇଥିବା ୫ ଏକର ଜମିର ଧାନ   ପୋଡି ଯାଇଛି। ଶୁକ୍ରବାର ଅପରାହ୍ନରେ ପ୍ରାୟ ୪ ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। 

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଗୁରୁତର ଅନନ୍ତଙ୍କୁ ମିଳିଲା ସହାୟତା

‘ଧରିତ୍ରୀ’ରେ ଖବର ପ୍ରକାଶ ପରେ ଗୁରୁତର ଅନନ୍ତଙ୍କୁ ମିଳିଲା ସହାୟତା

ଦଶମନ୍ତପୁର,୧୬।୧୧(ଡି.ଏନ୍‌.ଏ.)-ଦଶମନ୍ତପୁର ବ୍ଲକ୍‌ ପରଜା ବେଡ଼ାପଦର ପଞ୍ଚାୟତ ସେମ୍ବି ଗ୍ରାମର ଚିଙ୍ଗୁଡୁ ଜାନିଙ୍କ ପୁଅ ଅନନ୍ତ ବିରୁଡ଼ିି ଆକ୍ରମଣରେ ଗୁରୁତର ହୋଇ ମରଣ ସହ ଲଢୁଥିବାବେଳେ ସ୍ଥାନୀୟ ପ୍ରଶାସନ ସହାୟତାର ହାତ ବଢ଼ାଇଛି। 

ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା

ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା

ଦାମନଯୋଡ଼ି,୧୬।୧୧(ଡି.ଏନ୍‌.ଏ.)- ଜିଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରିକେଟ୍‌ ଓ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ଖେଳାଳିଙ୍କ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ନାଲ୍‌କୋ ଟାଉନଶିପ୍‌ ସରସ୍ବତୀ ବିଦ୍ୟାମନ୍ଦିରରେ ଏକ ଚୟନ ଶିବିର ଅନୁଷ୍ଠିତ ହୋଇଛି।