ରାୟଗଡା

ବୁଥ୍‌ ମଜଭୁତ ପାଇଁ ଏକାଠି ହେଲେ ଭାଜପା କର୍ମୀ

ବୁଥ୍‌ ମଜଭୁତ ପାଇଁ ଏକାଠି ହେଲେ ଭାଜପା କର୍ମୀ
ପଟ୍ଟାଙ୍ଗି,୧୨।୯(ଡି.ଏନ.ଏ): ପଟ୍ଟାଙ୍ଗି ସ୍ଥିତ ଭାଜପା କାର୍ଯ୍ୟାଳୟରେ ମଣ୍ଡଳ ସଭାପତି ଚିକୁଡୁ ହରିଙ୍କ ଆହ୍ବାନ କ୍ରମେ ଏକାଠି ହୋଇଛନ୍ତି ବ୍ଲକର ବିଭିନ୍ନ ପଞ୍ଚାୟତ ସଭାପତି ଓ କର୍ମୀ। ଏଥିରେ ଜିଲା ସାଧାରଣ ସମ୍ପାଦକ ଭଗବାନ ପେଣ୍ଡିଆ, କୃଷକ ମୋର୍ଚ୍ଚା ଜିଲା ସଭାପତି ଭଗବାନ ମୁଦୁଲି, ଆଦିବାସୀ ମୋର୍ଚ୍ଚା ସଭାପତି ଜୟରାମ ଭୋଇ, ବିଶ୍ୱନାଥ ଶିଶା, ରାଜ୍ୟ ପରିଷଦ ସଦସ୍ୟ କୃଷ୍ଣଚନ୍ଦ୍ର ଜାନି ଓ ରାମଚନ୍ଦ୍ର ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ। ବୁଥ ସ୍ତରକୁ ମଜଭୁତ କରି ଦଳ ଲକ୍ଷ୍ୟ ରଖିଥିବା ୧୨୦ ମିଶନକୁ ସଫଳ କରିବା ପାଇଁ ଏଥିରେ ଆହ୍ବାନ ଦିଆଯାଇଥିଲା। ତୃଣମୂଳ ସ୍ତରରେ ସଙ୍ଗଠନ ମଜୁବୁତ କରିବା ସହ କୃଷକ, ଆଦିବାସୀ ଓ ପଛୁଆ ବର୍ଗର ଜନସାଧାରଣ କିଭଳି କେନ୍ଦ୍ର ଯୋଜନାରେ ଉପକୃତ ହେବେ, ସେନେଇ କାର୍ଯ୍ୟକର୍ତ୍ତା ଓ ଅଧିକାରୀ ପ୍ରତି ଘରେ ଘରେ ପହଞ୍ଚତ୍ ସଚେତନ କରିବା ପଡ଼ିବ ବୋଲି ବୈଠକରେ ଦୃଢ ଆଲୋଚନା ହୋଇଥିଲା। ମଣ୍ଡଳ ସାଧାରଣ ସମ୍ପାଦକ ବଳରାମ ବାରିକ, ଯୁବ ମୋର୍ଚ୍ଚା ସଭାପତି ରଞ୍ଜିତ ପାଣିଗ୍ରାହୀ, ଲ୍ୟାମ୍ପ ସଭାପତି ବେଣୁ ଖିଲ, ଆଦିବାସୀ ମୋର୍ଚ୍ଚା ସଭାପତି ବଳରାମ ଚପାଡି, କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ମଣ୍ଡଳ, ଉପସଭାପତି ଟି.ପି. ଚନ୍ଦ୍ରଶେଖର ରାଜୁ, ରାଲେଗଡ଼ା ସରପଞ୍ଚ ରାମ କଟା, ସୁଙ୍କି ସଭାପତି ତ୍ରିନାଥ ବେହେରା, କୁଲାରସିଂ ପଞ୍ଚାୟତର ଶକ୍ତି କେନ୍ଦ୍ର ସଭାପତି ପୂର୍ଣ୍ଣଚନ୍ଦ୍ର କୁତାଡି, ନୂଆଗାଁ ପଞ୍ଚାୟତ ସଭାପତି ଭଗବାନ ସିଙ୍ଗରାପୁ ଉପସ୍ଥିତ ଥିଲେ।
All Right Reserved By

ରାୟଗଡା

ପଦ୍ମପୁରରେ ବିଗୁଡିଛି ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା

ପଦ୍ମପୁରରେ ବିଗୁଡିଛି ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା

ପଦ୍ମପୁର,୨୪।୨(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା  ପଦ୍ମପୁର ଅଞ୍ଚଳରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି। ପରିମଳ ବ୍ୟବସ୍ଥା ଠିକ୍‌ ନ ଥିବାରୁ ସହରସାରା ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। 

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗଙ୍କ ଉଚିତ ଥଇଥାନ ପାଇଁ ଦାବି

ପାରଳାଖେମୁଣ୍ଡି, ୨୩ା୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ହୋମ୍‌ଗାର୍ଡ ପଡିଆରେ ଶନିବାର ସାମର୍ଥ ଅନୁଷ୍ଠାନ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ତିତ୍‌ଲି ବାତ୍ୟା କ୍ଷତିଗ୍ରସ୍ତ ଦିବ୍ୟାଙ୍ଗମାନଙ୍କ ଉଚିତ ଥଇଥାନ ପାଇଁ ଦାବି କରାଯାଇଛି ା 

ରାସ୍ତାରେ ଛିଣ୍ଡିପଡ଼ିଛି ବିଦ୍ୟୁତ ତାର

ରାସ୍ତାରେ ଛିଣ୍ଡିପଡ଼ିଛି ବିଦ୍ୟୁତ ତାର

ପାରଳାଖେମୁଣ୍ଡି, ୨୩ା୨(ସ୍ବ.ପ୍ର.):ଗଜପତି ଜିଲା ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ମୁଖ୍ୟରାସ୍ତାରେ ଦୀର୍ଘଦିନ ହେଲା ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିରହିଛି ା

ଆଦିବାସୀଙ୍କ ନିଆରା ପର୍ବ ଟୋକିମରା

ଆଦିବାସୀଙ୍କ ନିଆରା ପର୍ବ ଟୋକିମରା

ଟିକିରି,୨୩ା୨(ଡ଼ି.ଏନ.ଏ)- ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସଦରସ୍ଥିତ ଉପରସାହିଠାରେ ଶୁକ୍ରବାର ଆଦିବାସୀଙ୍କ ନିଆରା  ଟୋକିମରା ପର୍ବ ପାଳିତ ହୋଇଯାଇଛି ା 

ମାଘ ମଣ୍ଡେଇ ଯାତ୍ରା ପାଇଁ କୋଷାଗୁମୁଡା ଉତ୍ସବମୁଖର

ମାଘ ମଣ୍ଡେଇ ଯାତ୍ରା ପାଇଁ କୋଷାଗୁମୁଡା ଉତ୍ସବମୁଖର

କୋଷାଗୁମୁଡା, ୨୩।୨(ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା କୋଷାଗୁମୁଡା ସଦର ମହକୁମାରେ ଶୁକ୍ରବାରଠାରୁ ମାଘ ମଣ୍ଡେଇ ଯାତ୍ରା ଆରମ୍ଭ ହୋଇଛି। ଏହି ଯାତ୍ରା ୩ଦିନ ଧରି ଚାଲିବ। 

୨୫ରେ ମାଲକାନଗିରି, ବାଲିମେଳା ସହରବାସୀଙ୍କୁ ପଟ୍ଟା ମିଳିବ

୨୫ରେ ମାଲକାନଗିରି, ବାଲିମେଳା ସହରବାସୀଙ୍କୁ ପଟ୍ଟା ମିଳିବ

ମାଲକାନଗିରି, ୨୩ା୨(ଡି.ଏନ୍‌.ଏ.)- ମାଲକାନଗିରି ପୌରପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ସରକାରୀ ଜାଗାରେ ଘର କରି ବର୍ଷ ବର୍ଷ ଧରି ରହିଥିବା ଲୋକଙ୍କୁ ଆସନ୍ତା ୨୫ ତାରିଖରେ ପ୍ରଥମ ପର୍ଯ୍ୟାୟ ପଟ୍ଟା ପ୍ରଦାନ କରାଯିବ। 

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ମାଲକାନଗିରିରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: ଗର୍ଭବତୀଙ୍କ ପରେ ଏବେ ଖଟିଆରେ ବୁହାହେଲେ ଗୁରୁତର ରୋଗୀ

ଚିତ୍ରକୋଣ୍ଡା,୨୩।୨(ଡି.ଏନ୍‌.ଏ.): ରାଜ୍ୟ ସରକାର ଗରିବ ଲୋକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା ଲାଗି ବିଭିନ୍ନ ବ୍ୟବସ୍ଥା କରୁଛନ୍ତି। ଗର୍ଭବତୀ ମହିଳାଙ୍କ ପାଇଁ ୧୦୨ ଓ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି। ମାତ୍ର ମାଲକାନଗିରି ଜିଲାରେ ଏଭଳି ସୁବିଧା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। 

ରାଜ୍ୟ, ଜାତୀୟ କ୍ରୀଡ଼ାରେ କିଶୋରଙ୍କ କୃତିତ୍ୱ

ରାଜ୍ୟ, ଜାତୀୟ କ୍ରୀଡ଼ାରେ କିଶୋରଙ୍କ କୃତିତ୍ୱ

ପାରଳାଖେମୁଣ୍ଡି,୨୩।୨(ସ୍ବ.ପ୍ର.):ରାଜ୍ୟ ଓ ଜାତୀୟ ସ୍ତରରେ କ୍ରୀଡ଼ାରେ ଗଜପତି ଜିଲା ଅବକାରୀ ବିଭାଗର ଏଏସ୍‌ଆଇ କିଶୋର ଚନ୍ଦ୍ର ରଥଙ୍କୁ ସଫଳତା ମିଳିଛି ା ଛତିଶଗଡର ରାୟପୁରରେ ଅନୁଷ୍ଠିତ ଦୌଡକୁଦ ପ୍ରତିଯୋଗିତାରେ ୫୦ରୁ ଊର୍ଦ୍ଧ୍ୱ ବୟସର ୧୦୦ ମିଟର ଦୌଡରେ ରଥ ଭାଗନେଇ ବ୍ରୋଞ୍ଜ ପଦକ ଜିତିଛନ୍ତି ା ସେହିପରି ଓଡିଶା ମାଷ୍ଟର ଆଥଲେଟ୍‌ ପକ୍ଷରୁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଟ୍ରିପଲ ଜମ୍ପ ପ୍ରତିଯୋଗିତାରେ ସେ ରୌପ୍ୟ ଓ ଲମ୍ବଡିଆଁରେ ବ୍ରୋଞ୍ଜ ପଦକ ପାଇଛନ୍ତି। 

ପାଗଳା ଗାଈ କ୍ଷୀର ଖାଇ ଅସୁସ୍ଥ ହେବା ଡର: ପ୍ରତିଷେଧକ ଟିକା ନେଲେ ୫ଶହ ଲୋକ

ପାଗଳା ଗାଈ କ୍ଷୀର ଖାଇ ଅସୁସ୍ଥ ହେବା ଡର: ପ୍ରତିଷେଧକ ଟିକା ନେଲେ ୫ଶହ ଲୋକ

କାଲିମେଳା,୨୨ା୨(ଡି.ଏନ.ଏ)-ଗାଈକୁ ପାଗଳ କୁକୁର କାମୁଡ଼ିଛି। ଗାଈ ବି ପାଗଳା ହୋଇଯାଇଛି। ଗାଈକୁ ପରୀକ୍ଷା କରିବା ପରେ ଡାକ୍ତର ଏପରି କହିଛନ୍ତି। ଉକ୍ତ ଗାଈକ୍ଷୀରରେ ପ୍ରସ୍ତୁତ ଖାଦ୍ୟ ଦୁଇ ଗାଁର ଲୋକେ ଖାଇଛନ୍ତି।   ସେମାନେ ପ୍ରତିଷେଧକ ଇଞ୍ଜେକ୍ସନ ନେବାକୁ ଡାକ୍ତର ପରାମର୍ଶ ଦେବା ପରେ ମାଲକାନଗିରି ଜିଲା କାଲିମେଳା ବ୍ଲକ୍‌ ଅନ୍ତର୍ଗତ ଗୁମୁକା ପଞ୍ଚାୟତର ଏମଭି-୬୫ ଓ ଏମପିଭି-୧୧ ଗ୍ରାମର ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଲୋକ ଶୁକ୍ରବାର ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କୁକୁର କାମୁଡ଼ା ପ୍ରତିଷେଧକ ଇଞ୍ଜେକ୍ସନ ନେଇଛନ୍ତି।  ଏମାନଙ୍କ ମଧ୍ୟରେ ଶତାଧିକ ସ୍କୁଲ ଛାତ୍ରୀଛାତ୍ର ଅଛନ୍ତି। 

ବନ୍ଧୁଗାଁ କେନ୍ଦ୍ରରେ ପ୍ରଶ୍ନପତ୍ର ପ୍ରଘଟ: ସୁପରିଣ୍ଟେଣ୍ଡେଣ୍ଟ, ପରିଦର୍ଶକ ନିଲମ୍ବିତ

କୋରାପୁଟ,୨୨।୨(ସ୍ବ.ପ୍ର.): ମାଟ୍ରିକ ପରୀକ୍ଷାର ପ୍ରଥମଦିନରେ ଶୁକ୍ରବାର ଓଡ଼ିଆ ବିଷୟର ପରୀକ୍ଷା ଚାଲିଥିବା ବେଳେ ଅବ୍ୟବସ୍ଥା ସାମ୍ନାକୁ ଆସିଛି। କୋରାପୁଟ ଜିଲା ବନ୍ଧୁଗାଁ ସଦର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହେବାର ୨୦ ମିନିଟ୍‌ ପରେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନଗେନ୍ଦ୍ର କୁମାର ଜେନା ଓ ପରିଦର୍ଶକ ଉମେଶ ଚନ୍ଦ୍ର ବେହେରାଙ୍କୁ ଜିଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି।

ପାରିବାରିକ କଳହର ପରିଣତି : ଶ୍ୱଶୁରଙ୍କୁ ହତ୍ୟାକଲା ବୋହୂ

ଜୟପୁର,୨୨।୨(ଡି.ଏନ୍‌.ଏ./ନି.ପ୍ର.): କୋରାପୁଟ ଜିଲା ଜୟପୁର ସଦରଥାନା ବାଟ ଜଗନ୍ନାଥପୁର ଗ୍ରାମର ଜଣେ ମହିଳା ଶ୍ୱଶୁରଙ୍କ ମୁଣ୍ଡରେ ଶାବଳ ମାଡ଼କରି ହତ୍ୟା କରିଛନ୍ତି। ଖବରପାଇ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଯୁକ୍ତ ବୋହୂଙ୍କୁ ଗିରଫ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟକୁ ପଠାଇଛି। ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଅଭିଯୁକ୍ତ ମହିଳା କୋର୍ଟ ଯିବା ପରେ ତାଙ୍କର ୩ ଶିଶୁ ଏବେ ବେସାହାରା ହୋଇପଡ଼ିଛନ୍ତି। 

୩ ଜିଲାରୁ ୧.୭ ଟନ୍‌ ଗଞ୍ଜେଇ ଜବତ: ୧୦ ଗିରଫ, ୫ ଗାଡ଼ି ଜବତ

୩ ଜିଲାରୁ ୧.୭ ଟନ୍‌ ଗଞ୍ଜେଇ ଜବତ: ୧୦ ଗିରଫ, ୫ ଗାଡ଼ି ଜବତ

କୋରାପୁଟ,୨୨।୨(ସ୍ବ.ପ୍ର.): ସାଧାରଣ ନିର୍ବାଚନ ପୂର୍ବରୁ ଗଞ୍ଜେଇ କାରବାର ରୋକିବା ପାଇଁ ପୋଲିସ ତତ୍ପର ହୋଇପଡ଼ିଛି। ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲାରୁ ଗତ ଗୋଟିଏ ଦିନରେ ୧୭୦୯ କେଜି ଗଞ୍ଜେଇ ଜବତ ହୋଇଛି। ଏଥିରେ ବ୍ୟବହାର ହୋଇଥିବା ୫ଟି ଗାଡ଼ି ଜବତ କରାଯାଇଥିବା ବେଳେ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ।