ରାୟଗଡା

ଜିଲାରେ ପ୍ରଶାସନିକ ଅଦଳବଦଳ: ନରେନ୍ଦ୍ର ନାୟକ କୋରାପୁଟ ବିଡିଓ

ଜିଲାରେ ପ୍ରଶାସନିକ ଅଦଳବଦଳ: ନରେନ୍ଦ୍ର ନାୟକ କୋରାପୁଟ ବିଡିଓ
କୋରାପୁଟ,୧୨।୯(ସ୍ବ.ପ୍ର.): କୋରାପୁଟ ଜିଲା ପ୍ରଶାସନିକ ସ୍ତରରେ ଅଦଳବଦଳ ହୋଇଛି। ନାରାୟଣ ମୁର୍ମୁ ଜିଲାର ନୂତନ ଅତିରିକ୍ତ ଜିଲାପାଳ ଭାବେ ପଦୋନ୍ନତି ପାଇଛନ୍ତି। ପୂର୍ବରୁ ଥିବା ଅତିରିକ୍ତ ଜିଲାପାଳ ସୁଜାତା ମିଶ୍ରଙ୍କୁ ଜିଲା ଲ୍ୟାଣ୍ଡ କମିଶନର ଭାବେ ବଦଳି କରାଯାଇଛି । ନାରାୟଣ ମୁର୍ମୁ ଏହା ପୂର୍ବରୁ କୋରାପୁଟ ବ୍ଲକର ବିଡିଓ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରେ କୋରାପୁଟ ବ୍ଲକର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ନରେନ୍ଦ୍ର ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ୨୦୧୧ ବ୍ୟାଚର ନାୟକ ଏହା ପୂର୍ବରୁ ମାଲକାନାଗିରି ଜିଲା ମୋଟୁ ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ପଦୋନ୍ନତି ସହ କୋରାପୁଟ ବିଡିଓ ଦାୟିତ୍ୱ ଦିଆଯାଇଛି । ସେ ଦାୟିତ୍ୱ ଗ୍ରହଣ କରିବା ପରେ ବ୍ଲକରେ ଚାଲିଥିବା ଆବାସ ଯୋଜନା, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ସମେତ ସମସ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।

All Right Reserved By

ରାୟଗଡା

ଅଲଣାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ବଦଳି

ଅଲଣାଗୁଡ଼ା ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀଙ୍କ ବଦଳି

ଦଶମନ୍ତପୁର, ୨୧।୯(ଡି.ଏନ.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡା ଜି.ପି.ର ଅଲଣାଗୁଡା ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ଦୁଇ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯିବାକୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀମାନେ ନିୟମିତ ବିଦ୍ୟାଳୟରେ ଉପସ୍ଥିତ ରହୁ ନଥିବା ନେଇ ବିଦ୍ୟାଳୟରେ ଅଭିଭାବକ ତାଲା ପକାଇ ଦେଇଥିଲେ।

ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ନିମନ୍ତେ ଏମ୍‌ପିଙ୍କୁ ଦାବିପତ୍ର

ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ନିମନ୍ତେ ଏମ୍‌ପିଙ୍କୁ ଦାବିପତ୍ର

ସେମିଳିଗୁଡ଼ା,୨୧। ୯(ସ୍ବ.ପ୍ର)-ବ୍ଲକ୍‌ଗ୍ରାଣ୍ଟ ଉଚ୍ଛେଦ ଦାବିିରେ ଅଧ୍ୟାପକ ଏବଂ କର୍ମଚାରୀଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୋରାପୁଟ ଜିଲା ସେମିଳିଗୁଡ଼ା ମହାବିଦ୍ୟାଳୟର ବ୍ଲକ୍‌ଗ୍ରାଣ୍ଟ ଅଧ୍ୟାପିକା , ଅଧ୍ୟାପକ ଏବଂ କର୍ମଚାରୀ ମିଳିତ ସଂଘ ତରଫରୁ ବ୍ଲକ୍‌ ଗ୍ରାଣ୍ଟ ଉଚ୍ଛେଦ ସମ୍ପର୍କରେ ଏମ୍‌ପି ଝିନ୍ନ ହିକ୍‌କାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ରାସ୍ତାରେ ଖାଲଖମା , ମରାମତି ଦାବି

ରାସ୍ତାରେ ଖାଲଖମା , ମରାମତି ଦାବି

ସେମିଳିଗୁଡ଼ା,୨୧। ୯(ସ୍ବ.ପ୍ର)-ସୁନାବେଡ଼ା ପୌରପରିଷଦ ଅଧୀନ କାକିଗଁାକୁ ପଡ଼ିଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘଦିନ ଧରି ଏହି ରାସ୍ତାର ମରାମତି କରାଯାଉ ନ ଥିବାରୁ ମଝିରେ ଖାଲଖମା ସୃଷ୍ଟି ହୋଇଛି। 

ଏନ୍‌ସିସିର ବାର୍ଷିକ ପ୍ରଶିକ୍ଷଣ ଶିବିର

ଏନ୍‌ସିସିର ବାର୍ଷିକ ପ୍ରଶିକ୍ଷଣ ଶିବିର

ଡାବୁଗାଁ, ୨୧।୯ (ଡି.ଏନ୍‌.ଏ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଏନ୍‌ସିସି ୧୩ (ଓଡିଶା) ବାଟାଲିୟନ ତରଫରୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ୧୦ ଦିନିଆ ବାର୍ଷିକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। 

ଡାଏ ପ୍ରଭାବରେ ବର୍ଷା: କୋଲାବ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

ଡାଏ ପ୍ରଭାବରେ ବର୍ଷା: କୋଲାବ ଡ୍ୟାମ୍‌ର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୧।୯(ସ୍ବ.ପ୍ର)-ଡାଏ ଝଡ଼ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ପ୍ରବଳ ବର୍ଷା ହୋଇଛି ା ଜିଲା ଜରୁରି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେମିଳିଗୁଡା ବ୍ଲକରେ ସର୍ବାଧିକ ୨୦୭ ମିମି ବର୍ଷା ହୋଇଛି ା ପ୍ରବଳ ବର୍ଷାରେ କୋଲାବ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିପାଇବା ଯୋଗୁଁ  ଶୁକ୍ରବାର ସକାଳ ୬.୩୦ ମିନିଟରେ କର୍ତ୍ତୃପକ୍ଷଙ୍କ ଦ୍ୱାରା କୋଲାବ ଡ୍ୟାମର ଗେଟ୍‌ ନଂ ୫ ଓ ୬ ଖୋଲାଯାଇଛି ।

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

ବ୍ଲକ କୃଷକ ପରାମର୍ଶ କମିଟି ବୈଠକ

ଡାବୁଗାଁ,୨୧।୯(ଡି.ଏନ.ଏ.): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ବ୍ଲକ କୃଷକ ପରାମର୍ଶ କମିଟିର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।  ଆତ୍ମା ସଭାପତି ରତ୍ନାକର ମାଝୀ  ସଭାପତିତ୍ୱ କରିଥିଲେ।  ଏଥିରେ କୃଷି, ପ୍ରାଣୀପାଳନ, ମତ୍ସ୍ୟ ଚାଷ, ଫଳ ଓ ପନିପରିବା ଚାଷ ସମ୍ବନ୍ଧରେ ଆଲୋଚନା ହୋଇଥିଲା।  ଉନ୍ନତ ପ୍ରଣାଳୀରେ ଅଦିନିଆ ଚାଷ, ଗାଈଗୋରୁ ମାନଙ୍କୁ ବିଭିନ୍ନ ରୋଗ ହେଉଥିବାରୁ ପ୍ରାଣୀମାନଙ୍କୁ ଟୀକାକରଣ କରାଇବା, ସରକାରୀ ଯୋଜନା ଉପରେ ବିଭାଗୀୟ ଅଧିକାରୀମାନେ ଆଲୋଚନା କରିଥିଲେ।

ସାମୁଦ୍ରିକ ଝଡ ପ୍ରଭାବରେ ବନ ବିଭାଗର କୋଟିଏରୁ ଊର୍ଦ୍ଧ୍ୱ  ସାମଗ୍ରୀ କ୍ଷତିଗ୍ରସ୍ତ

ସାମୁଦ୍ରିକ ଝଡ ପ୍ରଭାବରେ ବନ ବିଭାଗର କୋଟିଏରୁ ଊର୍ଦ୍ଧ୍ୱ ସାମଗ୍ରୀ କ୍ଷତିଗ୍ରସ୍ତ

ମାଲକାନଗିରି- ୨୧।୯(ଡି.ଏନ୍‌.ଏ.):  ଡାଏ ସାମୁଦ୍ରିକ ଝଡ ପ୍ରଭାବରେ ମାଲକାନଗିରି ଜିଲାର ବନ ବିଭାଗରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା କ୍ଷୟକ୍ଷତି ହୋଇଥିବା ସହ ୨ ଲକ୍ଷରୁ ଊର୍ଦ୍ଧ୍ୱ ଚାରା ନଷ୍ଟ ହୋଇ ଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛିା 

ଆମ ବୁଥ, ଆମ ଗୌରବ ଓ ଶକ୍ତି କାର୍ଯ୍ୟକ୍ରମ

ନବରଙ୍ଗପୁର,୨୧।୯, (ଡି.ଏନ.ଏ.):  ନବରଙ୍ଗପୁର ଜିଲା କଂଗ୍ରେସ ପକ୍ଷରୁ ବାସିନୀ ପଞ୍ଚାୟତ ସଦର ମହକୁମ୍ମା ଠାରେ ଆମ ବୁଥ ଆମ ଗୌରବ ଓ ଶକ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୬ଟି ଜେନାନ ୩୮ଟି ବୁଥର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

୨୦ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପୋଲ

୨୦ ବର୍ଷ ହେଲା ଅର୍ଦ୍ଧନିର୍ମିତ ଅବସ୍ଥାରେ ପୋଲ

ବୈପାରୀଗୁଡ଼ା, ୨୧।୯(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ଚିପାକୁର ପଞ୍ଚାୟତ ସହ ସଂଯୋଗ କରୁଥିବା ଦଳପୁର-ଚିପାକୁର ରାସ୍ତାର ଏ ହେଉଛି ଏକ ଚିତ୍ର। ୨୦ ବର୍ଷ ତଳେ ଫୁଲଡାବା ନିକଟସ୍ଥ ଏହି ନାଳ ଉପରେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। 

ଜିଲାସ୍ତରୀୟ ରାଜସ୍ବ ବୈଠକ

ଜିଲାସ୍ତରୀୟ ରାଜସ୍ବ ବୈଠକ

କୋରାପୁଟ,୨୧।୯(ସ୍ବ.ପ୍ର.): କୋରାପୁଟଠାରେ ଜିଲାସ୍ତରୀୟ ରାଜସ୍ବ ବୈଠକ ସ୍ଥାନୀୟ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଛି। ଏଥିରେ ହିତାଧିକାରୀଙ୍କ ଜଙ୍ଗଲ ଜମି ପଟ୍ଟ ପ୍ରଦାନ କରିବା ସହିତ ତୁରନ୍ତ ଜମି ଚିହ୍ନଟ କରିବା ପାଇଁ ଜିଲାପାଳ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୀ ଦିବସ ପାଳିତ

ହିନ୍ଦୀ ଦିବସ ପାଳିତ

ବୈପାରୀଗୁଡ଼ା,୨୧।୯(ଡି.ଏନ୍‌.ଏ.): ସ୍ଥାନୀୟ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ କୋରାପୁଟ ସ୍ଥିତ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ହିନ୍ଦୀ ଦିବସ ପାଳିତ ହୋଇଛି। ଏଥିରେ ସଭାପତିତ୍ବ କରିଥିଲେ ଯୁବକେନ୍ଦ୍ରର ସେଚ୍ଛାସେବୀ ପି. ସତୀଶ କୁମାର ।

ମାଛଚାଷ ତାଲିମ ଶିବିର

ମାଛଚାଷ ତାଲିମ ଶିବିର

ଜୟପୁର,୨୧।୯(ନି.ପ୍ର.): ଏମ୍‌.ଏସ୍‌. ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ସମନ୍ବିତ କୃଷି ପ୍ରଣାଳୀ ପ୍ରକଳ୍ପ ଅଧୀନରେ ଏକ ଦୁଇଦିନିଆ ଶିବିର ଆଦିବାସୀ କୃଷି ଜୈବ-ବିବିଧତା କେନ୍ଦ୍ରରେ ଅନୁଷ୍ଠିତ ହୋଇଛି।