ରାୟଗଡା

ଜଳ ଯୋଗାଣ କର୍ମଚାରୀଙ୍କ ବିଶାଳ ସମାବେଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଜଳ ଯୋଗାଣ କର୍ମଚାରୀଙ୍କ ବିଶାଳ ସମାବେଶ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର
କୋରାପୁଟ,୧୨।୯(ସ୍ବ.ପ୍ର.): ଖାଲି ପଦବୀ ପୂରଣ, ଚାକିରି ସ୍ଥାୟୀ, ଦରମା ବୃଦ୍ଧି, ଏସ୍‌ଇଏମ୍‌ କର୍ମଚାରୀଙ୍କୁ ଦୈନିକ ସର୍ବନିମ୍ନ ମଜୁରୀ, ୱାର୍କଚାର୍ଜ କର୍ମଚାରୀଙ୍କୁ ନିୟମିତ ଚାକିରି ସହ ପେନସନ ଦାବି କରିଛି ଅବିଭକ୍ତ କୋରାପୁଟ ଜିଲା ପାଇପଜଳ କର୍ମଚାରୀ ମହାସଂଘ। କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବିପତ୍ର ଦେଇଛି। ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ସସ୍ମିତା ଜେନା ଦାବିପତ୍ର ଗ୍ରହଣ କରିଛନ୍ତି। ବିକ୍ଷୋଭରେ ରାଜ୍ୟ ସାଧାରଣ ସଂପାଦକ ମନୋଜ ମହାନ୍ତିଙ୍କ ନେତୃତ୍ୱରେ ସଂଗଠନ ସଂପାଦକ ନରସିଂହ ପ୍ରସାଦ ବେହେରା, କୋରାପୁଟ ଜିଲା ସଂପାଦକ ଭୀମସେନ ଦ୍ୱିବେଦୀ, ରାଜେନ୍ଦ୍ର ପାଣିଗ୍ରାହୀ, ଗଣେଶ୍ୱର ବାରିକ, ବେଣୁଗୋପାଳ ରାଓ, ମୁରଲି ମହାପାତ୍ର, ନନ୍ଦକିଶୋର ପରିଡ଼ା, ଈଶ୍ୱର ରାଓ, ବିଦେଶୀ ଗୌଡ଼, ଦେବେନ୍ଦ୍ର ମହାନ୍ତି, ତାରେଣୀ ମହାରଣା, ଅର୍ଜୁନ ଗୁଣ୍ଠା, ନରେଶ ଦାସ ସାମିଲ ଥିଲେ। ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନନେଲେ ଦୁର୍ଗାପୂଜାରେ ସମସ୍ତ କର୍ମଚାରୀ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି।
All Right Reserved By

ରାୟଗଡା

ମଦ ମୁକ୍ତ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

ମଦ ମୁକ୍ତ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

ନବରଙ୍ଗପୁର,୨୧।୯(ବି.ପ୍ର.): ମଦ ଓ ହିଂସା ମୁକ୍ତ ଓଡିଶା ଗଠନ ନେଇ   ମାଆ ଘର ଫାଉଣ୍ଡେସନ ନବରଙ୍ଗପୁର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଡଃ. ଅଜିତ କୁମାର ମିଶ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନବରଙ୍ଗପୁର ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀଙ୍କ ନେତୃତ୍ୱରେ ସ୍ଥାନୀୟ ଶାସ୍ତ୍ରୀ ଭବନରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ  ପହଞ୍ଚିଥିଲା ।

ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଚନ୍ଦାହାଣ୍ଡି,୨୧।୯(ଡି.ଏନ.ଏ.): ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଞ୍ଚାୟତ ଅନ୍ତର୍ଗତ କଛାରପଡା ଗ୍ରାମରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର କଛାରପଡା ଗ୍ରାମବାସୀ ଚନ୍ଦାହାଣ୍ଡି ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ର ଆସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ବିଜୟଲକ୍ଷ୍ମୀ ପ୍ରଧାନଙ୍କୁ ଭେଟି ତାଙ୍କ ଗ୍ରାମରେ ଏକ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ଅନୁରୋଧ କରିଥିଲେ।

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ମାଲକାନଗିରିର ବନ୍ୟା ପ୍ରଭାବିତ ଅଞ୍ଚଳକୁ ୭ ଦିନର ରିଲିଫ ଘୋଷଣା

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ମାଲକାନଗିରି ଜିଲା। ତେଣୁ ମାଲକାନଗିରିର ବର୍ଷା ପ୍ରଭାବିତ ଅଞ୍ଚଳ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଦିନର ରିଲିଫ ଘୋଷଣା କରିଛନ୍ତି। ବନ୍ୟା ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଜିଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ମଧ୍ୟ ଜଣାପଡ଼ିଛି। 

ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପିତ

ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପିତ

ମୁନିଗୁଡ଼ା,୨୧।୯(ଡି.ଏନ୍‌.ଏ): ଆସନ୍ତା ମାସରେ ପାଳିତ ହେବାକୁ ଥିବା ଦୁର୍ଗା ପୂଜା ଉପଲକ୍ଷେ ରାୟଗଡ଼ା ଜିଲା ମୁନିଗୁଡ଼ାଠାରେ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି।

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷାରେ ମାଲକାନଗିରି ବେହାଲ: ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୨୧।୯: ଲଘୁଚାପ ଜନିତ ବର୍ଷା ଯୋଗୁ ମାଲକାନଗିରି ଜିଲାର ଅବସ୍ଥା ବେହାଲ ହୋଇପଡ଼ିଛି। ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜିଲା ସଦରମହକୁମା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗୁରୁବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ବର୍ତ୍ତମାନ ସୁଦ୍ଧା ଜାରି ରହିଛି । 

ଗାଁ ଗଁାରେ ବୁଲା ବିକାଳିଙ୍କ ବ୍ୟବସାୟ

ଗାଁ ଗଁାରେ ବୁଲା ବିକାଳିଙ୍କ ବ୍ୟବସାୟ

ଦଶମନ୍ତପୁର,୨୧ା୯(ଡି.ଏନ୍‌.ଏ)-କୋରାପୁଟ ଜିଲାରେ ବାହାର ରାଜ୍ୟର ବୁଲା ବିକାଳିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷ କରି ପଶ୍ଚିମବଙ୍ଗ ରାଜ୍ୟରୁ ବ୍ୟବସାୟୀମାନେ କୋରାପୁଟକୁ ଆସି ବିଭିନ୍ନ ଗାଁ ଗହଳିରେ ବ୍ୟବସାୟ ଜାରି ରଖୁଛନ୍ତି।  ମୁଖ୍ୟତଃ ଫେରିବାଲା ଏବଂ ଚୁଟି ଓ ଖେଳନା ବ୍ୟବସାୟୀମାନେ ଗାଁ ଗହଳିର ମହିଳା ଏବଂ ପିଲାଙ୍କ ମନଜିଣି ବ୍ୟବସାୟ କରିଥାନ୍ତି। ଏଥିରେ ବ୍ୟବସାୟୀ ଏବଂ ଗ୍ରାହକ ଉଭୟେ ଖୁସ୍‌ । ଅଳ୍ପ ମୂଲ୍ୟରେ ଦୁଆର ମୁଣ୍ଡରେ ଜିନିଷ ମିଳିବା ସହ ଘରର ଅଦରକାରୀ ଚୁଟି ଆଦି ସାମଗ୍ରୀ ବଦଳରେ ଜିନିଷ ମିଳୁଥିବାରୁ ବ୍ୟବସାୟ ଭଲ ହୁଏ ।

ବିଜୁ ଯୁବ ବାହିନୀର ସ୍ବଚ୍ଛତା ଅଭିଯାନ

ବିଜୁ ଯୁବ ବାହିନୀର ସ୍ବଚ୍ଛତା ଅଭିଯାନ

ଗୋଷାଣି, ୨୧ା୯(ଡି.ଏନ.ଏ.) - ଗଜପତି ଜିଲା ଗୋଷାଣି ବ୍ଲକର ବଡକତୁରୁ ପଞ୍ଚାୟତରେ ବିଜୁ ଯୁବ ବାହିନୀ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହାକୁ ବିଜୁ ଯୁବ ବାହିନୀର ଜିଲା ସଭାପତି ଚିନୁରାଜ ପାତ୍ର ପରିଚାଳନା କରିଥିବା ବେଳେ ସମସ୍ତ ସଦସ୍ୟଙ୍କ ସମେତ ବ୍ଲକ ବିଜେଡି ସଭାପତି ଉମାଶଙ୍କର ପାତ୍ର, ବଡକତୁରୁ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। ବିଜୁ ଯୁବ ବାହିନୀର ସଦସ୍ୟମାନେ ବିଭିନ୍ନ ସ୍ଥାନ ସଫେଇ କରିବା ସହ ନିଜ ଘର ଓ ଗାଁ ପରିବେଶକୁ ସଫାସୁତୁରା ରଖିବାକୁ ଅଞ୍ଚଳବାସୀଙ୍କୁ ସଚେତନ କରାଇଥିଲେ।

ବ୍ୟାଙ୍କର୍ସ ପରାମର୍ଶ ଓ ସ୍ବତନ୍ତ୍ର ଉପକମିଟି ବୈଠକ

ବ୍ୟାଙ୍କର୍ସ ପରାମର୍ଶ ଓ ସ୍ବତନ୍ତ୍ର ଉପକମିଟି ବୈଠକ

ପାରଳାଖେମୁଣ୍ଡି, ୨୧ା୯(ସ୍ବ.ପ୍ର.)- ଗଜପତି ଜିଲା ଅଗ୍ରଣୀ ବ୍ୟାଙ୍କ ବିଭାଗ ଆବାହକତ୍ୱରେ ପାରଳାଖେମୁଣ୍ଡିସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହରେ ଜିଲାର ସମସ୍ତ ବ୍ୟାଙ୍କ ଓ ଲାଇନ୍‌ ଡିପାର୍ଟମେଣ୍ଟକୁ ନେଇ ବ୍ୟାଙ୍କର୍ସ ପରାମର୍ଶ, ଗ୍ରାମୀଣ ଜୀବିକା ମିଶନ କମିଟି ଏବଂ ଋଣ ଜମା ଅନୁପାତର ଉପକମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ା ଏଥିରେ କମିଟି ଆବାହକ ତଥା ବ୍ରହ୍ମପୁରସ୍ଥିତ ଆନ୍ଧ୍ର ବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ଭୁବନେଶ୍ୱର ନାୟକ ସଭାପତିତ୍ୱ କରିଥିଲେ। କମିଟି ଅଧ୍ୟକ୍ଷ ତଥା ଜିଲାପାଳ ଅନୁପମ ଶାହା ଯୋଗଦେଇ ଜିଲାର ବିକାଶରେ ବ୍ୟାଙ୍କ ସମୂହର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ା ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କର ଋଣ ଓ ଜମା ଅନୁପାତ ୩୦ ପ୍ରତିଶତ ରହିଛି ଯାହାକି ଜାତୀୟ ଋଣ ଓ ଜମା ଅନୁପାତର ବହୁତ କମ୍‌। 

ବିଶ୍ୱକର୍ମା ଭସାଣି

ବିଶ୍ୱକର୍ମା ଭସାଣି

ପାରଳାଖେମୁଣ୍ଡି, ୨୧ା୯(ସ୍ବ.ପ୍ର.)- ଗଜପତି ଜିଲା ପାରଳାଖେମୁଣ୍ଡି ସହରର ଆରୋଗ୍ୟ ସାହି ପୂଜା କମିଟି ପକ୍ଷରୁ ବିଶ୍ୱକର୍ମାଙ୍କ ଭସାଣି ଉତ୍ସବ ସମ୍ପନ୍ନ ହୋଇଛି।  ଏକ ଶୋଭାଯାତ୍ରରେ ଠାକୁରଙ୍କ ମେଢକୁ ନିଆଯାଇ ସହର ପରିକ୍ରମା କରାଯିବା ପରେ ସ୍ଥାନୀୟ ମହେନ୍ଦ୍ରତନୟା ନଦୀରେ ବିସର୍ଜନ କରାଯାଇଛି। ଏହି ଅବସରରେ ରାସ୍ତା ସାରା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟାଯାଇଥିଲା। ସେହିପରି ସହରର ଅନ୍ୟ କେତେକ ପୂଜା କମିଟି ପକ୍ଷରୁ ମଧ୍ୟ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଅବକାରୀ ଚଢାଉ

ଅବକାରୀ ଚଢାଉ

ପାରଳାଖେମୁଣ୍ଡି, ୨୧ା୯ (ସ୍ବ.ପ୍ର.)-ଗଜପତି ଜିଲା ଅବକାରୀ ବିଭାଗ ପକ୍ଷରୁ ସେରଙ୍ଗ ଥାନା ଅନ୍ତର୍ଗତ କଳମାସିଂ ଓ ନୂଆଗାଁ ଗ୍ରାମରେ ଚଢାଉ କରାଯାଇ ୩୫ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇଛି ା ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ସାନ ସାହୁକାର, ବି.ଏଲ୍‌.ଲାବେଲା, ଏ.ଲାବେଲା, ଏଲ୍‌. ସାବିତ୍ରୀ। ଏମାନଙ୍କଠାରୁ ମୋଟ ୩୫ଲିଟର ଦେଶୀ ମହୁଲି ମଦ ଜବତ ହୋଇଛି ା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଚଢାଉରେ ଇନ୍ସପେକ୍ଟର ପଦ୍ମଚରଣ ସାହୁ, ଏସ୍‌ଆଇ ଜି.ସୁରିବାବୁ, ଖଲିଲ ଅହମ୍ମଦ, ଏଏସ୍‌ଆଇ ଚିତ୍ତରଞ୍ଜନ ଜେନା, କିଶୋର ଚନ୍ଦ୍ର ରଥ, କାହ୍ନୁଚରଣ ବଡଦଳାଇ, କର୍ମଚାରୀ ବହୁମୂଲ୍ୟ ପରିଚ୍ଛା ପ୍ରମୁଖ ସାମିଲ ଥିଲେ ା ଆଗାମୀ ଦିନରେ ମଧ୍ୟ ଚଢାଉ ଜାରି ରହିବ ବୋଲି ଅବକାରୀ ଅଧୀକ୍ଷକ ପାଣିଗ୍ରାହୀ ସୂଚନା ଦେଇଛନ୍ତି। 

ବୁଥ୍‌୍‌ସ୍ତରୀୟ କର୍ମୀଙ୍କୁ ତାଲିମ୍‌  କଂଗ୍ରେସ , ଭାଜପାକୁ ଚେକ୍‌ ଦେବାକୁ  ଗୁରୁମନ୍ତ୍ର

ବୁଥ୍‌୍‌ସ୍ତରୀୟ କର୍ମୀଙ୍କୁ ତାଲିମ୍‌ କଂଗ୍ରେସ , ଭାଜପାକୁ ଚେକ୍‌ ଦେବାକୁ ଗୁରୁମନ୍ତ୍ର

କୁନ୍ଦୁରା, ୨୧ା୯(ଡି.ଏନ.ଏ.)- ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ନବରଙ୍ଗପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କୋଟପାଡ ନିର୍ବାଚନ (ବିଧାନସଭା)ମଣ୍ଡଳୀରେ ବିଜେଡିର ମହିଳା, ଯୁବ ଏବଂ ଛାତ୍ର କର୍ମୀଙ୍କୁ ବୁଥସ୍ତରୀୟ ତାଲିମ ପ୍ରଦାନ କରାଯାଇଛି। ଜିଲା ସଭାପତି ଈଶ୍ୱର ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ କୁନ୍ଦୁରା ବ୍ଲକ କଲ୍ୟାଣମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ରାଜ୍ୟ ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ଏମପି ବଳଭଦ୍ର ମାଝି, ବିଜେଡି ବ୍ଲକ ସଭାପତି ସଞ୍ଜୟ ସାହୁ, ଯୁବ ବିଜେଡି ସଭାପତି ରମାକାନ୍ତ ପେଣ୍ଠିଆ, ଏମପି ପ୍ରତିନିଧି ବୃନ୍ଦାବନ ମଲ୍ଲିକ, ମହିଳା ବିଜେଡି ସଭାପତି କନକଲତା ପେଣ୍ଠିଆ, ଜିଲା ମହିଳା ସଦସ୍ୟା ପଦ୍ମିନୀ ଦ୍ୟାନ, ବରିଷ୍ଠ କର୍ମୀ ଖଗେଶ୍ୱର ପୂଜାରୀ, ରାଜା ସାହୁ, ପ୍ରଦୀପ ନାୟକ, ପଙ୍କଜ ପାତ୍ର, ଅମିତ ଅଗ୍ରଓ୍ବାଲ ଯୋଗ ଦେଇଥିଲେ। କୁନ୍ଦୁରା ବ୍ଲକରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ନିର୍ବାଚିତ ହୋଇଥିବାବେଳେ ଚଳିତ ପଞ୍ଚାୟତ ନିର୍ବାଚନରେ ପୁଣି ଥରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ହୋଇଛନ୍ତି।

ବିଦ୍ୟାଳୟକୁ ନିୟମିତ ଆସୁ ନାହାନ୍ତି ଶିକ୍ଷୟିତ୍ରୀ :ତାଲା ପକାଇଲେ ଅଭିଭାବକ,ବଦଳି ନହେଲେ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖିବା ଚେତାବନୀ

ବିଦ୍ୟାଳୟକୁ ନିୟମିତ ଆସୁ ନାହାନ୍ତି ଶିକ୍ଷୟିତ୍ରୀ :ତାଲା ପକାଇଲେ ଅଭିଭାବକ,ବଦଳି ନହେଲେ ଅନିର୍ଦ୍ଦିଷ୍ଟ କାଳ ବନ୍ଦ ରଖିବା ଚେତାବନୀ

ଦଶମନ୍ତପୁର,୨୧ା୯(ଡି.ଏନ୍‌.ଏ.): ବିଦ୍ୟାଳୟକୁ ଶିକ୍ଷୟିତ୍ରୀ ଆସୁ ନ ଥିବାରୁ ଅଭିଭାବକମାନେ ତାଲା ପକାଇଦେଇଛନ୍ତି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ଗ୍ରାମପଞ୍ଚାୟତ ଅଧୀନ ଅଳନାଗୁଡା ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏପରି ଘଟିଛି। ଏହି ବିଦ୍ୟାଳୟ ୧୯୮୧ରେ ସ୍ଥାପିତ ହୋଇଛି। ଏଠାରେ ୩୩ ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରନ୍ତି ା ୨ ଜଣ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି କରାଯାଇଛି ା ତେବେ ଏସ୍‌ଏମ୍‌ସି କମିଟି ସଦସ୍ୟ, ଅଭିଭାବକ ଏବଂ ସରପଞ୍ଚ ହିରାମଣି ଗଦବାଙ୍କ କହିବାନୁସାରେ ନିଯୁକ୍ତ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ଦିନ ପାଳି କରି ବିଦ୍ୟାଳୟକୁ ଆସୁଛନ୍ତି। ସପ୍ତାହରେ କେବଳ ୨ ଦିନ ମାତ୍ର ବିଦ୍ୟାଳୟରେ ଉପସ୍ଥିତ ରହୁଛନ୍ତି। ପିଲାଙ୍କୁ ପୋଷାକ ଦିଆଯାଉନି। ପିଲା ମଧ୍ୟାହ୍ନଭୋଜନ ନିମ୍ନମାନର ଖାଇବାକୁ ଦିଆଯାଉଛି।