

ଉପକୂଳ ଓଡିଶା

ଗହୀରମଥାରେ ଅଲିଭରିଡ୍ଲେଙ୍କ ଅଣ୍ଡାଦାନ ଆରମ୍ଭ
ରାଜନଗର, ୨୪।୨-କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଶୁକ୍ରବାର ଅଲିଭରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ଆରମ୍ଭ ହୋଇଛି।

ନବଦମ୍ପତିଙ୍କ ଚାରା ବଣ୍ଟନ ସହ ଅଙ୍ଗଦାନ ପାଇଁ ନିଷ୍ପତ୍ତି
ଗଣିଆ,୨୪।୨(ଡି.ଏନ.ଏ.)- ନୟାଗଡ ଜିଲା ଗଣିଆ ଅଞ୍ଚଳରେ ନିଜର ବିବାହ ଭୋଜିରେ ଅତିଥିମାନଙ୍କୁ ଚାରା ବାଣ୍ଟିବା ସହ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇ ଆଦର୍ଶ ସୃଷ୍ଟି କରିଛନ୍ତି ନବଦମ୍ପତି ।

ମହାଶିବରାତ୍ରି ପାଇଁ ପ୍ରସ୍ତୁତି ବୈଠକ : ରାତି ୧୧ଟାରେ ଉଠିବ ମହାଦୀପ
ନୟାଗଡ଼ ଅଫିସ,୨୪।୨- ନୟାଗଡ଼ ଜିଲା ଶରଣକୁଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ମହାଶିବରାତ୍ରି ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଖେଳ ପଡ଼ିଆରୁ ବେଆଇନ ମୋରମ ଚାଲାଣ: ଅଭିଯୋଗ ସତ୍ତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ
ରଣପୁର,୨୪।୨ (ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ତହସିଲ ଅଧୀନ ଡମସାହି ପଞ୍ଚାୟତସ୍ଥ ଟାଙ୍ଗୀ ସାହିରୁ ବେଆଇନ ମୋରମ୍ ଚାଲାଣ ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ସ୍ଥାନୀୟ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟ ନିକଟରେ ରହିଛି ପ୍ରାୟ ୧୦ ଏକର ସରକାରୀ ଜମି।

ଦୌରାଜଜ୍ଙ୍କ ନିର୍ମାଣ ହେବାକୁ ଥିବା କୋର୍ଟ ପରିଦର୍ଶନ
ଭାପୁର,୨୪ା୨(ଡି.ଏନ୍.ଏ.)-ଭାପୁର ବ୍ଲକରେ ନିର୍ମାଣ ହେବାକୁ ଥିବା କୋର୍ଟ ପରିସର ବୁଲି ଦେଖିଲେ ନୟାଗଡ଼ ଜିଲା ଦୌରାଜଜ ଗୋପାଳ ଚନ୍ଦ୍ର ପଟ୍ଟନାୟକ। ଶନିବାର ଅପରାହ୍ନରେ ପଟ୍ଟନାୟକଙ୍କ ସହ ରେଜିଷ୍ଟ୍ରାର ନରୋତ୍ତମ ସେଠୀ ଉପସ୍ଥିତ ଥିଲେ।

ଜଳସମ୍ପଦ ମୁଖ୍ୟଯନ୍ତ୍ରୀଙ୍କ ମହାନଦୀ କୂଳ ପଥର ପ୍ୟାକିଂ ପରିଦର୍ଶନ
ଖଣ୍ଡପଡ଼ା,୨୪ା୨(ସ୍ବ.ପ୍ର.)-ରାଜ୍ୟ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ଇଂ. ସୁରେନ୍ଦ୍ର କୁମାର ପଣ୍ଡାଙ୍କ ସହ ବିଭାଗୀୟ ଡିଜାଇନ ଇଞ୍ଜିିନିୟରମାନେ ଶନିବାର ଅପରାହ୍ନରେ ନୟାଗଡ଼ ଜିଲା ଗସ୍ତରେ ଆସି ମହାନଦୀ କୂଳ ପଥର ଲଚିଂ ପ୍ୟାକିଂ ପରିଦର୍ଶନ କରିଛନ୍ତି।

କୁରାଳ ସମବାୟ ମିନି ବ୍ୟାଙ୍କ ଦୁର୍ନୀତି : ଜମାକାରୀଙ୍କ ବ୍ୟାଙ୍କ ସମ୍ମୁଖରେ ଧାରଣା ୬ଷ୍ଠ ଦିନରେ
ଓଡ଼ଗାଁ, ୨୪ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସେବା ସମବାୟ ସମିତି ଅଧୀନ ମିନି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୭୦୦ ଜମାକାରୀଙ୍କ ୬ କୋଟିରୁ ଊର୍ଦ୍ଧ୍ୱ ଜମା ଟଙ୍କା ହଡ଼ପ ଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

ନିଆରା ବ୍ୟକ୍ତିତ୍ୱ ବ୍ୟଙ୍ଗକବି ବୀଣାକର
ପାରାଦୀପ,୨୪ା୨(ସ୍ବ.ପ୍ର.): ପାରାଦୀପ ବଡ଼ପଡ଼ିଆ ବଜାରରେ ଜଣେ ଚିହ୍ନ ମୁହଁ ହେଉଛନ୍ତି ବ୍ୟଙ୍ଗକବି ବୀଣାକର ଦାସ ଓରଫ ରାମ। ଗତ ୨ ମାସ ହେଲା ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କରାଯାଉଥିବା ପିଠା କାର୍ଯ୍ୟକ୍ରମରେ ସେ ପ୍ରମୁଖ ଆକର୍ଷଣ ସାଜିଛନ୍ତି।
ସୌଭାଗ୍ୟ ପାଲଟିଛି ଦୁର୍ଭାଗ୍ୟ : ମିଟର ନ ଥାଇ ଆସୁଛି ବିଲ୍
ନାଉଗଁ। ,୨୪ା୨(ସ୍ବ.ପ୍ର.): ଗରିବ ଲୋକଙ୍କୁ ବିଦ୍ୟୁତ୍ ସେବା ଯୋଗାଇଦେବା ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ସୌଭାଗ୍ୟ ଯୋଜନା। ତେବେ ନାଉଗଁା ବ୍ଲକରେ ଏହି ଯୋଜନା ସୌଭାଗ୍ୟ ନୁହେଁ ବରଂ ଲୋକଙ୍କ ପାଇଁ ଦୁର୍ଭାଗ୍ୟ ପାଲଟିଛି।

ସାଇବର କ୍ରାଇମ୍, ଆଇନ ସମ୍ପର୍କରେ ସଚେତନତା
ବାଙ୍କୀ,୨୩।୨(ସ୍ବ.ପ୍ର)- ବାଙ୍କୀ ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ଶନିବାର ବାଙ୍କୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ସାଇବର କ୍ରାଇମ୍ ଓ ଆଇନ ସମ୍ପର୍କରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ବାଙ୍କୀ ସିନିୟର ଡିଭିଜନ ସିଭିଲ୍ ଜଜ୍ ମୋନାଲିସା ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ।

ବୟୋଜ୍ୟେଷ୍ଠ ନାଗରିକ ସଂଘ ସଭ୍ୟଙ୍କର ତୀର୍ଥଯାତ୍ରା
ବାଙ୍କୀ,୨୩।୨(ସ୍ବ.ପ୍ର)- ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ୮ଜଣ ସଭ୍ୟ ଶନିବାରଠାରୁ ତୀର୍ଥଯାତ୍ରାରେ ବାହାରିଛନ୍ତି। ସେମାନେ କଲିକତା ଦକ୍ଷିଣେଶ୍ୱରୀ କାଳୀ, ଆସାମର ଗାୈହାଟି କାଉଁରୀ କାମାକ୍ଷା ମନ୍ଦିର ପରିଦର୍ଶନ ପାଇଁ କଟକ ଯାତ୍ରା କରିଛନ୍ତି। ଏହି ତୀର୍ଥଯାତ୍ରା ୬ଦିନ ଚାଲିବ।

ନରସିଂହପୁରରେ ୯୩୧କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ନରସିଂହପୁର,୨୩।୨(ଡି.ଏନ.ଏ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନରସିଂହପୁର ଗସ୍ତ କରି ୯୩୧ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ସେ ଦିନ ୧୨ଟାରେ ଅନନ୍ତ ନାରାୟଣ ହାଇସ୍କୁଲ ପଡିଆରେ ହେଲିକ୍ୟାପ୍ଟର ଯୋଗେ ଅବତରଣ କରିଥିଲେ। ବଡମ୍ବା-ନରସିଂହପୁର ଉଭୟ ବ୍ଲକର ୨୫ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଯୋଗ ଦେଇଥିଲେ।