ଅନଗୁଳ-ଢେଙ୍କାନାଳ

୭୩୦ ଜଣଙ୍କୁ ଭତ୍ତା ବଣ୍ଟନ

୭୩୦ ଜଣଙ୍କୁ ଭତ୍ତା ବଣ୍ଟନ
ଛେଣ୍ଡିପଦା,୧୨।୯(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ସଭାଗୃହଠାରେ ବୁଧବାର ବ୍ଲକସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ଶ୍ରୀଧର ଗଡନାୟକ ପ୍ରମୁଖ ଯୋଗଦେଇ ୧୦ଟି ପଞ୍ଚାୟତର ୭୩୦ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଥିଲେ । ବ୍ଲକର ମାଛକୁଟା ପଞ୍ଚାୟତର ୪୯ଜଣ, ବସନ୍ତପୁରର ୪୧, ଶିମିଳିପାଳର ୮୦, ଚାଙ୍ଗୁଡିଆର ୬୪, ବ୍ରାହ୍ମଣବିଲର ୫୧, କୋଡାସାହିର ୬୩, ବାଲିପଟାର ୬୪, ନୂଆଗାଁର ୭୮, ଟାଙ୍ଗିରିର ୯୮,ପାଟକମୁଣ୍ଡାର ୮୭, କୁକୁରପେଟା ଗ୍ରାମର ୫୫ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା। ପର୍ଯ୍ୟାୟ କ୍ରମେ ଖୁବଶୀଘ୍ର ବାକିଥିବା ପଞ୍ଚାୟତଗୁଡିକରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯିବ ବୋଲି ପଞ୍ଚାୟତ ଅଧିକାରୀ ପ୍ରକାଶ କରିଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ସହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
All Right Reserved By

ଅନଗୁଳ-ଢେଙ୍କାନାଳ

୧୫ରେ ପରଜଙ୍ଗ ଥାନା ଘେରିବେ ଚାଷୀ

୧୫ରେ ପରଜଙ୍ଗ ଥାନା ଘେରିବେ ଚାଷୀ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଚାଷୀ ଆନ୍ଦୋଳନ ଦମନ ପ୍ରତିବାଦରେ ନଭେମ୍ବର ୧୫ରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ପରଜଙ୍ଗ ଥାନା ଘେରାଉ କରାଯିବାକୁ ନିଷ୍ପତ୍ତି ହୋଇଛି। ଏ ନେଇ ମଙ୍ଗଳବାର ସେମାନେ ଏକ ଦାବିପତ୍ର ଥାନାଧିକାରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। 

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ଆମ୍ବପଳାସରେ ସ୍ବତନ୍ତ୍ର ସ୍କ୍ବାଡ୍‌ର ଚଢ଼ାଉ: ୧୬୦ ଲିଟର ମହୁଲି ଜବତ, ୩ ଗିରଫ

ପରଜଙ୍ଗ, ୧୩।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲାରେ ବଢୁଥିବା ଅବାଧ ମଦକାରବାର ରୋକିବାକୁ ଅବକାରୀ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଗଠନ କରାଯାଇଛି ସ୍ବତନ୍ତ୍ର ସ୍କ୍ବାଡ୍‌। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ସ୍କ୍ବାଡ୍‌ ପକ୍ଷରୁ ପରଜଙ୍ଗ ବ୍ଲକ ଆମ୍ବପଳାସ ଅଞ୍ଚଳରେ ଚଢ଼ାଉ କରାଯାଇ ୧୬୦ ଲିଟର ମହୁଲି ମଦ ସହ ଅଟୋରିକ୍ସା (ଓଆର୍‌ ୧୯ ଏମ୍‌ ୭୭୩୫) ଏବଂ ସାଇକେଲ ଜବତ କରାଯାଇଛି।

ଟ୍ରକ ଧକ୍କାରେ ଭାଙ୍ଗିଲା ଦୋକାନ ଘର

ଟ୍ରକ ଧକ୍କାରେ ଭାଙ୍ଗିଲା ଦୋକାନ ଘର

ବଇଣ୍ଡା,୧୩।୧୧(ଡି.ଏନ.ଏ.)- ହଣ୍ଡପା ଥାନା ବଇଣ୍ଡା ଶିବ ମନ୍ଦିର ନିକଟରେ ଥିବା ଶିବରାମ ମାହାପାତ୍ରଙ୍କ ଜଳଖିଆ ଦୋକାନକୁ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଦୋକାନ ଭାଙ୍ଗିଯାଇଛି। ଚାଳକ ଓ ହେଲପର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଯୋଗୁ ଦୁର୍ଘଟଣା ଘଟିଥିବା ଦୋକାନୀ ଅଭିଯୋଗ କରିଛନ୍ତି।  

ମା’ କାଳୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ

ମା’ କାଳୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ

ଭୁବନ, ୧୩।୧୧, (ଡିଏନ୍‌ଏ)-ଢେଙ୍କାନାଳ ଜିଲା ଭୁବନରେ ମା’ କାଳୀଙ୍କ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। କାଳୀ ବଜାର ବଣିକ ସଂଘ ମେଢ ଓ ସିନେମା ହଲ ଛକ କାଳୀ ମେଢ ଏହି ଭସାଣୀ ଉତ୍ସବରେ ସାମିଲ ହୋଇଥିଲେ।

କମଳାଙ୍ଗ ହାତୀ ମୃତ୍ୟୁ ଘଟଣା: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ତଦନ୍ତ ଆରମ୍ଭ

କମଳାଙ୍ଗ ହାତୀ ମୃତ୍ୟୁ ଘଟଣା: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ତଦନ୍ତ ଆରମ୍ଭ

ଓଡ଼ାପଡ଼ା,୧୩।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କମଳାଙ୍ଗଠାରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି  ୭ହାତୀ ମୃତ୍ୟୁ ଘଟଣାରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ:   ୨୫ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ

ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ୨୫ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ

ଢେଙ୍କାନାଳ ଅଫିସ, ୧୩।୧୧-ଢେଙ୍କାନାଳ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ  ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିଲେ। 

ଟ୍ରକ୍‌କୁ  ପଛରୁ  ଧକ୍କାଦେଲା ଆମ୍ବୁଲାନ୍ସ, ୫ ଗୁରୁତର

ଟ୍ରକ୍‌କୁ ପଛରୁ ଧକ୍କାଦେଲା ଆମ୍ବୁଲାନ୍ସ, ୫ ଗୁରୁତର

ପରଜଙ୍ଗ,୧୩।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନମ୍ବର ଜାତୀୟ ରାଜପଥର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି।  ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରୁ ଆମ୍ବୁଲାନ୍ସ ଧକ୍କାଦେବାରୁ ୫ ଗୁରୁତର ଆହତ ହୋଇଛନ୍ତି। 

ପୌର ଅଧିକାରୀଙ୍କ ପଲିଥିନ ଯାଞ୍ଚ

ପୌର ଅଧିକାରୀଙ୍କ ପଲିଥିନ ଯାଞ୍ଚ

ଅନୁଗୋଳ ଅଫିସ,୧୩ା୧୧ପ୍ଲାଷ୍ଟିକ୍‌ ସାମଗ୍ରୀ, ପଲିଥିନ ବ୍ୟବହାର ଉପରେ କଟକଣା ଜାରି ସତ୍ତ୍ୱେ ଅନୁଗୋଳ ଜିଲାରେ ଲୁଚାଚୋରାରେ ଚାଲିଛି ପ୍ଲାଷ୍ଟିକ ବେପାର। ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ସୋମବାର ପୌର ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଦୋକାନରେ ଚଢ଼ାଉ କରାଯାଇଛି। 

ଗୁଳି ଚଳାଇ ଲୁଟିଲେ ଲାପ୍‌ଟପ୍‌, ମୋବାଇଲ

ଗୁଳି ଚଳାଇ ଲୁଟିଲେ ଲାପ୍‌ଟପ୍‌, ମୋବାଇଲ

ବଅଁରପାଳ,୧୩।୧୧ (ଡି.ଏନ୍‌.ଏ)ନାଲ୍‌କୋ ଥାନା ଅଞ୍ଚଳରେ ପୁଣି ମାତିଛନ୍ତି ଲୁଟେରା। ସୋମବାର ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତମାନେ ଏକ ବୋଲେରୋ ଏବଂ ମାରୁତି ଓଡ଼ିଶୀ ମୋଟର୍ସର କର୍ମଚାରୀଙ୍କ ଗାଡିରୁ ଲୁଟ୍‌ କରିଛନ୍ତି। ଏହାକୁ   ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। 

ପୁଅକୁ ବଞ୍ଚାଇବାକୁ ଆକୁଳ ନିବେଦନ

ପୁଅକୁ ବଞ୍ଚାଇବାକୁ ଆକୁଳ ନିବେଦନ

ଅନୁଗୋଳ ଅଫିସ,୧୩ା୧୧ସରୁ ସରୁ ହୋଇ ଗଲାଣି ହାତଗୋଡ। ଶରୀର ଧୀରେ ଧୀରେ ନିସ୍ତେଜ ପଡିଯାଉଛି। ଚାଲି ପାରୁନି, ଉଠିପାରୁନି କି କଥା ମଧ୍ୟ କହିପାରୁନି। 

‘ଗୋମାତାର ସୁରକ୍ଷା ପାଇଁ ଜନଜାଗରଣ ଜରୁରୀ’

‘ଗୋମାତାର ସୁରକ୍ଷା ପାଇଁ ଜନଜାଗରଣ ଜରୁରୀ’

ଅନୁଗୋଳ ଅଫିସ,୧୩ା୧୧ଅନୁଗୋଳର ବିଜୁ ମଇଦାନ ଠାରେ ଚାଲିଥିବା ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବର ସୋମବାର ଥିଲା ପଞ୍ଚମ ଦିବସ। ସାନ୍ଧ୍ୟ ଗୋ କଥା ସତ୍‌ସଙ୍ଗରେ ମୁଖ୍ୟଅତିଥି ଭାବେ ଚିନ୍ମୟ ମିଶନର ସ୍ବାମୀ ସଦାନନ୍ଦ ସରସ୍ବତୀ ଯୋଗଦେଇଥିଲେ। ଗୋମାତାଙ୍କ ସୃଷ୍ଟି ପ୍ରକୃତି ପାଇଁ ବରଦାନ। ଗୋ ମାତାଙ୍କ ଶରୀରରୁ ସକରାତ୍ମକ ଉର୍ଜା ବିକିରିତ ହୋଇଥାଏ। 

ସରିଲା ସରପଞ୍ଚ ଉପନିର୍ବାଚନ ନାମାଙ୍କନ:  ମଙ୍ଗଳପୁରରେ ୨, କାଇମାଟିରେ ୪ ପ୍ରାର୍ଥୀ

ସରିଲା ସରପଞ୍ଚ ଉପନିର୍ବାଚନ ନାମାଙ୍କନ: ମଙ୍ଗଳପୁରରେ ୨, କାଇମାଟିରେ ୪ ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୨ା୧୧-ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ଏବଂ କାଇମାଟି ସରପଞ୍ଚ ପଦବୀ ଉପନିର୍ବାଚନ ପାଇଁ ସୋମବାର ଶେଷହୋଇଛି ନାମାଙ୍କନ ଦାଖଲ। ମଙ୍ଗଳପୁର ସରପଞ୍ଚ ପଦବୀ ଲାଗି ବିଦ୍ୟାଧର ପ୍ରଧାନ, ଦିଲୀପ ପ୍ରଧାନ ଏବଂ  କାଇମାଟି ସରପଞ୍ଚ ପଦବୀରେ ଲିନା ସାହୁ, ଝରସ୍ମିତା ଦେହୁରୀ, ସୌଦାମିନୀ ପ୍ରଧାନ, ଦୀପିକା ରାୟ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ପ୍ରାର୍ଥତ୍ପତ୍ର ଯାଞ୍ଚ ଏବଂ ଶୁକ୍ରବାର ପ୍ରତ୍ୟାହାର ଦିବସ। ଡିସେମ୍ବର ୬ରେ ମତଦାନ, ୭ରେ ଭୋଟ ଗଣତି ପରେ ୧୦ ତାରିଖରେ ସରକାରୀ ଭାବେ ଫଳାଫଳ ଘୋଷଣା କରାଯିବ ବୋଲି ବିଡିଓ  ସରୋଜ କୁମାର ଦତ୍ତ ସୂଚନା ଦେଇଛନ୍ତି ା