ଉପକୂଳ ଓଡିଶା

ଅଧାପନ୍ତରିଆ ଅବସ୍ଥାରେ ଦେଉଳତରା ହାଇସ୍କୁଲ ଗୃହ

ଅଧାପନ୍ତରିଆ ଅବସ୍ଥାରେ ଦେଉଳତରା ହାଇସ୍କୁଲ ଗୃହ
ରାଜକନିକା, ୧୨ା୯ (ଡି.ଏନ୍‌.ଏ.)-ପିଲାମାନଙ୍କ ଶିକ୍ଷାର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ  କେନ୍ଦ୍ରାପଡା ଜିଲାରେ ପ୍ରଶାସନିକ ଅଧିକାରୀଙ୍କ   ଅବହେଳା ଯୋଗୁ ଏସବୁ ଯୋଜନା ସଫଳ ରୂପାୟନ ହୋଇପାରୁନାହିଁ। ଜିଲାରେ ପ୍ରଶାସନ ପକ୍ଷରୁ ଅନେକ ପ୍ରକଳ୍ପ ଆରମ୍ଭ କରାଯାଉଛି। ମାତ୍ର ଶେଷ ହୋଇପାରୁନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ରାଜକନିକା ବ୍ଲକର ଦେଉଳତରା ପଞ୍ଚାୟତରେ। ଏହି ପଞ୍ଚାୟତରେ ଲକ୍ଷ୍ମୀନାରାୟଣ ନୋଡାଲ ହାଇସ୍କୁଲ  ଏକମାତ୍ର ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ନୂତନ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଏଥିଯୋଗୁ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
All Right Reserved By

ଉପକୂଳ ଓଡିଶା

ପାଣିରେ ବୁଡି ନାବାଳକ ମୃତ

ପାଣିରେ ବୁଡି ନାବାଳକ ମୃତ

ତିର୍ତ୍ତୋଲ,୧୮।୧୧ (ଡି.ଏନ୍‌.ଏ.)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଈପୁର ହାଟ ନିକଟ  ହସୁଂଆ ନଦୀରେ ରବିବାର ବୁଡିଯିବାରୁ ଜଣେ  ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ   ଏହି ଥାନା ଅନ୍ତର୍ଗତ ଉରା ଗ୍ରାମର ସୁଧାଂଶୁ ଶେଖର ଦାସ(୧୬)। ସେ ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ।

ଓଷ୍ଟା ପରିଚାଳିତ ମେଧା ବୃତ୍ତି ପରୀକ୍ଷା

ଓଷ୍ଟା ପରିଚାଳିତ ମେଧା ବୃତ୍ତି ପରୀକ୍ଷା

ଜଗତସିଂହପୁର,୧୮।୧୧- ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ଏବଂ ଓଷ୍ଟା ଜଗତ୍ସିଂହପୁର ଜିଲା ତରଫରୁ ରବିବାର ଓଷ୍ଟା ପରିଚାଳିତ ମେଧା ବୃତ୍ତି ପରୀକ୍ଷା  ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁର କେନ୍ଦ୍ରରେ ପରିଚାଳିତ ଏହି ପରୀକ୍ଷାରେ ୩୦୯ ଓ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୬ ଜଣ ପରୀକ୍ଷାଥର୍ର୍ୀ ପରୀକ୍ଷା ଦେଇଥିଲେ। 

ବାଇକ୍‌ - ଡମ୍ପର ମୁହାଁମୁହିଁ : ଜଣେ ମୃତ, ୧ଗୁରୁତର

ବାଇକ୍‌ - ଡମ୍ପର ମୁହାଁମୁହିଁ : ଜଣେ ମୃତ, ୧ଗୁରୁତର

ଯାଜପୁର ଅଫିସ,୧୮।୧୧: ଯାଜପୁର ଜିଲା  ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ମାଣ୍ଡିଆ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ଡମ୍ପର ବାଇକ୍‌କୁ ଧକ୍କା ଦେବା ଫଳରେ  ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

କଳିଙ୍ଗନଗର ଗୁଳିକାଣ୍ଡରେ ହାତପାପୁଲି କଟା ଘଟଣା: ପାପୁଲି ବାହାରେ ପଡିବା ନେଇ ଉତ୍ତେଜନା

କଳିଙ୍ଗନଗର ଗୁଳିକାଣ୍ଡରେ ହାତପାପୁଲି କଟା ଘଟଣା: ପାପୁଲି ବାହାରେ ପଡିବା ନେଇ ଉତ୍ତେଜନା

ଯାଜପୁର ଅଫିସ, ୧୮।୧୧: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ଆମ୍ବଗାଡିଆ ଶହିଦ୍‌ ସ୍ତମ୍ବ ଚାରିପଟୁୁ କଳିଙ୍ଗନଗର ଥାନା ପୋଲିସ୍‌ ୧୦ଟି କଟା ପାପୁଲି ଜବତ କରିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

ଖରିଫ ଧାନ ସଂଗ୍ରହରେ ଭାଗ ନେବେ ନାହିଁ ମିଲର:  ୩ ଜିଲାର ୬୦ ମିଲ ମାଲିକଙ୍କ ନିଷ୍ପତ୍ତି

ଖରିଫ ଧାନ ସଂଗ୍ରହରେ ଭାଗ ନେବେ ନାହିଁ ମିଲର: ୩ ଜିଲାର ୬୦ ମିଲ ମାଲିକଙ୍କ ନିଷ୍ପତ୍ତି

ନୟାଗଡ଼ ଅଫିସ,୧୮।୧୧-୨୦୧୮-୧୯ ଖରିଫ ଧାନ ସଂଗ୍ରହରେ  ଭାଗ ନେବେ ନାହିଁ ୩ଟି ଜିଲାର ମିଲର। ଚୁକ୍ତି (ଏଗ୍ରିମେଣ୍ଟ) ପୂର୍ବରୁ ବକେୟା ଟଙ୍କା କ୍ଲିୟର କରିବା,  ସରକାର ମିଲରମାନଙ୍କୁ କେଉଁ କେଉଁ କାମ ପାଇଁ କେତେ ଟଙ୍କା ଦେବେ ତାହା ମିଲରମାନଙ୍କୁ ଜଣାଇଦେବା ଲାଗି ସେମାନେ ଦାବି କରିଛନ୍ତି। 

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍‌ଭିଆଇ

ଭିଜିଲାନ୍ସ ଜାଲରେ ନୟାଗଡ଼ ଏମ୍‌ଭିଆଇ

 ନୟାଗଡ଼ ଅଫିସ,୧୮।୧୧- ନୟାଗଡ଼ ଜିଲା ଏମ୍‌ଭିଆଇ ପ୍ରଭାକର ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ତାଙ୍କଠାରୁ  ନଗଦ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ କରାଯାଇଛି।ସୂଚନା ଅନୁସାରେ, ନୟାଗଡ଼-ଓଡ଼ଗାଁ ରାସ୍ତା ଲେଙ୍କୁଡ଼ିପଡ଼ା ମିଲନ ମାର୍ବଲ୍ସଠାରେ ଏମଭିଆଇ ପ୍ରଭାକର ଘର ଭଡ଼ା ନେଇ ରହୁଥିଲେ। ଶନିବାର ସନ୍ଧ୍ୟା ୭ଟା ୩୦ ମିନିଟରେ ସେ କାର (ନଂ.ଓଡ଼ି ୦୭ ଏଲ୍‌ ୫୯୮୨)ରେ ପରିବାର ସହିତ ବ୍ରହ୍ମପୁର ଷ୍ଟେଶନ ନିକଟରେ ଥିବା ତାଙ୍କ ଘରକୁ ଯାଉଥିଲେ। 

ସହପାଠୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଛନ୍ତି କଲେଜ ଛାତ୍ର

ସହପାଠୀଙ୍କ ଚିକିତ୍ସା ପାଇଁ ଟଙ୍କା ମାଗୁଛନ୍ତି କଲେଜ ଛାତ୍ର

ରଣପୁର,୧୮ା୧୧ (ସ୍ବ.ପ୍ର.)- ଖୋର୍ଦ୍ଧା ଜିଲା ସିକୋ ଫାଣ୍ଡି ମୁକ୍ତାପୁର ଗ୍ରାମର ସନ୍ତୋଷ କୁମାର ଜେନା। ରଣପୁର ମହାବିଦ୍ୟାଳୟରେ ଯୁକ୍ତ ୩ ଶେଷବର୍ଷ କଳା ଶ୍ରେଣୀରେ ପଢନ୍ତି। କିଛିଦିନ ପୂର୍ବେ ସେ ବସ୍‌ରେ ଚଢି କଲେଜ ଆସୁଥିଲା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। 

ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଆଗରେ କେନାଲ

ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟ ଆଗରେ କେନାଲ

ରଣପୁର,୧୮ା୧୧ (ସ୍ବ.ପ୍ର.)- ବିଦ୍ୟାଳୟ ପାଖରେ ପୋଖରୀ, ନାଳ କିମ୍ବା ରାସ୍ତା ଥିଲେ ଏହା ଚତୁଃପାର୍ଶ୍ୱରେ ପାଚେରି କରାଯିବାର ନୟମ ରହିଛି। ହେଲେ ନୟାଗଡ଼ ଜିଲା ରଣପୁର ବ୍ଲକ କାଣ୍ଡପଡା ପଞ୍ଚାୟତର ସୁକଳ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଏହି ବିଦ୍ୟାଳୟ ଆଗରେ କେନାଲ ଯାଇଥିଲେ ସୁଦ୍ଧା ସୁରକ୍ଷା ପ୍ରାଚୀର ନ ଥିବାରୁ ଛୋଟ ପିଲାଙ୍କ ପାଇଁ ସର୍ବଦା ବିପଦପୂର୍ଣ୍ଣ ହୋଇରହିଛି।

ଗଣିଆ ସିଏଚ୍‌ସିରେ ରୋଗୀସେବା ବିପର୍ଯ୍ୟସ୍ତ  ୫ରୁ ୪ ଡାକ୍ତର ପଦବୀ ଖାଲି

ଗଣିଆ ସିଏଚ୍‌ସିରେ ରୋଗୀସେବା ବିପର୍ଯ୍ୟସ୍ତ ୫ରୁ ୪ ଡାକ୍ତର ପଦବୀ ଖାଲି

ଗଣିଆ,୧୮ା୧୧(ଡି.ଏନ୍‌.ଏ.)- ନୟାଗଡ ଜିଲା ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି। ଡେପୁଟେଶନରେ ଥିବା ଜଣେମାତ୍ର ଏମ୍‌ବିବିଏସ୍‌ ଡାକ୍ତର ପ୍ରାୟ ୧୦ ପଞ୍ଚାୟତର ରୋଗୀଙ୍କ ସ୍ବାସ୍ଥ୍ୟସେବା କଥା ବୁଝୁଛନ୍ତି।

ଅରୁଣଙ୍କୁ ହଟାଇବାକୁ ଦାମଙ୍କ ଆହ୍ବାନ

ଅରୁଣଙ୍କୁ ହଟାଇବାକୁ ଦାମଙ୍କ ଆହ୍ବାନ

ନୟାଗଡ଼ ଅଫିସ,୧୮।୧୧-ରାଜ୍ୟ ସରକାର ଦୁର୍ନୀତିକୁ ନୀତି କରିଛନ୍ତି। ନବୀନ ସରକାର ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ କରି  ୨୦୧୯ ନିର୍ବାଚନରେ  ବିଜେଡ଼ିକୁ ହଟାଇବାକୁ ନୟାଗଡ ଜନସାଧାରଣକୁ ଆହ୍ବାନ କରିଛନ୍ତି ପାରାଦୀପ ବିଧାୟକ ଦାମୋଦର ରାଉତ। ଏଥିସହ ବିଧାୟକ ଅରୁଣ କୁମାର ସାହୁଙ୍କୁ ହଟାଇ ନୟାଗଡ଼ରେ ପରିବର୍ତ୍ତନ ଆଣିବାକୁ ଦାମ ଆହ୍ବାନ ଦେଇଛନ୍ତି।  

ଅନୁପ୍ରବେଶକାରୀଙ୍କ ପ୍ରୋତ୍ସାହନରେ ଚାଲିଛି ନିଶା କାରବାର

କେନ୍ଦ୍ରାପଡା ଅପିସ, ୧୮ା୧୧- କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଭିତରକନିକା ଜାତୀୟ ଉଦ୍ୟାନରେ ବସବାସ କରୁଥିବା ସରୀସୃପ, ପକ୍ଷୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି। 

ଜଙ୍ଗଲୀ ବାର୍‌ହା ଉପଦ୍ରବ:  ଖରିଫ ଚାଷ କ୍ଷତିଗ୍ରସ୍ତ

ଜଙ୍ଗଲୀ ବାର୍‌ହା ଉପଦ୍ରବ: ଖରିଫ ଚାଷ କ୍ଷତିଗ୍ରସ୍ତ

କେନ୍ଦ୍ରାପଡା ଅଫିସ, ୧୮ା୧୧- ଗତ ଅଗଷ୍ଟ ଓ ସେପ୍ଟେମ୍ବରରେ ୨ଟି ଲଘୁଚାପ ବର୍ଷା ଜିଲାରେ ହୋଇଛି ା ଏହି ଲଘୁଚାପ ବର୍ଷା ଖରିଫ ଚାଷ ପାଇଁ ଯେତିକି କ୍ଷତି କରିଛି, ତାଠାରୁ ଅଧିକ କ୍ଷତି ଉପାନ୍ତ ଅଞ୍ଚଳରେ ଜଙ୍ଗଲୀ ବାର୍‌ହା କରୁଛି ା