ମେଟ୍ରୋ |

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ଜାରି

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ: ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟା ଜାରି
କାକଟପୁର, ୧୨।୯(ଡି.ଏନ.ଏ): ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଂଶକ୍ତିକରଣ ବିଭାଗ ପକ୍ଷରୁ ବୁଧବାର କାକଟପୁର ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଆରମ୍ଭ ହୋଇଛି। କାକଟପୁର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ସାମର୍ଥ୍ୟ ଅଭିଯାନରେ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଭିନ୍ନକ୍ଷମମାନଙ୍କୁ ପରୀକ୍ଷା ନିରୀକ୍ଷା କାର୍ଯ୍ୟ ଜାରି ରହିଛି। ଭିନ୍ନକ୍ଷମଙ୍କର ପରୀକ୍ଷା କରାଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ସାଙ୍ଗକୁ ପ୍ରମାଣପତ୍ରକୁ ମଧ୍ୟ ନବୀକରଣ କାର୍ଯ୍ୟ କରାଯାଉଛି। କାକଟପୁର ବିଡିଓ ସୁଧିର କୁମାର ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷା ମନୋରମା ସ୍ବାଇଁ, ଜିଲା ପରିଷଦର ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, କାକଟପୁର ସରପଞ୍ଚ ସୌଦାମିନୀ ବରାଳ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି  କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏହି ଅଭିଯାନରେ ୩ଶହରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଛି। 
All Right Reserved By

ମେଟ୍ରୋ |

ପାରାଦୀପରେ ହେବ ବିମାନବନ୍ଦର

ପାରାଦୀପରେ ହେବ ବିମାନବନ୍ଦର

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର।

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌:ବାଂଲାଦେଶୀ ହ୍ୟାକରଙ୍କ ହାତ ସନ୍ଦେହ

ଭୁବନେଶ୍ୱର,୨୪ା୨ (ବ୍ୟୁରୋ):ରାଜ୍ୟର ୬୦ରୁ ଊର୍ଦ୍ଧ୍ୱ ଓ୍ବେବ୍‌ସାଇଟ୍‌ ଶନିବାର ହ୍ୟାକ୍‌ ହୋଇଛି। ହ୍ୟାକର ସମସ୍ତ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌  କରିବା ପରେ ହୋମ୍‌ ପେଜ୍‌ରେ ‘ମ୍ୟାଡ୍‌ ଟାଇଗର’ ଲେଖିଛନ୍ତି। ଏହିସବୁ ଓ୍ବେବ୍‌ସାଇଟ୍‌ ଖୋଲିବା ମାତ୍ରେ ସେଥିରେ ମ୍ୟାଡ୍‌ ଟାଇଗର ଲେଖା ଆସୁଛି। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଶନ, ଶ୍ରୀମନ୍ଦିର ଦଇତାପତି ନିଯୋଗ ସମେତ ଏକାଧିକ ସରକାରୀ କଲେଜର ଓ୍ବେବ୍‌ସାଇଟ୍‌ ଏବଂ ଅନେକ ସରକାରୀ ଅଫିସ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ ହୋଇଛି। 

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ଶ୍ରୀମନ୍ଦିର ସଂସ୍କାର ମାମଲା: ଆମିକସ୍‌ କ୍ୟୁରିଙ୍କ ସହ ଆଲୋଚନା ପରେ ସେବାୟତ ଆଶ୍ୱସ୍ତ

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବାକୁ ମିଳିପାରେ ସୁରକ୍ଷା। ହେଲେ ଏଥିରେ କିଛିଟା ସଂସ୍କାର ଅଣାଯିବ। ଏପରି କି ସଂଖ୍ୟା ମଧ୍ୟ ସୀମିତ କରାଯାଇପାରେ। ଶ୍ରୀମନ୍ଦିର ସଂସ୍କାର ମାମଲାର ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ବିଭିନ୍ନ ପକ୍ଷଙ୍କ ସହ ବୈଠକ ପରେ ଏଭଳି ସୂଚନା ମିଳିଛି।

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ପାରାଦୀପରେ ହେବ ବିମାନବନ୍ଦର: ଖର୍ଚ୍ଚ ହେବ ୯୦୦କୋଟି ଟଙ୍କା

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ହେବ ଆଉ ଏକ ବିମାନବନ୍ଦର। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଛାଡ଼ିଦେଲେ ଝାରସୁଗୁଡ଼ା ବିମାନବନ୍ଦର ମାର୍ଚ୍ଚରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ରାଉରକେଲା, ଉତ୍‌କେଲା, ଜୟପୁର ବିମାନବନ୍ଦର କିଛିମାସ ପରେ ପୂର୍ଣ୍ଣାଙ୍ଗ ରୂପ ନେବ। 

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ଶ୍ରୀମନ୍ଦିର ସମସ୍ୟାକୁ ଧ୍ୟାନ ଦେଇନାହାନ୍ତି ସରକାର: ଗଜପତି

ପୁରୀ ଅଫିସ,୨୪ା୨: ଶ୍ରୀମନ୍ଦିର ଏକ ମହାନ୍‌ ସଂସ୍ଥା। ମହାପ୍ରଭୁଙ୍କର ସବୁ ମହାନ୍‌, ତାଙ୍କ ସମସ୍ୟା ବି ମହାନ୍‌। ତେଣୁ ଶ୍ରୀମନ୍ଦିରରେ କିଛି ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ସବୁକିଛି ବୁଝିବାକୁ ହେବ। 

ସାବାସ୍‌ ସାହସୀ ଅଭିଜିତା: ଲୁଟେରାଙ୍କ ସହ ଲଢ଼ି ଜଣଙ୍କୁ କାବୁକଲେ

ସାବାସ୍‌ ସାହସୀ ଅଭିଜିତା: ଲୁଟେରାଙ୍କ ସହ ଲଢ଼ି ଜଣଙ୍କୁ କାବୁକଲେ

ଭୁବନେଶ୍ୱର, ୨୪।୨(ବ୍ୟୁରୋ): ଅସ୍ତ୍ରଶସ୍ତ୍ରଧାରୀ ଦୁଇଜଣ ଲୁଟେରାଙ୍କ ସହ ଲଢ଼ି ଚର୍ଚ୍ଚାକୁ ଆସିଛନ୍ତି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀ ମଳୟବିହାରରେ ରହୁଥିବା ମହିଳା ଅଭିଜିତା ମହାପାତ୍ର। ତାଙ୍କ ସାହାସିକତାକୁ ନେଇ ଏବେ ସବୁଠି ମିଳିଛି ସାବାସି।

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସତ୍ୟାନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସତ୍ୟାନନ୍ଦ ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସତ୍ୟାନନ୍ଦ ଆଚାର୍ଯ୍ୟ (୮୪)ଙ୍କ ଶୁକ୍ରବାର ପରଲୋକ ହୋଇଛି। ରାତି ୯ଟା ୪୫ରେ ନୟାପଲ୍ଲୀସ୍ଥିତ ବାସଭବନରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।  

ବେହତର୍‌ ଇଣ୍ଡିଆ ଅଭିଯାନ: ଗୌରବ ଆଣିଲେ ଓଡ଼ିଆ ଛାତ୍ର ରିଷଭ

ବେହତର୍‌ ଇଣ୍ଡିଆ ଅଭିଯାନ: ଗୌରବ ଆଣିଲେ ଓଡ଼ିଆ ଛାତ୍ର ରିଷଭ

ଭୁବନେଶ୍ୱର, ୨୪।୨(ବ୍ୟୁରୋ)- ପୁଣି ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ରିଷଭ। ଭୁବନେଶ୍ୱରର କିଟ୍‌ ଇଣ୍ଟରନ୍ୟାଶନାଲ୍‌ ସ୍କୁଲର ଛାତ୍ର ରିଷଭ ସୁଆର ବେହତର ଇଣ୍ଡିଆ ଅଭିଯାନରେ ବାତାବରଣ ବର୍ଗରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। 

ଏସ୍‌ସିବି ମେଡିକାଲ: ୬ ବିଭାଗରେ ଯନ୍ତ୍ରପାତି ଅଭାବ: ଠିକ୍‌ ଚିକିତ୍ସା ନ ପାଇ ଫେରୁଛନ୍ତି ରୋଗୀ

ଏସ୍‌ସିବି ମେଡିକାଲ: ୬ ବିଭାଗରେ ଯନ୍ତ୍ରପାତି ଅଭାବ: ଠିକ୍‌ ଚିକିତ୍ସା ନ ପାଇ ଫେରୁଛନ୍ତି ରୋଗୀ

କଟକ ଅଫିସ,୨୪।୨- ଫେବୃୟାରୀ ପହିଲାରୁ ରାଜ୍ୟରେ ଚିକିତ୍ସା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। କେବଳ କ୍ୟାବିନ୍‌କୁ ଛାଡିଦେଲେ ଅନ୍ୟ କୌଣସି  ବାବଦରେ ରୋଗୀଙ୍କୁ ଗୋଟିଏ ଟଙ୍କା ଦେବାକୁ ପଡିବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବୋର୍ଡର କଡା ଆଭିମୁଖ୍ୟ : ୧୧ ନିଲମ୍ବିତ, ୫ ଗିରଫ

ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ବୋର୍ଡର କଡା ଆଭିମୁଖ୍ୟ : ୧୧ ନିଲମ୍ବିତ, ୫ ଗିରଫ

କଟକ ଅଫିସ/ ନୂଆପଡ଼ା ଅଫିସ, ୨୪।୨- ମାଟ୍ରିକ ପରୀକ୍ଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। ଶୁକ୍ରବାର ୪ଜଣ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ସମେତ ୭ଜଣ ନିଲମ୍ବିତ ହୋଇଥିଲାବେଳେ ଶନିବାର ଆଉ ୪ଜଣଙ୍କୁ ନିଲମ୍ବିତ କରାଯାଇଛି। 

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

‘ନିର୍ବାଚନ ଜିତିବା ପାଇଁ କାମ ହିଁ ଯଥେଷ୍ଟ’

ଭୁବନେଶ୍ୱର,୨୩।୨(ବ୍ୟୁରୋ)- ନିର୍ବାଚନ ଜିତିବା ପାଇଁ ଆମ କାମ ହିଁ ଯଥେଷ୍ଟ। ୨୦ ବର୍ଷ ମଧ୍ୟରେ  ରାଜ୍ୟର ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା(ବିପିଏଲ୍‌) ଉପରକୁ ଉଠିପାରିଛନ୍ତି। 

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ପ୍ରଚଣ୍ଡ ତାତି, ପାରଦ ୩୯ ଡିଗ୍ରୀ ଟପିଲା: ୨୪ରୁ ବର୍ଷା

ଭୁବନେଶ୍ୱର,୨୩ା୨(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଫେବୃୟାରୀ ଅଧା ବେଳକୁ ପରିସ୍ଥିତି ସଙ୍ଗୀନ ହେଲାଣି। ପାରଦ ୪୦ ଡିଗ୍ରୀ ପାଖକୁ ଆସିଲାଣି।