ମେଟ୍ରୋ |

ନୂଆଗାଁ ଖଲାସୀ ନାଳରେ ଘାଇ: ଚାଷ ଜମି ଜଳମଗ୍ନ

ନୂଆଗାଁ ଖଲାସୀ ନାଳରେ ଘାଇ: ଚାଷ ଜମି ଜଳମଗ୍ନ
ସାକ୍ଷୀଗୋପାଳ, ୧୨।୯(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ପାରକେଣା ରାଉତସାହି ନିକଟରେ ନୂଆଗାଁ ଖଲାସୀନାଳରେ ବନ୍ୟା ଜଳ ମାଡ଼ି ଆସିବାରୁ ଏକ ଘାଇ ସୃଷ୍ଟି ହୋଇଛି। ଫଳରେ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି। ଆଖପାଖ ପ୍ରାୟ ୧୫ଶହ ଏକର ଜମିରେ ଫସଲ ହାନି ଆଶଙ୍କା କରାଯାଉଛି। ପ୍ରଶାସନ ପହଞ୍ଚିବା ପୂର୍ବରୁ ଘାଇ ବନ୍ଧାଇବାକୁ ବାଉଁଶ ଓ ବିଲାତି ଦଳ ସାହାଯ୍ୟରେ ଉଦ୍ୟମ ଚଳାଇଛନ୍ତି। ବଳଙ୍ଗା ଅଞ୍ଚଳରୁ ଅଧିକ ବନ୍ୟାଜଳ ଉକ୍ତ ଖଲାସୀ ନାଳ ସାହାଯ୍ୟରେ ନୂଆ ନଈ ମାଧ୍ୟମରେ ସମୁଦ୍ରକୁ ଖଲାସ ହୋଇଥାଏ।
All Right Reserved By

ମେଟ୍ରୋ |

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ରେବସା ମଠରୁ ଠାକୁର ଗାଏବ ପ୍ରସଙ୍ଗ: ଉଦ୍‌ବେଗ ପ୍ରକାଶ କଲେ ମଠାଧୀଶ, ଗବେଷକ

ପୁରୀ ଅଫିସ,୧୭ା୧୧: ପୁରୀର ଗୋଟିଏ ପରେ ଗୋଟିଏ ମଠ ଅସାମାଜିକଙ୍କ କବ୍‌ଜାକୁ ଚାଲିଯାଉଛି। ମଠ ମହନ୍ତଙ୍କୁ ଭୟଭୀତ କରି ତଡ଼ିଦେବା ପରେ ସେଠାରେ ଆଡ୍ଡା ଜମାଉଛନ୍ତି। ସଞ୍ଜ ନଇଁଲେ ଜମୁଛି ନିଶାର ଆସର। 

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ଔଷଧ ଦୋକାନୀଙ୍କୁ ଲୁଟ୍‌ ଉଦ୍ୟମ: ବାଇକ୍‌, କଟୁରି ଛାଡି ପଳାଇଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ରାଧାକୃଷ୍ଣ ମେଡିସିନ୍‌ ଷ୍ଟୋର ମାଲିକଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଲୁଟ ଉଦ୍ୟମ ହୋଇଛି। ଦୋକାନୀଙ୍କ ଉପସ୍ଥିତ ବୃଦ୍ଧିଯୋଗୁ ଲୁଟେରାମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଶେଷରେ ଧରାପଡିଯିବା ଭୟରେ ସେମାନେ ବାଇକ୍‌ ଏବଂ ମାରଣାସ୍ତ୍ର ଛାଡ଼ି ଫେରାର ହୋଇଯାଇଛନ୍ତି। 

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଖାକିବାବୁଙ୍କ ବାସ୍ତୁ ଚିନ୍ତା: ଉଦ୍‌ଘାଟନ ପରଠାରୁ ତାଲା ପଡ଼ିଛି, ଭୟରେ କାର୍ଯ୍ୟାଳୟରେ ପଶୁନାହାନ୍ତି

ଭୁବନେଶ୍ୱର, ୧୭ା୧୧(ବ୍ୟୁରୋ)- କମିଶନରେଟ ପୋଲିସରେ କାର୍ଯ୍ୟରତ ପୋଲିସ ଅଫିସରଙ୍କୁ ଏବେ ବାସ୍ତୁଚିନ୍ତା ଘାରିଛି। ଅଫିସରେ କାର୍ଯ୍ୟ ସମୟରେ ମଧ୍ୟ ବାସ୍ତୁ ଉପରେ ଧ୍ୟାନ ଦେଉଛନ୍ତି। ଅଫିସରେ କେଉଁ ଜାଗାରେ ବସିଲେ ଭଲ ହେବ, କେଉଁଠି ବସିଲେ ଖରାପ ହେବ ତାହାକୁ ବି ଗୁରୁତ୍ୱ ଦେଉଛନ୍ତି।

୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଆଓ୍ବାର୍ଡ: ଜେ.କେ. ମହାନ୍ତିଙ୍କୁ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର

୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଆଓ୍ବାର୍ଡ: ଜେ.କେ. ମହାନ୍ତିଙ୍କୁ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର

ଭୁବନେଶ୍ୱର,୧୭।୧୧(ବ୍ୟୁରୋ)- ଓଡ଼ିଶା ଡାଏରୀ ପକ୍ଷରୁ ୮ମ ଓଡ଼ିଶା ଲିଭିଙ୍ଗ୍‌ ଲିଜେଣ୍ଡ ଏବଂ ଯୁବ ପ୍ରେରଣା ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଶା ଡାଏରୀ ଜାତୀୟ ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର ଆରମ୍ଭ କରିଛି। ଅକ୍ଷୟପାତ୍ର ଫାଉଣ୍ଡେଶନ ଅଧ୍ୟକ୍ଷ ମଧୁପଣ୍ଡିତ ଦାସଙ୍କୁ ଏଥର ପ୍ରଥମ ଜାତୀୟ ଲିଭିଙ୍ଗ୍‌ ଲିଜେଣ୍ଡ ପୁରସ୍କାର ୨୦୧୮ ପ୍ରଦାନ କରାଯାଇଛି।

୭ ମହାଦେଶର ୭ ଉଚ୍ଚତମ ପର୍ବତ ଶିଖର ଛୁଇଁବା ଲକ୍ଷ୍ୟ: ଅର୍ଥ ସାଜିଛି ବାଧକ

୭ ମହାଦେଶର ୭ ଉଚ୍ଚତମ ପର୍ବତ ଶିଖର ଛୁଇଁବା ଲକ୍ଷ୍ୟ: ଅର୍ଥ ସାଜିଛି ବାଧକ

ଭୁବନେଶ୍ୱର,୧୭।୧୧(ସସ୍ମିତା ପାଇକରାୟ)- ଏକ ସାଧାରଣ ପରିବାରର ହୋଇ ବି ଶିଖରରେ ପହଞ୍ଚିବା ତାଙ୍କ ସ୍ବପ୍ନ। କିଛି ଅସାଧାରଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଏବଂ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢ଼ି ରାଜ୍ୟ ଓ ଦେଶର ନାମକୁ ଗୌରବାନ୍ବିତ କରିବା ପାଇଁ ତାଙ୍କର ରହିଛି ଉଚ୍ଚ ଆଶା। 

ଚିଲିକା: ରାତିରେ ଚାଲିଛି ବିଦେଶୀ ପକ୍ଷୀ ଶିକାର

ଚିଲିକା: ରାତିରେ ଚାଲିଛି ବିଦେଶୀ ପକ୍ଷୀ ଶିକାର

କଣାସ, ୧୬।୧୧(ସ୍ବ.ପ୍ର.)-ଉତ୍ତର ଗୋଲାର୍ଦ୍ଧରେ ଶୀତର ପ୍ରକୋପ ବୃଦ୍ଧିପାଇବାରୁ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ସୁଅଛୁଟିଛି। ବିଦେଶୀପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ଚିଲିକା। ପ୍ରତ୍ୟେକ ବର୍ଷ ବିଭିନ୍ନ ଦେଶରୁ ୬ଲକ୍ଷରୁ ୮ଲକ୍ଷ ପର୍ଯ୍ୟନ୍ତ ବିଦେଶୀପକ୍ଷୀ ଆସି ଚିଲିକାରେ ପହଞ୍ଚୁଥିବା ଗଣନାରୁ ଜଣାପଡିଛି। 

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ପାଇଲେ ପ୍ରାଣନାଥ ସଙ୍ଗୀତ ସମ୍ମାନ

କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ପାଇଲେ ପ୍ରାଣନାଥ ସଙ୍ଗୀତ ସମ୍ମାନ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମହାନ ସ୍ବାଧୀନତା ସଂଗ୍ରାମୀ, ବିପ୍ଳବୀ ଜନନେତା ସ୍ବର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଶୁକ୍ରବାର ୧୧୩ ତମ ଜୟନ୍ତୀ । ଏ ନେଇ  ପ୍ରାଣନାଥ ସଙ୍ଗୀତ ସମ୍ମାନ ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।

ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୧୬।୧୧: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲ୍ଳକ ପ୍ରଧାନସାହି ପଞ୍ଚାୟତର ପୋଖରୀ, ପରିନାଳ ଓ ଶ୍ମଶାନ ଘାଟ ବିଲ୍ଡରମାନଙ୍କ ପକ୍ଷରୁ ଜବରଦଖଲ କରାଯାଇଛି। ଏ ନେଇ ପଞ୍ଚାୟତବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଖୋର୍ଦ୍ଧାରେ ପ୍ରାଣନାଥଙ୍କଖ ଜୟନ୍ତୀ

ଖୋର୍ଦ୍ଧାରେ ପ୍ରାଣନାଥଙ୍କଖ ଜୟନ୍ତୀ

ଖୋର୍ଦ୍ଧା ଅଫିସ,୧୬।୧୧:  ସ୍ବାଧୀନତା ସଂଗ୍ରାମୀ, ବ୍ୟବସ୍ଥାପକ, ପ୍ରଗତିଶୀଳ ସାହିତି୍ୟକ, ଶିକ୍ଷାବିତ୍‌ ତଥା ପ୍ରାଣନାଥ ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରାଣନାଥ ପଟ୍ଟନାୟକଙ୍କ ଜୟନ୍ତୀ ଶୁକ୍ରବାର ଖୋର୍ଦ୍ଧାରେ ପାଳିତ ହୋଇଛି ।

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଆଜିଠାରୁ ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହ ଆରମ୍ଭ, ଏସ୍‌ଏନ୍‌ସିୟୁରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ସ୍ବାସ୍ଥ୍ୟକେନ୍ଦ୍ର ପୁରସ୍କୃତ

ଭୁବନେଶ୍ୱର,୧୬।୧୧(ବ୍ୟୁରୋ): ରାଜ୍ୟସ୍ତରୀୟ ନବଜାତ ଯତ୍ନ ସପ୍ତାହକୁ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଶୁଭାରମ୍ଭ କରିବା ସହ ଶିଶୁଙ୍କ ଚିକିତ୍ସା ନିମନ୍ତେ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କ ତାଲିମ ନିମନ୍ତେ ତାଲିମ୍‌ଦାତାମାନଙ୍କର ତାଲିମ୍‌ କାର୍ଯ୍ୟକ୍ରମକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

୧୯୫ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ

କଟକରୋଡ, ୧୬।୧୨(ଡି.ଏନ.ଏ): ରାଜଧାନୀର ନୟାପଲ୍ଲୀ ଥାନା ଅଧୀନ ଆଦିବାସୀ ଗାଁରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସହଦେବ ଦାସ ଓ ବୁଲୁ ନାୟକ। 

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ ମନ୍ଦିରରେ ଦେବନୀତି ବନ୍ଦ, ସେବାୟତଙ୍କ ଧାରଣା

ସାକ୍ଷୀଗୋପାଳ, ୧୬।୧୨(ଡି.ଏନ.ଏ): ଶନିବାର ଅଁଳାନବମୀ। ଏହି ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦଦର୍ଶନ ଅନଷ୍ଠିତ ହେବ। ଭକ୍ତମାନେ କିଭଳି ସୁବିଧାରେ ଦର୍ଶନ କରିବେ ସେଥିପାଇଁ ଦୁଇ ଦୁଇଟି ସମ୍ମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଲୋଚନା କରାଯାଇ ନାହିଁ।