ଉପକୂଳ ଓଡିଶା

ବିଭିନ୍ନ ସ୍ଥାନରୁ ଚୋରି ଘଟଣା: ଜଣେ ଗିରଫ

ବିଭିନ୍ନ ସ୍ଥାନରୁ ଚୋରି ଘଟଣା: ଜଣେ ଗିରଫ
ଡେରାବିଶ, ୧୨।୯ (ସ୍ବ.ପ୍ର.)-ଡେରାବିଶ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି, ରାହାଜାନି ଓ ଲୁଟ୍‌ ଘଟଣାରେ ପୋଲିସ ମଙ୍ଗଳବାର ଜଣଙ୍କୁ ଗିରଫ କରିଛି। ସେ ହେଲେ ଥାନା ଅଧୀନ ଏଣ୍ଡର ଅଞ୍ଚଳର ସୌମ୍ୟରଞ୍ଜନ ରାଉତ। ସୂଚନା ମୁତାବକ, ଗତ ୭ ତାରିଖ ରାତିରେ ନୀଳକଣ୍ଠପୁର-୧ ଗ୍ରାମର ପ୍ରହଲ୍ଲାଦ ବେହେରାଙ୍କ ତେଜରାତି ଓ ଲୁଗା ଦୋକାନରୁ ଚୋରି ହୋଇଥିଲା। ପ୍ରହଲ୍ଲାଦଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୧୨୬/୧୮ ନଂ.ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ପୂର୍ବରୁ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାରେ ସୌମ୍ୟ ଅଭିଯୁକ୍ତ ଥିବା ବେଳେ ଏହି ଘଟଣାରେ ମଧ୍ୟ ସୌମ୍ୟଙ୍କ ସମ୍ପୃକ୍ତି ରହିଥିବା ପୋଲିସ ଜାଣିବାକୁ ପାଇଥିଲା। ସୌମ୍ୟ ତାଙ୍କ ଏଣ୍ଡରସ୍ଥିତ ଘରେ ଥିବା ଖବରପାଇ ମଙ୍ଗଳବାର ଭୋରରୁ ଏସ୍‌ଆଇ ବିଜୟ କୁମାର ଖଟୁଆ ଓ ଏଏସ୍‌ଆଇ ଭାଗବତ ମାହାଳୀ ତାଙ୍କୁ ଗିରଫ କରିଥିଲେ। ପୂର୍ବରୁ ସୌମ୍ୟଙ୍କ ନାମରେ କେନ୍ଦ୍ରାପଡ଼ା  ସମେତ କଟକ, ଯାଜପୁର ଜିଲାର ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ କହିଛି।
All Right Reserved By

ଉପକୂଳ ଓଡିଶା

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୋଲଗଡ଼,୨୩ା୨(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଶ୍ରୀରାମପୁର ନୂଆ ସାହିରେ ମା’ଦୁଲଣାଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। 

ଉପର ମଣିନାଗକୁ ଆଲୋକୀକରଣ, ଭିତ୍ତିିପ୍ରସ୍ତର ସ୍ଥାପନ

ଉପର ମଣିନାଗକୁ ଆଲୋକୀକରଣ, ଭିତ୍ତିିପ୍ରସ୍ତର ସ୍ଥାପନ

ରଣପୁର,୨୩ା୨(ସ୍ବ.ପ୍ର.)-ନୟାଗଡ଼ ଜିଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ମା’ ମଣିନାଗ ପୀଠକୁ ଯାଇଥିବା ୫ କିଲୋମିଟରରୁ ଊର୍ଦ୍ଧ୍ୱ ଉଚ୍ଚ ପାହାଡ଼ ଉପର ରାସ୍ତାର ଆଲୋକୀକରଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  

ଭାରତ ବିକାଶ ପରିଷଦ ଶାଖା ସ୍ଥାପନ ସମାରୋହ

ଭାରତ ବିକାଶ ପରିଷଦ ଶାଖା ସ୍ଥାପନ ସମାରୋହ

ଓଡ଼ଗାଁ, ୨୩ା୨(ସ୍ବ.ପ୍ର.)-ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣର ବାର୍ତ୍ତା ବହନ କରୁଥିବା ଭାରତ ବିକାଶ ପରିଷଦ ଓଡଗାଁରେ ରାଜ୍ୟର ୨୨ ତମ ଶାଖା ସ୍ଥାପନ କରିଛି ା ଏହି ଅବସରରେ ଶୁକ୍ରବାର ସ୍ଥାନୀୟ ଅଫିସର୍ସ କ୍ଲବ୍‌ ପରିସରରେ ନାରାୟଣ ବେହେରାଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି। 

୧୩ ନୂତନ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

୧୩ ନୂତନ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର

ଖଣ୍ଡପଡ଼ା,୨୩ା୨(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ୧୩ଟି ନୂତନ ଉଠା ଜଳସେଚନ ପ୍ରକଳ୍ପ ନିମନ୍ତେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଦ୍ୱାରା ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ା ଉଠା ଜଳସେଚନ ନିଗମ(ନୟାଗଡ଼)ଡିଭିଜନ ପକ୍ଷରୁ ଏହି ଅବସରରେ ସମାବେଶ ଆୟୋଜିତ ହୋଇଥିଲା। 

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ରାଜନୈତିକ ଆକ୍ରୋଶରୁ ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼

ବିରିଡ଼ି/ବାଲିଆ,୨୩।୨(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ୭ଟାରେ ବୋମାମାଡ଼ ହୋଇଛି। ତେବେ ଏଥିରେ କୌଣସି ଜୀବନହାନୀ ଘଟି ନ ଥିଲେ ମଧ୍ୟ ଘର ନିକଟରେ ଥିବା କାର କ୍ଷତିଗ୍ରସ୍ତ ହୋଇଛି। ବୋମା ବିସ୍ଫୋରଣରେ କାର ପଛ ପାର୍ଶ୍ୱ ଚେପା ହୋଇଯିବା ସହ କାଚ ଭାଙ୍ଗିଯାଇଛି।

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ବନ ଉଜାଡ଼ି ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା

ପାରାଦୀପ,୨୩ା୨(ସ୍ବ.ପ୍ର.): ସରକାରୀ ନଥିପତ୍ରରେ ଏବେ ବି ପାରାଦୀପର ମହାନଦୀ ମୁହାଣଠାରୁ ଜଗତ୍‌ସିଂହପୁର ଜିଲାର ହରିଶପୁର-ମରିଚିପୁର ପର୍ଯ୍ୟନ୍ତ ବେଳାଭୂମିକୁ ସଂରକ୍ଷିତ ଜଙ୍ଗଲ କୁହାଯାଉଛି। ଏଥିସହ ୨୦୧୭-୧୮ ବର୍ଷରେ ସେହି ସଂରକ୍ଷିତ ଜଙ୍ଗଲରେ ଥିବା ପଶୁପକ୍ଷୀଙ୍କ ପାଇଁ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ପୋଖରୀ ଖୋଳାଯାଇଛି।

ଜଗତସିଂହପୁରରେ ମାଟ୍ରିକ ପରୀକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା

ଜଗତସିଂହପୁରରେ ମାଟ୍ରିକ ପରୀକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା

ଜଗତସିଂହପୁର ଅଫିସ, ୨୨।୨: ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏହି ପରୀକ୍ଷାକୁ ନେଇ ଜଗତସିଂହପୁର ଜଲା ଶିକ୍ଷା ବିଭାଗ  ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲାର ମୋଟ ୨୯୨ଟି ବିଦ୍ୟାଳୟର ୧୬ ହଜାର ୧୭୬ ଛାତ୍ରଛାତ୍ରୀ ୯୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ

କେନ୍ଦ୍ରାପଡ଼ାରେ ଲଜ୍ଜା: ୩ ବର୍ଷ ଶିଶୁକନ୍ୟାଙ୍କୁ ବଳାତ୍କାର, ଅଭିଯୁକ୍ତ ନାବାଳକ କୋର୍ଟ ଚାଲାଣ

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ମେରାଇନ ଥାନା ଅଞ୍ଚଳରେ ଶୁକ୍ରବାର ଜଣେ ୩ ବର୍ଷୀୟ ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଛି। ପଡ଼ୋଶୀ ଘରର ଜଣେ ନାବାଳକ ତାଙ୍କୁ ବଳାତ୍କାର କରିଥିବା ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। 

ଚାଷୀ ଆନ୍ଦୋଳନ ଓ ଓଡ଼ିଶା ବନ୍ଦ

ଚାଷୀ ଆନ୍ଦୋଳନ ଓ ଓଡ଼ିଶା ବନ୍ଦ

ବୋଲଗଡ଼,୨୨ା୨(ଡି.ଏନ.ଏ.)-ବିଭିନ୍ନ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ଡାକରାରେ ଗୁରୁବାର ବୋଲଗଡ଼ ଓ ଗେଡ଼ିଆପଲ୍ଲୀଠାରେ ଓଡ଼ିଶା ବନ୍ଦ ପାଳିତ ହୋଇଯାଇଛି। 

ବନ୍ଦ ପାଇଁ ରାସ୍ତାରୋକୋ

ବନ୍ଦ ପାଇଁ ରାସ୍ତାରୋକୋ

ନିରାକାରପୁର,୨୨ା୨(ଡି.ଏନ.ଏ.)-ପ୍ରାଇସ୍‌, ପେନ୍‌ସନ୍‌ ତଥା ପ୍ରେଷ୍ଟିଜ୍‌ ଭଳି ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଓଡ଼ିଶା ବନ୍ଦ କରାଯାଇଛି। 

ବନ୍ଦରକୁ ଦିଆଯାଉ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ବନ୍ଦରକୁ ଦିଆଯାଉ ପର୍ଯ୍ୟଟନସ୍ଥଳୀ ମାନ୍ୟତା

ବାଲିକୁଦା,୨୧ା୧(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକର ସମୁଦ୍ର ଉପକୂଳ ବନ୍ଦରକୁ ପଯର୍‌ୟଟନସ୍ଥଳୀର ମାନ୍ୟତା ଦାବି କରି ତଳମାଳ ବିକାଶ ମଞ୍ଚ ପକ୍ଷରୁ ଗୁରୁବାର ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତଳମାଳ ବିକାଶ ମଞ୍ଚ ସଭାପତି ଡାକ୍ତର ଶଶାଙ୍କଶେଖର ସାହାଣୀଙ୍କ ନେତୃତ୍ୱରେ ମଞ୍ଚର ଶତାଧିକ ସଭ୍ୟ