ଉପକୂଳ ଓଡିଶା

ସିହୋପଡା ଓ ଦୋବନ୍ଧା ରାସ୍ତା ୧୫ ବର୍ଷ ହେଲା ନିର୍ମାଣ ସରୁନି

କେନ୍ଦ୍ରାପଡା ଅଫିସ୍‌, ୧୨।୯-ରାଜକନିକାର ବ୍ଲକ ସିହୋପଡା ଓ ଦୋବନ୍ଧା ପଞ୍ଚାୟତର ମାତ୍ର ଦେଢ଼ କିଲୋମିଟର ରାସ୍ତା ଏବେ ଏହି ପଞ୍ଚାୟତବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଗତ ଲଘୁଚାପଜନିତ ବର୍ଷା ଯୋଗୁ ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ଲୋକମାନେ ପ୍ରାୟ ୧୫ କିଲୋମିଟର ରାସ୍ତା ବୁଲି ବୁଲି ଯା’ଆସ କରୁଛନ୍ତି। ୨୦୦୩ ମସିହାରୁ ନିର୍ମାଣାଧୀନ ଏହି ରାସ୍ତାରେ ଅଣ୍ଟାଏ ଉଚ୍ଚର ବର୍ଷା ଓ ବନ୍ୟାଜଳ ଲହଢ଼ି ମାରୁଛି। ୧୫ ବର୍ଷ ଧରି ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଆଗାମୀ ଦିନରେ ଦୁଇ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
All Right Reserved By

ଉପକୂଳ ଓଡିଶା

ପଦଯାତ୍ରା ସମାବେଶରେ ଦାମଙ୍କ ଉପରେ ବର୍ଷିଲେ ଦେବାଶିଷ

ପଦଯାତ୍ରା ସମାବେଶରେ ଦାମଙ୍କ ଉପରେ ବର୍ଷିଲେ ଦେବାଶିଷ

କୁଜଙ୍ଗ,୧୯ା୧୧(ସ୍ବ.ପ୍ର): କୁଜଙ୍ଗ ବ୍ଲକ ୪ ନମ୍ବର ଜୋନର ବିଶ୍ୱାଳି ଡ୍ରାମା ପଡିଆଠାରେ  ରବିବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ସ୍ଥାନୀୟ ବିଧାୟକ ଡା. ଦାମୋଦର ରାଉତଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। 

କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆଉ ୩ ଦିନ : ଦାମଙ୍କ ସହ ମଞ୍ଚରେ ବସିବ କିଏ

କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଆଉ ୩ ଦିନ : ଦାମଙ୍କ ସହ ମଞ୍ଚରେ ବସିବ କିଏ

ପାରାଦୀପ,୧୯ା୧୧(ସ୍ବ.ପ୍ର.): ପାରାଦୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ମହୋତ୍ସବକୁ ନେଇ ଏବେଠାରୁ ଉତ୍କଣ୍ଠା ପ୍ରକାଶ ପାଇଲାଣି। ଅନ୍ୟବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଏଥିରେ ଅଧିକ ରାଜନୈତିକ ଛୁଙ୍କ ଅନୁଭୁତ ହେଉଛି।

ଗ୍ରାମ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ,  ଗାଡି ଅଟକାଇଲେ ଗ୍ରାମବାସୀ

ଗ୍ରାମ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ, ଗାଡି ଅଟକାଇଲେ ଗ୍ରାମବାସୀ

ଡୁବୁରୀ, ୧୯ା୧୧(ଡି.ଏନ୍‌.ଏ.)- ଡୁବୁରୀ -ନରଣ ପୁର ରାଜ୍ୟ ରାଜପଥର ଜଟାଧାରୀ ଛକ ନିକଟରୁ ବାଲିଆପାଳ ଗ୍ରାମ ରାସ୍ତାଦେଇ ଭାରିଯାନ ଚଳାଚଳ କରୁଛନ୍ତି। ଫଳରେ ରାସ୍ତାଟି ଶୋଚନୀୟ ହୋଇପଡିବା ସହ ଦୁର୍ଘଟଣା ବଢିବାରେ ଲାଗିଛି।

ଇମ୍ଫା ଖଣିରେ ଦୁର୍ଘଟଣାରେ ସଫେଇ କର୍ମଚାରୀ ଗୁରୁତର:  ସୁରକ୍ଷାକୁ ନେଇ ଶ୍ରମିକ ସଂଘର ଚେତାବନୀ

ଇମ୍ଫା ଖଣିରେ ଦୁର୍ଘଟଣାରେ ସଫେଇ କର୍ମଚାରୀ ଗୁରୁତର: ସୁରକ୍ଷାକୁ ନେଇ ଶ୍ରମିକ ସଂଘର ଚେତାବନୀ

କାଳିଆପାଣି, ୧୯ା୧୧(ଡି.ଏନ୍‌.ଏ.)- ଇମ୍ଫା ଖଣିରେ ରବିବାର ଦୁର୍ଘଟଣାରେ ଜଣେ ସଫେଇ କର୍ମଚାରୀଙ୍କ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି। ଏହାକୁ ନେଇ ଶ୍ରମିକ ସଂଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା।

ଅଗ୍ନିକାଣ୍ଡରେ ଜଳିଗଲା ୫ ଘର

ଅଗ୍ନିକାଣ୍ଡରେ ଜଳିଗଲା ୫ ଘର

ସୁକିନ୍ଦା, ୯ା୧୧(ଡି.ଏନ୍‌.ଏ.)- ସୁକିନ୍ଦା ଥାନା ଅନ୍ତର୍ଗତ ପୁବଳ ଗ୍ରାମରେ ଅଗ୍ନିକାଣ୍ଡରେ ଟିକନ ମୁଣ୍ଡାଙ୍କ ୫ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି ା ଅଗ୍ନିକାଣ୍ଡରେ ନଗଦ ୨୫ ହଜାର ଟଙ୍କା ସମେତ ଚାଉଳ ଏବଂ ଆସବାବ ପତ୍ର  ପୋଡି ନଷ୍ଠ ହୋଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

୩ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

୩ ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା

ଧର୍ମଶାଳା, ୧୯ା୧୧(ଡି.ଏନ୍‌.ଏ.)- ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୩ଟି ପଞ୍ଚାୟତରେ ରବିବାର ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।  ଚୋରମୁହାଁ ଗ୍ରାମର ବଜାରଗଡାରୁ କର୍ମୀଙ୍କ ସହ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତାରାୟ ପଦଯାତ୍ରା ଆରମ୍ଭ କରିଥିଲେ।

ପଛରୁ ପିଟିଲା ଟିପ୍ପର:   ବାପ ମୃତ, ପୁଅ ଗୁରୁତର

ପଛରୁ ପିଟିଲା ଟିପ୍ପର: ବାପ ମୃତ, ପୁଅ ଗୁରୁତର

ଚଢେଇଧରା/ ଧର୍ମଶାଳା, ୧୯ା୧୧(ଡି.ଏନ୍‌.ଏ.)-  ଚଣ୍ଡିଖୋଲ-ଡୁବୁରୀ ୫୩ନଂ ଜାତୀୟ ରାଜପଥ ମାଣ୍ଡିଆ ଛକଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌କୁ ପଛରୁ ଏକ ଟିପ୍ପର ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଗାଡି ଡ୍ରାଇଭର ଘଟଣାସ୍ଥଳରୁୁ ଫେରାର ହୋଇଯାଇଛନ୍ତିି ।

ଅତ୍ୟାଧୁନିକ ପାର୍କ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ:  ବୋଟିଂ ସହିତ ରହିବ ରୋପ୍‌ୱେ ବ୍ୟବସ୍ଥା

ଅତ୍ୟାଧୁନିକ ପାର୍କ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ: ବୋଟିଂ ସହିତ ରହିବ ରୋପ୍‌ୱେ ବ୍ୟବସ୍ଥା

ନୟାଗଡ଼ ଅଫିସ,୧୯ା୧୧- ନୟାଗଡ଼ ସହରରେ ତିଆରି ହେବ ଅତ୍ୟାଧୁନିକ ପାର୍କ। ଏଥିରେ ରୋପ୍‌ୱେ ସହିତ ୱାଚ ଟାୱାର, ବୋଟିଂ, ଶିଶୁ ପାର୍କ, ମ୍ୟୁଜିକାଲ୍‌ ଫାଉଣ୍ଡେଶନ୍‌, ରକ୍‌ କ୍ଲାଇମିଙ୍ଗ ଭଳି ସୁବିଧା ରହିବ। ଫଳରେ ଜିଲାବାସୀଙ୍କ ବହୁ ବର୍ଷର ସ୍ବପ୍ନ ସାକାର ହେବ। 

ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ:  ପୋଲିସ ଜନତାଙ୍କ ବନ୍ଧୁ

ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ: ପୋଲିସ ଜନତାଙ୍କ ବନ୍ଧୁ

 ଗଣିଆ,୧୯ା୧୧(ଡି.ଏନ୍‌.ଏ.)- ନୟାଗଡ଼ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ପ୍ରଥମ ପୋଲିସ ଜନସମ୍ପର୍କ ମୈତ୍ରୀ ଉତ୍ସବ ରବିବାର ଗଣିଆ ଥାନା ବଡମୂଳ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି।

ନୂଆଗାଁ ବ୍ଲକ: ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ

ନୂଆଗାଁ ବ୍ଲକ: ସୂଚନା ଅଧିକାର ଆଇନରେ ମିଳୁନି ତଥ୍ୟ

ନୂଆଗାଁ,୧୯ା୧୧ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ବଳରେ କିଛି ତଥ୍ୟ ମାଗିଲେ ତାହା ମିଳୁ ନ ଥିବା ଅଭିଯୋଗ ହେଉଛି। ଏପରି କି ଅଧିକାରୀଙ୍କୁ ଅପିଲ କଲାପରେ ବି ସୁଫଳ ମିଳୁନି।

ପାଣିରେ ବୁଡି ନାବାଳକ ମୃତ

ପାଣିରେ ବୁଡି ନାବାଳକ ମୃତ

ତିର୍ତ୍ତୋଲ,୧୮।୧୧ (ଡି.ଏନ୍‌.ଏ.)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଈପୁର ହାଟ ନିକଟ  ହସୁଂଆ ନଦୀରେ ରବିବାର ବୁଡିଯିବାରୁ ଜଣେ  ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ   ଏହି ଥାନା ଅନ୍ତର୍ଗତ ଉରା ଗ୍ରାମର ସୁଧାଂଶୁ ଶେଖର ଦାସ(୧୬)। ସେ ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ।

ଓଷ୍ଟା ପରିଚାଳିତ ମେଧା ବୃତ୍ତି ପରୀକ୍ଷା

ଓଷ୍ଟା ପରିଚାଳିତ ମେଧା ବୃତ୍ତି ପରୀକ୍ଷା

ଜଗତସିଂହପୁର,୧୮।୧୧- ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ଏବଂ ଓଷ୍ଟା ଜଗତ୍ସିଂହପୁର ଜିଲା ତରଫରୁ ରବିବାର ଓଷ୍ଟା ପରିଚାଳିତ ମେଧା ବୃତ୍ତି ପରୀକ୍ଷା  ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ମାର୍କଣ୍ଡପୁର କେନ୍ଦ୍ରରେ ପରିଚାଳିତ ଏହି ପରୀକ୍ଷାରେ ୩୦୯ ଓ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୬ ଜଣ ପରୀକ୍ଷାଥର୍ର୍ୀ ପରୀକ୍ଷା ଦେଇଥିଲେ।