ବାଲେଶ୍ୱର

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର

ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଖଇରା,୧୨।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ରପେୟା ପଞ୍ଚାୟତ ଅଧୀନ ହନୁମନ୍ତପୁର ଗ୍ରାମର ଏକ ନାଳରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗ୍ରାମର କୈଳାସ ସ୍ବାଇଁ। 
ମଙ୍ଗଳବାର ରାତିରେ କୈଳାସ ଘରୁ ବାହାରକୁ ଯାଇ ଆଉ ଫେରି ନ ଥିଲେ।  ନିଶାଗ୍ରସ୍ଥ ଅବସ୍ଥାରେ  ଭାରସାମ୍ୟ ହରାଇ ନାଳରେ ପଡିଯାଇଥିବା ଅନୁମାନ କରାଯାଉଛି। ଏ ନେଇ ସିମୁଳିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। 
All Right Reserved By

ବାଲେଶ୍ୱର

 ଗୁଳିମାଡରେ ଯୁବକ ଗୁରୁତର

ଗୁଳିମାଡରେ ଯୁବକ ଗୁରୁତର

କପ୍ତିପଦା,୨୦।୧୧(ଡି.ଏନ.ଏ.)- କପ୍ତିପଦା ବ୍ଲକ୍‌ର ଜେଏସ୍‌ଜାମୁଡ଼ିହା ପଞ୍ଚାୟତ ବଡ଼ଯୁଣପାଳ ଗ୍ରାମରେ  ପାତ୍ରାସ ଅଳିଆ (୩୦) ନାମକ ଯୁବକ ଗୁଳି ମାଡର ଶିକାର ହୋଇଛନ୍ତି।  ଗୁଳିମାଡ କରିଥିବା ଅଭିଯୁକ୍ତଙ୍କ ସମ୍ପର୍କରେ  ପୋଲିସ ଖୋଳତାଡ କରୁଛି। ଗୁଳି ପାତ୍ରାସଙ୍କ ଗୋଡରେ ବାଜିଛି। ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବାରିପଦା ପିଆରଏମ ମେଡିକାଲ ସ୍ଥାନାନ୍ତର କରାଯାଇଛି।  

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା:   ଜଣେ ଗିରଫ

ରେଳ ୱାଗନ୍‌ରୁ ତେଲ ଚୋରି ଘଟଣା: ଜଣେ ଗିରଫ

ବାଲେଶ୍ୱର ଅଫିସ/ବାହାନଗା,୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ବାହାନଗାସ୍ଥିତ ରେଳ ଲାଇନ୍‌ରେ ଗତ ଶନିବାର ଏକ ତେଲ ଭର୍ତ୍ତି  ରେଳ ୱାଗନ୍‌ ଛିଡ଼ା ହୋଇଥିବା ବେଳେ କେତେକ ଲୋକ ସେଥିରୁ ତେଲ ଚୋରି କରିଥିବା ଅଭିଯୋଗ ହୋଇଥିଲା। 

‘ ସତ୍ୟ ସହ ତଥ୍ୟଭିତ୍ତିକ ଖବର ପରିବେଷଣ କର ’

‘ ସତ୍ୟ ସହ ତଥ୍ୟଭିତ୍ତିକ ଖବର ପରିବେଷଣ କର ’

 ବହଳଦା,୧୯ା୧୧(ଡି.ଏନ.ଏ) ମୟୂରଭଞ୍ଜ ଜିଲା ଖବର ସଂଘ ପକ୍ଷରୁ  ରାଇରଙ୍ଗପୁର ମହତାବ ଭବନଠାରେ ଜିଲାସ୍ତରୀୟ ଖବରଦାତା  ସମାବେଶ ଅନୁଷ୍ଠିତ ହୋଇଥିଲା।

ଅଣଶିକ୍ଷକ କର୍ମଚାରୀଙ୍କ ସମୂହ ଧାରଣା

ଅଣଶିକ୍ଷକ କର୍ମଚାରୀଙ୍କ ସମୂହ ଧାରଣା

ବାଲିଆପାଳ, ୧୯।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଣଶିକ୍ଷକ କର୍ମଚାରୀ ୪ଦଫା ଦାବି ନେଇ ଗତ ୧୬ ତାରିଖରୁ  ସମୂହ ଧାରଣାରେ ବସିଛନ୍ତି। 

ସାପ କାମୁଡ଼ାରେ ବାଳିକା ମୃତ

ସାପ କାମୁଡ଼ାରେ ବାଳିକା ମୃତ

ବାସୁଦେବପୁର, ୧୯।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ମଲିକାଦେଇପୁର ଗ୍ରାମର ସୁଶାନ୍ତ ମହାରଣାଙ୍କ ଝିଅ ସନ୍ଧ୍ୟାରାଣୀ ମହାପାତ୍ର(୬)  ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି। 

ମାଛଚୋରଙ୍କୁ ଧରି ପୋଲିସ ଜିମା ଦେଲେ

ଚାନ୍ଦବାଲି, ୧୯।୧୧ (ଡି.ଏନ.ଏ.) - ରବିବାର ବିଳମ୍ବିତ ରାତିରେ ଚିଙ୍ଗୁଡ଼ି ଘେରିରେ ପଶି ମାଛ ଚୋରି କରୁଥିବା ବେଳେ ଜଣେ ଯୁବକଙ୍କୁ ଧରି ଲୋକେ ପୋଲିସ ଜିମା ଦେଇଛନ୍ତି।

କାଠ ବୋଝେଇ ଗାଡ଼ି ଜବତ, ୪ ଗିରଫ

କାଠ ବୋଝେଇ ଗାଡ଼ି ଜବତ, ୪ ଗିରଫ

ବଡ଼ବିଲ,୧୯।୧୧(ସ୍ବ.ପ୍ର.): ରୁଗୁଡି ଥାନା ପୋଲିସ ସୋମବାର କାଠ ବୋଝେଇ ୨ ସ୍କର୍ପିଓକୁ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇ ବଡ଼ବିଲ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।

ଗ୍ରାମକୁ ସବୁଜିମା  କରିବା ଲକ୍ଷ୍ୟରେ ଚକ୍ରଧରପୁରବାସୀ

ଗ୍ରାମକୁ ସବୁଜିମା କରିବା ଲକ୍ଷ୍ୟରେ ଚକ୍ରଧରପୁରବାସୀ

ଖଇରା,୧୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଚକ୍ରଧରପୁର ଗ୍ରାମର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର କରିବା ଲକ୍ଷ୍ୟରେ ସ୍ଥାନୀୟ ବାସିନ୍ଦା ପ୍ରୟାସ ଆରମ୍ଭ କରିଛନ୍ତି। ସେମାନେ ମିଳିତ ଭାବେ ବର୍ଷକ ମଧ୍ୟରେ  ଗ୍ରାମର ଚତୁପାର୍ଶ୍ୱରେ ୧ ହଜାରରୁ ଊର୍ଦ୍ଧ ଫୁଲ, ଫଳ ଗଛ ଲଗାଇ ସାରିଲେଣି । ଏବେ ନିକଟରେ ଗାନ୍ଧୀ ଜୟନ୍ତୁରୁ ପୁଣି ୧୦୧ଟି ବିଭିନ୍ନ ଆମ୍ବ, ଜାମୁରୁଳି, ପେସ୍ତାବାଦାମ, ବଉଳ, କଦମ୍ବ, ଲିମ୍ବ ଆଦି ଗଛ ଲଗାଇବା ଆରମ୍ଭ କରି ନଭେମ୍ବର ୯ତାରିଖରେ ଶେଷ କରିଛନ୍ତି। 

‘ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କର’

‘ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କର’

ବାଲେଶ୍ୱର ଅଫିସ, ୧୯।୧୧-ବାଲେଶ୍ୱର ସ୍ଥାନୀୟ ବ୍ରିଟ୍‌ କଲ୍ୟାଣମଣ୍ଡପ ପରିସରରେ ୬୫ତମ ନିଖିଳ ଭାରତ ସମବାୟ ସପ୍ତାହ ଉତ୍ସବ ପାଳନ କରାଯାଇଛି। ବାଲେଶ୍ୱର ଜିଲା ସମବାୟ ୟୁନିୟନ୍‌ ପକ୍ଷରୁ ଆୟୋଜିତ ଉତ୍ସବରେ ବାଲେଶ୍ୱର-ଭଦ୍ରକ ସମବାୟ ସଂଘର ସଭାପତି ଅରୁଣ ଚାଟାର୍ଜୀ ଉତ୍ସବରେ ସଭାପତିତ୍ୱ କରିଥିଲେ। ପ୍ରଶାନ୍ତ ଦାସ ଅତିଥିମାନଙ୍କ ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରଶ୍ମିରେଖା ଦାସ ମଞ୍ଚ ପରିଚାଳନା କରିଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ସମବାୟକୁ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨୦୧୪ମସିହାରୁ ଗୁରୁତ୍ୱାରୋପ କରିଥିଲେ। ଅଦ୍ୟାବଧି ସମବାୟ ପ୍ରତ୍ୟେକ ଘରର ଏକ ଅଂଶବିଶେଷ, ଯାହାଦ୍ୱାରା ଲୋକଙ୍କର ସମବାୟ ପ୍ରତି ଆଗ୍ରହ ଦ୍ୱିଗୁଣିତ ହୋଇଛି ବୋଲି ପ୍ରକାଶ କରିଥିଲେ। ସେହିପରି ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମବାୟ ମାଧ୍ୟମରେ ଭାଗଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ଯୋଜନା ମାଧ୍ୟମରେ ୧ ପଇସା ସୁଧରେ ଋଣ ପ୍ରଦାନ କରି ଚାଷୀକୁଳର ଆର୍ଥିକ ମାନଦଣ୍ଡକୁ ବୃଦ୍ଧି କରିବା ସହିତ ଚାଷୀ ମୃତ୍ୟୁହାରକୁ ବନ୍ଦ କରିବାର ଏକ ସଫଳ ଉପାୟ ବୋଲି ପ୍ରକାଶ କରିଥିଲେ। 

ସମବାୟ ସପ୍ତାହ ଉତ୍ସବରେ ଏଜିଏମ୍‌ ଅଶ୍ୱିନୀ ସମ୍ମାନିତ

ସମବାୟ ସପ୍ତାହ ଉତ୍ସବରେ ଏଜିଏମ୍‌ ଅଶ୍ୱିନୀ ସମ୍ମାନିତ

ଭଦ୍ରକ ଅଫିସ, ୧୯।୧୧ - ଭଦ୍ରକ, ବାଲେଶ୍ୱର ଜିଲା ସମବାୟ ସଂଘ ଆନୁକୂଲ୍ୟରେ ବ୍ରୀଟ କଲ୍ୟାଣ ମଣ୍ଡପ ପରିସରରେ ୬୫ ତମ ନିଖିଳ ସମବାୟ ସପ୍ତାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। 

କାର୍ତ୍ତିକେଶ୍ୱରଙ୍କ ପୂଜାର୍ଚ୍ଚନା

କାର୍ତ୍ତିକେଶ୍ୱରଙ୍କ ପୂଜାର୍ଚ୍ଚନା

ବନ୍ତ, ୧୯।୧୧ (ସ୍ବ.ପ୍ର.) - ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଆଡ଼ିଆ ପଞ୍ଚାୟତ କଳାପାହାଡ଼ ଛକସ୍ଥିତ ପୂଜା ମଣ୍ଡପରେ ଶନିବାରଠାରୁ କାର୍ତ୍ତିକେଶ୍ୱର ପୂଜା ପାଳିତ ହେଉଛି। କାର୍ତ୍ତିକେଶ୍ୱରଙ୍କ ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ପାର୍ଶ୍ୱମୂର୍ତ୍ତି, ରଙ୍ଗିନ ଆଲୋକ ସଜ୍ଜା ଓ ସୁଉଚ୍ଚ ତୋରଣ ଆଖି ଝଲସାଉଛି। ପୂଜା ଦେଖିବା ଲାଗି ମଣ୍ଡପ ନିକଟରେ ଆଖପାଖ ଅଞ୍ଚଳରୁ ଲୋକଙ୍କ  ଭିଡ଼ ଜମୁଛି। 

ଭାଜପା ପକ୍ଷରୁ ଚାନ୍ଦବାଲି ବ୍ଲକ ଘେରାଉ

ଭାଜପା ପକ୍ଷରୁ ଚାନ୍ଦବାଲି ବ୍ଲକ ଘେରାଉ

ଚାନ୍ଦବାଲି,୧୯।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭାଜପା ଚାନ୍ଦବାଲି ମଣ୍ଡଳ ପକ୍ଷରୁ ସୋମବାର ଚାନ୍ଦବାଲି ବ୍ଲକ ଘେରାଉ କରାଯାଇ ପ୍ରତିବାଦ ସଭା କରାଯାଇଛି।