ଉପକୂଳ ଓଡିଶା

ସାପ କାମୁଡ଼ାରେ ଭଉଣୀ, ଭାଇ ମୃତ

ସାପ କାମୁଡ଼ାରେ ଭଉଣୀ, ଭାଇ ମୃତ
ନିଶ୍ଚିନ୍ତକୋଇଲି,୧୨।୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା  ଅଧୀନ ଝାଡ଼େଶ୍ୱରପୁର ଗ୍ରାମରେ ବୁଧବାର ଏକ ଅଘଟଣ ଘଟିଛି।  ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ିଦେବାରୁ ୨ ଭଉଣୀ, ଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଯାଜପୁର ଜିଲା ଅଧୀନ ବାଲିଚନ୍ଦ୍ରପୁର  ଥାନା ଆଲମଗିରିଗଡ଼ ଗ୍ରାମର  ଅଜୟ ବଳ ସାମନ୍ତଙ୍କ  କନ୍ୟା କ୍ରିଷ୍ଣା(୫) ଓ ପୁଅ ଅଜୟ(୬)। କ୍ରିଷ୍ଣା ଓ ଅଜୟ ନିଜ ମାମୁଘରେ ଝାଡେଶ୍ୱର ଗ୍ରାମରେ ରହୁଥିବା ବେଳେ ଏହି ଅଘଟଣ ଘଟିଛି।
All Right Reserved By

ଉପକୂଳ ଓଡିଶା

 ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

ଶ୍ରମିକଙ୍କୁ ପରିଚୟପତ୍ର ବଣ୍ଟନ

କେନ୍ଦ୍ରାପଡା ଅଫିସ, ୨୦।୯-ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ୫୦ ଜଣ କୁଶଳୀ ଶ୍ରମିକଙ୍କୁ ବୁଧବାର ପରିଚୟ ପତ୍ର ପ୍ରଦାନ କରାଯାଇଛି। ।ଜିଲା ଶ୍ରମ ଅଧିକାରୀ କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିପାଇଁ କେନ୍ଦ୍ରାପଡା ବ୍ଲକ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। 

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଶୌଚ ହେବାକୁ ଯାଇ ମହିଳା ନିଖୋଜ

ଆଳି,୨୦।୯(ଡି.ଏନ୍‌.ଏ.): ଆଳି ଥାନା ଅନ୍ତର୍ଗତ ଲୋକାପଡା ଗ୍ରାମର ସୁକାନ୍ତି  ଘଡେଇ (୮୦)ବର୍ଷ ବୁଧବାର ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଛନ୍ତି।

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ବାହାଡାଝୋଲା ହରିପୁରରେ ରାସ୍ତାରୋକୋ

ଓଡଗାଁ,୨୦।୯(ସ୍ବ.ପ୍ର.)-ନୂଆଗାଁ ବ୍ଲକ ହରିପୁର ପ୍ରାଥମିକ ବିଦ୍ୟାଳୟରୁ  ଚୋରି ହୋଇଥିବା ନଥିପତ୍ର ଉଦ୍ଧାର କରିବା ଦାବି ନେଇ ଗ୍ରାମବାସୀ ଗୁରୁବାର ଓଡଗାଁ-ବାହାଡାଝୋଲା ମୁଖ୍ୟ ରାସ୍ତାରେ କାଠ ପକାଇ ରାସ୍ତାରୋକୋ କରିଛନ୍ତି ।

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡାରେ ଯୁବକଙ୍କୁ ହତ୍ୟା

ମହାକାଳପଡା,୨୦।୯(ଡି.ଏନ.ଏ.)-ମହାକାଳପଡା ବ୍ଳକ ଅଧୀନ ବଡିହ ଗ୍ରାମର ବସନ୍ତ ନାୟକ (୨୨) ନାମକ ଜଣେ ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

ଗୁହାଳ ପୋଡ଼ି ଗାଇ ବାଛୁରୀ ଜୀବନ୍ତ ଦଗ୍ଧ

ଡେରାବିଶ,୨୦।୯(ସ୍ବ.ପ୍ର.)-ଡେରାବିଶ ବ୍ଲକ ଅଧୀନ ଗୋଲରାହାଟ ପଞ୍ଚାୟତର ପଣ୍ଡିତପାଟଣା ଗ୍ରାମର ବେଣୁଧର ମଲ୍ଲିକଙ୍କ ଗୁହାଳ ଘରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗାଇ ଓ ଗୋଟିଏ ବାଛୁରୀ  ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଖବରପାଇ ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ । 

 ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ବିଦ୍ୟୁତ ଖୁଣ୍ଟକୁ ପିଟିଲା ଲୁଟେରାଙ୍କ ବୋଲେରୋ, ୩ଜଣଙ୍କୁ ଅଟକ ରଖି ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟିନେଲେ ଗ୍ରାମବାସୀ

ରଣପୁର,୨୦।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଅନ୍ତର୍ଗତ ବାଉଁଶଗଡ଼ଠାରେ ଗୁରୁବାର ମଧ୍ୟାହ୍ନ ୧୨ଟାରେ ଜଣେ ମାଛ ବେପାରୀଙ୍କଠାରୁ ଲୁଟ ହୋଇଛି। ୪ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ବେପାରୀ ନବ କିଶୋର ରାଉତଙ୍କୁ ବନ୍ଧୁକ ଦେଖାଇ ୧୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇ ଦ୍ରୁତ ଗତିରେ ପଳାଉଥିଲେ। ଏହି ସମୟରେ ସେମାନେ କୁଳାସର ଗ୍ରାମରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଥିଲେ। ଗାଡ଼ିଟି ଅଟକି ଯିବାପରେ ଗ୍ରାମବାସୀ ସେମାନଙ୍କୁ ଘେରିଯାଇଥିଲେ।

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ଜୀବିକା ମିଶନ ପକ୍ଷରୁ ସମନ୍ବୟ କର୍ମଶାଳା

ରାଜନଗର,୨୦।୯(ଡିଏନଏ)-ଓଡିଶା ଜୀବିକା ମିଶନ ରାଜନଗର ଶାଖା ପକ୍ଷରୁ ଜୀବିକା ସମନ୍ବୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗରରେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା ଦାହ

ରାଜନଗର,୨୦।୯(ଡି.ଏନ.ଏ.)-ରାଜନଗର ବିଜେଡି ପକ୍ଷରୁ ଗୁରୁବାର ମଧ୍ୟାହ୍ନ ୧୨ଟା ସମୟରେ ରାଜନଗର ବ୍ଲକ ଛକଠାରେ ପୂର୍ବତନ କେନ୍ଦ୍ରାପଡା ଏମପି ବୈଜୟନ୍ତ ପଣ୍ଡାଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଜାଲ ନୋଟ ଜବତ : ଜଣେ ଅଟକ

ଜାଲ ନୋଟ ଜବତ : ଜଣେ ଅଟକ

ରାଜନଗର,୨୦।୯(ଡି.ଏନ.ଏ.)-ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଜନଗର ବଜାରରେ ଜାଲ ନୋଟ କାରବାର କରୁଥିବା ଜଣେ ଯୁବକଙ୍କୁ ଲୋକେ କାବୁ କରି ପୋଲିସ ଜିମା ଦେଇଛନ୍ତି । 

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

ବିଭିନ୍ନ ଦାବିରେ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡ଼ା ଅଫିସ୍‌, ୨୦।୯
ଓଡିଶା କନଷ୍ଟ୍ରକ୍ସନ ୱାର୍କର୍ସ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇ ଜିଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା। ତେବେ ଦାବି ସମ୍ପର୍କରେ ଆସନ୍ତା ୨୪ ତାରିଖରେ ୟୁନିୟନ ଓ ଶ୍ରମ ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା ହେବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ଏହି ଗଣଧାରଣା ସ୍ଥଗିତ ରହିଥିଲା। ସଂଗଠନ ସଭାପତି ଧନେଶ୍ୱର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶ୍ରମିକ ନେତା ଜଗଜ୍ଜୀବନ ଦାସ, ଅଜିତ ପରିଡ଼ା, ଗୟାଧର ଧଳ, ଉମେଶଚନ୍ଦ୍ର ସିଂହ, ଖଗେଶ୍ୱର ପ୍ରଧାନ, ମାଧବ ଦାସ, ରମେଶ ମଳିକ, ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। 

ଭାଜପାର ଖବରଦାତା ସମ୍ମିଳନୀ : କୃଷି  ଋଣ ଛାଡ ଦାବି

ଭାଜପାର ଖବରଦାତା ସମ୍ମିଳନୀ : କୃଷି ଋଣ ଛାଡ ଦାବି

କେନ୍ଦ୍ରାପଡା ଅଫିସ, ୨୦।୯
ଗତ ୫ ଓ ୬ ତାରିଖରେ ଲଗାଣ ବର୍ଷା ଜିଲାର ୨୪୯ ପଞ୍ଚାୟତ ମଧ୍ୟରୁ ୨୪୫ ପଞ୍ଚାୟତ ଅଞ୍ଚଳର କୃଷିକୁ ନଷ୍ଟ କରିଦେଇଛି।ଦୀର୍ଘ ୧୩ ଦିନ ଧରି ବର୍ଷା ଛାଡି ଯାଇଥିଲେ ମଧ୍ୟ ଅଦ୍ୟାବଧି ଜିଲାର ୭୦ ହଜାର ହେକ୍ଟର ଚାଷ ଜମି ଜଳବନ୍ଦୀ ଅଛି। 

ଅଭିଭାବକଙ୍କୁ ସଚେତନ କଲେ ଶିକ୍ଷକ

ଅଭିଭାବକଙ୍କୁ ସଚେତନ କଲେ ଶିକ୍ଷକ

କେନ୍ଦ୍ରାପଡ଼ା ଅଫିସ୍‌,୨୦।୯
ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ବୁଧବାର ସମାପ୍ତ ହୋଇଛି। ଏହି ୩ଦିନ ମଧ୍ୟରେ ବ୍ଲକର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରିବା ସହ ଅଭିଭାବକଙ୍କୁ ସେମାନଙ୍କ ଦାବି ସମ୍ପର୍କରେ ଜଣାଇଥିଲେ।