ସମ୍ବଲପୁର

କବରସ୍ତାନ ଜମିରେ ଜବରଦଖଲକୁ ନେଇ ଉତ୍ତେଜନା

କବରସ୍ତାନ ଜମିରେ ଜବରଦଖଲକୁ ନେଇ ଉତ୍ତେଜନା

ସୁନ୍ଦରଗଡ,୧୨।୯(ଡି.ଏନ୍‌.ଏ.)-ସୁନ୍ଦରଗଡ ସହରର ମିଶନ ରୋଡ୍‌ ନିକଟରେ ଥିବା କବରସ୍ତାନ ଜମିରେ କେତେକ ଲୋକ ଜବରଦଖଲ କରି ରହିଆସୁଛନ୍ତି। ଏଥିରୁ ୪ଟି ପରିବାରର ଘରକୁ ମଙ୍ଗଳବାର ସନ୍ଧ୍ୟାରେ କେତେକ ବ୍ୟକ୍ତି ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଓ ଟାଉନ ଥାନା ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପୋଲିସ ଏହି ଘଟଣାରେ ୮ଜଣଙ୍କୁ ଟାଉନ ଥାନାରେ ଅଟକ ରଖିଥିଲା, ହେଲେ ବୁଧବାର ଛାଡି ଦେଇଛି। ପୋଲିସର କହିବା ଅନୁସାରେ ଏହି ୮ ଜଣ ବ୍ୟକ୍ତି ନିଅଁା ଲଗାଇଥିବା ପ୍ରମାଣ ମିଳୁ ନାହିଁ। ଏଣୁ ସେମାନଙ୍କୁ ଛାଡି ଦିଆଯାଇଛି। ତେବେ ଉଭୟପକ୍ଷର ଅଭିଯୋଗ ଆଧାରରେ ପୋଲିସ ୨ଟି ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି।
All Right Reserved By

ସମ୍ବଲପୁର

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ଫୁଲବାଣୀ ଅଫିସ,୨୪।୨:ପ୍ରେମ ମାନେ ନାହିଁ ସୀମା ସରହଦ, ବାଧା ବନ୍ଧନ। ସୁଦୂର ସ୍ବିଡେନର ଝିଅ କନ୍ଧମାଳ ଜିଲା ଫୁଲବାଣୀର ବୋହୂ ସାଜିବା ଏହି କଥାକୁ ଯେପରି ବାସ୍ତବ ରୂପ ଦେଇଛି। ଶନିବାର ସମ୍ପୂର୍ଣ୍ଣ ମୁସଲିମ୍‌ ରୀତିନୀତି ଅନୁସାରେ ସ୍ବିଡେନର ଝିଅ ଇମା ଲୋର ଭୋଇଟଙ୍କ ସହ ଫୁଲବାଣୀ ହନୁମାନ ମନ୍ଦିରସାହିର ମହମ୍ମଦ ଆଜାରୁଦ୍ଦିନଙ୍କ ବିବାହ ସମ୍ପନ୍ନ ହୋଇଛି ା 

ରଜାବସା ପ୍ରାଥମିକ ବିଦ୍ୟାଳୟ : ଗଛତଲେ ବସି ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ରଜାବସା ପ୍ରାଥମିକ ବିଦ୍ୟାଳୟ : ଗଛତଲେ ବସି ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ବାମରା, ୨୩।୨ (ସ୍ବ.ପ୍ର.): ସମ୍ବଲପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଁଚେତ୍‌ ରଜାବସା ପ୍ରାଥମିକ ସ୍କୁଲରେ ପଢ଼ାକୁଠିମାନ ଅପନ୍‌ତରା ହେଇ ପଡ଼ିଛେ। ଇଆଡ଼େ ପଢ଼ାକୁଠିମାନକର ମରାମତି କାମ୍‌ ଲେଠ୍‌ରେଇ କରି ଚାଲ୍‌ବାର ଲାଗି ଛାତ୍ରୀଛାତ୍ର ଗଛ୍‌ତଲେ ପାଠ୍‌ ପଢ଼ୁଛନ୍‌। ଇ ବାବ୍‌ଦେ ଗୁଟେ ଅଭିଯୋଗ ପତର ଶୁକୁରବାର ବାମରା ବିଡିଓକଁର ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀକଁର ଉଦେଶ୍‌ରେ ଦିଆଯାଇଛେ। 

ହାଇଦ୍ରାବାଦରେ ୫ ଶିଶୁ ସମେତ ୨୪ ଶ୍ରମିକ ବନ୍ଧକ:  ପରିବାର ଲୋକ ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ

ହାଇଦ୍ରାବାଦରେ ୫ ଶିଶୁ ସମେତ ୨୪ ଶ୍ରମିକ ବନ୍ଧକ: ପରିବାର ଲୋକ ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ

 ନୂଆପଡା ଅଫିସ/ସିନାପାଲି,୨୩।୨(ଡି.ଏନ.ଏ.)ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଗୋଡାଲ ପଞ୍ଚାୟତ ମହଗାଁର ୫ଶିଶୁ ସମେତ ୨୪ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦର ଜଣେ ଇଟାଭାଟି ମାଲିକ ବନ୍ଧକ ରଖିଥିବା ତାଙ୍କର ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି । 

କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲାପାଳ ଅଫିସ ଘେରାଉ : ତୋଳାଳି, କର୍ମଚାରୀଙ୍କ ଦାବି ପୂରଣ କର

କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲାପାଳ ଅଫିସ ଘେରାଉ : ତୋଳାଳି, କର୍ମଚାରୀଙ୍କ ଦାବି ପୂରଣ କର

ନୂଅପଡା ଅଫିସ,୨୩ା୨ଶୁକ୍ରବାର ଓଡିଶା କର୍ମଚାରୀ ସଂଘ ଆହ୍ବାନକ୍ରମେ ଖଡିଆଳ ଡିଭିଜନ ତରଫରୁ ସିଜିନାଲ କର୍ମଚାରୀ, କେନ୍ଦୁପତ୍ର ତୋଳାଳି, ବନ୍ଧାଳିମାନେ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ ୧୨ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଘେରାଉରେ ଶତାଧିକ ତୋଳାଳି, ବନ୍ଧାଳିମାନେ ଯୋଗଦେଇ ନିଜର ସମସ୍ୟା ବଖାଣିଥିଲେ। ଏହା ଉପରେ ପ୍ରଶାସନ କି କୌଣସି ନେତା ଦୃଷ୍ଟି ଦେଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । 

ଭତା ଦାବିରେ ବ୍ଲକ ଦୁଆରମୁହେଁ ବିଧବା, ଦିବ୍ୟାଙ୍ଗ

ଭତା ଦାବିରେ ବ୍ଲକ ଦୁଆରମୁହେଁ ବିଧବା, ଦିବ୍ୟାଙ୍ଗ

ଜୁନାଗଡ,୨୩।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଁଚେତରେ ଭତା ଯୋଜନା ବାଟବନା ହେଇଛେ। ଇଠାନେ ବହୁତ୍‌ଟେ ବୁଢ଼ାବୁଢ଼ି, ବିଧବା ଦିବ୍ୟାଙ୍ଗ ଆଏଜତକ୍‌ ଭତା ଯୋଜ୍‌ନାରେ ସାମିଲ ନାଇଁ ହେଇପାରି। ସେଥିରଲାଗି ସେମାନେ ବଡ଼ାଦୁଖେ ଜୀବନ୍‌ ବିତଉଛନ୍‌। 

ଆରମ୍ଭ ହେଲା ନିୟମରାଜା ପରବ  : ଆଦିବାସୀ ଏକତାର ଏକକ ନିଦର୍ଶନ

ଆରମ୍ଭ ହେଲା ନିୟମରାଜା ପରବ : ଆଦିବାସୀ ଏକତାର ଏକକ ନିଦର୍ଶନ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.)ଆଦିବାସୀ ଝରଣିଆ ଓ କୁଟିଆ କନ୍ଧଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କ ବାର୍ଷିକ ନିୟମରାଜା ପରବ ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ନିୟମଗିରି ପର୍ବତ ଶିଖରରେ ଥିବା ଅଁଳାଭଟାରେ ଶୁଭଖମ୍ଭ ସ୍ଥାପନ ସହିତ ଆରମ୍ଭ ହୋଇଛି ଏହି ପ୍ରକୃତି ଉପାସନାର ମହାନ ପରମ୍ପରା । 

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ:  କ୍ଷତ ଭରିନି, ଲୁହ ଶୁଖିନି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ: କ୍ଷତ ଭରିନି, ଲୁହ ଶୁଖିନି

 ବଲାଙ୍ଗୀର ଅଫିସ, ୨୩ା୨ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଶନିବାର ବର୍ଷେ ପୂରିଛି ୨୦୧୮ ଫେବୃୟାରୀ ୨୩ ତାରିଖ ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଭୟଙ୍କର ବିସ୍ଫୋରଣ

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଲୋଇସିଂହା, ୨୩।୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁାରେ ଗଲା ବଛରକେତେ ହେଲା କିଡ଼ନୀ ରୋଗ୍‌ ଚିନ୍‌ତାଜନକ ପରିସ୍ଥିତି ସୁରୁଷ୍‌ଟି କରିଛେ। 

ଗାଡ଼ି ଧକ୍କାରେ ଯୁବକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଗାଡ଼ି ଧକ୍କାରେ ଯୁବକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୨୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଘଣ୍ଟସଲା ଗ୍ରାମ ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଶୁକ୍ରବାର ଭୋର ୪ଟାରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଦିଗାମ୍ବର ଚିନାଗୁନ (୨୫) ।

ସୁବର୍ଣ୍ଣପୁରରେ ବିଶ୍ୱ କୋଶଲି ମାତୃଭାଷା ଦିବସ ପାଲିତ: କୋଶଲିକେ ରାଏଜର ଦୁତିଅ ଭାଷାର ମାଏନ୍‌ତା ଦାବି

ସୁବର୍ଣ୍ଣପୁରରେ ବିଶ୍ୱ କୋଶଲି ମାତୃଭାଷା ଦିବସ ପାଲିତ: କୋଶଲିକେ ରାଏଜର ଦୁତିଅ ଭାଷାର ମାଏନ୍‌ତା ଦାବି

ସୋନପୁର,୨୨।୨(ନି.ପ୍ର.):  କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଆର କୋସଲ ହେରିଟେଜ ଟ୍ରଷ୍ଟ ତରଫୁ ଗୁରୁବାର ବିଶ୍ୱ କୋଶଲି ମାତୃଭାଷା ଦିବସ ଥାନୀୟ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ପରିସରରେ ପାଲିତ ହେଇଯାଇଛେ। 

ବଏସ୍‌ ୭୦ ଟପ୍‌ଲା: ଭତାରୁ ବଁଚିତ୍‌ ୨ ବୁରୁଧ୍‌

ବଏସ୍‌ ୭୦ ଟପ୍‌ଲା: ଭତାରୁ ବଁଚିତ୍‌ ୨ ବୁରୁଧ୍‌

ଖପ୍ରାଖୋଲ, ୨୨ା୨(ଡି.ଏନ.ଏ):  ସରକାର ସାମାଜିକ ସୁରକ୍ଷାକେ ମଜବୁତ କରବାର ଲାଗି ଅନେକ ପରକାର ସାମାଜିକ ସୁରକ୍ଷା କାଯ୍‌କରମ ହାତକେ ନେଇଛନ୍‌। ଇଥ୍‌ରେ ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବା ମହିଲାକୁଁ ବି ଭତା ଯୁଗେଇ ଦେବାର ନିୟମ ରହିଛେ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି।