ଫୁରସତ |

ବିଶ୍ୱର ସର୍ବପୁରାତନ କଣ୍ଡୋମ

ବିଶ୍ୱର ସର୍ବପୁରାତନ କଣ୍ଡୋମ
ଗର୍ଭ ନିରୋଧକ ବଟିକା ହେଉ ଅବା କଣ୍ଡୋମ କେବଳ ଆଧୁନିକ ଯୁଗରେ ନୁହେଁ, ପୁରାତନ କାଳରେ ମଧ୍ୟ ଏହାର ବ୍ୟବହାର ହେଉଥିଲା। ଭାରତ ଭଳି ଦେଶରେ କଣ୍ଡୋମ ଇତିହାସ ବେଶ୍‌ ପୁରୁଣା। ୪୦ ଦଶକରୁ ଏହା ଭାରତରେ ଉପଲବ୍ଧ ହେଉଛି। ୧୯୬୮ ପର୍ଯ୍ୟନ୍ତ ଭାରତରେ ୪୭ ମିଲିୟନ୍‌ ଲୋକଙ୍କ ପାଇଁ ମାତ୍ର ୧୦ ଲକ୍ଷ କଣ୍ଡୋମ ଉପଲବ୍ଧ ଥିଲା। ଯେଉଁ ଲୋକମାନଙ୍କ ରୋଜଗାର ଅଧିକ ଥିଲା ସେମାନେ ହିଁ କେବଳ ଏହା ବ୍ୟବହାର କରିପାରୁଥିଲେ। ଅଧିକ ମୂଲ୍ୟ ଯୋଗୁ ନିମ୍ନବର୍ଗର ଲୋକେ ଏହା କିଣି ପାରୁ ନ ଥିଲେ। ଫଳରେ ଭାରତୀୟ ପ୍ରବନ୍ଧନ ନିର୍ଦ୍ଦେଶାଳୟ ସରକାରଙ୍କୁ ପ୍ରସ୍ତାବ ଦେଲେ କି ଏହା କମ୍‌ ମୂଲ୍ୟରେ ଲୋକଙ୍କୁ ଉପଲବ୍ଧ କରାଯାଉ। ସରକାର ଏହି ପ୍ରସ୍ତାବ ଉପରେ ମୋହର ଲଗାଇଥିଲେ। ସେବେଠୁ କଣ୍ଡୋମ କମ୍‌ ଦରରେ ଭାରତରେ ଉପଲବ୍ଧ ହେଲା। କୁହାଯାଏ, କଣ୍ଡୋମର ବ୍ୟବହାର ପ୍ରଥମେ ବିଶ୍ୱର ପଶ୍ଚିମ ଇଲାକାରେ ବେଶି ପରିମାଣରେ କରାଯାଉଥିଲା। ଖ୍ରୀ.ପୂ ୧୧୦୦୦ରେ ଫ୍ରାନ୍ସରେ ପଥର ଖନନ ସମୟରେ କଣ୍ଡୋମ ଆକୃତିର ଏକ ରବରର ସନ୍ଧାନ ମିଳିଥିଲା। ଖ୍ରୀ.ପୂ ୧୪୦୦ରେ ଏହା ଏସିଆ ମହାଦେଶରେ ବ୍ୟବହୃତ ହେଉଥିଲା ବୋଲି ଜଣାପଡିଛି।
All Right Reserved By

ଫୁରସତ |

ଏସବୁ କାର୍ଯ୍ୟ ପ୍ରତି ମହିଳାଙ୍କ ଥାଏ ଆଗ୍ରହ...

ଏସବୁ କାର୍ଯ୍ୟ ପ୍ରତି ମହିଳାଙ୍କ ଥାଏ ଆଗ୍ରହ...

ପୁରୁଷଙ୍କ ତୁଳନାରେ ମହିଳା ସାମାଜିକ କାର୍ଯ୍ୟ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରନ୍ତି। ମହିଳା ସାମାଜିକ କାର୍ଯ୍ୟକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ପୁରୁଷ ବ୍ୟକ୍ତିଗତ ସ୍ବାର୍ଥକୁ ଗୁରୁତ୍ୱ ଦେଉଥିବାବେଳେ ମହିଳା ସାହି ପଡିଶାରେ ଦୁଃଖରେ ରହୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ 

ଶାରୀରିକ ସମ୍ପର୍କ ଚାହାନ୍ତିନି ଅଧିକାଂଶ ପୁରୁଷ...

ଶାରୀରିକ ସମ୍ପର୍କ ଚାହାନ୍ତିନି ଅଧିକାଂଶ ପୁରୁଷ...

ଅନେକ ଭାବନ୍ତି ଯେ, ପୁରୁଷମାନେ ଶାରୀରିକ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତି। ମାତ୍ର ଚାଇନା ବେଜିଂ ବିଶ୍ୱବିଦ୍ୟାଳୟର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକାଂଶ ପୁରୁଷ ଶାରୀରିକ ସମ୍ପର୍କ ଚାହିଁ ନ ଥାନ୍ତି। ପୁରୁଷମାନେ ପ୍ରେମାଳପ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି।

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ବିଶ୍ୱର ସର୍ବବୃହତ ବିୟର୍‌ ଫେଷ୍ଟିଭାଲ୍‌

ଜର୍ମାନୀର ମ୍ୟୁନିଖ୍‌ ସହରର ବିଶ୍ୱର ସର୍ବବୃହତ୍‌ ବିୟର୍‌ ଫେଷ୍ଟିଭାଲ୍‌ ‘ଅକ୍ଟୋବର ଫେଷ୍ଟ୍‌’ ଆରମ୍ଭ ହୋଇଯାଇଛି। ଏହା ୧୭ ଦିନ ଧରି ଚାଲିବ।

ମା’ ଝିଅ  ସମ୍ପର୍କ

ମା’ ଝିଅ ସମ୍ପର୍କ

ଝିଅଟିଏ ତା’ ଜୀବନରେ  ପ୍ରତିଟି ନିଷ୍ପତ୍ତି ନେବାରେ ତଥା ଭଲ ଓ ମନ୍ଦ ଉଭୟ ସମୟରେ ମା’ର କଥାକୁ ଗୁରୁତ୍ୱ ଦେଇଥାଏ। ଉଭୟ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥାନ୍ତି। ଝିଅର ହାତ ଧରି ତାକୁ ଠିକ୍‌ ରାସ୍ତାରେ ନେବା ହେଉଛି ଏକ ମା’ର କର୍ତ୍ତବ୍ୟ। ଜାଣନ୍ତୁ ସେ ସମ୍ପର୍କରେ କିଛି କଥା ଯାହା ଝିଅକୁ ଶିଖାଇବା ନିହାତି ଆବଶ୍ୟକ...

ଏଇଥି ପାଇଁ ମନ ଖୋଜେ ସାଥୀ...

ଏଇଥି ପାଇଁ ମନ ଖୋଜେ ସାଥୀ...

ପରିବେଶ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ମନୁଷ୍ୟ ଉପରେ ପଡିଥାଏ। ଫଳରେ ମନୁଷ୍ୟଠାରେ ଋତୁ ଅନୁସାରେ ବିଭିନ୍ନ ପ୍ରବୃତ୍ତି ଜାଗ୍ରତ ହୋଇଥାଏ।

ମା’ଠୁ ସ୍ତନ୍ୟପାନ କରିଥିବା  ଶିଶୁର ସମ୍ପର୍କ ହୋଇଥାଏ କ’ଣ...

ମା’ଠୁ ସ୍ତନ୍ୟପାନ କରିଥିବା ଶିଶୁର ସମ୍ପର୍କ ହୋଇଥାଏ କ’ଣ...

ସ୍ତନ୍ୟପାନ  କରିଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏନେଇ ବୋଇସ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ଦିନ ଧରି ସ୍ତନ୍ୟପାନ କରିଥିବା ଶିଶୁ ମା’ଠାରୁ ଦୂରେଇ ରହିପାରେ ନାହିଁ।

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ସହଜରେ ଦୂରେଇ ହେବ ଯନ୍ତ୍ରଣା ଦେଉଥିବା ସ୍ମୃତି

ମସ୍ତିଷ୍କର ସ୍ମୃତିରେ ଭଲ ଏବଂ ଖରାପ ଅନୁଭୁତି ରହିଥାଏ। ଭଲ ବା ସୁଖ ଅନୁଭୁତି ମନରେ ଆନନ୍ଦ ଆଣୁଥିବାବେଳେ ଖରାପ ଅନୁଭୁତି ଆଣିଥାଏ ମାନସିକ ଯନ୍ତ୍ରଣା। 

ପ୍ରେମରେ ପଡ଼ିଲେ ଏପରି ବଢ଼େ ଶକ୍ତି...

ପ୍ରେମରେ ପଡ଼ିଲେ ଏପରି ବଢ଼େ ଶକ୍ତି...

ପ୍ରେମରେ ପଡ଼ିଲେ ପ୍ରେମୀ ଯୁଗଳଙ୍କ ସ୍ମୃତିଶକ୍ତି  ବଢ଼ିଥାଏ। ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଏହା ଜାଣିବାକୁ ମିଳିଛି। ଯୁବକଙ୍କ ତୁଳନାରେ ପ୍ରେମରେ ପଡ଼ିଥିବା ଯୁବତୀଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। 

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ଚୁମ୍ବନ ଦେବାରୁ ସ୍ବାମୀଙ୍କ ଜିଭ କାଟିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ, ୨୪।୯: ସ୍ବାମୀ-ସ୍ତ୍ରୀ ଝଗଡାର କରୁଣ ପରିସ୍ଥିତି। ଦିଲ୍ଲୀର ରନହୋଲା ନଗରରେ ଏକ ଅଜବ ଘଟଣା ଘଟିଛି। ସ୍ତ୍ରୀଙ୍କୁ ସ୍ବାମୀ ଚୁମ୍ବନ ଦେବାରୁ ତାଙ୍କ ଜିଭ କାଟି ଦେଇଛନ୍ତି ଗର୍ଭବତୀ ସ୍ତ୍ରୀ।

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ଏହି ବିଲ୍ଡିଂ ଯେଉଁଠି ଅଛି ଶହ ଶହ ଟନ୍‌ ସୁନା...

ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ରହିଛି ସବୁଠୁ ଅଧିକ ସୁନା। ଆମେରିକା ଏହି ସୁନାକୁ ଫୋର୍ଡନକ୍ସସ୍ଥିତ ବୁଲିୟନ ଡିପୋଜିଟ୍‌ରେ ରଖିଛି। ଏହାର ପରିମାଣ ୪୬ ଶହ ଟନ୍‌।

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଏମିତି ମନ୍ଦିର ଯେଉଁଠି ପୂଜା ପାଆନ୍ତି ସିନ୍ଦୂରରେ ନିର୍ମିତ ଠାକୁର...

ଭାରତରେ ଅନେକ ସ୍ଥାନରେ ଗଣେଶ ମନ୍ଦିର ରହିଛି। ଏସବୁ ମନ୍ଦିରରେ ସାଧାରଣତଃ ଗଣେଶଙ୍କ ପଥର ନିର୍ମିତ ମୂର୍ତ୍ତି ପୂଜା ପାହାନ୍ତିି । ତେବେ ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏକ ମନ୍ଦିରରେ ପୂଜା ପାଉଛନ୍ତି ସିନ୍ଦୁରରେ ନିର୍ମିତ ଗଣେଶ ମୂର୍ତ୍ତି। 

ସୌରଜଗତକୁ  ପରିକ୍ରମା କରୁଥିବା  ସ୍ବପ୍ନର ମଣିଷ

ସୌରଜଗତକୁ ପରିକ୍ରମା କରୁଥିବା ସ୍ବପ୍ନର ମଣିଷ

ପୃଥିବୀକୁ ମିଶେଇ ଆମ ସୌରଜଗତରେ ଆଠଟି ଗ୍ରହ ଅଛନ୍ତି ା ଗ୍ରହଗୁଡ଼ିକ ନିଜ ଚାରିପଟେ ନଟୁ ପରି ବୁଲିବା ସହ ସୂର୍ଯ୍ୟଙ୍କ ଚାରିପଟେ ଘୂରୁଛନ୍ତିି। ସୂର୍ଯ୍ୟ ମଧ୍ୟ ସ୍ଥିର ନୁହେଁ ା ସେ ବି ନିଜ ଚାରିପଟେ ଘୂରିବା ସହ ଆମ ଆକାଶଗଙ୍ଗା ଛାୟାପଥରେ ଘୂରୁଛି। ଆକାଶଗଙ୍ଗା ଛାୟାପଥରେ ସୂର୍ଯ୍ୟ ଭଳି କୋଟି କୋଟି ବଡ଼ ସାନ ନକ୍ଷତ୍ର ରହିଛି। ଆମ ବିଶ୍ୱ ବ୍ରହ୍ମାଣ୍ଡରେ ଆକାଶଗଙ୍ଗା ଛାୟାପଥ ଭଳି ଅନେକ ଛାୟାପଥ ରହିଛି ା ସବୁ ଛାୟାପଥ ଘୂରୁଛନ୍ତି ା ମୋଟାମୋଟି କହିଲେ, ବିଶ୍ୱ ବ୍ରହ୍ମାଣ୍ଡରେ ସମସ୍ତ ଗ୍ରହ, ଉପଗ୍ରହ, ନକ୍ଷତ୍ର ଓ ଛାୟାପଥ ସମସ୍ତେ ଘୂରୁଛନ୍ତି। ସତରେ କେତେ ଶୃଙ୍ଖଳିତ ସେମାନେ?