ବ୍ରହ୍ମପୁର

ବିଭିନ୍ନ ଦାବିରେ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ବିକ୍ଷୋଭ: ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ

ବିଭିନ୍ନ ଦାବିରେ ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘର ବିକ୍ଷୋଭ: ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବାକୁ ଚେତାବନୀ
ବ୍ରହ୍ମପୁର ଅଫିସ,୧୨।୯: ଜଳ ଯୋଗାଣରେ ନିୟୋଜିତ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ନେଇ  ଓଡ଼ିଶା ପାଇପ ଜଳ କର୍ମଚାରୀ ସଂଘ ପକ୍ଷରୁ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନରେ କର୍ମଚାରୀମାନେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କ କାର୍ଯ୍ୟାଳୟରେ ପହଞ୍ଚିି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମସ୍ତ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି, ପେନ୍‌ସନ ପ୍ରଦାନ, ସର୍ବନିମ୍ନ ମଜୁରୀ ଆଦି ବିଭିନ୍ନ ରହିଛି। ଦୀର୍ଘ ବର୍ଷ ହେବ କାର୍ଯ୍ୟ କରିଆସୁଥିବା କର୍ମଚାରୀଙ୍କୁ ମାତ୍ର ୧ ହଜାରରୁ ୨ହଜାର ଟଙ୍କା ମଧ୍ୟରେ ଦରମା ମିଳୁଛି। ସେଥିରେ ପୁଣି ଅନେକ ମାସ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯାଉ ନାହିଁ। ତୁରନ୍ତ ଦାବି ପୂରଣ କରା ନ ଗଲେ ଆସନ୍ତା ଦଶହରାରୁ ସମୂହ ଛୁଟିରେ ଯିବାକୁ କର୍ମଚାରୀମାନେ ଚେତାବନୀ ଦେଇଛନ୍ତି। 
ଏହି ବିକ୍ଷୋଭରେ ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ ବୌଦ୍ଧ ଜିଲାର ସଂଘ ସଦସ୍ୟମାନେ ଯୋଗ ଦେଇଥିଲେ।  ସଂଘର ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲଭ, ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ନେତୃତ୍ୱ ନେଇଥିଲେ। 
All Right Reserved By

ବ୍ରହ୍ମପୁର

ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ରାଜ୍ୟ ବାହାରେ ପୋଲିସ ଟିମ୍‌, ୪ ଅଟକ

ଛତ୍ରପୁର,୧୮।୯(ଡି.ଏନ.ଏ)-ଚମାଖଣ୍ଡି ଥାନା ରଘୁନାଥପୁର ନିକଟ ଜାତୀୟ ରାଜପଥରେ ସୋମବାର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରି ୯ ଲକ୍ଷ ୨୮ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ପୋଲିସ ଟିମ୍‌ ଗଠନ ହୋଇଛି। ଏଥିରୁ ଗୋଟିଏ ଟିମ୍‌ ରାଜ୍ୟ ବାହାରକୁ  ଯାଇଛି । ଅନ୍ୟପକ୍ଷରେ ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପଦଯାତ୍ରା

ଜି.ଉଦୟଗିରି,୧୮।୯(ଡି.ଏନ.ଏ.)- ଜି.ଉଦୟଗିରି ବ୍ଲକ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ମଙ୍ଗଳବାର ବିଭିନ୍ନ ଦାବି ନେଇ ପଦଯାତ୍ରା କରାଯାଇଥିଲା।

ପୋଲସରାରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ପୋଲସରାରେ ମୁଁ ହିରୋ, ମୁଁ ଓଡ଼ିଶା କାର୍ଯ୍ୟକ୍ରମ

ପୋଲସରା,୧୮।୯(ଡି.ଏନ.ଏ.)- ପୋଲସରା ସହରସ୍ଥିତ ଲୁଣିଘାଟି ପଡ଼ିଆ ପରିସରରେ ମଙ୍ଗଳବାର ମୁଁ ହିରୋ ମୁଁ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। 

ନିଖୋଜ  ଏମ୍‌ବିଏ ଛାତ୍ରଙ୍କ ମୃତଦେହ ମିଳିଲା:ଆଇପିଏଲ୍‌ ବେଟିଂରୁ ହତ୍ୟା ସନ୍ଦେହ

ନିଖୋଜ ଏମ୍‌ବିଏ ଛାତ୍ରଙ୍କ ମୃତଦେହ ମିଳିଲା:ଆଇପିଏଲ୍‌ ବେଟିଂରୁ ହତ୍ୟା ସନ୍ଦେହ

ଭଞ୍ଜନଗର,୧୮।୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ତାରସିଂ ଥାନା ଭୋଗରା ଗ୍ରାମର ଏମ୍‌ବିଏ ଛାତ୍ର ଜିତୁ ପ୍ରଧାନଙ୍କ ମୃତଦେହ ମଙ୍ଗଳବାର କିରିଆମ୍ବ ଜଙ୍ଗଲରୁ ପୋଲିସ ଉଦ୍ଧାର କରିଛି। ଗତମାସ ୨୮ ତାରିଖରୁ ସେ ନିଖୋଜ ଥିଲେ।

ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦାବି

ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଦାବି

ବ୍ରହ୍ମପୁର ଅଫିସ,୧୮।୯: ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବୁଢ଼ାଢ଼େପ, ବାଲିବାଡ଼ି, ଗାଇଡ଼ା, ବୀରଲକ୍ଷ୍ମୀ ନାରାୟଣପୁର ଆଦି ଗ୍ରାମବାସୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି। 

ଅଟୋରୁ ଦେଶୀ ମଦ ଜବତ, ଚାଳକ ଗିରଫ

ଅଟୋରୁ ଦେଶୀ ମଦ ଜବତ, ଚାଳକ ଗିରଫ

ଫୁଲବାଣୀ ଅଫିସ,୧୮ା୯: 
ଫୁଲବାଣୀ ଟାଉନ ଥାନା ପୋଲିସ ସୋମବାର ଅପରାହ୍ନରେ ସ୍ଥାନୀୟ ଏଫସିଆଇ ଛକ ପାଖରେ ଚଢ଼ାଉ କରି ଏକ ଅଟୋରୁ ୧୦୦ ଲିଟର ଦେଶୀ ମଦ ଜବତ କରିଛି ା

ବଜ୍ରପାତରେ ୨ ବଳଦ ମୃତ

ରାମଗିରି,୧୮ା୯: ଆର.ଉଦୟଗିରି ବ୍ଲକ ସୁବଲଡ଼ା ଗ୍ରାମପଞ୍ଚାୟତ ବେଡ଼ିଙ୍ଗି ଗ୍ରାମରେ ସୋମବାର ବଜ୍ରପାତରେ ଲମ୍ବୋଦର ଯାନିଙ୍କ ୨ ବଳଦର ମୃତ୍ୟୁ ଘଟିଛି । ଲମ୍ବୋଦର ଗୋରୁ ଚରେଇ ସନ୍ଧ୍ୟା ୫ଟାରେ ଘର ନିକଟ ଏକ ଗଛମୂଳରେ ବାନ୍ଧିଥିଲେ। 

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ: ୯ ଲକ୍ଷ ୨୮ ହଜାର ଲୁଟ୍‌

ଛତ୍ରପୁର,୧୮ା୯(ଡି.ଏନ.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ରଘୁନାଥପୁର ନିକଟ ଜାତୀୟ ରାଜପଥରେ ସୋମବାର ପୂର୍ବାହ୍ନରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠାରୁ ଲୁଟ ହୋଇଛି। ଦୁର୍ବୃତ୍ତମାନେ ରଘୁନାଥପୁର ନିକଟ ପେଟ୍ରୋଲ ପମ୍ପ କର୍ମଚାରୀ ଡି. ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ କରି ୯ ଲକ୍ଷ ୨୮ ହଜାର ଟଙ୍କା ଲୁଟି ନେଇଛନ୍ତି।

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ଚିକିଟି,୧୮ା୯(ଡି.ଏନ୍‌.ଏ.): ଚିକିଟି ବ୍ଲକ ଗୋଳନ୍ଥରା ଥାନା ଗିରିସୋଲା ପଞ୍ଚାୟତର  ରାମଚନ୍ଦ୍ରପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। 

ଜିଲାସ୍ତରକୁ ମନୋନୀତ ହେଲେ ୧୬ ଛାତ୍ରୀଛାତ୍ର

କୁକୁଡ଼ାଖଣ୍ଡି,୧୮ା୯(ଡି.ଏନ.ଏ.)-କୁକୁଡ଼ାଖଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ପ୍ରତିଯୋଗିତା ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଏବଂ ବିଡିଓ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ଥିଲେ ।

ମାନବ ଅଧିକାର ସୁରକ୍ଷା ମଞ୍ଚର ଘଣ୍ଟଯାତ୍ରା

ମାନବ ଅଧିକାର ସୁରକ୍ଷା ମଞ୍ଚର ଘଣ୍ଟଯାତ୍ରା

ବ୍ରହ୍ମପୁର ଅଫିସ୍‌,୧୮ା୯-ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ସୋମବାର ୫ ଦଫା ସ୍ବାସ୍ଥ୍ୟସମସ୍ୟା ନେଇ ଏମ୍‌କେସିଜି ମେଡିକାଲ୍‌ କଲେଜ ଅଧକ୍ଷଙ୍କ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ା

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ

ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ପାଠପଢ଼ା ଆରମ୍ଭ

ବ୍ରହ୍ମପୁର ଅଫିସ୍‌,୧୮ା୯-ଓଡ଼ିଶାର ପ୍ରଥମ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟ ତଥା ଖଲ୍ଲିକୋଟ କ୍ଲଷ୍ଟର୍‌ ବିଶ୍ୱବିଦ୍ୟାଳୟରେ  ଘୋଷଣା ହେବାର ୩ବର୍ଷ ପରେ ଅର୍ଥାତ୍‌ ସୋମବାରଠାରୁ ପାଠପଢ଼ା ଆରମ୍ଭ ହୋଇଛି ।