ଅନଗୁଳ-ଢେଙ୍କାନାଳ

ଘର ଅଗଣାରେ କୁକୁଡ଼ା ପାଳନ କାର୍ଯ୍ୟକ୍ରମ: ୯୬ ଚାଷୀଙ୍କୁ କୁକୁଡ଼ା ଚିଆଁ ବଣ୍ଟନ

ଘର ଅଗଣାରେ କୁକୁଡ଼ା ପାଳନ କାର୍ଯ୍ୟକ୍ରମ: ୯୬ ଚାଷୀଙ୍କୁ କୁକୁଡ଼ା ଚିଆଁ ବଣ୍ଟନ
ଛେଣ୍ଡିପଦା,୧୨।୯(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ପଞ୍ଚାୟତ ଅଫିସଠାରେ ବୁଧବାର ଘର ଅଗଣାରେ କୁକୁଡା ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛେଣ୍ଡିପଦା ବ୍ଲକର ଜରପଡା, ତୁକୁଡା, ଓଗୀ, ପରା, ଜେରେଙ୍ଗ ଦେହୁରୀ ସାହି, କତଡା, ଦୁର୍ଗାପୁର ପଞ୍ଚାୟତର ୨୪ ଟି ଗ୍ରାମର ମରୁଡି କ୍ଷତିଗ୍ରସ୍ତ ୯୬ ଜଣ ଚାଷିଙ୍କୁ ୨୫ଟି ବନରାଜ କୁକୁଡା ଚିଆଁ ମାଗଣାରେ ପ୍ରଦାନ କରାଯାଇଛି। ଜିଲା ମୁଖ୍ୟ ପ୍ରାଣୀ ଚିକତ୍ସା ଅଧିକାରୀଙ୍କ ସୈାଜନ୍ୟରେ ମରୁଡ଼ି ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଜୀବିକା ନିର୍ବାହ ପାଇଁ ମାଗଣାରେ କୁକୁଡା ଚିଆଁ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜରପଡ଼ା ସରପଞ୍ଚ ଭାନୁପ୍ରିୟା ପ୍ରଧାନ, ଉଗୀ ସରପଞ୍ଚ ଗୈାରୀ ମୁଣ୍ଡା, ଜେରେଙ୍ଗ ଦେହୁରି ସାହି ସରପଞ୍ଚ ବିଭୁତି ଭୁଷଣ ଗଡନାୟକ, ଦୁର୍ଗାପୁର ସରପଞ୍ଚ ସସ୍ମିତ ବେହେରାଙ୍କ ସମେତ ଜରପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାଜେଶ କୁମାର କବି , ଛେଣ୍ଡିପଦା ପ୍ରାଣି ଚିକିତ୍ସା ଅଧିକାରୀ ଡା ବିକାଶ ରଞ୍ଜନ ବେହେରା ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଗ୍ରାମର ୪ ଜଣ ଚାଷୀଙ୍କୁ ମାଗଣା କୁକୁଡ଼ା ଚିଆଁ ବଣ୍ଟନ କରିଥିଲେ। ଆସନ୍ତା ଅକ୍ଟୋବରରେ ସେହି ଚାଷି ମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୨୫ଟି ଲେଖାଏଁ କୁକୁଡା ବଣ୍ଟନ କରାଯିବ ବୋଲି ପ୍ରାଣୀ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

All Right Reserved By

ଅନଗୁଳ-ଢେଙ୍କାନାଳ

ଶୃଙ୍ଖଳିତ ହୋଇ ଦେଶସେବା କର

ଶୃଙ୍ଖଳିତ ହୋଇ ଦେଶସେବା କର

ଢେଙ୍କାନାଳ ଅଫିସ,୨୩ା୨-ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ସିମିନଈ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। 

ଆତ୍ମନିର୍ଭରଶୀଳ ହୋଇ କାମ କରିବାକୁ ପରାମର୍ଶ

ଆତ୍ମନିର୍ଭରଶୀଳ ହୋଇ କାମ କରିବାକୁ ପରାମର୍ଶ

ଢେଙ୍କାନାଳ ଅଫିସ,୨୩ା୨- ୟୁକୋ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଢେଙ୍କାନାଳ ଶାଖା ପକ୍ଷରୁ କାମାକ୍ଷାନଗର ବ୍ଲକ କଙ୍ଗେଇଲୋ ଗ୍ରାମ କୋଠଘର ପରିସରରେ ଚାଲିଥିବା ପନିପରିବା ଚାଷ ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। 

ନିଜ ଘର ଜାଳିଦେଲେ ଯୁବକ

ନିଜ ଘର ଜାଳିଦେଲେ ଯୁବକ

ବଇଣ୍ଡା,୨୩।୨(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡାପା ଥାନା ନୁନୁକାପଶି ଗ୍ରାମର ପ୍ରହଲ୍ଲାଦ ମୁଣ୍ଡା ଶନିବାର ନିଜ ଘରେ ନିଆଁ ଲଗାଇ ଦେଇଛନ୍ତି।

ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ବିଜେଡିରେ ସାମିଲ ହେଲେ ଶତାଧିକ କର୍ମୀ

ଅନୁଗୋଳ ଅଫିସ,୨୩।୨- ଅନୁଗୋଳ କଳାକେନ୍ଦ୍ରଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।  ମୁଖ୍ୟଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟଣ ମନ୍ତ୍ରୀ ପ୍ରତାପ ଜେନା, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ, ପାଲଲହଡ଼ା ବିଧାୟକ ମହେଶ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

କଠିନ  ପରିଶ୍ରମ କର ଶୀର୍ଷ ସ୍ଥାନରେ ପହଞ୍ଚିବ

କଠିନ ପରିଶ୍ରମ କର ଶୀର୍ଷ ସ୍ଥାନରେ ପହଞ୍ଚିବ

ପରଜଙ୍ଗ,୨୩।୨(ଡି.ଏନ.ଏ.)- ପରଜଙ୍ଗ ମହାବିଦ୍ୟାଳୟରେ ଶନିବାର ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀଗୃହ ସମେତ ୟୁଜିସି ଅନୁଦାନରେ ୧କୋଟି ୨୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଭାରତୀ ଛାତ୍ରୀ ନିବାସକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡ. ନୃସିଂହ ଚରଣ ସାହୁ ଉଦ୍‌ଘାଟନ କରିଥିଲେ। ପରେ ବାର୍ଷିକ ଉତ୍ସବ ଆରମ୍ଭ ହୋଇଥିଲା। 

୮୪ ମହିଳା ଗୋଷ୍ଠୀଙ୍କୁ ଋଣ ବଣ୍ଟନ

୮୪ ମହିଳା ଗୋଷ୍ଠୀଙ୍କୁ ଋଣ ବଣ୍ଟନ

ଭାପୁର,୨୩।୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ବ୍ଲକ ଭାପୁର ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଶନିବାର ମହିଳା ଗୋଷ୍ଠୀଙ୍କୁ ଋଣ ବଣ୍ଟନ କରାଯାଇଛି।

ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ  ହତ୍ୟାକଲେ ବୃଦ୍ଧ

ସମୁଦୀଘରେ ଚରିତ୍ର ସନ୍ଦେହରେ ଚତୁର୍ଥ ସ୍ତ୍ରୀଙ୍କୁ ହତ୍ୟାକଲେ ବୃଦ୍ଧ

ପାଲଲହଡ଼ା,୨୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ବାରକୋଟିଆ ଗ୍ରାମରେ ଶନିବାର ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରାଙ୍କ ସ୍ତ୍ରୀ ଭଗବତୀ(୪୫)।

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛି ୧୪ ଜୀବନ : କଣ୍ଟାବାଞ୍ଜି କହି ନେଇଯାଇଥିଲେ ହାଇଦ୍ରାବାଦ

ଦାଦନ ଖଟିବାକୁ ଯାଇ ବନ୍ଧା ପଡ଼ିଛି ୧୪ ଜୀବନ : କଣ୍ଟାବାଞ୍ଜି କହି ନେଇଯାଇଥିଲେ ହାଇଦ୍ରାବାଦ

ଅନୁଗୋଳ ଅଫିସ, ୨୩।୨ ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ବନ୍ଧା ପଡ଼ିଛନ୍ତି ଅନୁଗୋଳର ୧୪ ଶ୍ରମିକ। ଏପରି କି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅନୁଗୋଳ ବନ୍ତଳା ଅଞ୍ଚଳର ଏହି ଶ୍ରମିକମାନେ। ତୁରନ୍ତ ଉଦ୍ଧାର କରା ନ ଗଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କୌଶଳକ୍ରମେ ସେଠାରୁ ଖସି ଆସିଥିବା ବନ୍ତଳା ଅଞ୍ଚଳର ଗଗନ ବେହେରା ଜିଲାପାଳ ମନୋଜ କୁମାର ମହନ୍ତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଜିଲା ପ୍ରଶାସନ ପକ୍ଷରୁ ତପତ୍ରତା ଦେଖାଯାଇଛି। 

ପଞ୍ଚାୟତ ସମିତି ବୈଠକରେ ବର୍ଷିଲେ ଅଧ୍ୟକ୍ଷ : ପ୍ରଶାସନ ସହଯୋଗ ନ କଲେ ଅନଶନ

ପଞ୍ଚାୟତ ସମିତି ବୈଠକରେ ବର୍ଷିଲେ ଅଧ୍ୟକ୍ଷ : ପ୍ରଶାସନ ସହଯୋଗ ନ କଲେ ଅନଶନ

ଅନୁଗୋଳ ଅଫିସ, ୨୩।୨ ଅନୁଗୋଳ ପଞ୍ଚାୟତ ସମିତିର ୭ମ ବୈଠକ ଶୁକ୍ରବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକରିତା ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ଥିଲା। 

ଏମ୍‌ପିଙ୍କ ଜିଲା ପ୍ରତିନିଧିଙ୍କ ମାତୃ ବିୟୋଗ

ଏମ୍‌ପିଙ୍କ ଜିଲା ପ୍ରତିନିଧିଙ୍କ ମାତୃ ବିୟୋଗ

ଅନୁଗୋଳ ଅଫିସ, ୨୩।୨ ଢେଙ୍କାନାଳ-ଅନୁଗୋଳ ଏମ୍‌ପିଙ୍କ ଜିଲା ପ୍ରତିନିଧି ତଥା ଅନୁଗୋଳ ଏନ୍‌ଏସିର ପୂର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ ଓ ରାଜ୍ୟ ତଥା ଅନୁଗୋଳ ଜିଲା ଟ୍ରକ୍‌ ମାଲିକ ସଂଘ ସଭାପତି ବିଭୂତି ପ୍ରସାଦ ଦାସଙ୍କ ମାତା ଇନ୍ଦୁମତୀ ଦାସ(୮୫)ଙ୍କ ଶୁକ୍ରବାର ମଧ୍ୟାହ୍ନରେ ଅମଲାପଡାସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। 

ଜିଲାପାଳଙ୍କ ଅଫିସ ଘେରିଲେ ଡଅଁରା ଗ୍ରାମବାସୀ

ଜିଲାପାଳଙ୍କ ଅଫିସ ଘେରିଲେ ଡଅଁରା ଗ୍ରାମବାସୀ

ଅନୁଗୋଳ ଅଫିସ, ୨୩।୨ଜମି ଅଧିଗ୍ରହଣ ଓ ଥଇଥାନ ଆଇନ ଅନୁଯାୟୀ ସମୁଦାୟ ଜମିର ୭୫ ଭାଗ କୋଇଲା ଖଣି ଦ୍ୱାରା ଦଖଲ କରାଗଲେ ସମ୍ପୂର୍ଣ୍ଣ ଗ୍ରାମକୁ ବିସ୍ଥାପନ  କରିବାର ନିୟମ ରହିଛି। କିନ୍ତୁ ତାଳଚେର ବ୍ଲକ ଡଅଁରା ଗ୍ରାମର ୮୮ଭାଗ ଜମି ଅଧିଗ୍ରହଣ କରାଯାଇଥିଲେ ସୁଦ୍ଧା ଗଁାକୁ ବିସ୍ଥାପନ କରାଯାଇ ନ ଥିବା ଡଅଁରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଜିଲାପାଳ ଓ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ମାଟ୍ରିକ ପରୀକ୍ଷା କେନ୍ଦ୍ର ବୁଲିଲେ ଜିଲାପାଳ : ପ୍ରଥମ ଦିନ କପିଶୂନ୍ୟ

ମାଟ୍ରିକ ପରୀକ୍ଷା କେନ୍ଦ୍ର ବୁଲିଲେ ଜିଲାପାଳ : ପ୍ରଥମ ଦିନ କପିଶୂନ୍ୟ

ଅନୁଗୋଳ ଅଫିସ, ୨୩।୨ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ସାହିତ୍ୟ ପରୀକ୍ଷା ଅନୁଗୋଳ ଜିଲାରେ ଶୃଙ୍ଖଳାର ସହ ଶେଷ ହୋଇଛି।