ଖେଳ |

ଅଲିମ୍ପିକ୍‌ ପଦକଧାରୀ ଯୋଡ଼ିକୁ ହରାଇଲେ ମନୁ-ସୁମିତ

ଅଲିମ୍ପିକ୍‌ ପଦକଧାରୀ ଯୋଡ଼ିକୁ ହରାଇଲେ ମନୁ-ସୁମିତ
ଟୋକିଓ,୧୨।୯(ପି.ଟି.)- ଭାରତୀୟ ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ମନୁ ଅତ୍ରି ଓ ବି. ସାଇ ପ୍ରଣୀଥ ଏଠାରେ ଚାଲିଥିବା ୭ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ଜାପାନ ଓପନରେ ବୁଧବାର ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ଭାରତୀୟ ଯୋଡ଼ି ଅଲିମ୍ପିକ୍‌ ପଦକ ବିଜେତା ଗୋହ ଭି ଶେମ ଓ ତାମ ଓ୍ବି କିଓଙ୍ଗଙ୍କ ଯୋଡ଼ିକୁ ପରାସ୍ତ କରି ଦେଇଛନ୍ତି। ପ୍ରି-କ୍ୱାର୍ଟର ମୁକାବିଲାକୁ ଜାତୀୟ ଚାମ୍ପିୟନ ମନୁ ଓ ସୁମିତ ୧୫-୨୧, ୨୩-୨୧, ୨୧-୧୯ ଗେମ୍‌ରେ ଜିତି ନେଇଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଦୁଇ ଭାରତୀୟ ଖେଳାଳି ପ୍ରଥମ ଗେମ୍‌ରେ ପରାଜିତ ହେବା ପରେ ୨ୟ ଗେମ୍‌ରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିିଥିଲେ। ଏହାପରେ ଅନ୍ତିମ ଗେମ୍‌କୁ ୨୧-୧୯ ବ୍ୟବଧାନରେ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବିଜୟ ଲାଗି ୫୪ ମିନିଟ୍‌ ଲାଗିଥିଲା। ଏହି ଭାରତୀୟ ଯୋଡ଼ି ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଚାଇନାର ହେ ଜିଟିଙ୍ଗ ଓ ଟାମ କିଆଙ୍ଗଙ୍କୁ ହରାଇବାକୁ ପଡ଼ିବ। ଅନ୍ୟପକ୍ଷରେ ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଠୀଙ୍କ ପୁରୁଷ ଡବଲ୍ସ ଏବଂ ଅଶ୍ୱିନ ପୁନ୍ନପ୍ପା ଓ ଏନ୍‌. ସିକି ରେଡ୍ଡୀଙ୍କ ମହିଳା ଡବଲ୍ସ ଯୋଡ଼ି ପରାଜୟ ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। 
All Right Reserved By

ଖେଳ |

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୨୫।୯(କ୍ରୀଡ଼ା ପ୍ରତିନିଧି)-
ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ୫୮ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ସକାଳ ୭ଟାରେ ପୁରୁଷ ୧୫୦୦ ମିଟରରୁ ପ୍ରତିଯୋଗିତା ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟାରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ଆନୁଷ୍ଠାନିକଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ବିଶ୍ୱଶ୍ରେଣୀୟ କ୍ରୀଡ଼ା ଭିତ୍ତିଭୂମି ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁ ଅଭ୍ୟାସଜାରି ରଖି ଏଠାରୁ ଆଗାମୀ ଦିନରେ ମଧ୍ୟ ଅଲିମ୍ପିକ୍ସ ପଦକ ବିଜୟୀ ଆଥଲେଟ୍‌ ବାହାରି ପାରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ପାରମ୍ପରିକ ବ୍ୟାଣ୍ଡ ବାଦ୍ୟ ସହ ପ୍ରତିଯୋଗୀଙ୍କ ମାର୍ଚ୍ଚ ପାଷ୍ଟ ସମାରୋହକୁ ମନୋଜ୍ଞ କରିଥିଲା। 

  ବିଶିଷ୍ଟ ଭାଷ୍ୟକାର ଯଶଦେବ ସିଂଙ୍କ ପରଲୋକ

ବିଶିଷ୍ଟ ଭାଷ୍ୟକାର ଯଶଦେବ ସିଂଙ୍କ ପରଲୋକ

ନୂଆଦିଲ୍ଲୀ, ୨୫ା୯ (ପି.ଟି.)-ପୂର୍ବତନ ବିଶିଷ୍ଟ ଲୋକପ୍ରିୟ ଭାଷ୍ୟକାର ଯଶଦେବ ସିଂଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ୭୦ ଦଶକ ଏବଂ ୮୦ ଦଶକ ପ୍ରାରମ୍ଭରେ ଖେଳ ପ୍ରସାରଣ କ୍ଷେତ୍ରରେ ଦୂରଦର୍ଶନର ବିଶେଷ ଭୂମିକା ରହିଥିଲା। ସେ ସମୟରେ ରବି ଚତୁର୍ବେଦୀ ଓ ସୁଶୀଲ ଦୋଶିଙ୍କ ସମେତ ଯଶଦେବ ସିଂ ଦୂରଦର୍ଶନର କ୍ରୀଡ଼ା ଭାଷ୍ୟକାର ଭାବେ ଘରେ ଘରେ ପରିଚିତ ଥିଲେ।

ଜାତୀୟ କ୍ରୀଡ଼ା: ପୁରସ୍କାର କୋହଲି, ଚାନୁଙ୍କୁ ଖେଳରତ୍ନ

ଜାତୀୟ କ୍ରୀଡ଼ା: ପୁରସ୍କାର କୋହଲି, ଚାନୁଙ୍କୁ ଖେଳରତ୍ନ

ନୂଆଦିଲ୍ଲୀ, ୨୫।୯(ପି.ଟି.)- ରାଷ୍ଟ୍ରପତି ଭବନରେ ମଙ୍ଗଳବାର ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଓ ଓ୍ବେଟଲିପ୍ଟିଂ ବିଶ୍ୱ ଚାମ୍ପିୟନ ମୀରାବାଇ ଚାନୁ ଯୁଗ୍ମ ଭାବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ହାସଲ କରିଛନ୍ତି। ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆ ଗେମ୍ସ ସ୍ବର୍ଣ୍ଣ ପଦକ ହାସଲ କରିଥିବା ତାରକା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଓ ଜୁନିୟର ବିଶ୍ୱ ଚାମ୍ପିୟନ ଧାବିକା ହୀମା ଦାସଙ୍କ ସମେତ ୨୦ଜଣ କ୍ରୀଡ଼ାବିତ୍‌ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ରାଷ୍ଟ୍ରପିତ ରମନାଥ କୋଭିନ୍ଦ କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିଛନ୍ତି। 

ଧୋନୀଙ୍କ ଦ୍ୱିଶତକ

ଧୋନୀଙ୍କ ଦ୍ୱିଶତକ

ଦୁବାଇ, ୨୫।୯- ଏସିଆ କପ୍‌ ସୁପର୍‌ ଫୋର୍‌ରେ ଭାରତ ତା’ର ଅନ୍ତିମ ମ୍ୟାଚ୍‌ରେ ମଙ୍ଗଳବାର ଆଫଗାନିସ୍ତାନକୁ ଭେଟିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି ମ୍ୟାଚ୍‌ରେ ଭାରତୀୟ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। 

ଫାଇନାଲ ଲକ୍ଷ୍ୟରେ ପାକିସ୍ତାନ, ବାଂଲାଦେଶ

ଫାଇନାଲ ଲକ୍ଷ୍ୟରେ ପାକିସ୍ତାନ, ବାଂଲାଦେଶ

ଆବୁଧାବି, ୨୫।୯(ପି.ଟି.)- ଚଳିତ ଏସିଆ କପ୍‌ ସୁପର୍‌ ଫୋର୍‌ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବୁଧବାର ପାକିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପୂର୍ବରୁ ଫାଇନାଲରେ ଭାରତୀୟ ଦଳ ସ୍ଥାନ ପକ୍କା କରିସାରିଥିବାରୁ ଦ୍ୱିତୀୟ ଦଳ ଭାବେ କିଏ ଫାଇନାଲରେ ପ୍ରବେଶ କରିବ ଏବେ ତାହା ଉପରେ ସମସ୍ତଙ୍କ ନଜର।

୪-୦ରେ ସିରିଜ ଜିତିଲା ଭାରତ

୪-୦ରେ ସିରିଜ ଜିତିଲା ଭାରତ

କଲମ୍ବୋ, ୨୫।୯- ଘରୋଇ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍‌କୁ ଭାରତୀୟ ମହିଳା କ୍ରିକେଟ ଦଳ ୫୧ ରନରେ ଜିତିନେଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୫୭ ରନର ଟାର୍ଗେଟ୍‌କୁ ପିଛା କରିଥିବା ଶ୍ରୀଲଙ୍କା ମହିଳା କ୍ରିକେଟ ଦଳ ୧୭.୪ ଓଭରରେ ୧୦୫ ରନ କରି ଅଲ୍‌ଆଉଟ୍‌ ହୋଇଥିଲା। 

କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟରୁ ଜୟରାମ ବଞ୍ଚିତ

କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟରୁ ଜୟରାମ ବଞ୍ଚିତ

ସିଅଲ, ୨୫।୯(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ଅଜୟ ଜୟରାମ ୬ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ କୋରିଆ ଓପନ୍‌ ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି। 

 ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର

ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର

ଲଣ୍ଡନ, ୨୫।୯(ଏଏଫ୍‌ପି)- ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ଫିଫା ଓ୍ବାଲର୍‌ଡ ଟିମ୍‌ ଅଫ୍‌ ଦି ଇୟର ଚୟନ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବେ ‘ପ୍ଲେୟାର ଅଫ୍‌ ଦି ଇୟର’ ପୁରସ୍କାର ଦୌଡ଼ରେ ରହିଥିବା ମହମ୍ମଦ ସଲାହ ଏବଂ ବର୍ଷର ଶ୍ରେଷ୍ଠ ଗୋଲକିପର ଟ୍ରଫି ଜିତିଥିବା ବେଲଜିୟମର ଥିବାଉଟ୍‌ କର୍ଟୋଇଜଙ୍କୁ ଫିଫା ଓ୍ବାଲର୍‌ଡ ଟିମ୍‌ରେ ସ୍ଥାନ ମିଳିନାହିଁ। 

ମୋଡ୍ରିକ୍‌ ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ମୋଡ୍ରିକ୍‌ ଜିତିଲେ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଲଣ୍ଡନ, ୨୫।୯(ଏଏଫ୍‌ପି)- ଗତ ଦଶନ୍ଧି ଧରି ଫୁଟ୍‌ବଲର ସର୍ବୋଚ୍ଚ ପୁରସ୍କାର ‘ଫିଫା ବେଷ୍ଟ ଫ୍ଲେୟାର ଅଫ୍‌ ଦି ଇୟର’ ଟ୍ରଫି ଜିତି ଆସୁଥିବା ଦୁଇ ମହାନ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ଯୁଗର ଅନ୍ତ ଘଟିଛି। 

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦରୁ ଲ’ଙ୍କ ଇସ୍ତଫା

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ପଦରୁ ଲ’ଙ୍କ ଇସ୍ତଫା

ଲଣ୍ଡନ, ୨୫।୯(ଏଏଫ୍‌ପି)- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦରୁ ଷ୍ଟୁଆର୍ଟ ଲ’ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ତେବେ ଅକ୍ଟୋବରରେ ଭାରତ ଏବଂ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଦ୍ୱିପାକ୍ଷିକ ସିରିଜ ପର୍ଯ୍ୟନ୍ତ ସେ ଓ୍ବେଷ୍ଟଇଣ୍ଡିଜ ଦଳର ପ୍ରଶିକ୍ଷକ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି। 

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଜାତୀୟ ଶକ୍ତିଉତ୍ତୋଳନରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୫ା୯(ସ୍ପୋଟର୍‌ସ ବ୍ୟୁରୋ)- ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆସନ୍ତା ୨୯ରୁ ଅନ୍‌ଇକ୍ୟୁପଟ ବିଭାଗର ଶକ୍ତିଉତ୍ତୋଳନ ପ୍ରତିଯୋଗିତା (ମହିଳା/ପୁରୁଷ) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଦଳ ଅଂଶଗ୍ରହଣ କରିବ। 

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ଏଣିକି ମହିଳାଙ୍କୁ ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୫ା୯ (ଏଏଫ୍‌ପି)- ଏଣିକି  ବିଶ୍ୱର ଶ୍ରେଷ୍ଠ ମହିଳା ଖେଳାଳି  ଏବଂ ୨୧ ବର୍ଷରୁ କମ୍‌ ଖେଳାଳିଙ୍କୁ ପୁରସ୍କୃତ କରିବା ଲାଗି  ବାଲନ ଡି’ଅର ପୁରସ୍କାର ଆୟୋଜକଗଣ ସ୍ଥିର କରିଛନ୍ତି।