ବାଲେଶ୍ୱର

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଶୋଭାଯାତ୍ରା

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଶୋଭାଯାତ୍ରା
ଭଦ୍ରକ ଅଫିସ,୧୨।୯:  ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା କରିବା ଦାବିରେ ବୁଧବାର ୨୦ରୁ ଊର୍ଦ୍ଧ୍ୱ ସାମାଜିକ ସଙ୍ଗଠନ ଓ ବୁଦ୍ଧିଜୀବୀ ଏକ ଶୋଭାଯାତ୍ରା ଆୟୋଜନ କରିଥିଲେ। ଏକ ହଜାରରୁ ଊର୍ଦ୍ଧ୍ୱ ଲୋକ ଶୋଭାଯାତ୍ରାରେ  ଟାଉନହଲ  ଛକରୁ ବାହାରି  ଜିଲାପାଳଙ୍କ ଅଫିସରେ ପହଞ୍ଚି ଅତିରିକ୍ତ ଜିଲାପାଳଙ୍କ ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଦାବି ପତ୍ର ପ୍ରଦାନ  କରିଥିଲେ। ଆଗାମି ୧୦ ଦିନ ମଧ୍ୟରେ  ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରା ନ ଗଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି  କୁହାଯାଇଛି।
All Right Reserved By

ବାଲେଶ୍ୱର

ଭଦ୍ରକ ପ୍ରିମିୟର ଲିଗ୍‌ ଚତୁର୍ଥ ସଂସ୍କରଣ: ନିଲାମରେ ୮୦ ଖେଳାଳି ଚୟନ

ଭଦ୍ରକ ପ୍ରିମିୟର ଲିଗ୍‌ ଚତୁର୍ଥ ସଂସ୍କରଣ: ନିଲାମରେ ୮୦ ଖେଳାଳି ଚୟନ

ଭଦ୍ରକ ଅଫିସ, ୨୧ା୧୧- ପୂର୍ବତଟ ରେଳବାଇ କ୍ରୀଡ଼ାସଂସଦ ଆନୁକୂଲ୍ୟରେ ଭଦ୍ରକ ପ୍ରିମିୟର ଟି-୨୦ ଲିଗ୍‌ ୪ର୍ଥ ସଂସ୍କରଣ ଆସନ୍ତା ଜାନୁୟାରୀ ୩ତାରିଖ ରେଳବାଇ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏହା ଜାନୁୟାରୀ ୧୩ ପର୍ଯ୍ୟନ୍ତ ଚାଲିବ। 

୪୦ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା  କଡ଼ାକଡ଼ି: ଆଜି ମହମ୍ମଦ ଜୟନ୍ତୀ

୪୦ ସ୍ଥାନରେ ଟ୍ରାଫିକ ବ୍ୟବସ୍ଥା, ସୁରକ୍ଷା କଡ଼ାକଡ଼ି: ଆଜି ମହମ୍ମଦ ଜୟନ୍ତୀ

ଭଦ୍ରକ ଅଫିସ, ୨୧ା୧୧- ଭାଇଚରାର ସହର ଭଦ୍ରକରେ ବୁଧବାର ପ୍ରଫେଟ ମହମ୍ମଦ ଜୟନ୍ତୀ ଲାଗି କାଫ୍‌ଲା ଓ ଜୁଲୁସ ଶୋଭାଯାତ୍ରା ଓ ଘରେ ଘରେ ସ୍ବତନ୍ତ୍ର ପୂଜା(ଜସନ୍‌ ଇଦ୍‌ ମିଲାଦୁନ ନବୀ)  ଆୟୋଜନ ଯୋଗୁ ପରିବେଶ ଉସତ୍ବମୁଖର ହୋଇପଡିଛି।

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

ମୋରଡା,୨୧।୧୧- ମୟୂରଭଞ୍ଜ ଜିଲା ମୋରଡ଼ା ଥାନା  ଡାହିସାହି ଗାଁରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିବା ପରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ  ଠିକ୍‌ ପରିଚୟ ମିଳି ପାରି ନାହିଁ।  ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗରେ ଡାହିତ୍ସାହି ଗ୍ରାମର ଠାକୁରା ମାରାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ମୋରଡ଼ା ଥାନା ପୋଲିସ ଏକ ମାମଲା (ନଂ ୯୫/୧୮) ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।  

ବଡ଼ସାହି ବ୍ଲକ କଖାରୁଆ ମହାଦେବ : ଲାଗି ହେଉଛି ବେଲପତ୍ର ସହ ତୁଳସୀ ଲାଗି

ବଡ଼ସାହି ବ୍ଲକ କଖାରୁଆ ମହାଦେବ : ଲାଗି ହେଉଛି ବେଲପତ୍ର ସହ ତୁଳସୀ ଲାଗି

ବଡ଼ସାହି,୨୧ା୧୧(ସ୍ବ.ପ୍ର)- ଶିବ ଲିଙ୍ଗରେ ବେଲପତ୍ର ଲାଗି ହେବା ବିଧି ବିଧାନ ରହିଛି। କିନ୍ତୁ ମୟୂରଭଞ୍ଜ ଜିଲା ବଡସାହିର ହରିହର  ପୀଠ ଭାବେ ପରିଚିତ କଖାରୁଆ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗରେ  ତୁଳସୀ ପତ୍ର ଲାଗି ହେବା  ଭଳି ନିଆରା ପରମ୍ପରା  ଦେଖିବାକୁ ମିଳେ।   କେବଳ ପଞ୍ଚକ ପର୍ବରେ ଶିବଲିଙ୍ଗରେ ଏହି ତୁଳସୀ ପତ୍ର ଲାଗି ହୋଇଥାଏ।  କଖାରୁଆ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗରେ କାର୍ତ୍ତିିକ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ  ସ୍ବତନ୍ତ୍ର ପୂଜା ହୋଇଥାଏ।  ପ୍ର

ବସ୍ତାରେ ହାତୀ ଉପଦ୍ରବ ଜାରି: ସନ୍ଧ୍ୟା ହେଲେ ଗାଁ ଶୂନଶାନ

ବସ୍ତାରେ ହାତୀ ଉପଦ୍ରବ ଜାରି: ସନ୍ଧ୍ୟା ହେଲେ ଗାଁ ଶୂନଶାନ

ବସ୍ତା, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ବ୍ଲକରେ ୮ ଦିନ ହେଲେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ସୋମବାର ରାତିରେ ହାତୀପଲ ପୁରୁଷୋତ୍ତମପୁର ଗ୍ରାମରେ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି। ରାତିରେ ଘର ଭାଙ୍ଗିବା ସହିତ ଗୋଟିଏ ବାଛୁରୀକୁ କଚାଡ଼ି ଦଳି ଦେଇଛନ୍ତି। ହାତୀପଲଙ୍କ ଉଗ୍ରରୂପ ଦେଖି ୫ ଗ୍ରାମର ବାସିନ୍ଦା ଭୟଭୀତ ହୋଇପଡିଛନ୍ତି। ସନ୍ଧ୍ୟା ହେଲେ ଗାଁ ଗଣ୍ଡ ଶୂନଶାନ ହୋଇଯାଉଛି। 

‘କେନ୍ଦ୍ର ବିରୋଧରେ ଲଢ଼େଇ ଜାରି ରହିବ’: ଜନଜାଗରଣ ସଭାରେ ରଣହୁଙ୍କାର

‘କେନ୍ଦ୍ର ବିରୋଧରେ ଲଢ଼େଇ ଜାରି ରହିବ’: ଜନଜାଗରଣ ସଭାରେ ରଣହୁଙ୍କାର

ଭୋଗରାଇ, ୨୧।୧୧(ଡି.ଏନ.ଏ.)-କେନ୍ଦ୍ରରେ ମୋଦି ସରକାରଙ୍କ ସାମ୍ପ୍ରଦାୟିକତା ରାଜନୀତି, ଦରଦାମ୍‌ ବୃଦ୍ଧି, କୃଷକମାରଣ ନୀତି ଓ ବେକାରୀ ବୃଦ୍ଧି ସହିତ ରାଜ୍ୟରେ ବିଜେଡି ସରକାରଙ୍କ ବିଫଳତା ବିରୋଧରେ ସିପିଏମ୍‌ ଲଢ଼େଇ ଜାରି ରଖିବ।

ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ:  ୭୦ ଟଙ୍କା ପାଇଁ ଗଲା ଜୀବନ

ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ: ୭୦ ଟଙ୍କା ପାଇଁ ଗଲା ଜୀବନ

ବାଲେଶ୍ୱର ଅଫିସ, ୨୧।୧୧-ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଗୁଡ଼୍‌ ପଞ୍ଚାୟତ ବାଘମୁଣ୍ଡା ଗ୍ରାମର କନ୍ଦାଇ ଛକ ନିକଟରେ ସପନ ଦଳେଇ (୩୦) ନାମକ ଯୁବକଙ୍କୁ ସୋମବାର ଅପରାହ୍ନରେ ହାଣ୍ଡିଆ ଭାଟିରେ ମରଣାନ୍ତକ ଆକ୍ରମଣ ହୋଇଥିଲା।

‘ସ୍ବୟଂଚାଳିତ ଆଲୋକ’ ପ୍ରକଳ୍ପ ଶ୍ରେଷ୍ଠ

‘ସ୍ବୟଂଚାଳିତ ଆଲୋକ’ ପ୍ରକଳ୍ପ ଶ୍ରେଷ୍ଠ

ସିମୁଳିଆ, ୨୧।୧୧(ଡି.ଏନ.ଏ.)-ସିମୁଳିଆ ବ୍ଲକ ଅଧୀନ ରଘୁନାରାୟଣ ହାଇସ୍କୁଲ ମାର୍କୋଣା ପରିସରରେ ମଙ୍ଗଳବାର ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।  ସବ୍‌ଜୁନିୟର ବିଭାଗରେ ୨୩ଜଣ, ଜୁନିୟର ବିଭାଗରେ ୫୨ ଓ ସିନିୟର ବିଭାଗରେ ୨୪ଜଣ ମୋଟ୍‌ ୯୯ଜଣ କୁନି ବୈଜ୍ଞାନିକ ନିଜର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ୮ ପ୍ରକଳ୍ପ ଜିଲାସ୍ତରୀୟ ବିଜ୍ଞାନମେଳାକୁ ମନୋନୀତ ହୋଇଛି। 

ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ,  ଯୁବକ ଗିରଫ

ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ଆକ୍ରମଣ, ଯୁବକ ଗିରଫ

ନୀଳଗିରି,୨୦ା୧୮(ଡି.ଏନ.ଏ)-ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ମାଟିଆଳି ଗାଁର ଶ୍ୟାମସୁନ୍ଦର ସିଂ ନାମକ ବ୍ୟକ୍ତି ସେହି ଗ୍ରାମର ଜଣେ ମହିଳାଙ୍କୁ ମଦ ପିଇବାକୁ ଟଙ୍କା ମାଗି ବିଫଳ ହେବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ନବଜାତ ଶିଶୁ ଯତ୍ନ ସପ୍ତାହ ଉପଲକ୍ଷେ ସଚେତନତା

ନବଜାତ ଶିଶୁ ଯତ୍ନ ସପ୍ତାହ ଉପଲକ୍ଷେ ସଚେତନତା

ବାଲେଶ୍ୱର ଅଫିସ, ୨୦।୧୧-ବାଲେଶ୍ୱର ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ନବଜାତ ଶିଶୁର ଯତ୍ନ ସପ୍ତାହ ମଙ୍ଗଳବାର ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ସଭା ସ୍ଥାନୀୟ ଅଙ୍ଗାରଗଡ଼ିଆ ବିକାଶନଗର ଅଙ୍ଗନୱାଡ଼ି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି ା

ଅଘୋଷିତ ବିଦ୍ୟୁତକାଟ୍‌ ବିରୋଧରେ ଆନ୍ଦୋଳନ

ଅଘୋଷିତ ବିଦ୍ୟୁତକାଟ୍‌ ବିରୋଧରେ ଆନ୍ଦୋଳନ

ବାଲିଆପାଳ, ୨୦।୧୧(ସ୍ବ.ପ୍ର.)-ଅଘୋଷିତ ବିଦ୍ୟୁତକାଟ ବିରୋଧରେ ବାଲିଆପାଳ ସୂଚନା ଅଧିକାର ସଂଘ ତରଫରୁ ମଙ୍ଗଳବାର ବାଲିଆପାଳ ବିଦ୍ୟୁତ୍‌ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କ ଅଫିସ ଘେରାଉ କରାଯାଇଥିଲା। ସଂଘ ସଭାପତି ଅନୁଜ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବାଲିଆପାଳ ଅଞ୍ଚଳରୁ ବହୁ ଉପଭୋକ୍ତାଙ୍କ ସହିତ ସଂଘର ସକ୍ରିୟ କର୍ମକର୍ତ୍ତା କୋଶଧୂଜ ଜେନା, ଗୋପାଳ ଗଙ୍ଗାଇ, ପ୍ରହଲ୍ଲାଦ ଘଡ଼ାଇ, ବେଣୁଧର ଜେନା ଘେରାଉ ସାମିଲ ହୋଇଥିଲେ।

ବୁଢୀମା’ ମୁଣ୍ଡରେ ନାତିର ବୋଝ

ବୁଢୀମା’ ମୁଣ୍ଡରେ ନାତିର ବୋଝ

ଚମ୍ପୁଆ, ୨୦ା୧୧(ଡି.ଏନ.ଏ.): ମା’ବାପା ଛେଉଁଣ୍ଡ ନାତିର ବୋଝ ସମ୍ଭାଳୁଛନ୍ତି ୬୫ ବର୍ଷର ବିଧବା ବୁଢୀମା’। ଚମ୍ପୁଆ ବ୍ଲକ ଗୁଳୁଦିପଶି ଗ୍ରାମରେ ଜନସେବା ସଙ୍ଗଠନର ଗାଁକୁ ଚାଲ ପରିପ୍ରେକ୍ଷୀରେ ଉକ୍ତ ଘଟଣା ପଦାକୁ ଆସିଛି। ସଙ୍ଗଠନର ସମ୍ପାଦକ ମହେନ୍ଦ୍ର କୁମାର ଗିରିଙ୍କ ସମେତ ୯ ଜଣ ସଭ୍ୟ ବୁଢୀମା ପାର୍ବତୀ ମୁଣ୍ଡା ପାଖରେ ପହଞ୍ଚି ଥିଲେ। ତାଙ୍କର ଦୁଃଖ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇବେ ବୋଲି ସଙ୍ଗଠନର ସମ୍ପାଦକ ପ୍ରତିଶ୍ରୁତି ଦେଇଛନ୍ତି।