ସମ୍ବଲପୁର

ଦୁବାଇ ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ହେବେ ଓଡିଆ ନାଟ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳ

ଦୁବାଇ ନୂଆଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ହେବେ ଓଡିଆ ନାଟ୍ୟ, ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳ


ସୁୁନ୍ଦରଗଡ, ୧୨।୯ (ଡି.ଏନ୍‌.ଏ.)-ପ୍ରଖ୍ୟାତ ନାଟ୍ୟ ଓ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳ ଦୁବାଇରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ଆୟୋଜିତ ନୂଆଁଖାଇ ଭେଟଘାଟରେ ସମ୍ବର୍ଦ୍ଧିତ ହେବେ । ୟୁନାଇଟେଡ ଆରବ ଏମିରେଟସ୍‌ (ୟୁଏଇ) ପଶ୍ଚିମ ଓଡିଶା ପରିବାର ସଂଗଠନ ପକ୍ଷରୁ ଦୁବାଇର କନସୁଲେଟ ଅଡିଟୋରିୟମରେ ଏହି ନୂଆଁଖାଇ ଭେଟଘାଟ ପାଇଁ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ୟୁଏଇ ଓଡିଆ ସମାଜ ଆନୁକୂଲ୍ୟରେ ଚଳିତ ବର୍ଷ ପଞ୍ଚମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ପାଳନ ପାଇଁ ନିଷ୍ପତ୍ତି ହୋଇଛି । ଏହି ଭେଟଘାଟ ଉତ୍ସବକୁ ଭାରତୀୟ କନସଲ ଜେନେରାଲ ଉଦ୍‌ଘାଟନ କରିବେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶାର କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟଗୀତ ସହ ପଶ୍ଚିମ ଓଡିଶାର କଳାସଂସ୍କୃତି ମଞ୍ଚସ୍ଥ କରାଯିବ। 
ତେବେ ଏହି ସାଂସ୍କୃତିକ ଉତ୍ସବରେ ସୁନ୍ଦରଗଡର ତଥା ପଶ୍ଚିମ ଓଡିଶାର ଜଣାଶୁଣା ପ୍ରଖ୍ୟାତ ନାଟ୍ୟ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କୁ ସମ୍ବର୍ଦ୍ଦିତ କରାଯିବ । ନିର୍ଦ୍ଦେଶକ ଭୋଳଙ୍କ ଦ୍ୱାରା ନିର୍ଦ୍ଦେଶିତ ସମ୍ବଲପୁରୀ ଓ ଓଡିଆ ଭାଷାରେ ନିର୍ମିତ ଚଳଚିତ୍ର ‘ଚିନି’ରେ ପ୍ରଥମ କରି ସ୍ଥାନ ପାଇଥିବା ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଗୀତ ବେଶ୍‌ ଲୋକପ୍ରିୟତା ଲାଭ କରିଛି। ଏହା ପୂର୍ବରୁ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଓଡିଆ ଚଳଚିତ୍ର ‘ପବିତ୍ର ବନ୍ଧନ’, ‘ସୁନା ଶଙ୍ଖାଳି’ ସମେତ ୨୦୦ରୁ  ଅଧିକ ଓଡିଆ ଓ ସମ୍ବଲପୁରୀ ମଞ୍ଚ ନାଟକର ନିର୍ଦ୍ଦେଶନା ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି। ଅନ୍ୟପକ୍ଷେ ସମ୍ବଲପୁରୀ କଳା ସଂସ୍କୃତି କ୍ଷେତ୍ରରେ ଅବଦାନ ପାଇଁ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ସ୍ବର୍ଗତ ପ୍ରଭୁଦତ୍ତ ପ୍ରଧାନଙ୍କୁ ତାଙ୍କ ଆବର୍ତ୍ତମାନରେ ସମ୍ବର୍ଦ୍ଧିତ କରାଯିବ । ପ୍ରଭୂଦତ୍ତଙ୍କ ପକ୍ଷରୁ ତାଙ୍କ ପୁଅ ଅସୀମ ପ୍ରଧାନ ଏହି ସମ୍ବର୍ଦ୍ଧନା ଗ୍ରହଣ କରିବେ।
All Right Reserved By

ସମ୍ବଲପୁର

ରଜାବସା ପ୍ରାଥମିକ ବିଦ୍ୟାଳୟ : ଗଛତଲେ ବସି ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ରଜାବସା ପ୍ରାଥମିକ ବିଦ୍ୟାଳୟ : ଗଛତଲେ ବସି ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ବାମରା, ୨୩।୨ (ସ୍ବ.ପ୍ର.): ସମ୍ବଲପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଁଚେତ୍‌ ରଜାବସା ପ୍ରାଥମିକ ସ୍କୁଲରେ ପଢ଼ାକୁଠିମାନ ଅପନ୍‌ତରା ହେଇ ପଡ଼ିଛେ। ଇଆଡ଼େ ପଢ଼ାକୁଠିମାନକର ମରାମତି କାମ୍‌ ଲେଠ୍‌ରେଇ କରି ଚାଲ୍‌ବାର ଲାଗି ଛାତ୍ରୀଛାତ୍ର ଗଛ୍‌ତଲେ ପାଠ୍‌ ପଢ଼ୁଛନ୍‌। ଇ ବାବ୍‌ଦେ ଗୁଟେ ଅଭିଯୋଗ ପତର ଶୁକୁରବାର ବାମରା ବିଡିଓକଁର ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀକଁର ଉଦେଶ୍‌ରେ ଦିଆଯାଇଛେ। 

ହାଇଦ୍ରାବାଦରେ ୫ ଶିଶୁ ସମେତ ୨୪ ଶ୍ରମିକ ବନ୍ଧକ:  ପରିବାର ଲୋକ ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ

ହାଇଦ୍ରାବାଦରେ ୫ ଶିଶୁ ସମେତ ୨୪ ଶ୍ରମିକ ବନ୍ଧକ: ପରିବାର ଲୋକ ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ

 ନୂଆପଡା ଅଫିସ/ସିନାପାଲି,୨୩।୨(ଡି.ଏନ.ଏ.)ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଗୋଡାଲ ପଞ୍ଚାୟତ ମହଗାଁର ୫ଶିଶୁ ସମେତ ୨୪ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦର ଜଣେ ଇଟାଭାଟି ମାଲିକ ବନ୍ଧକ ରଖିଥିବା ତାଙ୍କର ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି । 

କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲାପାଳ ଅଫିସ ଘେରାଉ : ତୋଳାଳି, କର୍ମଚାରୀଙ୍କ ଦାବି ପୂରଣ କର

କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲାପାଳ ଅଫିସ ଘେରାଉ : ତୋଳାଳି, କର୍ମଚାରୀଙ୍କ ଦାବି ପୂରଣ କର

ନୂଅପଡା ଅଫିସ,୨୩ା୨ଶୁକ୍ରବାର ଓଡିଶା କର୍ମଚାରୀ ସଂଘ ଆହ୍ବାନକ୍ରମେ ଖଡିଆଳ ଡିଭିଜନ ତରଫରୁ ସିଜିନାଲ କର୍ମଚାରୀ, କେନ୍ଦୁପତ୍ର ତୋଳାଳି, ବନ୍ଧାଳିମାନେ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ ୧୨ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଘେରାଉରେ ଶତାଧିକ ତୋଳାଳି, ବନ୍ଧାଳିମାନେ ଯୋଗଦେଇ ନିଜର ସମସ୍ୟା ବଖାଣିଥିଲେ। ଏହା ଉପରେ ପ୍ରଶାସନ କି କୌଣସି ନେତା ଦୃଷ୍ଟି ଦେଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । 

ଭତା ଦାବିରେ ବ୍ଲକ ଦୁଆରମୁହେଁ ବିଧବା, ଦିବ୍ୟାଙ୍ଗ

ଭତା ଦାବିରେ ବ୍ଲକ ଦୁଆରମୁହେଁ ବିଧବା, ଦିବ୍ୟାଙ୍ଗ

ଜୁନାଗଡ,୨୩।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଁଚେତରେ ଭତା ଯୋଜନା ବାଟବନା ହେଇଛେ। ଇଠାନେ ବହୁତ୍‌ଟେ ବୁଢ଼ାବୁଢ଼ି, ବିଧବା ଦିବ୍ୟାଙ୍ଗ ଆଏଜତକ୍‌ ଭତା ଯୋଜ୍‌ନାରେ ସାମିଲ ନାଇଁ ହେଇପାରି। ସେଥିରଲାଗି ସେମାନେ ବଡ଼ାଦୁଖେ ଜୀବନ୍‌ ବିତଉଛନ୍‌। 

ଆରମ୍ଭ ହେଲା ନିୟମରାଜା ପରବ  : ଆଦିବାସୀ ଏକତାର ଏକକ ନିଦର୍ଶନ

ଆରମ୍ଭ ହେଲା ନିୟମରାଜା ପରବ : ଆଦିବାସୀ ଏକତାର ଏକକ ନିଦର୍ଶନ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.)ଆଦିବାସୀ ଝରଣିଆ ଓ କୁଟିଆ କନ୍ଧଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କ ବାର୍ଷିକ ନିୟମରାଜା ପରବ ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ନିୟମଗିରି ପର୍ବତ ଶିଖରରେ ଥିବା ଅଁଳାଭଟାରେ ଶୁଭଖମ୍ଭ ସ୍ଥାପନ ସହିତ ଆରମ୍ଭ ହୋଇଛି ଏହି ପ୍ରକୃତି ଉପାସନାର ମହାନ ପରମ୍ପରା । 

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ:  କ୍ଷତ ଭରିନି, ଲୁହ ଶୁଖିନି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ: କ୍ଷତ ଭରିନି, ଲୁହ ଶୁଖିନି

 ବଲାଙ୍ଗୀର ଅଫିସ, ୨୩ା୨ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଶନିବାର ବର୍ଷେ ପୂରିଛି ୨୦୧୮ ଫେବୃୟାରୀ ୨୩ ତାରିଖ ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଭୟଙ୍କର ବିସ୍ଫୋରଣ

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଲୋଇସିଂହା, ୨୩।୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁାରେ ଗଲା ବଛରକେତେ ହେଲା କିଡ଼ନୀ ରୋଗ୍‌ ଚିନ୍‌ତାଜନକ ପରିସ୍ଥିତି ସୁରୁଷ୍‌ଟି କରିଛେ। 

ଗାଡ଼ି ଧକ୍କାରେ ଯୁବକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଗାଡ଼ି ଧକ୍କାରେ ଯୁବକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୨୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଘଣ୍ଟସଲା ଗ୍ରାମ ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଶୁକ୍ରବାର ଭୋର ୪ଟାରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଦିଗାମ୍ବର ଚିନାଗୁନ (୨୫) ।

ସୁବର୍ଣ୍ଣପୁରରେ ବିଶ୍ୱ କୋଶଲି ମାତୃଭାଷା ଦିବସ ପାଲିତ: କୋଶଲିକେ ରାଏଜର ଦୁତିଅ ଭାଷାର ମାଏନ୍‌ତା ଦାବି

ସୁବର୍ଣ୍ଣପୁରରେ ବିଶ୍ୱ କୋଶଲି ମାତୃଭାଷା ଦିବସ ପାଲିତ: କୋଶଲିକେ ରାଏଜର ଦୁତିଅ ଭାଷାର ମାଏନ୍‌ତା ଦାବି

ସୋନପୁର,୨୨।୨(ନି.ପ୍ର.):  କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଆର କୋସଲ ହେରିଟେଜ ଟ୍ରଷ୍ଟ ତରଫୁ ଗୁରୁବାର ବିଶ୍ୱ କୋଶଲି ମାତୃଭାଷା ଦିବସ ଥାନୀୟ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ପରିସରରେ ପାଲିତ ହେଇଯାଇଛେ। 

ବଏସ୍‌ ୭୦ ଟପ୍‌ଲା: ଭତାରୁ ବଁଚିତ୍‌ ୨ ବୁରୁଧ୍‌

ବଏସ୍‌ ୭୦ ଟପ୍‌ଲା: ଭତାରୁ ବଁଚିତ୍‌ ୨ ବୁରୁଧ୍‌

ଖପ୍ରାଖୋଲ, ୨୨ା୨(ଡି.ଏନ.ଏ):  ସରକାର ସାମାଜିକ ସୁରକ୍ଷାକେ ମଜବୁତ କରବାର ଲାଗି ଅନେକ ପରକାର ସାମାଜିକ ସୁରକ୍ଷା କାଯ୍‌କରମ ହାତକେ ନେଇଛନ୍‌। ଇଥ୍‌ରେ ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବା ମହିଲାକୁଁ ବି ଭତା ଯୁଗେଇ ଦେବାର ନିୟମ ରହିଛେ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି। 

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

କଦମ୍ବଗୁଡ଼ା ଛକରେ ମାଓବାଦୀ ପୋଷ୍ଟର

ଲାଞ୍ଜିଗଡ଼,୨୧।୨(ଡି.ଏନ.ଏ.): କିଛି ଦିନର ନିରବତା ପରେ ଗୁରୁବାର ମାଓବାଦୀ ସଙ୍ଗଠନ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ରୋଡ ନିକଟସ୍ଥ କଦମ୍ବଗୁଡା ଛକରେ ପୋଷ୍ଟର ମାରି ନିଜର ଉପସ୍ଥିତି ଜାହିର କରିଛି। ପୂର୍ବରୁ କଦମ୍ବଗୁଡା ଛକ ନିକଟରେ ନିମ୍ନମାନର କାମକୁ ବିରୋଧ କରି ମାଓବାଦୀମାନେ ଜଣେ ଠିକାଦାରଙ୍କ ମିକ୍ସର ମେଶିନ ଜାଳି ଦେଇଥିଲେ।