ଅନ୍ତର୍ଜାତୀୟ |

ଖାଦ୍ୟ ପ୍ରସ୍ତୁତ କଲେ ଜିନପିଙ୍ଗ୍‌- ପୁଟିନ୍‌

ଖାଦ୍ୟ ପ୍ରସ୍ତୁତ କଲେ ଜିନପିଙ୍ଗ୍‌- ପୁଟିନ୍‌
ମସ୍କୋ, ୧୨।୯ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଓ ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ବନ୍ଧୁତା କାହାକୁ ଅଛପା ନାହିଁ। ବିଶ୍ୱର ଏହି ଦୁଇ ଶକ୍ତିଶାଳୀ ଦେଶର ନେତାଙ୍କ ବନ୍ଧୁତାର ଆଉ ଏକ ଝଲକ ନିକଟରେ ଦେଖିବାକୁ ମିଳିଛି। ସମ୍ପ୍ରତି ଜିନପିଙ୍ଗ୍‌ ଇଷ୍ଟନର୍ର୍ ଇକୋନୋମି ଫୋରମରେ ଭାଗ ନେବା ପାଇଁ ରୁଷ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ରୁଷ ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ଦୁହେଁ ରୋଷେଇ ଘରେ ‘ଫ୍ୟାନ୍‌ କେକ୍‌’ ପ୍ରସ୍ତୁତ କରୁଥିବାର ଫଟୋ ଭାଇରାଲ ହୋଇଛି। ଗତ ଜୁନ୍‌ରେ ପୁଟିନ ଚାଇନା ଗସ୍ତରେ ଯାଇଥିବାବେଳେ ମଧ୍ୟ ସେଠାରେ ଖାଦ୍ୟ ପ୍ରସ୍ତୁତ କରିଥିଲେ। ବିଶ୍ୱସ୍ତରୀୟ ସମ୍ମିଳନୀରେ ଏହି ଦୁଇ ଦେଶର ରାଷ୍ଟ୍ରପତିଙ୍କୁ ଅନେକଥର ମିଳିତ ଭାବେ ବସି ଖାଉଥିବାର ମଧ୍ୟ ଦେଖାଯାଇଛି। ନିକଟରେ ଦୁଇଦେଶ ମଧ୍ୟରେ ସମ୍ପର୍କ ମଜବୁତ କରିବା ପାଇଁ ଅନେକ ଚୁକ୍ତି ମଧ୍ୟ ହୋଇଛି।
All Right Reserved By

ଅନ୍ତର୍ଜାତୀୟ |

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ବେଜିଂ,୧୨।୧୧: ଚାଇନା ସ୍କିଆମେନର ୧୩ ବର୍ଷୀୟ ବାଳକ କ୍ୱି ଜିନ୍‌ଉ ଏବେ ନିଜର ଅସମ୍ଭବ ପ୍ରତିଭା ବଳରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସଜାଡି ପାରୁଛନ୍ତି। 

 ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ବାୟୁ ପ୍ରଦୂଷଣ: ୩ ବର୍ଷରେ ନେଇଛି ୨୫ ଲକ୍ଷ ଜୀବନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୨।୧୧: ଦେଶରେ ବାୟୁ ପ୍ରଦୂଷଣ ଧୀରେ ଧୀରେ ଉଗ୍ର ରୂପ ନେଉଛି। ୨୦୧୫ଠାରୁ ଇତିମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣ ଯୋଗୁ ୨୫ ଲକ୍ଷ ଲୋକଙ୍କର ଜୀବନ ଯାଇଛି। 

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ: ନିୟନ୍ତ୍ରଣ ରେଖାଠାରେ ସ୍ନାଇପର ଏସ୍‌ଏସ୍‌ଜି କମାଣ୍ଡୋ ସଂଖ୍ୟା ବଢ଼ାଇଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ୍‌,୧୨।୧୧: ଭାରତୀୟ ସେନାଙ୍କୁ ହଇରାଣ କରିବା ପାଇଁ ତଥା ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ନାଇପର  ଏସ୍‌ଏସ୍‌ଜି କମାଣ୍ଡୋଙ୍କ ସଂଖ୍ୟା ବୃଦ୍ଧି କରିଛି।

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ବିଦେଶକୁ ଚୋରାଚାଲାଣ ହେଉଛି ଭାରତର ପ୍ରାଚୀନ କଳାକୃତି

ସିଙ୍ଗାପୁର/ନୂଆଦିଲ୍ଲୀ,୧୨।୧୧: ପ୍ରତିବର୍ଷ ଭାରତର ମନ୍ଦିରଗୁଡିକରୁ ପ୍ରାଚୀନ କଳାକୃତି ଓ ମୂଲ୍ୟବାନ ଧାତୁନିର୍ମିତ ମୂର୍ତ୍ତି ଚୋରା ଚାଲାଣ ହେଉଛି। ସେଗୁଡିକୁ ଜାହାଜରେ ଚାଲାଣ କରାଯାଇ ଅନ୍ତର୍ଜାତୀୟ ବଜାରରେ ବହୁ ମୂଲ୍ୟରେ ବିକ୍ରି କରାଯାଉଥିବା ସିଙ୍ଗାପୁରସ୍ଥିତ  ଜଣେ ମୂଳ ଭାରତୀୟ ଶିପିଂ ଏକ୍‌ଜିକ୍ୟୁଟିଭ୍‌ ଏସ୍‌. ବିଜୟ କୁମାର ସୂଚନା ଦେଇଛନ୍ତି। 

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

୯୮ ବର୍ଷୀୟ ବୃଦ୍ଧଙ୍କର ସଫଳ ହେଲା ବାଇପାସ୍‌ ସର୍ଜରୀ

ନୂଆଦିଲ୍ଲୀ/ବାଗଦାଦ୍‌,୧୧।୧୧: ଭାରତର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଇରାକ୍‌ର ୯୮ ବର୍ଷ ବୟସ୍କ ବୃଦ୍ଧ ମହମ୍ମଦ କାଦିମ୍‌ ସଇଦ୍‌ଙ୍କ କୋରୋନାରୀ ବାଇପାସ୍‌ ହାର୍ଟ ସର୍ଜରୀ ସଫଳ ହୋଇଛି।

ମନକଥା ଲେଖିଲେ ମିଶେଲ

ମନକଥା ଲେଖିଲେ ମିଶେଲ

ଓ୍ବାଶିଂଟନ,୧୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପତ୍ନୀ ମିଶେଲ ଓବାମା ଏବେ ତାଙ୍କ ମନକଥା ଖୋଲି କହିବାକୁ ଚେଷ୍ଟା କରଛନ୍ତି। ମିଶେଲ ଲେଖିଥିବା ପୁସ୍ତକ ‘ବିକମିଂ’ରେ ଅନେକ ଅକୁହା କଥାକୁ ସ୍ଥାନ ଦେଇଛନ୍ତି।

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ଜୁନ୍‌ ସୁଦ୍ଧା ଭାରତରେ ହୋଇଛି ୬.୯୫ ଲକ୍ଷ ସାଇବର ଆକ୍ରମଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୧୧: ଭାରତରେ ଚଳିତ ୨୦୧୮ ବର୍ଷର ଜାନୁୟାରୀଠାରୁ ଜୁନ୍‌ ସୁଦ୍ଧା ୬.୯୫ ଲକ୍ଷ ସାଇବର ଆକ୍ରମଣ ହୋଇଛି। ଏନେଇ ସାଇବର ସିକ୍ୟୁରିଟି ଫାର୍ମ ଏଫ୍‌- ଫାର୍ମ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଦର୍ଶାଯାଇଛି।

ବିସ୍ଫୋରଣରେ ୪୧ ନିହତ

ବିସ୍ଫୋରଣରେ ୪୧ ନିହତ

ମୋଗାଡ଼ିଶୁ,୧୧।୧୧: ସୋମାଲିଆର ରାଜଧାନୀ ମୋଗାଡ଼ିଶୁ ସ୍ଥିତ ବିଳାସପୂର୍ଣ୍ଣ ହୋଟେଲ ଶାହାଫି ନିକଟରେ ଅଲ୍‌-ଶବାବ୍‌ ଆତଙ୍କବାଦୀମାନେ କାର୍‌ ବିସ୍ଫୋରଣ ଘଟାଇଛନ୍ତି । 

ଫ୍ରାନ୍ସରେ ଯୁଦ୍ଧ ସ୍ମାରକୀ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି: ପ୍ରଥମ ବିଶ୍ୱଯୁଦ୍ଧର ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ଫ୍ରାନ୍ସରେ ଯୁଦ୍ଧ ସ୍ମାରକୀ ଉଦ୍‌ଘାଟନ କଲେ ଉପରାଷ୍ଟ୍ରପତି: ପ୍ରଥମ ବିଶ୍ୱଯୁଦ୍ଧର ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ୟାରିସ୍‌,୧୧।୧୧(ପି.ଟି.): ପ୍ରଥମ ବିଶ୍ୱଯୁଦ୍ଧକୁ ପୂରିଛି ୧୦୦ ବର୍ଷ। ଏହି ଅବସରରେ ଉତ୍ତର ଫ୍ରାନ୍ସରେ ଭାରତ ପକ୍ଷରୁ ନିର୍ମିତ ପ୍ରଥମ ଯୁଦ୍ଧ ସ୍ମାରକୀକୁ ଶନିବାର ଉପରାଷ୍ଟ୍ରପତି ଏମ୍‌.ଭେଙ୍କାୟା ନାଇଡୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ନାଇଡ଼ୁ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। 

ଶ୍ରୀଲଙ୍କା ସଂସଦ ଭାଙ୍ଗିଲା: ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି

ଶ୍ରୀଲଙ୍କା ସଂସଦ ଭାଙ୍ଗିଲା: ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି

କଲମ୍ବୋ, ୧୦।୧୧: ଶ୍ରୀଲଙ୍କାରେ ରାଜନୈତିକ ପାଣିପାଗ ଗୋଳିଆ ହୋଇଯାଇଛି। ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କୁ ହଟାଇ ମହିନ୍ଦ୍ରେ ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବାରେ ପରେ ମଧ୍ୟ ସେଠାରେ ରାଜନୈତିକ ଅଚଳାବସ୍ଥା ଜାରି ରହିଛି। 

ସିଙ୍ଗାପୁରରେ ବାଣ ଫୁଟାଇବା ପଡିଲା ମହଙ୍ଗା: ୪ ଭାରତୀୟ ଗିରଫ

ସିଙ୍ଗାପୁରରେ ବାଣ ଫୁଟାଇବା ପଡିଲା ମହଙ୍ଗା: ୪ ଭାରତୀୟ ଗିରଫ

ସିଙ୍ଗାପୁର, ୧୦।୧୧: ଦୀପାବଳୀ ବାଣ ଫୁଟାଇବାରୁ ସିଙ୍ଗାପୁରର ଏକ ଅଦାଲତ ୪ ଭାରତୀୟଙ୍କୁ ଦୋଷୀ ସାବ୍ୟସ୍ତ କରି ଗିରଫ କରିଛି। 

ଶୁକ୍ରାଣୁ ଚୋରିକରି ଗର୍ଭବତୀ ହେଉଛନ୍ତି ମହିଳା

ଶୁକ୍ରାଣୁ ଚୋରିକରି ଗର୍ଭବତୀ ହେଉଛନ୍ତି ମହିଳା

ରାମଲା,୧୦।୧୧: ପାଲେଷ୍ଟାଇନ୍‌ ଓ ଇସ୍ରାଏଲ ମଧ୍ୟରେ ଶତ୍ରୁତା ପ୍ରାୟ ୫୦ ବର୍ଷ ହେବ ଲାଗି ରହିଛି। ଇସ୍ରାଏଲରେ ରହୁଥିବା ପାଲେଷ୍ଟାଇନର ବିବାହିତା ମହିଳାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି।