ସମ୍ବଲପୁର

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୋଇଂ-୭୩୭ର ପରୀକ୍ଷାମୂଳକ ଅବତରଣ ସଫଳ

 ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ  ବୋଇଂ-୭୩୭ର ପରୀକ୍ଷାମୂଳକ ଅବତରଣ ସଫଳ

ଝାରସୁଗୁଡ଼ାଅଫିସ,୧୨।୯ 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ଏବଂ ପ୍ରଶାସନିକସ୍ତରରେ ତପତ୍ରତା ଓ ଉତ୍କଣ୍ଠା ପ୍ରକାଶ ପାଇଛି। ମୋଦିଙ୍କ ଗସ୍ତ କାର୍ଯ୍ୟସୂଚୀ ମୁତାବକ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଜୋର୍‌ଦାର୍‌ ହୋଇଛି।  ଭାରତୀୟ ବାୟୁ ସେନାର ବୋଇଂ-୭୩୭ ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡା ବିମାନବନ୍ଦରରେ ଅବତରଣ କରିବେ। ଏହାକୁ ଦୃଷ୍ଟିରେ ରଖି ଏହାକୁ ପରୀକ୍ଷାମୂଳକ ଭାବେ ଅବତରଣ କରାଯାଇଛି। ସେପ୍ଟେମ୍ବର ୨୨ ତାରିଖ ପୂର୍ବରୁ ଏହିପରି ଆହୁରି ଥରେ କିମ୍ବା ଦୁଇଥର ବିମାନର ପରୀକ୍ଷାମୂଳକ ଅବତରଣ ହୋଇପାରେ ବୋଲି ବିମାନବନ୍ଦର ଅଧିକାରୀ ଜଣାଇଛନ୍ତି। ଭାରତୀୟ ବାୟୁ ସେନାର ବିଜନେସ୍‌ ବୋଇଂ ଜେଟ୍‌-୭୩୭ ଅବତରଣ କରିଥିଲା। ବିମାନରେ ଆସିଥିବା ଅଧିକାରୀମାନେ ବିମାନବନ୍ଦରର ସ୍ଥିତି ଓ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୋଇଂ ବିମାନର ଏହା ପ୍ରଥମ ଅବତରଣ। ଏହି ଅବତରଣ ସଫଳତାର ସହ ହୋଇଥିବା ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନ କହିଛନ୍ତି।
All Right Reserved By

ସମ୍ବଲପୁର

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ

ପାଟଣାଗଡ଼,୧୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରା ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ ଉଦ୍ୟମ କରୁଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ବାଇକ୍‌ ଜବତ କରିଛି। 

ଉଦ୍‌ଯାପିତ ହେଲା ଛଟପର୍ବ :ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ

ଉଦ୍‌ଯାପିତ ହେଲା ଛଟପର୍ବ :ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ

ରାଜଗାଙ୍ଗପୁର/ କୁତ୍ରା, ୧୪।୧୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ରାଜଗାଙ୍ଗପୁର ଓ କୁତ୍ରା ଅଞ୍ଚଳରେ ବୁଧବାର ଉଦିତ  ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଥିଲେ ଶହଶହ ଶ୍ରଦ୍ଧାଳୁ, ବ୍ରତଧାରୀ ମହିଳା। 

ସହଯୋଗ କଲେନି ମିଲର୍ସ, ପ୍ରଥମ ଦିନରେ ଫେରିଗଲା ଧାନ

ସହଯୋଗ କଲେନି ମିଲର୍ସ, ପ୍ରଥମ ଦିନରେ ଫେରିଗଲା ଧାନ

ଧମା, ୧୪।୧୧ (ଡି.ଏନ.ଏ)- ଚଳିତ ଖରିଫ ଋତୁ ଧାନ କିଣା ପାଇଁ ସମ୍ବଲପୁର ଜିଲାରେ ବୁଧବାରକୁ ଦିନ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପୂର୍ବରୁ ମିଲର୍ସମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ଯାଇଥିବାରୁ ବୁଧବାର କୌଣସି ୟାର୍ଡରେ ଧାନ କିଣା ହୋଇପାରିନାହିଁ । ମାନେଶ୍ୱର ବ୍ଲକ ଗୁଣ୍ଡେରପୁର, ସାହାସପୁର, ବରଗାଁ ଓ ଧମା ୟାର୍ଡକୁ ବୁଧବାର ସର୍ବମୋଟ ୪୫୦୦ ପ୍ୟାକେଟ ଧାନ ବିକ୍ରି ପାଇଁ ଆସିଥିଲା । ଆରଏମସି କର୍ତ୍ତୃପକ୍ଷ, ପେକ୍ସ କର୍ମଚାରୀ, କୃଷକ ସଂଗଠନ ଏବଂ ଚାଷୀମାନେ ଅପେକ୍ଷା କରିଥିଲେ। ହେଲେ ମିଲର୍ସ ମାନଙ୍କ କୌଣସି ୟାର୍ଡରେ ଦେଖା ନ ଥିଲା। ଫଳରେ ବାଧ୍ୟ ହୋଇ ଚାଷୀମାନେ ନିଜ ନିଜ ଧାନ ଗାଡି ଘରକୁ ଫେରାଇ ନେଇଛନ୍ତି । ବିକ୍ରୟ ପାଇଁ ଗୁଣ୍ଡେରପୁର ୟାର୍ଡକୁ ଚାରିଜଣ ଚାଷୀଙ୍କ ୫୮୫ ପ୍ୟାକେଟ, ସାହାସପୁରକୁ ୨ଜଣ ଚାଷୀ ୩୨୦, ବରଗାଁରେ ୧୨ଜଣ ଚାଷୀଙ୍କ୧୯୦୦ ପ୍ୟାକେଟ ଏବଂ ଧମାରେ ୧୦ଜଣ ଚାଷୀ ପ୍ରାୟ ୧୬୯୦ ପ୍ୟାକେଟ ଧାନ ଆଣିଥିଲେ । ଧମାରେ ପେକ୍ସ ସମ୍ପାଦକ ସରୋଜ ଦାଶ କହିଛନ୍ତି ମିଲର୍ସ ଆସିନଥିବାରୁ ଅଞ୍ଚଳର ଚାଷୀମାନେ ହଇରାଣ ହରକତ ହୋଇଛନ୍ତି । 

ପୁଅ, ଝିଅ ସହ ଜଳିଗଲେ ମା’

ପୁଅ, ଝିଅ ସହ ଜଳିଗଲେ ମା’

ଧର୍ମଗଡ,୧୪।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ଧର୍ମଗଡ ଥାନା ଅନ୍ତର୍ଗତ ଥନଟ ଗ୍ରାମରେ ଘଟି ଯାଇଛି ଏକ ଅଘଟଣ। ଘର ଭିତରେ ରୋଷେଇ କରୁଥିବା ବେଳେ ନିଆଁରେ ପୋଡି ହୋଇ ମା’ ସମେତ ଦୁଇ ଛୁଅଙ୍କ ମୃତ୍ୟୁ ଘଟିବା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ମହିଳା ହେଲେ  ଚମ୍ପା ମେହେର ( ୪୦)। ପୁଅ ଅମିତ ମେହେର( ୫) ଏବଂ ଝିଅ ସୁନିତା ମେହେର ( ୧୦)। 

ପତୋରା ଶୈବପୀଠରୁ ରୂପା ଅଳଙ୍କାର, ଦାନ ବାକ୍ସ ନେଇଗଲେ

ପତୋରା ଶୈବପୀଠରୁ ରୂପା ଅଳଙ୍କାର, ଦାନ ବାକ୍ସ ନେଇଗଲେ

ନୂଆପଡା ଅଫିସ,୧୩। ୧୧- ପଶ୍ଚିମ ଓଡିଶାର ପ୍ରମୁଖ ଶୈବପୀଠ ପତୋରାସ୍ଥିତ ଶିବ ମନ୍ଦିରରୁ ଚୋରି ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବତମାନେ ତାଲା ଭାଙ୍ଗି ଶିବ ପାର୍ବତୀଙ୍କ ମୂର୍ତିରେ ଥିବା ରୂପା ମୁକୁଟ, ଦାନ ବାକ୍ସ ଭାଙ୍ଗି ଟଙ୍କା ଚୋରି କରି ନେଇଥିବା ଜଣାପଡିଛି ।

ଚକଡା ଉଜାଡିଲା ଫସଲ

ଚକଡା ଉଜାଡିଲା ଫସଲ

ଅମରପାଲି, ୧୪।୧୧(ଡି.ଏନ.ଏ)- ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଅଞ୍ଚଳରେ ଚକଡା ରୋଗ ଧାନ ଫସଲ ନଷ୍ଟ କରିଛି । ତେଣୁ ଅଞ୍ଚଳର ଚାଷୀ ଏବେ ହତାସ ହୋଇପଡିଛନ୍ତି । ଉକ୍ତ ପଞ୍ଚାୟତର ଶତାଧିକ ହେକ୍ଟର ଜମିରେ ଚକଡା ରୋଗ ଲାଗିଥିବା ଲୋକେ ଅଭିଯୋଗ କରୁଛନ୍ତି। 

ଚକଡା ରୋଗପୋକରେ ଚାଷୀ ଅତିଷ୍ଠ: ରାସ୍ତାରୋକୋ

ଚକଡା ରୋଗପୋକରେ ଚାଷୀ ଅତିଷ୍ଠ: ରାସ୍ତାରୋକୋ

ସୋନପୁର,୧୪।୧୧(ନି.ପ୍ର.)- ସୁବର୍ଣ୍ଣପୁର ଜିଲାରେ ଚକଡା ପୋକଙ୍କ ପ୍ରାଦୁର୍ଭାବ ଦେଖାଦେଇଛି। ଜଳସେଚିତ ଡୁଙ୍ଗୁରିପାଲି ଓ ବିନିକା ବ୍ଲକରେ ଚକଡା ପୋକ ଯୋଗୁଁ ଖରିଫ ଧାନ ଫସଲ ପ୍ରଭାବିତ ହେବାକୁ ବସିଲାଣି। 

ମନମୋହିଲେ ରକ୍‌ ଷ୍ଟାର ସୁଶ୍ୱାତୀ

ମନମୋହିଲେ ରକ୍‌ ଷ୍ଟାର ସୁଶ୍ୱାତୀ

ସୋନପୁର, ୧୪।୧୧(ନି.ପ୍ର.)- ସୋନପୁର ସହରର ମଝିପଡା ସାର୍ବଜନୀନ କାଳୀପୂଜା ପାଳିତ ହେଉଛି। ସ୍ଥାନୀୟ ରାମଧୂନ କ୍ଲବ ପକ୍ଷରୁ ଚଳିତ ଥର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳନ କରାଯାଉଛି।  ବମ୍ବେର ବଲିଉଡ ରକ୍‌ଷ୍ଟାର ତଥା ସୁନାମଧନ୍ୟ ସିଙ୍ଗର ସୁଶ୍ୱାତୀ ମଲ୍ଳିକଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ମରୁଡି ଘୋଷଣା ଦାବିରେ ବିକ୍ଷୋଭ

ମରୁଡି ଘୋଷଣା ଦାବିରେ ବିକ୍ଷୋଭ

ଦେଓଗାଁ,୧୪|୧୧(ଡି.ଏନ.ଏ)- ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବି ତେଜିଛି।  ଗୋଷ୍ଠୀ କୃଷକ ମହାମଞ୍ଚ ଆହ୍ବାନକ୍ରମେ ମଙ୍ଗଳବାର ଦେଓଗାଁ ତହସିଲ ଅନ୍ତର୍ଗତ ବନ୍ଧପଡା, ଅର୍ଜୁନପୁର, ଜରାସିଂହା. ରାମଚନ୍ଦ୍ରପୁର, କୁତୁର୍ଲା, ମହଲାଇ ଓ ବଡବନ୍ଧ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟମାନଙ୍କ ସମ୍ମୁଖରେ ଗୋଷ୍ଠୀ ଆବାହକ ଶ୍ୟାମ ସୁନ୍ଦର ଦାଶଙ୍କ ଆବାହକତ୍ୱ ତଥା ସର୍କଲସ୍ତରୀୟ ଆବାହକମାନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଦାବିପତ୍ର ପ୍ରଦାନ କରାଯାଇଥିଲା| 

ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡା

ବିକାଶ ପାଇଁ ସମ୍ମିଳିତ ଉଦ୍ୟମ ଲୋଡା

ବଲାଙ୍ଗୀର ଅଫିସ, ୧୪ା୧୧- ସ୍ବାଧୀନତା ପରେ ବଲାଙ୍ଗୀର ଜିଲାର ବିକାଶ ହୋଇଛି| ତେବେ ଅନ୍ୟ ଜିଲାମାନଙ୍କ ହିସାବରେ ଯେତିକି ବିକାଶ ହେବା କଥା ହୋଇନାହିଁ| ଏଣୁ ଜିଲାର ବିକାଶକୁ କ୍ଷୀପ୍ରତର କରିବାକୁ ହେଲେ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଲୋଡା|

ଜିଆରଏସ ସଂଘର ଦାବିପତ୍ର ପ୍ରଦାନ

ଜିଆରଏସ ସଂଘର ଦାବିପତ୍ର ପ୍ରଦାନ

ଖପ୍ରାଖୋଲ,୧୩ା୧୧(ଡି.ଏନ.ଏ.): ନିୟମିତ କରିବା ଦାବିରେ ସାମୂହିକ ଛୁଟିରେ ଯିବା ପାଇଁ  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ  ଜିଆରଏସ ସଂଘ ତରଫରୁ  ଗୋଷ୍ଠୀ ଉନ୍ନୟନ ଅଧିକାରୀ ତରଣୀ ସୁନାଙ୍କୁ ଏକ ଦାବିପତ୍ର ମଙ୍ଗଳବାର ପ୍ରଦାନ କରାଯାଇଛି। 

ଘରୋଇକରଣ, ନୂତନ ପେନସନ ନୀତିକୁ ବିରୋଧ

ଘରୋଇକରଣ, ନୂତନ ପେନସନ ନୀତିକୁ ବିରୋଧ

ସଇଁତଲା, ୧୩ା୧୧(ଡି.ଏନ.ଏ.): ପ୍ରତିରକ୍ଷା କ୍ଷେତ୍ରରେ ଘରୋଇକରଣ ଓ ନୂତନ ପେନସନ ନୀତିକୁ ବିରୋଧ କରି ମଙ୍ଗଳବାର ବଲାଙ୍ଗୀର ଜିଲା ସଇଁତଳା ବଡ଼ମାଳ ଗୋଳାବାରୁଦ କାରଖାନାର କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ଡ଼୍ୟୁଟି କରିଥିଲେ। ଦ୍ୱିପ୍ରହର ଭୋଜନ ବର୍ଜନ କରି ପ୍ରତିବାଦ କରିଥିଲେ। ଦେଶର ପ୍ରତିରକ୍ଷା ପାଇଁ ସେନାବାହିନୀକୁ ଆବଶ୍ୟକ ହେଉଥିବା ଗୋଳାବାରୁଦ ସରକାରଙ୍କ ଦ୍ୱାରା ଅବସ୍ଥାପିତ ୪୧ଗୋଟି ଗୋଳାବରୁଦ କାରଖାନା ଯୋଗାଇ ଆସୁଥିଲେ।