ସମ୍ବଲପୁର

କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ


କୁଆଁରମୁଣ୍ଡା,୧୨।୯(ଡି.ଏନ.ଏ.)

ସୁନ୍ଦରଗଡ଼ ଜିଲା ୧୪୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିୟମିତ ଭାବେ ସଫେଇ ହେଉନାହିଁ। ଏପରିକି ଅନ୍ତର୍ବାସ କକ୍ଷ ସମ୍ମୁଖ ବାରଣ୍ଡାରେ ବୁଲା ଗୋରୁ ପଶି ମଳତ୍ୟାଗ କରୁଛନ୍ତି। ଗୋବରଗୁଡିକ ଚାରିଆଡେ ଛିଟିକି ଗୋରୁ ଗୁହାଳ ଭଳି ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ଏ ନେଇ କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଡାକ୍ତରଖାନା ପରିସର ସ୍ବଚ୍ଛ, ସୁନ୍ଦର ରହିବା ପରିବର୍ତ୍ତେ ଦିନକୁ ଦିନ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। କିନ୍ତୁ ଆଦିବାସୀ ଅଧ୍ୟୁଷିତ ଏହି ବ୍ଲକ ଅଞ୍ଚଳର ଗରିବ ଶ୍ରେଣୀ ଲୋକେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଲେ ବାଧ୍ୟ ହୋଇ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥାଆନ୍ତି। ଦୈନନ୍ଦିନ ରୋଗୀଙ୍କ ଲମ୍ବା ଧାଡି ଲାଗିଥାଏ ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ମାତ୍ର ସ୍ବଚ୍ଛତାକୁ ନେଇ ସରକାରୀ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଏହି ଡାକ୍ତରଖାନାର ସ୍ବଚ୍ଛତାକୁ ଯଦି ଉଦାହରଣଭାବେ ନିଆଯାଏ ତେବେ ସ୍ବଛ ଭାରତ ଅଭିଯାନର ବାସ୍ତବତା ପ୍ରତି ଯେ ଅଙ୍ଗୁଳି ନିର୍ଦ୍ଦେଶ କରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏପରିସ୍ଥଳେ ଏହି ଡାକ୍ତରଖାନର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ତଦାରଖ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏହା ସହ ଡାକ୍ତରଖାନାର କେତେକ ଡାକ୍ତର ଓ କର୍ମଚାରୀ ମନମୁଖୀଭାବେ ମେଡିକାଲକୁ ଆସୁଥିବା ନେଇ ଗତ ପ୍ରାୟ ୨ମାସ ତଳେ ପାନପୋଷ ଉପଜିଲାପାଳ ବିଶ୍ୱଜିତ୍‌ ମହାପାତ୍ରଙ୍କ ଅଚାନକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସମୟରେ ଧରାପଡିଥିଲା। ଏହା ସହ ଡାକ୍ତରଖାନା ପରିସର ଏପରିକି ଅନ୍ତର୍ବାସ ରୋଗୀଙ୍କ କକ୍ଷ ଓ ପାଇଖାନା ଗୃହ ନିୟମିତ ସଫେଇ ହେଉ ନ ଥିବା ନେଇ ବିରକ୍ତି ପ୍ରକାଶ କରିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସୁପାରିଶ କରିଥିଲେ। ମାତ୍ର ଏହି ଘଟଣା ଘଟିବା ପରେ ମଧ୍ୟ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଡାକ୍ତରଖାନା ଗୃହ ଭିତରକୁ ବୁଲା ଗୋରୁ ପଶି ମଳତ୍ୟାଗ କରିବା ଘଟଣା ସାଧାରଣରେ ଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଏଥିପ୍ରତି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମହଲରେ ଦାବି ହେଉଛି।
All Right Reserved By

ସମ୍ବଲପୁର

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼, ୨୧।୧୧ (ଡି.ଏନ୍‌.ଏ.) -ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଦିବାସୀ ଦମ୍ପତିଙ୍କୁ ପ୍ରଲୋଭିତ କରି ଏକ ଘରୋଇ ନର୍ସିଂହୋମର  ଜଣେ ନର୍ସ ୨୫ହଜାର ଟଙ୍କାରେ ଶିଶୁପୁତ୍ର କିଣିବା ପାଇଁ ଉଦ୍ୟମ କରିଥିଲେ।

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ରାଉରକେଲା ଅଫିସ,୨୧।୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ରେ ଦିଲୀ ବିଜ୍ଞାନ ଭବନରେ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ (ସିଜିଡି)ର ଭତ୍ତିପ୍ରସ୍ତର ସ୍ଥାପନ ତଥା ଶୁଭାରମ୍ଭ କରିବେ।

କର୍ମଚାରୀ ଅଭାବରୁ ଆରଏମସିରେ ଅଚଳାବସ୍ଥା

କର୍ମଚାରୀ ଅଭାବରୁ ଆରଏମସିରେ ଅଚଳାବସ୍ଥା

ରାଉରକେଲା ଅଫିସ,୨୧।୧୧- ରାଉରକେଲା ମହାନଗର ନିଗମ(ଆରଏମସି)ରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ଅଭାବ ଏହାକୁ ଅଚଳାବସ୍ଥାରେ ରଖିଛି। ପରିମଳ ବ୍ୟବସ୍ଥା ସମେତ ଅନ୍ୟ କାର୍ଯ୍ୟଗୁଡିକ ଆଗେଇ ପାରୁନି। 

ଲୋକଙ୍କୁ ପରାମର୍ଶ ଦେଲେ, ନିଜେ କିନ୍ତୁ ଭୁଲ୍‌ କଲେ

ଲୋକଙ୍କୁ ପରାମର୍ଶ ଦେଲେ, ନିଜେ କିନ୍ତୁ ଭୁଲ୍‌ କଲେ

ରାଉରକେଲା ଅଫିସ,୨୧।୧୧- ସରକାରୀ ସ୍ତରରେ ସ୍ବଚ୍ଛତା ଉପରେ ଗୁରୁତ୍ୱାରୋପ କରାଯାଉଛି। ହେଲେ କାମରେ ପାଳନ କରା ଯାଉନି। ଲୋକ ଦେଖାଣିଆ ଭାବେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରି ଲୋକଙ୍କୁ କେବଳ ପରାମର୍ଶ ପ୍ରଦାନ କରାଯାଉଛି। 

ବିପାସାଙ୍କୁ ଭାରୋତ୍ତଳନରେ ସ୍ବର୍ଣ୍ଣ

ବିପାସାଙ୍କୁ ଭାରୋତ୍ତଳନରେ ସ୍ବର୍ଣ୍ଣ

ରାଉରକେଲା ଅଫିସ,୨୧।୧୧-ବାସନ୍ତୀ କଲୋନୀ ବାସିନ୍ଦା ମଧୁମିତା ଦାସ ଓ ମନୋଜ ଦାସଙ୍କ ଝିଅ ବିପାଶା(୮ମ ଶ୍ରେଣୀ)ଙ୍କୁ ଭାରୋତ୍ତଳନରେ ସଫଳତା ମିଳିଛି।

କୋଶଳ ରାଜ୍ୟ ଦାବିର ସମାଧାନ କରାଯାଉ

କୋଶଳ ରାଜ୍ୟ ଦାବିର ସମାଧାନ କରାଯାଉ

ରାଉରକେଲା ଅଫିସ,୨୧।୧୧: କୋଶଳ ଜନତା ଦଳ (କେଜେଡି) ବରଗଡରେ ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭେଟିଛି। କୋଶଳ ପ୍ରଦେଶ ଦାବି ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି। କେଜେଡିର ରାଜ୍ୟ ସଭାପତି ବୈଦ୍ୟନାଥ ମିଶ୍ର ଓ ସାଧାରଣ ସମ୍ପାଦକ ଚକ୍ରାନ୍ତ ଜେନା ଆଚାର୍ଯ୍ୟଙ୍କୁ ଭେଟିଥିଲେ।

ଚୋରି ଅଭିଯୋଗରେ୨୩ ଗିରଫ

ଚୋରି ଅଭିଯୋଗରେ୨୩ ଗିରଫ

ରାଉରକେଲା ଅଫିସ,୨୧।୧୧: ରାଉରକେଲାର ବିଭିନ୍ନ ଥାନା ପୋଲିସ ୫ଜଣ ବାଇକ୍‌ ଲୁଟେରା, ୨ ସୁନା ଚୋର ଓ ମାଷ୍ଟର ମାଇଣ୍ଡ ସହ ୨୩ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ୨ଜଣ ଅଟୋ ଚୋର ରହିଛନ୍ତି। ୩୧ଟି ବାଇକ, ଗୋଟିଏ ଅଟୋ ଓ ୮ଟି ସୁନା ଚେନ ଜବତ କରାଯାଇଛି।

ଲଖନପୁର ତହସିଲ ଅଫିସ ଘେରିଲେ ଚାଷୀ

ଲଖନପୁର ତହସିଲ ଅଫିସ ଘେରିଲେ ଚାଷୀ

ଲଖନପୁର,୨୧।୧୧(ଡି.ଏନ୍‌.ଏ.)-ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଖରିଫ ଧାନ ଫସଲ କ୍ଷତିଗ୍ରସ୍ତ ହୋଇ ମରୁଡି ପରିସ୍ଥିତି ଦେଖା ଦେଇଛି । ଫଳରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଲଖନପୁର ବ୍ଲକ୍‌ ଅଞ୍ଚଳର ଚାଷଜମି ଅଣ ଜଳସେଚିତ। ସ୍ବ

 କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୨୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସାନ ଅଙ୍କରିଆଠାରେ ଗତ ତିନିଦିନ ଧରି ଚାଲିଥିବା ମା’ କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କୋଟସମଲାଇକୁ ହରାଇ ସୋନପୁର ଜୟ ଦୁର୍ଗା କ୍ଲବ ଚାମ୍ପିୟନ ହୋଇଛି। ସ୍ଥାନୀୟ ମା’ କନ୍ଧେନ ବୁଢୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲରେ ସୋନପୁର ଖେମାଲୋଏକୁ ହରାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପାତ୍ରପାଲିକୁ  ହରାଇ କୋଟସମଲାଇ ଦଳ ଫାଇନାଲରେ ପ୍ରବେଶ କରିଥିଲା।

କଠିନ ପରିଶ୍ରମ କଲେ ସଫଳତା ସୁନିଶ୍ଚିତ

କଠିନ ପରିଶ୍ରମ କଲେ ସଫଳତା ସୁନିଶ୍ଚିତ

 ସୋନପୁର,୨୦।୧୧(ନି.ପ୍ର.): ସୋନପୁର ବ୍ଲକ ଖମ୍ବେଶ୍ୱରୀପାଲିସ୍ଥିତ ମା’ ମାହେଶ୍ୱରୀ ଜୁନିୟର କଲେଜର ରୌପ୍ୟ ଜୟନ୍ତୀ ଉତ୍ସବ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ଅଧ୍ୟକ୍ଷ ପ୍ରହଲ୍ଲାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ସଭା ଅନୁଷ୍ଠିତ ହୋଇଥିଲା। ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂହଦେଓ ମୁଖ୍ୟ ଅତିଥିଭାବେ ଯୋଗଦେଇ ବର୍ତ୍ତମାନର ପ୍ରତିଯୋଗିତାମୂଳକ ଦୁନିଆରେ ସବୁକ୍ଷେତ୍ରରେ ଶ୍ରେଷ୍ଠ ହେବା ପାଇଁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ।

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ, କୋର୍ଟ ବନ୍ଦ

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ଓକିଲଙ୍କ ଆନ୍ଦୋଳନ, କୋର୍ଟ ବନ୍ଦ

  ସୋନପୁର,୨୦।୧୧(ନି.ପ୍ର.): ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଜୋର ଧରିଛି। ଆଇନଜୀବୀମାନେ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପଶ୍ଚିମ ଓଡିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି ।

ମିଳିତ ଚଢାଉ: ୧ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ

ମିଳିତ ଚଢାଉ: ୧ ଏକର ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଦେବଗଡ଼,୨୦।୧୧ (ସ୍ବ.ପ୍ର.)- ଦେବଗଡ଼ ପୋଲିସ, ବନ ବିଭାଗ, ରାଜସ୍ବ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦେବଗଡ଼ ଜିଲା ରିଆମାଳ ଥାନା ଅଧୀନ କଂସର ଫାଣ୍ଡି ଦେବଗଡ଼ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତୁରାଙ୍ଗ ଜଙ୍ଗଲରେ ୧ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଥିବା ଜଣାପଡିଛି।