ରାଜ୍ୟ | ଉପକୂଳ ଓଡିଶା

ଯାଜପୁର ପୂର୍ବତନ ଏମ୍‌ପିଙ୍କ ପରଲୋକ

ଯାଜପୁର ପୂର୍ବତନ ଏମ୍‌ପିଙ୍କ ପରଲୋକ
ଯାଜପୁର ରୋଡ,୧୨।୯(ନି.ପ୍ର.): ଯାଜପୁରର ପୂର୍ବତନ ଏମ୍‌ପି ରାମଚନ୍ଦ୍ର ମଲ୍ଲିକଙ୍କର ବୁଧବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ  ଘଟିଛି।  ଗତ କିଛିଦିନ ହେବ ସେ ଅସୁସ୍ଥ ହୋଇ ଭୁବନେଶ୍ବର କଳିଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ।  ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। ସେ ୧୯୬୨, ୧୯୭୭ ଓ ୧୯୯୮ରେ ୩ ଥର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ବହୁ  ବିକାଶମୂଳକ କାର୍ଯ୍ୟ କରି ସେ ଲୋକଙ୍କ ଆସ୍ଥାଭାଜନ ହୋଇପାରିଥିଲେ। 
ସରଳ, ନିଷ୍କପଟ ଓ ସାଧୁ ପଣିଆ ପାଇଁ ତାଙ୍କର ଲୋକପ୍ରିୟତା ସାରା ଜିଲାରେ ଥିଲା। ତାଙ୍କ ମୃତ୍ୟୁରେ କୋରେଇ ତଥା ଯାଜପୁର ଜିଲାରେ ଶୋକର ଛାୟା ଖେଳିଯାଇଛି।
All Right Reserved By

ରାଜ୍ୟ | ଉପକୂଳ ଓଡିଶା

ବାଳ ସୁଧାର ଗୃହରେ ନିର୍ଯ୍ୟାତାନ ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ବାଳ ସୁଧାର ଗୃହରେ ନିର୍ଯ୍ୟାତାନ ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା ଜୁଭେନାଇଲ ଜେଲ(ବାଳ ସୁଧାର ଗୃହ)ରେ ପ୍ରାୟ ୭୯ ପିଲା ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଛି।

 ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ ଅଫିସ୍‌,୨୫।୯-
ବରଗଡ଼ ବ୍ଲକ କଲୋନୀ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ କେ. ଶାରଦା ପାତ୍ର(୪୮)ଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ରହୁଥିବା ସରକାରୀ କ୍ବାର୍ଟର ଛାତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ । ସ୍ବର୍ଗତା ପାତ୍ରଙ୍କ ସ୍ବାମୀ ଲଡ଼ୁ କିଶୋର ବେହେରା ସ୍ଥାନୀୟ ଭିନ୍ନକ୍ଷମ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଉଭୟେ ଦୃଷ୍ଟିହୀନ ଏବଂ ଏହି ଦିବ୍ୟାଙ୍ଗ ଦମ୍ପତି ଦୀର୍ଘବର୍ଷ ହେଲା ଏଠାରେ ରହି ଶିକ୍ଷକତା କରୁଥିଲେ। ଗତ ୨୦୧୩ ଜାନୁୟାରୀ 

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ବରଗଡ଼ ଅଫିସ୍‌,୨୫।୯-
ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି  ଜୋର ଧରି ବସିଛି।  ଏହି କ୍ରମରେ ଗତ ୧୮ତାରିଖରୁ ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବାବେଳେ ମଙ୍ଗଳବାରରୁ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି। ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଏବଂ ଏହି ଧାରଣା ଜାରି ରହିବ। ସେହିପରି ଗତ ୨୦ତାରିଖ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ ନୀରବ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଜିଲା ଓକିଲ ସଂଘର ସଭାପତି 

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ଲୋଇସିଂହା, ୨୫।୯(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ସାକ୍ଷାତ କରିବାକୁ ଡ଼ାକି ବ୍ଲେଡ଼ରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଯୁବକ ଜଣଙ୍କ  ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କନ୍ଦାଜୁରୀ ଗ୍ରାମର ପାଇକଲାଲ ଶିକ୍କାଙ୍କ ପୁଅ ରଶ୍ମିରଞ୍ଜନ ବସ୍ତିର ଜଣେ ସମ୍ପର୍କୀୟ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପରିବାର ଏକଥା ଜାଣିଥିଲେ। ତେବେ ରଶ୍ମିରଞ୍ଜନଙ୍କ ବିବାହ ଅନ୍ୟତ୍ର କରିବାକୁ ତାଙ୍କ 

ପୋଲିସ-ଆଇନଜୀବୀ ବିବାଦ: ଆଇନଜୀବୀଙ୍କ ପକ୍ଷରୁ ପିକେଟିଂ ଆରମ୍ଭ

ପୋଲିସ-ଆଇନଜୀବୀ ବିବାଦ: ଆଇନଜୀବୀଙ୍କ ପକ୍ଷରୁ ପିକେଟିଂ ଆରମ୍ଭ

କଟକ ଅଫିସ, ୨୫।୯: କଟକରେ ପୋଲିସ-ଆଇନଜୀବୀ ବିବାଦକୁ ମାସେ ପୂରିବାକୁ ବସିଲାଣି। ହେଲେ ଏଯାଏ ବିବଦର କୌଣସି ସ୍ଥାୟୀ ସମାଧାନ ବାହାରିପାରିଲା ନାହିଁ। 

ରାସ୍ତା ଖରାପ, ଗାଁକୁ ଆସି ପାରିଲାନି ୧୦୨ ଆମ୍ବୁଲାନ୍ସ: ଦେଢ କି.ମି. ଭାରରେ ବୁହା ହେଲେ ମହିଳା

ରାସ୍ତା ଖରାପ, ଗାଁକୁ ଆସି ପାରିଲାନି ୧୦୨ ଆମ୍ବୁଲାନ୍ସ: ଦେଢ କି.ମି. ଭାରରେ ବୁହା ହେଲେ ମହିଳା

ଜୁନାଗଡ,୨୫।୯(ଡି.ଏନ.ଏ./ସ୍ବ.ପ୍ର.)
ରାସ୍ତା ଖରାପ ଯୋଗୁ ଦୁର୍ଗମ ଅଞ୍ଚଳ ଗାଁରେ ୧୦୨ ଆମ୍ବୁଲାନ୍ସ ପହଞ୍ଚତ୍ ନ ପାରିବାରୁ ଜଣେ ମହିଳାଙ୍କୁ ଭାରରେ ବୋହି ଡାକ୍ତରଖାନାକୁ ନିଆଯାଉଥିବା ଭଳି ଏକ ଘଟଣା ସୋମବାର କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ମୁଣ୍ଡରାଗୁଡା ପଞ୍ଚୟାତ କଣ୍ଡ୍ରିପଦର (କଲକପଦର) ଗ୍ରାମରେ ଦେଖିବାକୁ ମିଳିଛି। 
ସୋମବାର ପ୍ରତ୍ୟୁଷରେ ଏହି ଗ୍ରାମର ମୋହନ ପଟେଲଙ୍କ ସ୍ତ୍ରୀ ଅଞ୍ଜୁଳାଙ୍କୁ ପ୍ରସବ ବେଦନା ହେବାରୁ ୧୦୨ ଜନନୀ ସୁରକ୍ଷା ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ଏହା ପରେ ୧୦୨ ଗାଡି ମୁଣ୍ଡରାଗୁଡା 

ଭିଜିଲାନ୍ସ ଜାଲରେ ବଡ଼ସାହି ବ୍ଲକ ବାଗୁଲି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ

ଭିଜିଲାନ୍ସ ଜାଲରେ ବଡ଼ସାହି ବ୍ଲକ ବାଗୁଲି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ

ବଡ଼ସାହି,୨୫।୯(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ବାଗୁଲି ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ବିଶ୍ବନାଥ ସାହୁଙ୍କ ବାରିପଦାସ୍ଥିତ ବାସଭବନ ଉପରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।  

ଉଡାନ୍‌ର ମଜା ନେଲେ ୪ ଯାତ୍ରୀ: ଅଫ୍‌ଲାଇନରେ ଟିକଟ୍‌ ବୁକିଂ; ସପ୍ତାହରେ ଉଡ଼ିବ ୬ ଦିନ

ଉଡାନ୍‌ର ମଜା ନେଲେ ୪ ଯାତ୍ରୀ: ଅଫ୍‌ଲାଇନରେ ଟିକଟ୍‌ ବୁକିଂ; ସପ୍ତାହରେ ଉଡ଼ିବ ୬ ଦିନ

ଝାରସୁଗୁଡ଼ା ଅଫିସ,୨୫।୯- ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡାନ୍‌ ଯୋଜନାରେ ବ୍ୟବସାୟିକ ଭିତ୍ତିରେ ପ୍ରଥମ ବିମାନ ସୋମବାର ପହଞ୍ଚି ଥିଲା। ସକାଳ ୭ଟାରେ ଭୁବନେଶ୍ୱରରୁ ବାହାରିଥିବା ଏହି ବିମାନ ଝାରସୁଗୁଡ଼ାରେ ସକାଳ ୭.୫୫ରେ ପହଞ୍ଚିଥିଲା। ୪ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବାହାରିଥିବା ଏୟାର ଓଡ଼ିଶାର ବିମାନ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିଥିଲା। କିନ୍ତୁ ପ୍ରଥମ ବ୍ୟବସାୟିକ ଉଡାନ ଯାତ୍ରାରେ ଝାରସୁଗୁଡ଼ାରୁ କୌଣସି ଯାତ୍ରୀ ରାୟପୁର ଯାଇ ନ ଥିଲେ। ବିମାନରେ ବସିଥିବା ୪ ଜଣ ଯାତ୍ରୀ ରାୟପୁର ଯାତ୍ରା ପାଇଁ ଟିକଟ୍‌ 

ପୋଲିସ ପୋଷାକରେ କଳାଦାଗ: ଥାନାକୁ ଆସିଥିବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଲେ ଏଏସ୍‌ଆଇ

ପୋଲିସ ପୋଷାକରେ କଳାଦାଗ: ଥାନାକୁ ଆସିଥିବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତାବ ଦେଲେ ଏଏସ୍‌ଆଇ

ବରଗଡ଼ ଅଫିସ୍‌,୨୫।୯-
ବରଗଡ଼ ଜିଲା ପୋଲିସକୁ ବିବାଦ ପିଛା ଛାଡ଼ୁନି। ପୁଣିଥରେ ଜିଲା ପୋଲିସର ଖାକିବର୍ଦ୍ଦିରେ ଲାଗିଛି କଳାଦାଗ। ଏକ ପାରିବାରିକ ବିବାଦର ସମାଧାନ ପାଇଁ ଥାନାକୁ ଆସିଥିଲେ ଜଣେ ମହିଳା ।  ହେଲେ ଏହି ସୁଯୋଗରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ  ଜଣେ ପୋଲିସ ଏଏସ୍‌ଆଇ କହିଥିବା ଅଭିଯୋଗ ହୋଇଛି। ବରଗଡ଼ ଜିଲା ବରପାଲି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ପ୍ରମୋଦ କୁମାର ପାତ୍ରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ସଂପୃକ୍ତା ମହିଳା ।  ସେ ଏ  ସଂକ୍ରାନ୍ତରେ ସୋମବାର ବରଗଡ଼ ଏସ୍‌ପିଙ୍କୁ ଫେରାଦ ହୋଇଛନ୍ତି। ଏସ୍‌ପି ମୁକେଶ କୁମାର ଭାମୁ 

ଆରମ୍ଭ ହେଲା ପିତୃ ପକ୍ଷ

ଆରମ୍ଭ ହେଲା ପିତୃ ପକ୍ଷ

ପୁରୀ ଅଫିସ, ୨୫।୯: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ପିତୃ ପକ୍ଷ। ମହୋଦଧି ସମେତ ସବୁ ତୀର୍ଥ ପୁଷ୍କରିଣୀ ଚଳଚଞ୍ଚଳ  ହୋଇଉଠିଛି। ପିତୃ ପୁରୁଷଙ୍କୁ ତିଳ ତର୍ପଣ ଦେବା ପାଇଁ ପଞ୍ଚତୀର୍ଥରେ ଆରମ୍ଭ  ହୋଇଛି ସଜବାଜ। 

ପ୍ରେମବିବାହର ଦେଢବର୍ଷ ପରେ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା: ୪ମାସର ସନ୍ତାନ ଅସହାୟ

ବଣାଇଁ, ୨୫।୯(ଡି.ଏନ.ଏ.)-ପ୍ରେମ ବିବାହର ଦେଢବର୍ଷ ପରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ତିକ୍ତତା। ଶେଷରେ ସ୍ବାମୀ ଟାଙ୍ଗିଆରେ ହାଣି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଏହିଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲ୍ଲୀ ଥାନା ଟିକଟନାଳି ଗ୍ରାମରେ। ସୋମବାର ସକାଳେ ଘଟଣାସମ୍ପର୍କରେ ଖବରପାଇ ପୋଲିସ ଉକ୍ତ ଗାଁରେ ପହଞ୍ଚି ରକ୍ତାକ୍ତ ମୃତଦେହ ଜବତ କରିଛି। ଅଭିଯୁକ୍ତ ଗଁାଦରୁ ଓରାମ (୨୦)ଙ୍କୁ ଗିରଫ କରିଛି। ବର୍ତ୍ତମାନ ସେମାନଙ୍କର ୪ମାସର ପୁତ୍ର ସନ୍ତାନ ଅସହାୟ ହୋଇପଡ଼ିଛି। ମାଙ୍କ ମୃତ୍ୟୁ ଓ ବାପା ଜେଲ ଯିବା ପରେ ଏହି ୪ମାସର 

ପେଟ ପାଇଁ ବାଉଁଶରାଣୀ ନାଟ

ପେଟ ପାଇଁ ବାଉଁଶରାଣୀ ନାଟ

ନୟାଗଡ଼ ଅଫିସ,୨୫ା୯-ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ  ସାମନାରେ  ସୋମବାର ଭିଡ ଜମିଥିଲା। ଜଣେ ନାବାଳିକା ବାଉଁଶରାଣୀ ନାଟ କରୁଥିବା ଦେଖିବାକୁ ମିଳିଥିଲା।  ବାପା ମା ତଳେ ରହିଥିବା ବେଳେ ନାବାଳିକା ଜଣଙ୍କ ରଶିରେ ଚାଲି ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରୁଥିଲେ।