ସମ୍ବଲପୁର

ବେଆଇନ ବ୍ଲାଷ୍ଟିଂ, ଲୋକେ ଆତଙ୍କିତ

ବେଆଇନ ବ୍ଲାଷ୍ଟିଂ, ଲୋକେ ଆତଙ୍କିତ
ଲୋଇସିଂହା,୧୨।୯(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ କୁଶମେଲ ଗ୍ରାମର ଲୋୟର ସୁକତେଲ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲାଗିଥିବା ଏକ ଛୋଟ ପାହାଡରୁ ବେଆଇନ ଭାବେ ପଥର ବ୍ଲାଷ୍ଟିଂ କରାଯାଉଛି। ଡିନାମାଇଟ ବିସ୍ଫୋରଣରେ ଅଞ୍ଚଳର କୁଶମେଲ, ଫଟାବାହଲ ଗ୍ରାମ ଥରି ଉଠୁଛି। ଲୋୟର ସୁକତେଲ କାର୍ଯ୍ୟାଳୟରେ କାର୍ଯ୍ୟରତ ୧୩ଜଣ କର୍ମଚାରୀ ଜୀବନକୁ ପାଣି ଛଡାଇ ରହୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇ ମଙ୍ଗଳବାର ଲୋଇସିଂହା ତହସିଲଦାର କର୍ଣ୍ଣ ମଲ୍ଲିକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବେଆଇନ ପଥର ଉତ୍ତୋଳନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। 
ଅଭିଯୋଗ ମୁତାବକ, ଲୋଇସିଂହା ତହସିଲ ଅଧୀନ କୁଶମେଲ ଗ୍ରାମରେ ଲୋୟର ସୁକତେଲ ସହକାରୀ ଯନ୍ତ୍ରୀ ବିଭାଗ ୩ଙ୍କ କାର୍ଯ୍ୟାଳୟ ରହିଛି। କାର୍ଯ୍ୟାଳୟ ପାଚେରିକୁ ଲାଗି କୁଶମେଲ ମୌଜାର ଫଟାବାହଲ ଗ୍ରାମର ଭୀମସେନ ମହାପାତ୍ରଙ୍କ ଖାତା ନଂ ୩୫୧/୩୯୯ରେ ବ୍ୟକ୍ତିଗତ ଜମି ରହିଛି। ଏହି ଖତିୟାନର ୬୯୨ ଆଟମାମୁଲି ଜମିରେ ଏକ ଛୋଡ ପାହାଡ ଓ ପଥର ବାରୀ ରହିଛି। ଏହି କ୍ୱାରୀ ଉପରେ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। ଜମି ମାଲିକଙ୍କ ବିନା ଅଗୋଚରରେ ୪ମାସ ତଳେ ବେଆଇନଭାବେ ପଥର ଉତ୍ତୋଳନ କରାଯାଇଥିଲା। ସେତେବେଳେ ଫଟାବାହଲ ଓ କୁଶମେଲ ଗ୍ରାମବାସୀ ଜିଲା ପ୍ରଶାନର ଦ୍ୱାରସ୍ଥ ହେବାରୁ ପଥର ଉତ୍ତୋଳନ ବନ୍ଦ ରହିଥିଲା। କିଛି ଦିନର ନୀରବତା ପରେ ବେଆଇନ ଉତ୍ତୋଳନକାରୀ ସକ୍ରିୟ ହୋଇ ପଡିଛନ୍ତି। ଗତ ଶୁକ୍ରବାର ଅପରାହ୍ନରେ ୧୮ଫୁଟ ଗଭୀର ଗାତ ଖୋଳି ପ୍ରାୟ ୫୦ ଡିନାମାଇନ ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରେ ଫଟାବାହଲ ଓ କୁଶମେଲ ଗ୍ରାମ ଥରି ଉଠିଥିଲା। ବିସ୍ଫୋରଣ ଫଳରେ କ୍ୱାରୀ ସଂଲଗ୍ନ ଲୋୟର ସୁକତେଲ କାର୍ଯ୍ୟାଳୟ ପରିସରରେ ପଥର ଛିଟିକି ଶୌଚାଳୟ ପାଣି ଟାଙ୍କି ଓ ପାଇପଗୁଡିକ ଫାଟି ଯାଇଥିଲା। ଏଥିରେ କର୍ମଚାରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏ ସଂକ୍ରାନ୍ତରେ ଜମି ମାଲିକ  ଏବଂ ତାଙ୍କ ଜ୍ୱାଇଁ ମାଗୁରବେଡା ଫାଣ୍ଡି ଓ ବଲାଙ୍ଗୀର ସଦର ଥାନାରେ ଅଭିଯୋଗ କରିଥିଲେ।
All Right Reserved By

ସମ୍ବଲପୁର

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି,  ହିତାଧିକାରୀ ନିରାଶ

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି,  ହିତାଧିକାରୀ ନିରାଶ

କୁଆଁରମୁଣ୍ଡା, ୨୪।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ କଂକ୍ରିଟ ଛାତ ଘର ନିର୍ମାଣ ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯାଉଛି। 

କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ:   ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ:  ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

ବିନିକା, ୨୪ା୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ର ଦେଣ୍ଡୁପଦର ଗାଁ। ୨ଟା ଓ୍ବାର୍ଡ ଥିବାର ଇ ଗଁାରେ ପାଖାପାଖି ୮ଶହ ଲୋକ୍‌ ବାସ୍‌ କରୁଛନ୍‌। 

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ 

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ 

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ ପୁସ୍ତକ ହିଁ ମଣିଷର ଅନ୍ତରଙ୍ଗ ବନ୍ଧୁ ବୋଲି ବିଶ୍ୱ ପୁସ୍ତକ ଦିବସ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। 

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ନୂଆପଡା ଅଫିସ,୨୪ା୪- ସରକାର ସବୁ ଗରିବ୍‌ ପରିବାରକେ ପକାଘର ଆର ଜମି ପଟ୍ଟା ଦେବାର ବେବସ୍‌ତା କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଇ ସବୁ ଯୋଜନା କାଗଜ କଲମରେ ସୀମିତ ହେଇ ରହିଯାଉଛେ। 

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଝାରସୁଗୁଡା ଅଫିସ୍‌/ ଲଖନପୁର, ୨୪।୪(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍‌ଆର୍‌ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ସୁରେଶ ଧୁରୁଆ(୩୫)ଗୁରୁତର ଆହତ ହୋଇଛନ୍ତି। 

ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ 

ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ 

ପଦ୍ମପୁର, ୨୪।୪ (ଡି.ଏନ.ଏ)-  ପଶ୍ଚିମ ଓଡ଼ିଶାର ଅନେକ ଜିଲା ଆଦିବାସୀ ବହୁଲ। ଇଠାନେ ଭିନେ ଭିନେ ସମିଆରେ ଅନେକ କିସମର ସାଗ୍‌, ଫଲମୂଲ, କଁଦା ଖାଏବାକେ ମିଲସି। ଯେନ୍‌ଥିର ସୁଆଦ୍‌ ବି ଭିନେ କିସମର। 

କୋଠା ତିଆରି ହୋଇଛି, ହେଲେ ୬ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ

କୋଠା ତିଆରି ହୋଇଛି, ହେଲେ ୬ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ

କୁତ୍ରା, ୨୩।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ ଅଧିନରେ ଥିବା ୬ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଦୀର୍ଘ ଦିନରୁ ନୂତନ କୋଠା ତିଆରି ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। 

ସୋନପୁର ବ୍ଲକ ପରିସରର ସାଧନକେନ୍ଦ୍ର, ପାଠାଗାରରେ ତାଲା: ନଷ୍ଟ ହେଉଛି ବହି, କମ୍ପ୍ୟୁଟର

ସୋନପୁର ବ୍ଲକ ପରିସରର ସାଧନକେନ୍ଦ୍ର, ପାଠାଗାରରେ ତାଲା: ନଷ୍ଟ ହେଉଛି ବହି, କମ୍ପ୍ୟୁଟର

ସୋନପୁର,୨୩।୫(ନି.ପ୍ର.): ସୋନପୁର ବ୍ଲକ ପରିସରରେ ଖୋଲା ଯାଇଥିବା ସାଧନ କେନ୍ଦ୍ର ଓ ଜିଲାର ପ୍ରଥମ ବ୍ଲକସ୍ତରୀୟ ପାଠାଗାରରେ ସବୁବେଳେ ତାଲା ଝୁଲୁଛି। ଗତ ୨୦୧୩ ମେ ୨୩ତାରିଖରେ ବଲାଙ୍ଗୀର ଏମପି କଲିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। 

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri