ରାଜ୍ୟ | ବ୍ରହ୍ମପୁର

ଦାରିଙ୍ଗବାଡ଼ିରେ ମୋମୋ ଆତଙ୍କ: ବାରମ୍ବାର ଫୋନକଲ୍‌କୁ ନେଇ ଭୟରେ ସହକାରୀ ଶିକ୍ଷକ, ଥାନାରେ ଫେରାଦ

ଦାରିଙ୍ଗବାଡ଼ିରେ ମୋମୋ ଆତଙ୍କ: ବାରମ୍ବାର ଫୋନକଲ୍‌କୁ ନେଇ ଭୟରେ ସହକାରୀ ଶିକ୍ଷକ, ଥାନାରେ ଫେରାଦ
ଦାରିଙ୍ଗବାଡ଼ି,୧୨।୯(ଡି.ଏନ୍‌.ଏ.): ବ୍ଳୁ ହ୍ବେଲ ଗେମ୍‌ ପରେ ଏବେ ସାରା ଦେଶରେ ଅନଲାଇନ ଗେମ୍‌ ମୋମୋକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଯାଇଛନ୍ତି। ଏବେ ଏହି ମୋମୋ ଅନଲାଇନ ଗେମ୍‌ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଆତଙ୍କ ଖେଳାଇଛି। ଉକ୍ତ ଥାନା ଅଞ୍ଚଳ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଜନୈକ ସହକାରୀ ଶିକ୍ଷକଙ୍କ ଫୋନକୁ ମଙ୍ଗଳବାରଠାରୁ ଏହି କଲ୍‌ ବାରମ୍ବାର ଆସୁଥିବା ଜଣାପଡ଼ିଛି। ସେ ଏ ନେଇ ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆଙ୍କୁ ଫୋନ୍‌ରେ ଜଣାଇଥିଲେ। ସେ ଭୟଭୀତ ଥିବାରୁ ଉକ୍ତ ଫୋନ୍‌ ସୁଇଚ୍‌ ଅଫ୍‌ ରଖିବାକୁ ପ୍ରାଥମିକ ଭାବେ ଆଇଆଇସି ଗରଡ଼ିଆ ପରାମର୍ଶ ଦେଇଥିଲେ। ପରେ ବୁଧବାର ସକାଳୁ ଉକ୍ତ ଶିକ୍ଷକ ଜଣକ ଦାରିଙ୍ଗବାଡ଼ି ଥାନାରେ ପହଞ୍ଚି ଆଇଆଇସି ଗରଡ଼ିଆଙ୍କୁ ତାଙ୍କ ଫୋନକୁ ଆସିଥିବା ଉକ୍ତ ନମ୍ବର ଦେଖାଇଥିଲେ। ତେବେ ଆଇଆଇସି ଏଥିରୁ କିଭଳି ନିବୃତ ରହିବ ସେନେଇ ଉକ୍ତ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ। ଏବେ ଅଞ୍ଚଳରେ ଅନ୍ୟ କାହା ପାଖକୁ ଉକ୍ତ କଲ୍‌ ଆସିଥିବା ଏବଂ ଏହି ଗେମ୍‌ରେ କେହି ଜଡ଼ିତ ଥିବା ନେଇ ପୋଲିସ ଆଶଙ୍କା କରିଛି । 

ଏ ନେଇ ଆଇଆଇସି ଗରଡ଼ିଆ କହିଛନ୍ତି, ଯଦି ସେଭଳି କିଛି ଅଜଣା ଫୋନ କିମ୍ବା ମୋମୋ ଚିତ୍ର ଥାଇ କଲ୍‌ ଆସେ ତେବେ ତାକୁ ରିସିଭ୍‌ ନ କରି ଉକ୍ତ ନମ୍ବରଟିକୁ ବ୍ଳକ କରିଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଜିଲା ପୋଲିସର ନିର୍ଦ୍ଦେଶ ମିଳିଲେ ଏହାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସେ କହିଛନ୍ତିା 

ସୂଚନାଯୋଗ୍ୟ, ଗତ ୨୦୧୭ ମସିହାରେ ଉକ୍ତ ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳର ଜଣେ ଶିଶୁ ବ୍ଳୁୁ ହ୍ବେଲ ଗେମ୍‌ରେ ଫସିଥିଲେ । ସେ ଅଧିକାଂଶ ସମୟ ବନ୍ଧ ପାଣି ଭିତରେ ପହଁରିବାକୁ ଇଚ୍ଛା ପ୍ରକାଶ କରୁଥିବା ନଜିର ରହିଛି ା ପରେ ପରିବାର ଲୋକ ତାଙ୍କକୁ ଉକ୍ତ ଗେମ୍‌ରୁ  ବହୁ କଷ୍ଟରେ ମୁକୁଳାଇଥିଲେ ା


All Right Reserved By

ରାଜ୍ୟ | ବ୍ରହ୍ମପୁର

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ: ବଢୁଛି ଦୁର୍ଘଟଣା

ଖୋର୍ଦ୍ଧା ଅଫିସ,୧୭।୨: ଖୋର୍ଦ୍ଧା ଷ୍ଟେଟବ୍ୟାଙ୍କ ଛକରୁ ଚଣ୍ଡିଚୂଆ ରାସ୍ତାକୁ ସଂଯୋଗ ରାସ୍ତା ଗତ କିଛି ଦିନ ତଳେ ପୁନରୁଦ୍ଧାର ହୋଇଛି। 

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

୧୦ଫୁଟ ଗଭୀର କୂଅରେ ଫଶିଗଲା ଗାଈ

ବ୍ରହ୍ମପୁର ଅଫିସ,୧୭ା୨-୧୦ ଫୁଟ ଗଭୀର କୂଅରେ ଫଶିଯାଇଥିବା ଏକ ଗାଈକୁ  ବ୍ରହ୍ମପୁର ଅଗ୍ନିଶମବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି।

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଭଦ୍ରକାଳୀଙ୍କୁ ଦର୍ଶନ କଲେ ଗୃହମନ୍ତ୍ରୀ

ଆରଡି, ୧୭।୨, (ଡି.ଏନ.ଏ.):କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂ ରବିବାର ମଧ୍ୟାହ୍ଣରେ ଭଦ୍ରକରେ ପହଞ୍ଚିି ମା’ ଭଦ୍ରକାଳୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ୧୫ମିନିଟ ମଧ୍ୟରେ ପ୍ରତ୍ୟାବର୍ତ୍ତନ କରିଥିଲେ। 

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ଇରମ ଶହୀଦ ପୀଠରେ ମାଲ୍ୟାର୍ପଣ କଲେ ଗୃହମନ୍ତ୍ରୀ

ବାସୁଦେବପୁର, ୧୭।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁରର ରକ୍ତତୀର୍ଥ ଇରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଶହୀଦ ସମାଧି ପୀଠରେ ମାଲ୍ୟାର୍ପଣ କରିଛନ୍ତି।

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଶହୀଦ ଯବାନଙ୍କ ସ୍ମୃତିରେ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା

ଗଞ୍ଜାମ, ୧୭।୨(ଡି.ଏନ.ଏ): ଶହୀଦ୍‌ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଞ୍ଜାମ ସହର ବିଭିନ୍ନ ସଂଗଠନ, ପ୍ରେସ୍‌ କ୍ଲବ, ବ୍ୟବସାୟୀ ସଂଘ ପକ୍ଷରୁ ଶନିବାର ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରାଯିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। 

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ଶ୍ରୀମନ୍ଦିରରେ ଶୃଙ୍ଖଳା ପାଇଁ ବୈଠକ

ପୁରୀ ଅଫିସ୍‌, ୨୭।୨: ଶ୍ରୀମନ୍ଦିରରେ ସୃଷ୍ଟି ହେଉଥିବା ଅବ୍ୟବସ୍ଥା ଏବଂ ବିଶୃଙ୍ଖଳାର ସମାଧାନ ପାଇଁ ଗୋବର୍ଦ୍ଧନ ମଠରେ ରବିବାର ଆରମ୍ଭ ହୋଇଛି ଶୃଙ୍ଖଳା ବୈଠକ।

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ମା’ ଭଦ୍ରକାଳୀଙ୍କ ସୁନାବେଶ ଦର୍ଶନ କରିବେ ୩ କେନ୍ଦ୍ରମନ୍ତ୍ରୀ

ଭଦ୍ରକ ଅଫିସ, ୧୭।୨: ତିନି କେନ୍ଦ୍ରମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ରହିଛିl ଏଥିପାଇଁ ଭାଜପା ଶିବିର ଚଳଚଞ୍ଚଳ ହୋଇଉଠିଛି।

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା ସ୍ବୟଂଶାସିତ କଲେଜକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭବାନୀପାଟଣା, ୧୭ା୨ (ଡି.ଏନ୍‌.ଏ.): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲା ଗସ୍ତରେ ଆସି ୯୦୬.୮୪ କୋଟି ଟଙ୍କାର ୨୨ଟି ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଏଥିସହିତ ୪୭୬.୮୬ କୋଟି ଟଙ୍କାର ୧୮ଟି ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି।

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ସମଗ୍ର ରାଜ୍ୟରେ ନିଷେଧ ହେବ ପଲିଥିନ:ତୁରନ୍ତ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୨(ବ୍ୟୁରୋ):ପଲିଥିନ ଓ ପ୍ଲାଷ୍ଟିକ ତିଆରି ସାମଗ୍ରୀ ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି। ଏହାର ଭୟାବହତା ବେଳକୁ ବେଳ ଅସମ୍ଭାଳ ହେବାରେ ଲାଗଛି। 

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

ଶହୀଦଙ୍କ ପରିବାରକୁ ଦିନକର ଦରମା ଦେବ ଆଇପିଏସ୍‌ ଅଫିସର ସଂଘ

କଟକ ଅଫିସ, ୧୭।୨:ପୁୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛି ଓଡ଼ିଶା ଆଇପିଏସ୍‌ ଅଫିସର ସଂଘ। 

ଓଡ଼ିଶା ମାଟିରେ ଦୁଇ ଶହୀଦଙ୍କୁ ସମ୍ମାନ

ଓଡ଼ିଶା ମାଟିରେ ଦୁଇ ଶହୀଦଙ୍କୁ ସମ୍ମାନ

ଭୁବନେଶ୍ୱର,୧୭।୨ (ବ୍ୟୁରୋ): ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ବାମାଠାରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଜଗତସିଂହପୁର ଜିଲା ନାଉଗଁାର ପ୍ରସନ୍ନ କୁମାର ସାହୁ (୪୬) ଓ କଟକ ଜିଲା ନିଆଳି ବ୍ଲକ ରତନପୁର ପଞ୍ଚାୟତ ଗଜାବର ଗଁାର ମନୋଜ ବେହେରା(୩୬)ଙ୍କୁ ଶେଷ ସମ୍ମାନ ଜଣାଇଛି ଓଡ଼ିଶା ମାଟି। ଶନିବାର ଅପରାହ୍ନ ପ୍ରାୟ ୩ଟାରେ ସେମାନଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ସ୍ବତନ୍ତ୍ର ବିମାନ ଯୋଗେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚତ୍ଥିଲା।