ସମ୍ବଲପୁର

ପ୍ଲାଷ୍ଟିକ ଫ୍ରି ଓଡିଶା ଅଭିଯାନରେ ସାମିଲ ହେଲା ମ୍ୟୁନିସିପାଲ ଗଲର୍‌ସ ହାଇସ୍କୁଲ

ପ୍ଲାଷ୍ଟିକ ଫ୍ରି ଓଡିଶା ଅଭିଯାନରେ ସାମିଲ ହେଲା ମ୍ୟୁନିସିପାଲ ଗଲର୍‌ସ ହାଇସ୍କୁଲ

ସମ୍ବଲପୁର,୧୨।୯ (ବ୍ୟୁରୋ)- ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ଲାଷ୍ଟିକ ଫ୍ରି ଓଡ଼ିଶା ଅଭିଯାନରେ ସମ୍ବଲପୁର ମ୍ୟୁନିସିପାଲ ଗଲର୍‌ସ ହାଇସ୍କୁଲ ସାମିଲ ହୋଇଛି । ଏ ନେଇ ସଚେତନତା ରାଲିରେ ଛାତ୍ରୀ, ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଥିଲେ । ସେମାନେ ତଅଁଳାପଡା ଅଞ୍ଚଳ ପରିକ୍ରମା କରିବା ସହ ପ୍ଲାଷ୍ଟିକ ଫ୍ରି ଓଡିଶା ସ୍ଲୋଗାନ ଦେଇଥିଲେ । ଏଥିସହ ସ୍କୁଲ ପରିସରରେ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଚିତ୍ରାଙ୍କନ, ସ୍ଲୋଗାନ, କବିତା ଲିଖନ ଓ କ୍ରାଫ୍ଟ ସାମିଲ ହୋଇଥିଲା । କାଗଜ ଠୁଙ୍ଗା, ବ୍ୟାଗ, ଡଷ୍ଟବିନ୍‌ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ । ପ୍ରଧାନ ଶିକ୍ଷକ ହରିହର ପ୍ରସାଦ ମିଶ୍ରଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବିଜ୍ଞାନ ଶିକ୍ଷୟିତ୍ରୀ ସୀମା ଦାଶ କହିଥିଲେ ଯେ, କାଗଜ ସାମଗ୍ରୀ ବ୍ୟବହାର କଲେ ସ୍ବାସ୍ଥ୍ୟ ଠିକ୍‌ ରହିବ । ସମସ୍ତେ ନୀରୋଗ ରହିବା । ତେଣୁ ସ୍କୁଲ ସ୍ତରରୁ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ଛାତ୍ରୀମାନଙ୍କୁ ସେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୀତାରାଣୀ ହୋତା, ରିଙ୍କି ହୋତା, ଦୀପ୍ତିମୟୀ ମିଶ୍ର, ଲଳିତ କୁମାର ମିଶ୍ର, କର୍ମଚାରୀ ସେବତୀ ମଲ୍ଲିକ ଓ ଶିବ ପ୍ରଧାନ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଅନୁପମା ପଣ୍ଡାଙ୍କ ପରିଚାଳନାରେ କ୍ରାଫ୍ଟ ପ୍ରଦର୍ଶନୀ ହୋଇଥିଲା । ଏହି ଅବସରରେ ଛାତ୍ରୀମାନଙ୍କୁ ସେ କାଗଜରେ କିପରି ଠୁଙ୍ଗା, ବ୍ୟାଗ ଓ ଡଷ୍ଟବିନ୍‌ ତିଆରି କରାଯାଏ ସେ ବିଷୟରେ ବକ୍ତବ୍ୟ ଦେଇଥିଲେ।
All Right Reserved By

ସମ୍ବଲପୁର

ମହିଚଲା ମାଇନର କେନାଲ ସଫା କେଲେ ଚାଷୀ

ମହିଚଲା ମାଇନର କେନାଲ ସଫା କେଲେ ଚାଷୀ

ଜୁନାଗଡ,୨୩।୯(ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଲା ମାଇନର କେନାଲ ଦୀର୍ଘଦିନ ହେବ ସଫା ନ ହୋଇ ଅଳିଆ, ଆବର୍ଜନାରେ ପଡି ରହିଥିଲା। ଫଳରେ ତଳ ଅଞ୍ଚଳକୁ ଠିକ୍‌ ମାତ୍ରାରେ ପାଣି ନ ଆସିବାରୁ ଚାଷ କାମରେ ବାଧାପ୍ରାପ୍ତ ହେଉଥିଲା। ସ୍ଥାନୀୟ ଚାଷୀ ଏ ସମ୍ପର୍କରେ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ଓ  ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶେଷରେ ସ୍ଥାନୀୟ ଚାଷୀମାନେ ଏକତ୍ର ହୋଇ କେନାଲ ସଫେଇ କାମ ଆରମ୍ଭ କରିଛନ୍ତି। 

ଗୋପାଳନ ଓ ଦୁଗ୍ଧ ଉତ୍ପାଦକ ଦକ୍ଷତା ଶିବିର

ଗୋପାଳନ ଓ ଦୁଗ୍ଧ ଉତ୍ପାଦକ ଦକ୍ଷତା ଶିବିର

ଭବାନୀପାଟଣା,୨୩।୯(ଡି.ଏନ୍‌.ଏ.)- ସଦର ବ୍ଲକ ଅଧୀନ ବୋର୍ଡା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ଜିଲା ପ୍ରାଣୀ ସମ୍ପଦ ବିଭାଗ ଓ ଆତ୍ମାର ସହଯୋଗରେ ଗୋପାଳନ ଓ ଦୁଗ୍ଧ ଉପତ୍ାଦକ ଦକ୍ଷତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଭିଏଏସ୍‌ ଡ. କେଦାରନାଥ ଖମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବୋର୍ଡା ପଞ୍ଚାୟତ ସରପଞ୍ଚ ରୀନାରାଣୀ ଜାଲ, ଅଗ୍ରଣୀ ଚାଷୀ ଶାନ୍ତନୁ କୁମାର ବେହେରା, ବିକେଏନ୍‌ ଦୁଗ୍ଧ ସଂଘର ସମିତି ପରିଦର୍ଶକ ଲିଙ୍ଗରାଜ ବାଘରା, ଭିଏଏସ୍‌ ମୌସୁମୀ ତରାୟୀ, ଯାଜ୍ଞସେନୀ ମେହେର ପ୍ରମୁଖ ଯୋଗଦେଇ ଗୋପାଳକମାନେ ଆଧୁନିକ ପ୍ରଣାଳୀ ଗୋ ପାଳନ କରି କମ୍‌ ପରିଶ୍ରମରେ ଅଧିକ ଦୁଗ୍ଧ ଉପତ୍ାଦନ କରି ଲାଭବାନ ହୋଇପାରିବେ ବୋଳି କହିଥିଲେ।

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁନ୍ଦରଗଡ଼,୨୩।୯(ଡି.ଏନ୍‌.ଏ.)- ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟଠାରେ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିବହନ ଅଧିକାରୀ ରାମନିବାସ ସିରିକା ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସୂଚନା ଦେବା ସହ ଗାଡି ଚଳାଚଳ ସମୟରେ ରାସ୍ତାର ନିୟମ ପାଳନ କରିବାକୁ କହିଥିଲେ।

ଦୁମାଙ୍ଗଦିରିରେ ରାଜୀ କରମା ମହୋତ୍ସବ

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ଦୁମାଙ୍ଗଦିରିରେ ଆଦିବାସୀମାନଙ୍କ ରାଜୀ କରମା ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ କୁଆଁରମୁଣ୍ଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ରଣଜିତ୍‌ ଲାକ୍ରା ଯୋଗଦେଇଥିଲେ।

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ରେଢ଼ାଖୋଲ,୨୩।୯(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ରେଢ଼ାଖୋଲ ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ରବିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ଅଧ୍ୟକ୍ଷ ତଥା ସବ୍‌ଜଜ୍‌ ବାସୁଦେବ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଏସିଡ୍‌ ଆକ୍ରମଣର ପିଡିତା ଓ ସେମାନଙ୍କ ପାଇଁ ଥିବା ଆଇନଗତ ସାହାର୍ଯ୍ୟ ଓ କ୍ଷତିପୂରଣ ଉପରେ ସଚେତନ କରାଯାଇଥିଲା। 

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସମ୍ବଲପୁର,୨୩।୯(ବ୍ୟୁରୋ)- ସମ୍ବଲପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଦ୍ୱାରା ଆୟୋଜିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦ଜଣ ତାଲିମଦାତାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ଭବାନୀପାଟଣା,୨୨।୯(ଡି.ଏନ୍‌.ଏ.)- ଭବାନୀପାଟଣା-ଛତିକୁଡା ମୁଖିଆ ରାସ୍‌ତା ମେଦିନୀପୁରଠାନେ ଥିବାର ପୁର୍‌ନା ବ୍ରିଜ ମଝିରେ ମରାମତି ଅଭାବୁ ଗୁଟେ ବଢ଼େ ଗାଡ୍‌ ହେଇଛେ। ଏନ୍‌ତା କି ବ୍ରିଜର ଦୁଇଫାଲେ ଥିବାର ବାଡା ବି ଭାଂଗିଯାଇଛେ। ବ୍ରିଜରେ ହେଇଥିବାର ଗାଡେ ପଡ଼ି ଝନ୍‌ ପଁାଚେ ସାତେ ଖଁଡ଼ିଆଖବରା ହେଇଥିବାର ବି ଜନାଯାଇଛେ। ଗଲା ୨୦ ତାରିଖ୍‌ ରାତି ବର୍‌ଷାରେ ବ୍ରିଜ୍‌ର କଂକ୍ରିଟ୍‌ ସିମେଟ ଧସି ବଢ଼େ ଗାଡ୍‌ ହେଇଛେ। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା

ବରଗଡ଼ ସଦର ଥାନା ଅଧୀନ ବନବାସପାଲି ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାତବିଡ଼ା ଗ୍ରାମର କୁମର ରଣା(୩୩)। କୁମର ଏକ ବିଦ୍ୟୁତ୍‌ ଖୁଣ୍ଟରେ ଚଢି ମରାମତି କରୁଥିଲେ। ସେତିକିବେଳେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ କେହି ଜଣେ ବିଦ୍ୟୁତ୍‌ ସଂଯୋଗ କରି ଦେବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବନବାସପାଲି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। 

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବରଗଡ଼ ଅଫିସ୍‌,୨୩।୯- ଦାନ୍ତ ଘଷିବା ପାଇଁ କାଠି ଭାଙ୍ଗିଯାଇ ଥିବାବେଳେ ରବିବାର ବରଗଡ଼ ଜିଲା ଭଟଲି ଥାନା ଖଜରିଆ ଗ୍ରାମର ସୀତାରାମ ରାଉତ(୫୫) ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କ ହାତ, ଗୋଡ଼ ସହିତ ଶରୀର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ବୃଦ୍ଧଜଣକ ନିହାତି ଗରୀବ ଶ୍ରେଣୀର ହୋଇଥିବା ଯୋଗୁ ତାଙ୍କୁ ଆବଶ୍ୟକ ଚିକିତ୍ସା ସମେତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି ।

ନିଆରା ଶ୍ରଦ୍ଧାଞ୍ଜଳି: ନୃସିଂହନାଥ ଭୋଗ, ଚନ୍ଦନ ବୃକ୍ଷଚାରା ଅର୍ପଣ କଲେ ଦମ୍ପତି

ନିଆରା ଶ୍ରଦ୍ଧାଞ୍ଜଳି: ନୃସିଂହନାଥ ଭୋଗ, ଚନ୍ଦନ ବୃକ୍ଷଚାରା ଅର୍ପଣ କଲେ ଦମ୍ପତି

ବରଗଡ଼ ଅଫିସ୍‌,୨୩।୯- ବରଗଡ଼ ଜିଲା ବହୁମୁଖୀ ପ୍ରତିଭା ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଗଙ୍ଗାଶ୍ରାଦ୍ଧ ଅବସରରେ ରବିବାର ସ୍ଥାନୀୟ ମିଳନ ମଣ୍ଡପରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଶିକ୍ଷାବିତ ଅଗ୍ନି ପ୍ରଧାନ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ନାରଦ ନୈଷ୍ଟିକ, ଗୋପାଳ ଅଗ୍ରୱାଲ, ଡା. ସରୋଜ କୁମାର ଯୋଶୀ, ଚାଷୀନେତା ଲିଙ୍ଗରାଜ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ରାଜ୍ୟ ଭାଜପା ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ସ୍ମୃତିସଭାରେ ମଞ୍ଚାସୀନ ଥିବାବେଳେ ବରଗଡ଼ ସାମ୍ବାଦିକ ସଂଘର ଯୁଗ୍ମ ସମ୍ପାଦକ ରମଣୀ ରଞ୍ଜନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି

ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି

ଅତାବିରା, ୨୩।୯ (ଡି.ଏନ.ଏ)- ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ ସହରାଟିକ୍ରାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦୁର୍ଗାପ୍ରସାଦ ଛୁରିଆଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତି ରହି ନୂଆଁଖାଇ ଭେଟ୍‌ଘାଟ୍‌ ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ନୂଆଁଖାଇ ଭେଟଘାଟ୍‌ରେ ମାରାଥନ ଦୌଡ଼

ନୂଆଁଖାଇ ଭେଟଘାଟ୍‌ରେ ମାରାଥନ ଦୌଡ଼

ରିଷିଡା,୨୩।୯(ଡି.ଏନ.ଏ)- କଳାହାଣ୍ଡି ଜିଲା ରିଷିଡ଼ାସ୍ଥିତ ଜ୍ୟୋତିବିକାଶ ଯୁବକ ସଂଘ ପକ୍ଷରୁ ରବିବାର ପୂର୍ବାହ୍ନରେ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ମାରାଥନ୍‌ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଯୁବନେତା ଶରତ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ।