ଉପକୂଳ ଓଡିଶା

ଚିତ୍ରୋତ୍ପଳା ନଦୀ ବନ୍ଧ ଧସିବା ସ୍ଥାନ ଅନୁଧ୍ୟାନ କଲେ ଜିଲାପାଳ

ଚିତ୍ରୋତ୍ପଳା ନଦୀ ବନ୍ଧ ଧସିବା ସ୍ଥାନ ଅନୁଧ୍ୟାନ କଲେ ଜିଲାପାଳ
ପାଟକୁରା, ୧୧।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ବେଡାରୀ ପଞ୍ଚାୟତର କୁଳତୁଠୀ ଗ୍ରାମ ନିକଟରେ ୩ଟି ସ୍ଥାନରେ ଚିତ୍ରୋତ୍ପଳା ନଦୀ ବନ୍ଧ ପ୍ରାୟ ୨୦୦ ଫୁଟ ଲମ୍ବରେ ଧସିଯାଇଛି। କେନ୍ଦ୍ରାପଡ଼ା ଜିଲାପ୍ରଶାସନ ପକ୍ଷରୁ ଏଡିଏମ୍‌ ବସନ୍ତ କୁମାର  ରାଉତ, ପ୍ରୋଜେକ୍ଟ ଡାଇରେକ୍ଟର ଦିଲ୍ଲୀପ କୁମାର ପରିଡ଼ା ବୁଧବାର ବନ୍ଧ ଧସିବା ସ୍ଥାନ ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ସହ ଗରଦପୁର ବିଡିଓ ଧରଣିଧର ବେହେରା ଉପସ୍ଥିତ ଥିଲେ। ନଦୀରେ ବନ୍ଧ ଜଳ ପ୍ରବାହିତ ହେଉଥିବାରୁ ତୁରନ୍ତ ଏହି ବନ୍ଧକୁ ମରାମତି କରାଯିବ ବୋଲି ଏଡିଏମ୍‌ ସ୍ଥାନୀୟ ଜନସାଧାରଣଙ୍କୁ  କହିଛନ୍ତି। ଧାନ ଫସଲ କ୍ଷୟକ୍ଷତି ସଂକ୍ରାନ୍ତରେ  ତୁରନ୍ତ ଆକଳନ  କରାଯିବ ବୋଲି ପ୍ରକାଶ କରିଛନ୍ତି। 
All Right Reserved By

ଉପକୂଳ ଓଡିଶା

ଶିଶୁ ଦିବସ ପାଳିତ

ଶିଶୁ ଦିବସ ପାଳିତ

ଧର୍ମଶାଳା, ୧୪।୧୧(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକା ପଣ୍ଡୁଆସ୍ଥିତ ଆପେକ୍ସ କୋଚିଂ କ୍ୟାମ୍ପସ ପରିସରରେ ସୁକନ୍ୟା ଅନୁଷ୍ଠାନ ପକ୍ଷରୁ ନେହେରୁ ଯୁବକେନ୍ଦ୍ରର ପ୍ରତିଷ୍ଠା ଦିବସ ବୁଧବାର ପାଳିତ ହୋଇଯାଇଛି।

 ସର୍ବଭାରତୀୟ ଅଂଶୁମାନ୍‌ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ :  ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା

ସର୍ବଭାରତୀୟ ଅଂଶୁମାନ୍‌ ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ : ଫାଇନାଲରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା

ଧର୍ମଶାଳା, ୧୪।୧୧(ଡି.ଏନ୍‌.ଏ.) - ଧର୍ମଶାଳା ବ୍ଲକ ଜାରକାସ୍ଥିତ ମହୋତ୍ସବ ପଡିଆରେ ଅନୁଷ୍ଠିତ ନବମ ସର୍ବଭାରତୀୟ  ଅଂଶୁମାନ୍‌ ମେମୋରିଆଲ୍‌  କ୍ରିକେଟ୍‌ ଟୁର୍ନାମେଣ୍ଟ ନବମ ଦିବସର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଶେଷ ହୋଇଛି। 

ଜିନ୍ଦଲ ଷ୍ଟେନଲେସ ଲିମିଟେଡ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି

ଜିନ୍ଦଲ ଷ୍ଟେନଲେସ ଲିମିଟେଡ ସମ୍ପ୍ରସାରଣ ପାଇଁ ଜନ ଶୁଣାଣି

 କଳିଙ୍ଗନଗର,୧୪ା୧୧(ଡି,ଏନ୍‌.ଏ.)- ଦାନଗଦୀ ବ୍ଳକ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳଠାରେ ଜିନ୍ଦଲ ଷ୍ଟେନଲେସ ଲିମିଟେଡର ଅସଂଶୋଧିତ କଳଙ୍କିବିହୀନ ଇସ୍ପାତ ଓ ଜିନ୍ଦଲ ୟୁନାଇଟେଡ ଷ୍ଟିଲର ହଟ୍‌ଷ୍ଟ୍ରିପ ମିଲର ବାର୍ଷିକ ଉତ୍ପାଦନ କ୍ଷମତା ବୃଦ୍ଧି ନିମନ୍ତେ ବୁଧବାର ଜନଶୁଣାଣି ଅନୁଷ୍ଠିତ ହୋଇଛି।

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୪ ଗିରଫ

ଓଡ଼ଗାଁ,୧୪ା୧୧(ସ୍ବ.ପ୍ର.)-ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ଦେଶୀମଦ, ପୋଚ ଓ ବାଇକ୍‌ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଘଟଣାରୁ ପ୍ରକାଶ, ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଧୀନ ଢୋଲମସ୍କା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି।

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

ନିର୍ମାଣ ଶ୍ରମିକ ସଂଘର ଗଣଧାରଣା

କେନ୍ଦ୍ରାପଡା ଅଫିସ, ୧୪।୧୧-ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ  ୧୦ ଦଫା ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଗଣଧାରଣା ଦିଆଯାଇଥିଲା । 

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

ଚଉରା ପାଇଁ ଯୁବକଙ୍କୁ ଭୂଜାଲି ମାଡ

କେନ୍ଦ୍ରାପଡା ଅଫିସ, ୧୪।୧୧-ବୁଧବାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଜରିଆବାଡ ଗ୍ରାମର ପ୍ରହଲ୍ଲାଦ ମଲ୍ଲିକଙ୍କ ଘରେ ଏକ ଚଉରା ନିର୍ମାଣକୁ ନେଇ  ତାଙ୍କ ପୁଅ ସୁଶାନ୍ତ(୩୧)ଙ୍କୁ ଭୂଜାଲି ମାଡ ହୋଇଛି ।

ଶିଶୁ ଦିବସ ପାଳିତ

ମାର୍ଶାଘାଇ,୧୪।୧୧(ଡି.ଏନ.ଏ.)-ମାର୍ଶାଘାଇ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବୁଧବାର ଶିଶୁ ଦିବସ ପାଳିତ ହୋଇଯାଇଛି । 

ପଟ୍ଟାମୁଣ୍ଡାଇ ସବ୍‌ ଡିଭିଜନ ଘୋଷଣା ଦାବି ଜୋର ଧରିଲା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବୁଧବାର  ଆବାହକ କ୍ଷୀରୋଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । 

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର

ମହାକାଳପଡା,୧୪।୧୧(ଡି.ଏନ.ଏ.)-ସ୍ଥାନୀୟ ବତୀଘର ପଞ୍ଚାୟତର ବତୀଘରସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳଠାରେ ମହାକାଳପଡା ବନାଞ୍ଚଳ ପକ୍ଷରୁ ବୁଧବାର ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର-୨୦୧୮ ଅନୁଷ୍ଠିତ ହୋଇଯାଇଛି ।

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳିରେ କଂଗ୍ରେସର କର୍ମୀ ସମ୍ମିଳନୀ

ଆଳି,୧୪।୧୧(ଡି.ଏନ.ଏ.)-ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ଗ୍ରାମ ପଞ୍ଚାୟତର ଦହିସାହି ଯଜ୍ଞ ପଡିଆଠାରେ ୩ ନଂ ଜୋନ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକୋତ୍ସବ: ଅବସରପ୍ରାପ୍ତ ୧୩ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର.)-ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ନିଗମ ମଣ୍ଡପଠାରେ ୩୬ ତମ ବାର୍ଷିକୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । 

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି :  ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ସମିତି ସଭ୍ୟଙ୍କ ବିରୋଧରେ ବିଲିକଣା ପଞ୍ଚାୟତବାସୀ ଏକାଠି : ପଟ୍ଟାମୁଣ୍ଡାଇ ବ୍ଲକ ଆଗରେ ଗଣଧାରଣା

ପଟ୍ଟାମୁଣ୍ଡାଇ,୧୪।୧୧(ସ୍ବ.ପ୍ର)-ପଟ୍ଟାମୁଣ୍ଡାଇ ବ୍ଲକ ବିଲିକଣା ପଞ୍ଚାୟତ ସମିତି ସଭ୍ୟ ପ୍ରଦୀପ ପଣ୍ଡାଙ୍କ ମନୋମୁଖି କାର୍ଯ୍ୟକୁ ବିରୋଧ କରି ପଞ୍ଚାୟତବାସୀଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।