ସମ୍ବଲପୁର

ପ୍ରଥମ ରେଜଲ୍ଟ ଶୂନ, ରିଚେକିଂ ପରେ ୭୬

ପ୍ରଥମ ରେଜଲ୍ଟ ଶୂନ, ରିଚେକିଂ ପରେ ୭୬

ଜମନକିରା, ୧୨। ୯ (ଡି.ଏନ୍‌.ଏ.): ଜମନକିରାର ମିତ୍ରଭାନୁ ସାହୁଙ୍କ ପୁଅ କୈବଲ୍ୟ ସାହୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ରାଜଗାଙ୍ଗପୁର ଡାଲମିଅଁା ମହାବିଦ୍ୟାଳୟରେ ଚଳିତ ବର୍ଷ ଯୁକ୍ତ ୩ ବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଭାବେ ପରୀକ୍ଷା ଦେଇଥିଲେ। ସେ ଜଣେ ମେଧାବୀ ଛାତ୍ର। ଛୋଟ ବେଳୁ ହିଁ ପ୍ରଥମ ଶ୍ରେଣୀରେ ସଦାବେଳେ ପାସ୍‌  କରି ଆସୁଥିଲେ। ୨୦୧୬ ମସିହାରେ ଉଚ୍ଚ ଶିକ୍ଷା ପାଇଁ ଡାଲମିଅଁା କଲେଜରେ ନାମ ଲେଖାଇଥିଲେ। ହେଲେ ଚଳିତ ବର୍ଷ ସ୍ନାତକ ଶେଷ ବର୍ଷ ପରୀକ୍ଷାରେ ଗଣିତ ବିଷୟକୁ ଛାଡ଼ି ଅନ୍ୟ ସମସ୍ତ ବିଷୟରେ ଭଲ ନମ୍ବର ରଖିଥିଲେ। ମାତ୍ର ରିଜଲ୍ଟ ବେଳେ ସେ ଗଣିତରେ ଶୂନ ନମ୍ବର ରଖିଥିବା ଯୋଗୁ ପରୀକ୍ଷାରେ ଫେଲ୍‌ ପ୍ରକାଶିତ ହୋଇଥିଲା। କୈବଲ୍ୟ ସହଜରେ ଏହି ରେଜଲ୍ଟକୁ ବିଶ୍ୱାସ କରିପାରି ନ ଥିଲେ। ଅନ୍ୟ ଛାତ୍ରୀଛାତ୍ରଙ୍କ ଠାରୁ ସବୁବେଳେ ଅଧିକ ନମ୍ବରରେ ପାସ କରୁଥିବା କୈବଲ୍ୟ ଏହି ରେଜଲ୍ଟରେ ମର୍ମାହତ ହୋଇପଡ଼ିଥିଲେ। ଏକଥା  ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ତାଙ୍କୁ ଆଶ୍ୱସନା ଦେଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ କୈବଲ୍ୟଙ୍କୁ ନେଇ ବିଶ୍ୱବିଦ୍ୟାଳୟରେ ଅଭିଯୋଗ କରିଥିଲେ। ଏ କଥାକୁ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ କର୍ଣ୍ଣଗୋଚର କରି ନ ଥିଲେ। ସମୟ ଗଡ଼ି ଯାଇଥିବା ବେଳେ ଛାତ୍ର ଜଣକ ମାନସିକ ଅବସାଦରେ ଥିଲେ। ପରିବାର ଲୋକେ ପରେ ବାଧ୍ୟ ହୋଇ ପୁନଃ ମୂଲ୍ୟାଙ୍କନ ପାଇଁ ଫି ଦାଖଲ କରି ମୂଲ୍ୟାଙ୍କନ କରାଇଥିଲେ। ଆବେଦନ କରିବା ୧୫ ଦିନ ପରେ ପରୀକ୍ଷା ଫଳ ବାହାରିଥିଲା। ସେଥିରେ ସେ ଗଣିତରେ ୭୬ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ ଘୋଷିତ ହୋଇଥିଲେ। ପରୀକ୍ଷା ଫଳ ବାହାରିଲା ବେଳକୁ ସମସ୍ତ ଉଚ୍ଚ ଶିକ୍ଷା ପାଇଁ ଆବେଦନ ତାରିଖ ଶେଷ ହୋଇସାରିଥିଲା। ଗରିବ ପରିବାରରୁ ଆସିଥିବାରୁ ବାହାରକୁ ଉଚ୍ଚ ଶିକ୍ଷାପାଇଁ ଯିବା ଲାଗି ତାଙ୍କ ପକ୍ଷେ ସମ୍ଭବ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଷ୍ଟାଫ୍‌ ସିଲେକ୍ସନ ଓ ରେଲୱେ ପରୀକ୍ଷା ଦେବାରୁ ବଞ୍ଚିତ୍ତ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତିି। ଏବେ ତାଙ୍କ ବାପା ମିତ୍ରଭାନୁ ସାହୁ ଓ ପରିବାରର ଚିନ୍ତା ବଢିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ୱ ହୀନତା ଯୋଗୁ ଜଣେ ନିରୀହ ଗରିବ ମେଧାବୀ ଛାତ୍ରର ଭବିଷ୍ୟତ ଅନ୍ଧାର ହୋଇପଡ଼ିଥିବା ବେଳେ ପୁଅର ଏଭଳି ଅବସ୍ଥା ପରିବାରର ମୁଣ୍ଡବ୍ୟଥାର କାରଣ ସାଜିଛି ।
All Right Reserved By

ସମ୍ବଲପୁର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

୩ ସ୍ଥାନରେ ଦୁର୍ଘଟଣା ଘଟାଇ ଓଲଟିଲା ଟ୍ରକ: ଡ୍ରାଇଭର ସମେତ ୮ଗୁରୁତର

କଣ୍ଟାମାଳ,୧୭।୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ-ମନମୁଣ୍ଡା ରାସ୍ତାରେ ରବିବାର ଅପରାହ୍ନ ୧୨ଟାରେ ଏକ ଟ୍ରକ ୩ଟି ସ୍ଥାନରେ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଓଲଟି ପଡିଛି । 

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅଙ୍ଗନୱାଡି ସହାୟିକା ଚୟନରେ ପାତରଅନ୍ତର: ସିଡିପିଓଙ୍କୁ ଘେରିଲେ ମହିଳା

ଅମରପାଲି, ୧୭।୨(ଡି.ଏନ.ଏ) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ  କେଞ୍ଜିରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅଚିଣ୍ଡା ଗ୍ରାମରେ ଅଙ୍ଗନୱାଡି ସହାୟକ ଚୟନରେ ପାତରଅନ୍ତର ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଶନିବାର ଗଁାର ବହୁ ମହିଳା  ଏ ନେଇ ସିଡିପିଓ ସଞ୍ଜୁରାଣୀ ମିଶ୍ରଙ୍କୁ ଘେରାଉ କରି ପ୍ରତିବାଦ କରିଛନ୍ତି ।

ସ୍କୁଲଠାରୁ ୨୦କିମି ଦୂରରେ ପରୀକ୍ଷା କେନ୍ଦ୍ର

ସ୍କୁଲଠାରୁ ୨୦କିମି ଦୂରରେ ପରୀକ୍ଷା କେନ୍ଦ୍ର

ଅମରପାଲି, ୧୭।୨(ଡି.ଏନ.ଏ.)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଲୁତୁରପଙ୍କ ହାଇସ୍କୁଲ ଓ ଅମରପାଲି ହାଇସ୍କୁଲଊର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ନେଇ ଅଭିଭାବକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଶିକ୍ଷା ବିଭାଗର ଗାଇଡଲାଇନ ଅନୁଯାୟୀ ପ୍ରତ୍ୟେକ ସ୍କୁଲର ପରୀକ୍ଷା କେନ୍ଦ୍ର ସମ୍ପୃକ୍ତ ସ୍କୁଲଠାରୁ ୫କିମି ଦୂରରେ ହେବ। 

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅନଶନରେ ବସି ପୁଞ୍ଜିଲାଲ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବଲାଙ୍ଗୀର ଅଫିସ, ୧୬।୨- ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶନିବାର ବଲାଙ୍ଗୀର ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଦୀର୍ଘ ୧୦ ଦିନ ହେଲା ଅନଶନ କରିବା ହେତୁ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

କାନ୍ଥତାଡ଼ି ୩୦ ଲକ୍ଷର ମୋବାଇଲ, ଗ୍ରୋସେରି ସାମଗ୍ରୀ ଚୋରି

ବେଦବ୍ୟାସ,୧୬।୨: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଥିବା ଏକ ତେଜରାତି ଦୋକାନ ସହ ମୋବାଇଲ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୋକାନର କାନ୍ଥ ତାଡ଼ି ଚୋରମାନେ ୩୦ଲକ୍ଷ ଟଙ୍କାର ମୋବାଇଲ ସମେତ ଗ୍ରୋସେରୀ ସାମଗ୍ରୀ ଚୋରି କରି ନେଇଛନ୍ତି। ଏ ନେଇ ଥାନାରେ ପୃଥକ୍‌ ପୃଥକ୍‌ ମାମଲା ରୁଜୁ ହୋଇଛି। 

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଉତ୍ସବ ପ୍ରଧାନପାଟ ଉଦ୍‌ଯାପିତ

ଦେବଗଡ଼,୧୬ା୨(ସ୍ବ.ପ୍ର)ପର୍ଯ୍ୟଟନସ୍ଥଳୀ ପ୍ରଧାନପାଟସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଦିନ ଧରି ଚାଲିଥିବା ୧୯ତମ ଉସତ୍ବ ପ୍ରଧାନପାଟ-୨୦୧୯ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାର କାର୍ଯ୍ୟକ୍ରମରେ  ଜିଲାପାଳ ସୁଧାଂଶୁ ମୋହନ ସାମଲ  ଅଧ୍ୟକ୍ଷତା କରିଥିଲେ। 

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା  : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ଫସଲବୀମା ପରଦାନ ଦାବିରେ ଚାଷୀକଁର ଧାରନା : ଲିଖିତ ପରତିଶୁରତି ଦେଲେ ଉପଜିଲାପାଳ

ରେଢାଖୋଲ ୧୬।୨(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା ପରଦାନ ଦାବିରେ ରେଢ଼ାଖାଲ ବ୍ଲକ ଗଡ଼ଗଡ଼ବାହାଲ ପଁଚେତ୍‌ର ଚାଷୀମାନେ ଶୁକୁରବାର ଉପଜିଲାପାଳକଁର ଦପ୍‌ତର ଆଘେ ଧାରନାରେ ବସିଥିଲେ। ସଖାଲର ପାଖାପାଖି ୧୦ଟାରୁ ୫ଟା ତକ୍‌ ଧାରନା ଦିଆଯାଇଥିଲା। ଉପଜିଲାପାଳ ବିଶିକେଶନ ଦେହୁରୀ ଚାଷୀକୁ ବୀମାଟଁକା ଦେବାର ଲାଗି ପଦକ୍ଷେପ ନିଆଯିବା ବଲି ଲିଖିତ ପରତିଶୁର୍‌ତି ଦେଲା ଉତାରୁ ଧାରନାରୁ ଚାଷୀମାନେ ଉଠିଥିଲେ। 

ଭତାରୁ ବଁଚିତ ୩ କଳାକାର

ଭତାରୁ ବଁଚିତ ୩ କଳାକାର

ଅତାବିରା, ୧୬।୨ (ଡି.ଏନ.ଏ): ରାଏଜ୍‌ ସରକାର ରାଏଜର କଳାକାରମାନକୁ ମାସିକ ୧୨ଶହ ଟଁକା ଲେଖେଁ କଳାକାର ଭତା ଯୁଗେଇ ଦେଉଛନ୍‌। ହେଲେ ଇ ଭତା ଲାଗି ଦରକାରି ପରମାନପତର, ବଏସ, ସଠିକ୍‌ ବିବରନ୍‌ ଦେବାର ଲାଗି ଆବେଦନ ଫର୍ମରେ ଲେଖା ଅଛେ। 

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ଅଫିସ କାଯ୍‌ ଚାଲିଛେ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ : ମଦୁଆକର କବ୍‌ଜାରେ କରମତଲା ପଁଚେତ୍‌

ସଇଁତଲା,୧୬ା୨ (ଡି.ଏନ.ଏ):  ପଁଚେତ୍‌ ଅଫିସ ମଦୁଆକର ଆଡ୍ଡା ପାଲଟିଥିବାର ଲାଗି ପଁଚେତ୍‌ର ସବୁ କାମ୍‌ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲୁଥିବାର ଖୋଦ୍‌ ସରପଁଚ୍‌ କହୁଛନ୍‌। ଏନ୍‌ତା ଗୁଟେ ଆଶିରିଯ୍‌ ଘଟନା ଦେଖ୍‌ବାକେ ମିଲିଛେ ସଇଁତଲା ବ୍ଲକର କରମତଲା ପଁଚେତ ଅଫିସରେ। 

ଭୂମି ଅଧିକାର ଦାବିରେ ରଣହୁଙ୍କାର

ଭୂମି ଅଧିକାର ଦାବିରେ ରଣହୁଙ୍କାର

ବରଗଡ଼ ଅଫିସ୍‌,୧୫।୨: ଭୂମି ଅଧିକାର ପ୍ରଦାନ ଦାବି ନେଇ ବରଗଡ଼ରେ ଆନ୍ଦୋଳନ ଜୋର୍‌ ଧରିଛି ।

ଧରାପଡିଲେ ୪ ହାଇୱେ ଲୁଟେରା:  ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌  ଜବତ୍‌

ଧରାପଡିଲେ ୪ ହାଇୱେ ଲୁଟେରା: ୩୧ଟନ୍‌ ଲୁଟ୍‌ ଲୁହାରଡ୍‌, ଟ୍ରକ୍‌ ଜବତ୍‌

 ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ଜିଲା ପୋଲିସ ଏକ ହାଇୱେ ଲୁଟେରା ଦଳକୁ ଗିରଫ କରି ସେମାନଙ୍କଠାରୁ ସମସ୍ତ ଲୁଟ୍‌ ସାମଗ୍ରୀ ଓ ଲୁଟ୍‌ରେ ବ୍ୟବହୃତ ସାମଗ୍ରୀ ଜବତ୍‌ କରିଛି ।  

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ, ୬ଗିରଫ

ବଲାଙ୍ଗୀର ଅଫିସ, ୧୫ା୨:ବଲାଙ୍ଗୀର ବନବିଭାଗ ଟିମ୍‌ ଏକ ବଡଧରଣର ଆନ୍ତଃରାଜ୍ୟ କେନ୍ଦୁକାଠ ର଼୍ୟାକେଟ୍‌ ଠାବ କରିଛି ।  ଗୁରୁବାର ବିଳମ୍ବିତ ରାତିରେ କେନ୍ଦୁ କାଠଗଣ୍ଡି ବୋଝେଇ ଏକ ଟ୍ରକ୍‌, ଏକ କାର ଓ ବାଇକ୍‌ ସହ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।