ସମ୍ବଲପୁର

ସମ୍ବଲପୁର ଜିଲାପ୍ରଶାସନ ଶହୀଦ ଚମ୍ପେଶ୍ୱରଙ୍କୁ ଅସମ୍ମାନ କରିଛି

ସମ୍ବଲପୁର ଜିଲାପ୍ରଶାସନ ଶହୀଦ ଚମ୍ପେଶ୍ୱରଙ୍କୁ ଅସମ୍ମାନ କରିଛି

ସମ୍ବଲପୁର,୧୨।୯ (ବ୍ୟୁରୋ)-ରେଢ଼ାଖୋଲ ବ୍ଲକ କଦଳୀଗଡ  ପଞ୍ଚାୟତ ଧଉଁରାଖମନ ଗାଁର ଶହୀଦ ଚମ୍ପେଶ୍ୱର ମହାକୁଡଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସୋମବାର ଶେଷ ହୋଇଛି । ୩ଦିନ ପୂର୍ବରୁ ଖବର ପାଇଥିବା ସତ୍ତ୍ବେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ଅନ୍ତିମ ସଂସ୍କାର ପାଇଁ କୌଣସି ପ୍ରକାର ତତ୍ପରତା କରାଯାଇ ନ ଥିଲା । କାଦୁଅ ରାସ୍ତାରେ ଶହୀଦଙ୍କ ପ୍ରାଥିବ ଶରୀର ତାଙ୍କ ଗାଁକୁ ନିଆଯାଇଥିଲା । ସନ୍ଧ୍ୟାରେ ଗାଁ ମଶଶଣିରେ ଶବ ସଂସ୍କାର ହୋଇଥିଲା । କିନ୍ତୁ ଆଲୋକ  ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିଲା । ତେଣୁ ଉପସ୍ଥିତ ଲୋକେ ମୋବାଇଲ ଲାଇଟ୍‌ ଲଗାଇ ସାହାଯ୍ୟ କରିଥିଲେ। ଜିଲା ପ୍ରଶାସନର ବଡପଣ୍ଡାମାନେ ରେଢ଼ାଖୋଲ ପର୍ଯ୍ୟନ୍ତ ଯାଇ ଫେରି ଆସିଥିଲେ । ଏହା ଜଣେ ଶହୀଦଙ୍କ ପ୍ରତି ଅସମ୍ମାନ। ଏହାକୁ ଜିଲା ପ୍ରଶାସନର ଅଧିକାରୀମାନେ ଗୁରୁତର ସହ ନେବା ଉଚିତ । ଭାଜପା ନେତା ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଶହୀଦଙ୍କ ପନତ୍ୀଙ୍କ ସ୍ବାସ୍ଥ୍ୟ ବାରମ୍ବାର ବିଗିଡି ଯାଇଥିଲା । କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ସ୍ବାସ୍ଥ୍ୟ ସେବା ମଧ୍ୟ ଯୋଗାଇ ଦିଆଯାଇ ନ ଥିଲା। ସେହିପରି ଶହୀଦଙ୍କୁ ଗାର୍ଡ ଅଫ୍‌ ଅନର ଦେବା ସମୟରେ ଅବ୍ୟବସ୍ଥା ହୋଇଛି। ଏଥିପାଇଁ ପୂର୍ବରୁ ବ୍ୟରିକେଟିଂ କରାଯାଇଥାଏ । କିନ୍ତୁ ଶହୀଦ ଚମ୍ପେଶ୍ୱର ମହାକୁଡଙ୍କ କ୍ଷେତ୍ରରେ କୌଣସି ପ୍ରକାର ବ୍ୟବସ୍ଥା କରାଯାଇ ନ ଥିଲା। ସେହିଭଳି ଭାଜପାର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ କହିଛନ୍ତି ଯେ, ଏହି ଶହୀଦଙ୍କ ପ୍ରତି ରାଜ୍ୟରେ ଯେତିକି ସମ୍ମାନ ଦେବା କଥା ତାହା ହୋଇପାରୁନାହିଁ । ଏହା ଦୁଃଖ ଦାୟକ। ଏଣୁ ଜିଲା ପ୍ରଶାସନ ଏହା ଅନୁତାପ କରିବା ଜରରି।
All Right Reserved By

ସମ୍ବଲପୁର

ଜିଦ୍‌ରେ ଅଟଳ ରେଢ଼ାଖୋଲର ଓକିଲ

ଜିଦ୍‌ରେ ଅଟଳ ରେଢ଼ାଖୋଲର ଓକିଲ

ରେଢ଼ାଖୋଲ,୨୧।୧୧(ଡି.ଏନ.ଏ.)-ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ରେଢାଖୋଲର ଓକିଲମାନେ ଆନ୍ଦୋଳନରେ ଅଛନ୍ତି।

ଭାଲୁ ଉପରକୁ ଦା ଫିଙ୍ଗି ବଞ୍ଚିଗଲେ ଚାଷୀ

ଭାଲୁ ଉପରକୁ ଦା ଫିଙ୍ଗି ବଞ୍ଚିଗଲେ ଚାଷୀ

ରେଢ଼ାଖୋଲ, ୨୧।୧୧(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ଚାରମାଳ ରେଞ୍ଜ ଅନ୍ତର୍ଗତ ସରପାଳ ଗ୍ରାମର ଚେରୁ ବିଶି (୬୩) ନାମକ ଜଣେ ଚାଷୀ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି।

ରେଢ଼ାଖୋଲରେ ମହମ୍ମଦ ଜୟନ୍ତୀ

ରେଢ଼ାଖୋଲରେ ମହମ୍ମଦ ଜୟନ୍ତୀ

ରେଢ଼ାଖୋଲ,୨୧।୧୧(ଡି.ଏନ.ଏ.)- ସମ୍ବଲପୁର ଜିଲା ରେଢ଼ାଖୋଲରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ ହୋଇଛି। ମୁସଲିମ ସମୁଦାୟଙ୍କ ପକ୍ଷରୁ ମହମ୍ମଦ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ଗଣେଶନଗରଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସବ ଜେଲ ନିକଟସ୍ଥ ମସଜିଦରେ ପହଞ୍ଚିଥିଲା। 

ପିକଅପ ଭ୍ୟାନ୍‌ ସହ ୫୦ ଖଣ୍ଡ ଚୌକାଠ ଜବତ, ୨ ଗିରଫ

ପିକଅପ ଭ୍ୟାନ୍‌ ସହ ୫୦ ଖଣ୍ଡ ଚୌକାଠ ଜବତ, ୨ ଗିରଫ

ରେଢ଼ାଖୋଲ,୨୧।୧୧(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ଅଧୀନ ଖୋଲଗଡ ସଂରକ୍ଷିତ ଜଙ୍ଗଲର ଗମ୍ଭାରିବେର୍ଣ୍ଣି ଗ୍ରାମ ସଂଲଗ୍ନ ଜଙ୍ଗଲରୁ ବନ ବିଭାଗ ପ୍ରାୟ ୫୦ ଖଣ୍ଡ ଶାଳ ଚୌକାଠ ଚୋରା ଚାଲାଣ ପାଇଁ ବୋଝେଇ ହେଉଥିବା ବେଳେଜବତ କରିଛି। 

ସାମାନ୍ୟ ବଚସା ହତ୍ୟାକାଣ୍ଡର ରୂପ ନେଲା

ସାମାନ୍ୟ ବଚସା ହତ୍ୟାକାଣ୍ଡର ରୂପ ନେଲା

ବଣାଇଁ,୨୧।୧୧ (ସ. ପ୍ର.)-ସୁନ୍ଦରଗ ଜିଲା ଚାନ୍ଧିପୋଷ ଥାନା ଅନ୍ତର୍ଗତ କରଡ଼ା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତ ଖଡିଆ ନାମକ ଜଣେ ବ୍ୟକ୍ତିଙ୍କ ସହ ଅନ୍ୟମାନଙ୍କ  ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସେହି ଗ୍ରାମର ଲାଲ ମୋହନ ଖଡିଆ ଏକ ଟାଙ୍ଗିଆରେ ଅତ୍ୟନ୍ତ ବିଭତ୍ସ ଭାବେ  ଚିତ୍ତଙ୍କୁ ହତ୍ୟା କରିଥିଲେ। ଘଟଣା ସ୍ଥଳରେ ଚିତ୍ତଙ୍କ ମୃତ୍ୟୁ ଘଟିଥିଲା।

ପୋଲରେ ପିଟି ହେଲା ବାଇକ୍‌, ୨ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ପୋଲରେ ପିଟି ହେଲା ବାଇକ୍‌, ୨ ବାଇକ୍‌ ଆରୋହୀଙ୍କ ଜୀବନ ଗଲା

ବଣାଇ, ୨୧।୧୧ (ସ୍ବ.ପ୍ର.)-ସୁନ୍ଦରଗଡ ଜିଲା ବଣାଇ ଉପଖଣ୍ଡର ଟିକାୟତପାଲି ଥାନା ଅନ୍ତର୍ଗତ ଭାଲୁପାଣିଠାରେ ପୋଲରେ ଏକ ବାଇକ୍‌ ପିଟି ହୋଇଛି। ଫଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏମାନେ ହେଲେ ଦହିଚୁର ଗାଁର ଡବ୍ଲ୍ୟୁ ମୁଣ୍ଡା (୨୩) ଓ  ବନ୍ଧାଭୂଇଁ ଗାଁର ରସାନନ୍ଦ ପାହୁଲେ (୨୨)।

ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ଅଜଣା ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଣାଇ, ୨୧।୧୧ (ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ୧୪୩ ନଂ. ଜାତୀୟ ରାଜପଥର ଦର୍ଜୀଙ୍ଗ ଆମରୁ ପୋଲ ନିକଟରେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହକୁ ଲହୁଣୀପଡା ପୋଲିସ ଉଦ୍ଧାର କରିଛି।

ସ୍କୁଟିକୁ ପିଟିଲା ଟ୍ରକ୍‌, ଘଟଣାସ୍ଥଳରେ ବୃଦ୍ଧଙ୍କ ଜୀବନ ଗଲା

ସ୍କୁଟିକୁ ପିଟିଲା ଟ୍ରକ୍‌, ଘଟଣାସ୍ଥଳରେ ବୃଦ୍ଧଙ୍କ ଜୀବନ ଗଲା

ଦେବଗଡ,୨୧।୧୧ (ସ୍ବ.ପ୍ର.)-ଦେବଗଡ଼ ସହରର ପୁରୁଣାଗଡ଼ ସିଟି ସ୍କୁଲ ତଥା ତହସିଲ ଅଫିସ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ରିଆମାଳ ବ୍ଲକ୍‌ ନୀଳଗଣ୍ଡିଆ ଗାଁର କରୁଣାକର ସାହୁ (୬୦)। 

ମୋଟର ପମ୍ପ ଯୋଗେ ବିକ୍ରି ହେଉଥିଲା ମଦ

ମୋଟର ପମ୍ପ ଯୋଗେ ବିକ୍ରି ହେଉଥିଲା ମଦ

ବୀରମହାରାଜପୁର, ୨୧।୧୧ (ଡି.ଏନ୍‌.ଏ.)  

ସୁବର୍ଣ୍ଣପୁର ଜିଲା ସୁବଲୟା ଥାନା ଅଧିନ ପିତାମହୁଲ ଗ୍ରାମରେ ଅଭିନବ ଢଙ୍ଗରେ ଚାଲିଥିବା ଚୋରା ମଦ କାରବାର ଧରା ପଡିଛି। ଜିଲା ଅବକାରୀ ବିଭାଗର ଭ୍ରାମ୍ୟମାଣ ୟୁନିଟ ଉକ୍ତ କାରବାର ସହ ସମ୍ପୃକ୍ତ ଥିବା ଅଭିଯୋଗରେ ସେହି ଗ୍ରାମର ଅରୂପାନନ୍ଦ ସାହୁ (୨୩)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଙ୍କଠାରୁ ୫୦ ଲିଟର ବେଆଇନ ମଦ ସହ ଏକ ମୋଟର ପମ୍ପ, ପ୍ଲାଷ୍ଟିକ ପାଇପ ଓ ବ୍ୟାଟେରି ସହିତ ଆନୁସଙ୍ଗିକ ସରଞ୍ଜାମ ମଧ୍ୟ ଜବତ ହୋଇଛି। 

ଜିଲା ବିଜ୍ଞାନ କୁଇଜ୍‌ରେ କରିସ୍ମା ଶ୍ରେଷ୍ଠ

ଜିଲା ବିଜ୍ଞାନ କୁଇଜ୍‌ରେ କରିସ୍ମା ଶ୍ରେଷ୍ଠ

ବୀରମହାରାଜପୁର, ୨୧।୧୧(ଡି.ଏନ୍‌.ଏ)

ସୁବର୍ଣ୍ଣପୁର ଜିଲା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ଜିଲାସ୍ତରୀୟ ବିଜ୍ଞାନ କୁଇଜ୍‌ ପ୍ରତିଯୋଗିତାରେ ବୀରମହାରାଜପୁର ବ୍ଳକକୁ ୨ଟି ସଫଳତା ମିଳିଛି। ଏହି ବ୍ଳକର କେରିଆପାଲି ପଞ୍ଚାୟତ ଅନ୍ତଗତ ତେଲିପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କରିସ୍ମା ପଧାନ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। 

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୫ ହଜାର ଟଙ୍କାରେ ଶିଶୁପୁତ୍ର ବିକ୍ରି ଉଦ୍ୟମ

ସୁନ୍ଦରଗଡ଼, ୨୧।୧୧ (ଡି.ଏନ୍‌.ଏ.) -ସୁନ୍ଦରଗଡ ଜିଲା ମୁଖ୍ୟ ଡାକ୍ତରଖାନା ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆଦିବାସୀ ଦମ୍ପତିଙ୍କୁ ପ୍ରଲୋଭିତ କରି ଏକ ଘରୋଇ ନର୍ସିଂହୋମର  ଜଣେ ନର୍ସ ୨୫ହଜାର ଟଙ୍କାରେ ଶିଶୁପୁତ୍ର କିଣିବା ପାଇଁ ଉଦ୍ୟମ କରିଥିଲେ।

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ସହରୀ ଗ୍ୟାସ୍‌ ବିତରଣ ନେଇ ପ୍ରୟାସ ଆରମ୍ଭ

ରାଉରକେଲା ଅଫିସ,୨୧।୧୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ରେ ଦିଲୀ ବିଜ୍ଞାନ ଭବନରେ ସହରୀ ଗ୍ୟାସ ବିତରଣ ପ୍ରକଳ୍ପ (ସିଜିଡି)ର ଭତ୍ତିପ୍ରସ୍ତର ସ୍ଥାପନ ତଥା ଶୁଭାରମ୍ଭ କରିବେ।