ରାଜ୍ୟ | ବାଲେଶ୍ୱର

ଗ୍ୟାସ୍‌ ସିଲିଣ୍ଡରରୁ ଲିକ୍‌ ହୋଇ ଅଗ୍ନିକାଣ୍ଡ, ୬ ମାସର ଶିଶୁକନ୍ୟା ଆହତ

ଗ୍ୟାସ୍‌ ସିଲିଣ୍ଡରରୁ ଲିକ୍‌ ହୋଇ ଅଗ୍ନିକାଣ୍ଡ, ୬ ମାସର ଶିଶୁକନ୍ୟା ଆହତ
ସଜନାଗଡ,୧୨।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି ଏନ୍‌ଏସି ଅଧୀନ ୮ ନଂ ଓ୍ବାର୍ଡ ଗୁଡ଼ିଖାଣିଆ ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ ଘଟି ୬ ମାସର ଶିଶୁକନ୍ୟା ଆହତ ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଗ୍ରାମର ରବି ବିନ୍ଧାଣିଙ୍କ ରୋଷେଇ ଘରେ ରୋଷେଇ ଚାଲିଥିବାବେଳେ କୌଣସି କାରଣରୁ ଗ୍ୟାସ ଲିକ୍‌ ହୋଇଯାଇଥିଲା। ଫଳରେ ତାଙ୍କ ଘରେ ନିଆଁ ଲାଗିଯାଇଥିଲା। ଏଥିରେ ପାଖ କୋଠରୀରେ ଶୋଇଥିବା ୬ମାସର ଶିଶୁ କନ୍ୟା ଆହାତ ହୋଇଛି। ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
All Right Reserved By

ରାଜ୍ୟ | ବାଲେଶ୍ୱର

ସେମିଷ୍ଟର ପରୀକ୍ଷା ଫଳରେ ତୃଟି ଅଭିଯୋଗ: ୯୦ ପ୍ରତିଶତ ଛାତ୍ରୀଛାତ୍ର ଫେଲ

ସେମିଷ୍ଟର ପରୀକ୍ଷା ଫଳରେ ତୃଟି ଅଭିଯୋଗ: ୯୦ ପ୍ରତିଶତ ଛାତ୍ରୀଛାତ୍ର ଫେଲ

ବ୍ରହ୍ମପୁର ଅଫିସ,୨୨।୯: ଯୁକ୍ତ ତିନି ତୃତୀୟ ସେମିଷ୍ଟର ପରୀକ୍ଷା ଫଳରେ ବ୍ୟାପକ ତ୍ରୁଟି ଥିବା ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଶନିବାର ଏ ନେଇ ସେମାନେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିକଟରେ ଅଭିଯୋଗ କରିଛନ୍ତି। 

ଜେଏମ୍‌ଏମ୍‌ ପକ୍ଷରୁ ୧୨ଘଣ୍ଟିଆ ମୋରଡ଼ା ବନ୍ଦ

ଜେଏମ୍‌ଏମ୍‌ ପକ୍ଷରୁ ୧୨ଘଣ୍ଟିଆ ମୋରଡ଼ା ବନ୍ଦ

ମୋରଡ଼ା, ୨୨।୯(ଡି.ଏନ୍‌.ଏ.):  ୭ ଦଫା ଦାବିନେଇ ଜେଏମ୍‌ଏମ୍‌ ପକ୍ଷରୁ ଶନିବାର ୧୨ ଘଣ୍ଟିଆ ମୟୂରଭଞ୍ଜ ଜିଲା ମୋରଡ଼ା ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ  ବନ୍ଦ ପାଳନ ହୋଇଛି। ମୋରଡା ବ୍ଲକ ଅଞ୍ଚଳରେ ଦୋକାନବଜାର ସହିତ ସରକାରୀ, ବେସରକାରୀ କାର୍ଯ୍ୟାଳୟଗୁଡିକ ବନ୍ଦ ରହିଛି। 

ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର, ୨୨।୯(ନି.ପ୍ର.): ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ତାଳଚେର ଗସ୍ତ କରିଛନ୍ତି। ସେଠାରେ ସେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌(ସାର କାରଖାନା)ର ଶିଳାନ୍ୟାସ କରିଛନ୍ତି। 

ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ଗାଧୋଇବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଗଲେ ଯୁବକ

ହିଞ୍ଜିଳିକାଟୁ, ୨୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତରୀଗାଁ ଋଷିକୂଲ୍ୟା ନଦୀରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଅନ୍ତରୀଗାଁର ବାବୁଲା ବେହେରା(୨୬)। 

ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ

କଟକ ଅଫିସ, ୨୨।୯: ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। କଟକ ଛତ୍ରବଜାରସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଗଜପତିଙ୍କ ସହ ଆଲୋଚନା କଲେ ଆମିକସ୍‌ କ୍ୟୁରି

ଗଜପତିଙ୍କ ସହ ଆଲୋଚନା କଲେ ଆମିକସ୍‌ କ୍ୟୁରି

ପୁରୀ ଅଫିସ,୨୨।୯: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସହ ଆଲୋଚନା କରିଛନ୍ତି। ସକାଳ ୯.୪୦ରେ ଆମିକସ୍‌ କ୍ୟୁରି ରାଜନଗରରେ ପହଞ୍ଚିଥିଲେ। ଗଜପତି ମହାରାଜା ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ତାଙ୍କୁ ସ୍ବାଗତ କରିଥିଲେ। 

ବୁଡିଯାଉଥିବା ଡଙ୍ଗା ଉଦ୍ଧାର :ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ବୁଡିଯାଉଥିବା ଡଙ୍ଗା ଉଦ୍ଧାର :ବର୍ତ୍ତିଲେ ୫ ମତ୍ସ୍ୟଜୀବୀ

ମହାକାଳପଡା, ୨୨ା୯(ଡି.ଏନ୍‌.ଏ.)
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ସମୁଦ୍ର ଓ ନଦୀଗୁଡିକ ଅଶାନ୍ତ ରହିଛି । 

 ବିପଦସଙ୍କୁଳ ଅବସ୍ଥାରେ ବାଉଁଶ ଚାର

ବିପଦସଙ୍କୁଳ ଅବସ୍ଥାରେ ବାଉଁଶ ଚାର

ମହାକାଳପଡା, ୨୨।୯ (ଡି.ଏନ.ଏ.)
ମହାକାଳପଡା ବ୍ଲକର କଂସାର ବଡ ଦାଣ୍ଡୁଆ ଓ ସୁନିତି ପଞ୍ଚାୟତ ସୀମା ସଂଲଗ୍ନ ମିଲନମୋଡ ନିକଟ ଗୋବରୀ ଶାଖା ନାଳରେ ଯାତାୟାତ ପାଇଁ ବାଉଁଶ ଚାର ନିର୍ମାଣ ହୋଇଛି। ତେବେ ଲଗାଣ ବର୍ଷା ଯୋଗୁ ଏହି ବାଟଦେଇ ଯାତାୟାତ ବିପଦସଙ୍କୁଳ  ହୋଇପଡିଛି।

ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନଦୀରୁ ମାଟି ଉଠିଲା

ମା’ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ପାଇଁ ନଦୀରୁ ମାଟି ଉଠିଲା

ରାଜନଗର,,୨୨ା୯(ଡି.ଏନ୍‌.ଏ.) 
ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମା’ ଦୁର୍ଗାଙ୍କ ଆଗମନ ପାଇଁ ରାଜନଗର ଏବେ ଚଳଚଞ୍ଚଳ ହୋଇଉଠିଛି। 

ମଦ ବେପାରକୁ ନେଇ ବିବାଦ, ୫ ଅଟକ :ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର

ମଦ ବେପାରକୁ ନେଇ ବିବାଦ, ୫ ଅଟକ :ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକ ଉଦ୍ଧାର

କୋରେଇ,୨୨ା୯(ସ୍ବ.ପ୍ର.)- ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି ା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କ ହାତଗୋଡ ବାନ୍ଧି ରାସ୍ତାରେ ପକାଇ ଦେଇଥିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଏ ନେଇ ପୋଲିସ ଉଭୟ ପକ୍ଷର ଅଭିଯୋଗକୁ ଭିତ୍ତିକରି ୨ଟି ମାମଲା(୧୪୩/୧୮ ଓ ୧୪୪/୧୮) ରୁଜୁ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି ା  

ରାସ୍ତା ନିର୍ମାଣକୁ ନେଇ ମାରପିଟ୍‌ ଘଟଣା

ରାସ୍ତା ନିର୍ମାଣକୁ ନେଇ ମାରପିଟ୍‌ ଘଟଣା

କୋରେଇ,୨୨ା୯(ସ୍ବ.ପ୍ର.)- ରାସ୍ତା ନିର୍ମାଣକୁ ନେଇ ମାରପିଟ୍‌ ଘଟଣାରେ ଶାଶୂ, ବୋହୂ ଶୁକ୍ରବାର ଏସ୍‌ପିଙ୍କୁ ଭେଟି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି। ଅଭିଯୋଗ ପରେ କୁଆଖିଆ ପୋଲିସ ଏକ ମାମଲା(୧୫୫/୧୮) ରୁଜୁ କରିଛି। 

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ଚଣ୍ଡିଖୋଲ,୨୨ା୯(ଡ.ଏନ.ଏ.)- ଚଣ୍ଡିଖୋଲ-ପାରାଦୀପ ୫ନଂ.(କ) ଜାତୀୟ ରାଜପଥ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବାବେଳେ ରାଜପଥରେ ଟୋଲଗେଟ୍‌ ବସାଯାଇ ଟିକସ ଆଦାୟ କରାଯାଉଛି।