ସମ୍ବଲପୁର

ବୁର୍ଲା ମେଡିକାଲରେ ଖଟିଆ ମିଳୁନି, ତଳେ ଗଡୁଛନ୍ତି ରୋଗୀ

ବୁର୍ଲା ମେଡିକାଲରେ ଖଟିଆ ମିଳୁନି, ତଳେ ଗଡୁଛନ୍ତି ରୋଗୀ

ସମ୍ବଲପୁର,୧୨।୯ (ବ୍ୟୁରୋ)-ବୁର୍ଲା ମେଡିକାଲ କଲେଜ (ଭିମ୍‌ସାର)ରେ ରୋଗୀ ତଳେ ପଡି କଲବଲ ହେଉଛନ୍ତି। ଶଯ୍ୟା ଅଭାବରୁ ଏହି ସମସ୍ୟା ଉପୁଜିଛି। ତଳେ ପଡି ରହୁଥିବାରୁ ରୋଗୀଙ୍କଠାରେ ସଂକ୍ରମଣ ବା ଇନଫେକସନ ଆଶଙ୍କା ରହୁଛି। ଡାକ୍ତରମାନେ ମଧ୍ୟ ଠିକ୍‌ରେ ଚିକିତ୍ସା କରିବାରେ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ କିନ୍ତୁ ଆଦୌ ଚିନ୍ତିତ ନୁହନ୍ତି। ଏହି ସମସ୍ୟା ମୁଖ୍ୟତଃ ମେଡିସିନ ଓ୍ବାର୍ଡରେ ସୃଷ୍ଟି ହୋଇଛି। ଶହ ଶହ ରୋଗୀ ବେଡ୍‌ ନ ପାଇ ତଳେ ପଡିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ବାଧ୍ୟ ହୋଇ ସ୍ବର ଉତ୍ତୋଳନ କରିଛନ୍ତି ଅନେକ ସିନିୟର ରେସିଡେନ୍ସ ଡାକ୍ତର, ହାଉସ ସର୍ଜନ ଓ ପିଜି ଡାକ୍ତରୀ ଛାତ୍ର। ରୋଗୀମାନେ ତଳେ ଶୋଉଥିବାରୁ ଏହି ଡାକ୍ତରମାନେ ସ୍ବାସ୍ଥ୍ୟ କରିବାକୁ ଗଲାବେଳେ ହଇରାଣ ହେଉଛନ୍ତି। ତଳେ ବସି ବା ଆଣ୍ଠେଇ ରୋଗୀଙ୍କୁ ଦେଖିବାକୁ ପଡୁଛି। ଏଣୁ ଡାକ୍ତରମାନଙ୍କ ମଧ୍ୟରେ ଆନ୍ଦୋଳନାତ୍ମକ ମନୋଭାବ ଦେଖାଦେଇଛି। ୭ ଦିନ ଭିତରେ ସମସ୍ୟାର ସମାଧାନ କରାଯାଇ ନୂଆ କୋଠାକୁ ମେଡିସିନ ବିଭାଗ ସ୍ଥାନାନ୍ତର ଲାଗି ସେମାନେ ଦାବି କରିଛନ୍ତି। ଅନ୍ୟଥା ଆନ୍ଦୋଳନ କରିବେ ବୋଲି ନିଜ ନିଷ୍ପତ୍ତି ମେଡିକାଲ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ସୂଚନାଯୋଗ୍ୟ, ମେଡିସିନ ଓ୍ବାର୍ଡରେ ମାତ୍ର ୨୪୬ ଶଯ୍ୟା ରହିଛି। ହେଲେ ଖଟିଆ ନ ପାଇ ଶତାଧିକ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି।
All Right Reserved By

ସମ୍ବଲପୁର

ଅନିର୍ଦ୍ଦିଷ୍ଟ କାଳ ସରକାରୀ କାର୍ଯ୍ୟାଳୟ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ସରକାରୀ କାର୍ଯ୍ୟାଳୟ ବନ୍ଦ

ଟିଟିଲାଗଡ଼, ୧୬।୧୧(ଡି.ଏନ.ଏ.) : ଟିଟିଲାଗଡ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ଦାବି ନେଇ ଜିଲା କ୍ରିୟାନୁଷ୍ଠାନ କମିଟି କଡା ଆଭିମୁଖ୍ୟ ଗ୍ରହଣ କରିଛି। ଶୁକ୍ରବାର ଟିଟିଲାଗଡ ସହରରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ସଦସ୍ୟମାନେ ପିକେଟିଂ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି। 

ଟିଟିଲାଗଡ ଜିଲା ଦାବି: ବଙ୍ଗୋମୁଣ୍ଡା ସରପଞ୍ଚ ସଂଘର ଦାବିପତ୍ର ପ୍ରଦାନ

ଟିଟିଲାଗଡ ଜିଲା ଦାବି: ବଙ୍ଗୋମୁଣ୍ଡା ସରପଞ୍ଚ ସଂଘର ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, ୧୬ା୧୧(ଡି.ଏନ.ଏ.): ଟିଟିଲାଗଡ ଉପଖଣ୍ଡକୁ ଜିଲା ଦାବି ଆନ୍ଦୋଳନ ଉପଖଣ୍ଡର ବିଭିନ୍ନ ଅଞ୍ଚଳକୁ ପରିବ୍ୟାପ୍ତ ହେବାରେ ଲାଗିଛି। ଶୁକ୍ରବାର ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଏହି ଦାବିକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିଛି ।

ଅମଳ ବେଳେ ରୋଗ ପୋକ: କୃଷି ବିଭାଗର କ୍ଷୟକ୍ଷତି ଆକଳନ

ଅମଳ ବେଳେ ରୋଗ ପୋକ: କୃଷି ବିଭାଗର କ୍ଷୟକ୍ଷତି ଆକଳନ

କର୍ଲାମୁଣ୍ଡା,୧୬।୧୧(ଡି.ଏନ.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଚାଷୀଙ୍କ ଧାନ ଅମଳ ସମୟରେ ରୋଗ ପୋକ ଦାଉସାଧୁଛି । ଏହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି। ଅନ୍ୟପକ୍ଷେ ସ୍ଥାନୀୟ କୃଷି ବିଭାଗ କର୍ମଚାରୀମାନେ କର୍ଲାମୁଣ୍ଡା ଭାରପ୍ରାପ୍ତ ତହସିଲଦାରଙ୍କ ନେତୃତ୍ୱରେ ଗଁା ଗଁା ବୁଲି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରୁଥିବା ଦେଖିବାକୁ ମିଳିଛି। ବ୍ଲକରେ ମାଟିଆଗୁଣ୍ଡି ପୋକ, ଚକଡା ପୋକ, କାଣ୍ଡ ମହିଷା ପୋକ ଲାଗିଥିବାରୁ ଚାଷୀଙ୍କ ଧାନ କଳା ରଙ୍ଗ ହେବା ସହ ଧାନ ସବୁ ପାଳ ହୋଇଯାଉଛି। ଏହି ଅବସରରେ ବ୍ଲକର ସମସ୍ତ ପଞ୍ଚାୟତରେ କୃଷି ବିଭାଗ ପକ୍ଷରୁ ମାଟିଆ ଗୁଣ୍ଡି ପାର୍ଦୁଭାବକୁ ନିୟନ୍ତ୍ରଣ ପାଇଁ ସଚେତନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ବୋରପଦର ପଞ୍ଚାୟତରେ ଚାଷୀଙ୍କ କ୍ଷୟକ୍ଷତି ଆକଳନ ପାଇଁ ଗ୍ରାମ୍ୟ କୃଷି କର୍ମୀ ଘନଶ୍ୟାମ ଜାନୀ, ଧର୍ମେନ୍ଦ୍ର ଶବର, ବୋରପଦର ଭାରପ୍ରାପ୍ତ ଆର୍‌ଆଇ ଦ୍ରୋଣ ମାଝି, କୃଷକ ସାଥୀ ରୁଦ୍ରମଣି ସାହୁ, ବେଦବର ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଆକଳନ କରାଯାଉଛି। 

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ଅଚଳାବସ୍ଥା

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ଅଚଳାବସ୍ଥା

ପଦ୍ମପୁର,୧୬।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲାରେ ଗତ ୫ ତାରିଖରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ମାତ୍ର ମଣ୍ଡି ଖୋଲିବାର ୧୦ଦିନ ବିତିଯାଇଥିଲେ ମଧ୍ୟ ପଦ୍ମପୁର ଉପଖଣ୍ଡର ମଣ୍ଡିଗୁଡିକରେ ଧାନ କିଣାବିକା ଆରମ୍ଭ ହୋଇନାହିଁ। ପଦ୍ମପୁର ଉପଖଣ୍ଡରେ ଚଳିତ ବର୍ଷ ୨୯ଟି ପ୍ୟାକ୍ସ, ୧୧ଟି ସ୍ଥାୟୀ ବଜାର ପ୍ରାଙ୍ଗଣ ଏବଂ ୨୦ଟି ଅସ୍ଥାୟୀ ବଜାର ପ୍ରାଙ୍ଗଣରେ ଧାନ ବିକ୍ରି ହେବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ।

ଅବହେଲିତ ଆଦର୍ଶ ମେଘପାଲ ପଁଚେତ୍‌

ଅବହେଲିତ ଆଦର୍ଶ ମେଘପାଲ ପଁଚେତ୍‌

ସମ୍ବଲପୁର,୧୬।୧୧(ବ୍ୟୁରୋ)- ସବୁ ବ୍ଲକ୍‌ରେ ଅତି କମ୍‌ରେ ଗୁଟେ ପଁଚେତକେ ଆଦର୍ଶ ପଁଚେତ ହିସାବେ ଘୋଷନା କରବାକେ ସରକାରୀସ୍ତରରେ ନିଷ୍‌ପତି ହେଇଛେ। ଏନ୍‌ତାଥି ସେ ପଁଚେତର ସବୁପରକାର ଉନ୍‌ନତିର ଲାଗି ଜିଲା ପର୍‌ଶାସନ, ଥାନୀୟ ଏମ୍‌ପି, ବିଧାୟକ ଖାସ୍‌ ଦୁରୁଷ୍‌ଟି ଦେବାକେ କୁହାଯାଇଛେ। ହେଲେ ଆଦର୍ଶ ଘୋଷିତ୍‌ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ମେଘପାଲ ପଁଚେତକେ ଅବହେଲା କରାଯାଇଛେ। ଏନ୍‌ତା କି ଇଠାନେ ରାସ୍‌ତାଘାଟ, ପିଇଲା ପାଏନ୍‌ ଲେଖେଁ ମଉଲିକ୍‌ ସୁବିଧା ନାଁଇଁନ। ଇଥିରଲାଗି ଅବହେଲିତ ତାଲିକା ହିସାବେ ଗନ୍‌ଲେ ଇ ପଁଚେତ ଆଦର୍ଶ ହେଇ ରହିଥିବାର ପଁଚେତବାସୀ ଅଭିଯୋଗ୍‌ କରିଛନ୍‌। 

କଦଳି ଗବିଚା ଉଜାଡ଼ିଲେ ହାତୀପଲ

କଦଳି ଗବିଚା ଉଜାଡ଼ିଲେ ହାତୀପଲ

ପଡିଆବାହାଲ,୧୬।୧୧(ଡି.ଏନ.ଏ.)- ସମ୍ବଲପୁର ଜିଲା ପଡ଼ିଆବାହାଲ ଅଞ୍ଚଳରେ ୩୦ରୁ ଊର୍ଦ୍ଧ୍ୱ ଥିବା ଏକ ହାତୀ ପଲ ଉପଦ୍ରବ ଚଳାଇଛନ୍ତି। ଲାଳମୁନି ଗ୍ରାମର ଚାଷୀ ପରମେଶ୍ୱର ପଧାନଙ୍କ ଦେଢ଼ ଏକର ପରିମିତ କଦଳି ବାଡ଼ିକୁ ହାତୀମାନେ ଦଳିଚକଟି ନଷ୍ଟ କରି ଦେଇଛନ୍ତି। ସେହିପରି ଜଳସେଚନ ନିମନ୍ତେ ହୋଇଥିବା ଫୁଆରା ସେବା ପ୍ରଣାଳୀର ପାଇପ ସବୁକୁ ନଷ୍ଟ କରିଛନ୍ତି। ଏପରି କି ବିଡା ବନ୍ଧା ଯାଇଥିବା ଧାନ ଖାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଚାଷୀ ଭାଙ୍ଗି ପଡ଼ିଛନ୍ତି । ସେହିପରି କଦଳିମୁଣ୍ଡା ଗ୍ରାମର ଉପେନ୍ଦ୍ର ମିର୍ଦ୍ଧାଙ୍କ ଧାନ କ୍ଷେତରେ ପଶି ଫସଲ ଉଜାଡ଼ିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦାବି ହେଉଛି। 

ଗୋସେବା ସହାୟତା ନେଇ ବ୍ୟଙ୍ଗକବି ସମ୍ମିଳନୀ: ସେବା ନାଁରେ ଚାନ୍ଦା ଅସୁଲି ଅଭିଯୋଗ

ଗୋସେବା ସହାୟତା ନେଇ ବ୍ୟଙ୍ଗକବି ସମ୍ମିଳନୀ: ସେବା ନାଁରେ ଚାନ୍ଦା ଅସୁଲି ଅଭିଯୋଗ

ନୂଆପଡ଼ା/ଖରିଆର ରୋଡ,୧୬।୧୧- ନୂଆପଡ଼ା ଜିଲା ଖରିଆରରୋଡ ସହରରେ ବୁଧବାର ରାତିରେ ଜାତୀୟସ୍ତରୀୟ ବ୍ୟଙ୍ଗ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।  ଥିରେ ସହର ସମେତ ଆଖପାଖ ଅଞ୍ଚଳର ଲୋକେ ଏହାର ମଜା ନେଇଥିଲେ। ଜିଲା ସଦର ମହକୁମାଠାରୁ ୨୫କି.ମି ଦୂର କୁଲିହାବନ୍ଧା ଗାଁରେ ଚାଲିଥିବା ମହାବୀର ଗୋଶାଳା ସୁରକ୍ଷା ସହାୟତା ଲକ୍ଷ୍ୟରେ କରାଯାଇଥିବା ଏହି ସମ୍ମିଳନୀରେ ଲକ୍ଷାଧିକ ଟଙ୍କାର ଟିକେଟ ବିକ୍ରି ହୋଇଥିବା ବେଳେ ଏହାକୁ ଖୋଦ ଗୋଶାଳା ପରିଚାଳନା କମିଟି କର୍ମକର୍ତ୍ତାମାନେ ଏହା ଏକ ଚାନ୍ଦା ଅସୁଲି ଛଡା କିଛି ନୁହେଁ ବୋଲି ଅଭିଯୋଗ ଆଣିଛନ୍ତି। ଏକ ଜଙ୍ଗଲ ଇଲାକାରେ ରୋଗରେ ଗୋରୁ ପଡିରହିଥିବା ବେଳେ ସହର ମଧ୍ୟରେ କବିଙ୍କ ବ୍ୟଙ୍ଗ କବିତା ଗୋ ଜାତି ପ୍ରତି ଏକ ବିଦ୍ରୂପ ବୋଲି ଚର୍ଚ୍ଚା ହେଉଛି। 

ବୌଦ୍ଧରେ ଧାନକ୍ରୟ ବୈଠକ: ୨୬ରୁ ଖୋଲିବ ମଣ୍ଡି

ବୌଦ୍ଧରେ ଧାନକ୍ରୟ ବୈଠକ: ୨୬ରୁ ଖୋଲିବ ମଣ୍ଡି

ବୌଦ୍ଧ,୧୬।୧୧(ସ୍ବ.ପ୍ର.)- ବୌଦ୍ଧ ଜିଲାରେ ଖରିଫ ଧାନ କ୍ରୟ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିତାଂଶୁ କୁମାର ରାଉତ ବୈଠକରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସେ ଜିଲାରେ ଖରିଫ ଧାନ ଅମଳ ଆରମ୍ଭ ହୋଇଯାଇଥିବାରୁ ମିଲର ଏବଂ ମଣ୍ଡିଗୁଡିକରେ ସମନ୍ବୟ, ଏଫଏକ୍ୟୁମାନ ଚିହ୍ନଟ କରି ଚାଷୀଙ୍କୁ ଉଚିତ ମୂଲ୍ୟ ପ୍ରଦାନ, ମଣ୍ଡିଗୁଡିକରେ ଧାନ କ୍ରୟ ସମୟରେ ଶୃଙ୍ଖଳା ପ୍ରତି ଧ୍ୟାନ ଦେବାକୁ କହିଥିଲେ। 

ଚିକିତ୍ସା ଲାଗି ଟଁକା ବାଧକ୍‌: ଅଜନା ରୋଗ୍‌ରେ କଲ୍‌ବଲ ହେଉଛନ୍‌ ଲୋଚନେ

ଚିକିତ୍ସା ଲାଗି ଟଁକା ବାଧକ୍‌: ଅଜନା ରୋଗ୍‌ରେ କଲ୍‌ବଲ ହେଉଛନ୍‌ ଲୋଚନେ

ଖଡିଆଳ,୧୬।୧୧(ଡି.ଏନ.ଏ.)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍‌ କିକିରିବେଡ଼ା ଗାଁର ଲଲିତ ମାଝି। ବଛରକେତେ ତଲେ କେହେନ୍‌ସି କାରନ୍‌ରୁ ତାକର ପହେଲା ମାଏକିନାର ମୁର୍‌ତୁ ହେଲା। ତା’ପରେ ଲଲିତ ବୁଢ଼ାକାଲେ ମାଏକିନାଥିଲେ ସାହାରା ହେବା ଭାବି ଦୁତିଅ ଥର ବିହା ହେଲେ। ହେଲେ ଦୁତିଅ ମାଏକିନା ଲୋଚନେ ଲଲିତକେ କାଣା ସାହାରା ଦେବେ ଏହେଦେ ନିଜେ ଗୁଟେ ଅଜନା ରୋଗ୍‌ରେ ପଡି ଚଲାବୁଲା କରି ନାଇଁପାରବାର। ଟଁକା ପଏସା ଅଭାବୁ ଚିକିତ୍ସା ନାଇଁ କରେଇପାରି କରି ବଡ଼ା ଗୁଲ୍‌ଗୁଲା ହେଉଛନ୍‌। 

ନେକ୍ସଜେନ୍‌  କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ : ଗୁରୁ ନାନକ ପବ୍ଲିକ ସ୍କୁଲ, କଲୁଙ୍ଗା ହାଇସ୍କୁଲ ବିଜୟୀ

ନେକ୍ସଜେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ : ଗୁରୁ ନାନକ ପବ୍ଲିକ ସ୍କୁଲ, କଲୁଙ୍ଗା ହାଇସ୍କୁଲ ବିଜୟୀ

ସୁନ୍ଦରଗଡ,୧୬।୧୧ (ଡି.ଏନ୍‌,ଏ) ଜିଲା କ୍ରୀଡା ସଂସଦ ଓ ନବଜୀବନ କ୍ଲବର ମିଳିତ ସହଯୋଗରେ ଚାଲିଥିବା ଚତୁର୍ଥ ନେକ୍ସଜେନ୍‌ କପ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ଗୁରୁବାର ୨ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନେଇ ତିନି ଦିନିଆ ପ୍ରଶିକ୍ଷଣ ଶିବିର: ଉତ୍ତମ ଶିକ୍ଷାଦାନ ଦ୍ୱାରା ସମାଜର ବିକାଶ ସମ୍ଭବ

ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନେଇ ତିନି ଦିନିଆ ପ୍ରଶିକ୍ଷଣ ଶିବିର: ଉତ୍ତମ ଶିକ୍ଷାଦାନ ଦ୍ୱାରା ସମାଜର ବିକାଶ ସମ୍ଭବ

ହେମଗିର, ୧୬।୧୧ (ଡି.ଏନ.ଏ)- ତିନି ଦିନ ଧରି ଏନଟିପିସିର ସାଇଡ ଅଫିସ କପୁରିକଛାରଠାରେ ହେମଗିର ବ୍ଲକର ଶିକ୍ଷୟିତ୍ରୀ, ଶିକ୍ଷକ, ଅଧ୍ୟାପକମାନଙ୍କୁ ନେଇ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।

କଂସର ଆଶ୍ରମ ସ୍କୁଲରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍‌ଗି ଫୁଲ

କଂସର ଆଶ୍ରମ ସ୍କୁଲରେ ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍‌ଗି ଫୁଲ

ଦେବଗଡ,୧୬।୧୧(ସ୍ବ.ପ୍ର.)-ତିଳେଇବଣି ବ୍ଲକ କଂସରସ୍ଥିତ ଆଶ୍ରମ ସ୍କୁଲରେ ଜିଲା ମଙ୍ଗଳ ବିଭାଗ ପକ୍ଷରୁ ଚଳିତ ବର୍ଷର ଶିଶୁ ମହୋତ୍ସବ ‘ସର୍‌ଗି ଫୁଲ୍‌’ ଅନୁଷ୍ଠିତ ହୋଇଯାଇଛି।