ସମ୍ବଲପୁର

ମାନେଶ୍ୱରରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୧୮ ପ୍ରକଳ୍ପ ପାଇଁ ୨ କୋଟି ୮୭ଲକ୍ଷ ଅନୁଦାନ

ମାନେଶ୍ୱରରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୧୮ ପ୍ରକଳ୍ପ ପାଇଁ ୨ କୋଟି ୮୭ଲକ୍ଷ ଅନୁଦାନ

ସମ୍ବଲପୁର,୧୨।୯(ବ୍ୟୁରୋ)-ପଶ୍ଚିମଓଡିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ପ୍ରଥମେ ନୂଆଁଖାଇ ଜୁହାର। ଆମ ଗାଁ ଆମ ବିକାଶରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ବାଗତ କରୁଛି । ଆପଣଙ୍କ ଦାବି ଅନୁସାରେ ଦିଆ ହୋଇଥିବା ପ୍ରକଳ୍ପଗୁଡିକ ମଞ୍ଜୁର କରୁଛି । ଏହା ଆପଣଙ୍କର ଟଙ୍କା। ଏହାକୁ ଠିକ୍‌ ଭାବେ ଶୀଘ୍ର କାମ କରନ୍ତୁ। ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକ ଗୁଣ୍ଡେରପୁର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନେଶ୍ୱରବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ ଏହା ସମ୍ବୋଧିତ କରିଛନ୍ତି।
ରେଢାଖୋଲ ନିର୍ବାଚନ ମଣ୍ଡଳୀ ଅଧୀନ ୭ଟି ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ୫ଟି ପଞ୍ଚାୟତର ମୋଟ ୧୧୮ଟି ପ୍ରକଳ୍ପ ଲାଗି ୨କୋଟି ୮୭ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଛି। ସାହାସପୁର ସମିତି ସଭ୍ୟା ବୀଣାପାଣି ବେହେରା ଦାବିଗୁଡିକ ଉପରେ ସୂଚନା ଦେଇଥିଲେ। ସାହାସପୁର ସ୍କୁଲ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଏହି ସଭାରେ ଜିଲାପାଳ ସମର୍ଥ ବର୍ମା, ଏମ୍‌ପି ନଗେନ୍ଦ୍ର ପ୍ରଧାନ, ରେଢାଖୋଲ ବିଧାୟକ ଇଂ. ରୋହିତ ପୂଜାରୀ, ବିଜେଡି ଜିଲା ସଭାପତି ପ୍ରମୋଦ ରଥ, ରେଙ୍ଗାଲି ବିଧାୟକ ରମେଶ ପଟୁଆ, ପିଡି ସୁକାନ୍ତ ତ୍ରିପାଠୀ, ଏପିଡି ରାଜେଶ ଅଗ୍ରୱାଲଙ୍କ ସମେତ ଜିଲାର ସମସ୍ତ ସରକାରୀ  ଅଧିକାରୀ ଉପସ୍ଥିତ ରହିଥିଲେ। ବିଜେଡି ବ୍ଲକ ସଭାପତି ଗୋପୀ ରଞ୍ଜନ ବେହେରା, ଜିଲା ପରିଷଦ ସଭ୍ୟ ସତ୍ୟ ନାରାୟଣ ମେଣ୍ଡୁଳିଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ । ସମିତି ସଭ୍ୟସଭ୍ୟା ଓ ସରପଞ୍ଚମାନେ ଉପସ୍ଥିତ ଥିଲେ।
ଆସିଲେନି ବ୍ଲକ ଅଧ୍ୟକ୍ଷା
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ସରକାରୀ କାର୍ଯ୍ୟକ୍ରମ। ହେଲେ ମାନେଶ୍ୱର ବ୍ଲକରେ ଦଳୀୟ କାର୍ଯ୍ୟକ୍ରମ ଭଳି ଏହା ହେଉଥିଲା । ତେଣୁ ମାନେଶ୍ୱର ବ୍ଲକ ଅଧ୍ୟକ୍ଷା ସୁରେସିନୀ ଓରାମ ଭାଜପା ଦଳର ହୋଇଥିବାରୁ ଅନୁପସ୍ଥିତ ରହିଥିଲେ ବୋଲି ଚର୍ଚ୍ଚା ହେଉଛି। ସେହିଭଳି ଜିଲା ପରିଷଦ ସଭାପତି ରାଧେଶ୍ୟାମ ବାରିକ, ଭାଜପା ସମର୍ଥିତ ସମିତି ସଭ୍ୟାସଭ୍ୟ ମଧ୍ୟ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଚର୍ଚ୍ଚା ହୋଇଛି।
ଖାଇବା ସ୍ଥାନରେ ହୋହାଲ୍ଲା 
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଶେଷ ହେବା ପରେ ଉପସ୍ଥିତ ଜନସାଧାରଣଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ଲିମସୋରିଏନ ମନ୍ଦିର ନିକଟସ୍ଥ ଏକ କାରଖାନା ଭିତରେ ଏହି ଆୟୋଜନ ହୋଇଥିଲା । ବିଜୁ ବାହିନୀ ଓ କର୍ମୀମାନେ  ଖାଇବା ସାମଗ୍ରୀ ବଣ୍ଟନ କରିଥିଲେ । ହେଲେ ହଜାର ହଜାର ଲୋକ ଥିବାରୁ ଖାଇବା ସ୍ଥାନରେ ହୋ ହାଲ୍ଲା ହୋଇଥିଲା । କେତେ ଲୋକ ଖଲିପତ୍ର ପାଇଁ ତ କେତେ ଲୋକ ଖାଇବା ପାଇଁ ଲମ୍ବା ଲାଇନରେ ଛିଡା ହୋଇଥିଲେ। ଏତେ ଲମ୍ବା ଲାଇନ ଦେଖି କିଛି ଲୋକ ଫେରିଯାଇଥିବା ଦେଖିବାକୁ ମିଳିଥିଲା।

ଟ୍ରାଫିକ ସମସ୍ୟା ଯୋଗୁ ନାକେଦମ 
ଧମା-ସୋନପୁର ରାସ୍ତା କଡରେ ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ତେଣୁ ଲୋକମାନେ ଖାଇବାକୁ ଭିଡ ଜମାଇଥିଲେ । ରାସ୍ତାରେ ହଜାର ହଜାର ଲୋକ ଯିବା ଆସିବା କରୁଥିଲେ। ଆଉ କେତେକ ଛିଡା ହୋଇ ରହିଥିଲେ । ତେଣୁ ଯାତାୟତରେ ସମସ୍ୟା ଦେଖା ଯାଇଥିଲା । ଏହାକୁ ନେଇ ଟ୍ରାଫିକ ପୋଲିସ ଓ ବିଜୁ ବାହିନୀ କର୍ମକର୍ତ୍ତାଙ୍କୁ ନାକେଦମ ହେବାକୁ ପଡିଥିଲା।
All Right Reserved By

ସମ୍ବଲପୁର

ମହିଚଲା ମାଇନର କେନାଲ ସଫା କେଲେ ଚାଷୀ

ମହିଚଲା ମାଇନର କେନାଲ ସଫା କେଲେ ଚାଷୀ

ଜୁନାଗଡ,୨୩।୯(ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମହିଚଲା ମାଇନର କେନାଲ ଦୀର୍ଘଦିନ ହେବ ସଫା ନ ହୋଇ ଅଳିଆ, ଆବର୍ଜନାରେ ପଡି ରହିଥିଲା। ଫଳରେ ତଳ ଅଞ୍ଚଳକୁ ଠିକ୍‌ ମାତ୍ରାରେ ପାଣି ନ ଆସିବାରୁ ଚାଷ କାମରେ ବାଧାପ୍ରାପ୍ତ ହେଉଥିଲା। ସ୍ଥାନୀୟ ଚାଷୀ ଏ ସମ୍ପର୍କରେ ପାଣି ପଞ୍ଚାୟତ କର୍ତ୍ତୃପକ୍ଷ ଓ  ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଶେଷରେ ସ୍ଥାନୀୟ ଚାଷୀମାନେ ଏକତ୍ର ହୋଇ କେନାଲ ସଫେଇ କାମ ଆରମ୍ଭ କରିଛନ୍ତି। 

ଗୋପାଳନ ଓ ଦୁଗ୍ଧ ଉତ୍ପାଦକ ଦକ୍ଷତା ଶିବିର

ଗୋପାଳନ ଓ ଦୁଗ୍ଧ ଉତ୍ପାଦକ ଦକ୍ଷତା ଶିବିର

ଭବାନୀପାଟଣା,୨୩।୯(ଡି.ଏନ୍‌.ଏ.)- ସଦର ବ୍ଲକ ଅଧୀନ ବୋର୍ଡା ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହଠାରେ ଜିଲା ପ୍ରାଣୀ ସମ୍ପଦ ବିଭାଗ ଓ ଆତ୍ମାର ସହଯୋଗରେ ଗୋପାଳନ ଓ ଦୁଗ୍ଧ ଉପତ୍ାଦକ ଦକ୍ଷତା ଶିବିର ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ଭିଏଏସ୍‌ ଡ. କେଦାରନାଥ ଖମାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ବୋର୍ଡା ପଞ୍ଚାୟତ ସରପଞ୍ଚ ରୀନାରାଣୀ ଜାଲ, ଅଗ୍ରଣୀ ଚାଷୀ ଶାନ୍ତନୁ କୁମାର ବେହେରା, ବିକେଏନ୍‌ ଦୁଗ୍ଧ ସଂଘର ସମିତି ପରିଦର୍ଶକ ଲିଙ୍ଗରାଜ ବାଘରା, ଭିଏଏସ୍‌ ମୌସୁମୀ ତରାୟୀ, ଯାଜ୍ଞସେନୀ ମେହେର ପ୍ରମୁଖ ଯୋଗଦେଇ ଗୋପାଳକମାନେ ଆଧୁନିକ ପ୍ରଣାଳୀ ଗୋ ପାଳନ କରି କମ୍‌ ପରିଶ୍ରମରେ ଅଧିକ ଦୁଗ୍ଧ ଉପତ୍ାଦନ କରି ଲାଭବାନ ହୋଇପାରିବେ ବୋଳି କହିଥିଲେ।

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସୁନ୍ଦରଗଡ଼,୨୩।୯(ଡି.ଏନ୍‌.ଏ.)- ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟଠାରେ ସଡ଼କ ସୁରକ୍ଷା ସଚେତନତା ସମ୍ପର୍କିତ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ପରିବହନ ଅଧିକାରୀ ରାମନିବାସ ସିରିକା ଯୋଗଦେଇ ଛାତ୍ରୀଛାତ୍ରମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସୂଚନା ଦେବା ସହ ଗାଡି ଚଳାଚଳ ସମୟରେ ରାସ୍ତାର ନିୟମ ପାଳନ କରିବାକୁ କହିଥିଲେ।

ଦୁମାଙ୍ଗଦିରିରେ ରାଜୀ କରମା ମହୋତ୍ସବ

କୁଆଁରମୁଣ୍ଡା,୨୩।୯(ଡି.ଏନ.ଏ.)- ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ବ୍ଲକ ଅଧୀନ ଦୁମାଙ୍ଗଦିରିରେ ଆଦିବାସୀମାନଙ୍କ ରାଜୀ କରମା ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ କୁଆଁରମୁଣ୍ଡା ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ରଣଜିତ୍‌ ଲାକ୍ରା ଯୋଗଦେଇଥିଲେ।

ଆଇନ ସଚେତନତା ଶିବିର

ଆଇନ ସଚେତନତା ଶିବିର

ରେଢ଼ାଖୋଲ,୨୩।୯(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ରେଢ଼ାଖୋଲ ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ରବିବାର ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ପ୍ରାଧିକରଣ ସମିତି ଅଧ୍ୟକ୍ଷ ତଥା ସବ୍‌ଜଜ୍‌ ବାସୁଦେବ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଏସିଡ୍‌ ଆକ୍ରମଣର ପିଡିତା ଓ ସେମାନଙ୍କ ପାଇଁ ଥିବା ଆଇନଗତ ସାହାର୍ଯ୍ୟ ଓ କ୍ଷତିପୂରଣ ଉପରେ ସଚେତନ କରାଯାଇଥିଲା। 

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

ସମ୍ବଲପୁର,୨୩।୯(ବ୍ୟୁରୋ)- ସମ୍ବଲପୁର ଆଞ୍ଚଳିକ ଶିଳ୍ପ କେନ୍ଦ୍ର ଦ୍ୱାରା ଆୟୋଜିତ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ୩୦ଜଣ ତାଲିମଦାତାଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ମେଦିନୀପୁର ବ୍ରିଜ୍‌ ମଝିରେ ବଢ଼େ ଗାଡ୍‌: ମରାମତି ଅଭାବୁ ଦୁଇଫାଲର ବାଡା ଭାଂଗ୍‌ଲା

ଭବାନୀପାଟଣା,୨୨।୯(ଡି.ଏନ୍‌.ଏ.)- ଭବାନୀପାଟଣା-ଛତିକୁଡା ମୁଖିଆ ରାସ୍‌ତା ମେଦିନୀପୁରଠାନେ ଥିବାର ପୁର୍‌ନା ବ୍ରିଜ ମଝିରେ ମରାମତି ଅଭାବୁ ଗୁଟେ ବଢ଼େ ଗାଡ୍‌ ହେଇଛେ। ଏନ୍‌ତା କି ବ୍ରିଜର ଦୁଇଫାଲେ ଥିବାର ବାଡା ବି ଭାଂଗିଯାଇଛେ। ବ୍ରିଜରେ ହେଇଥିବାର ଗାଡେ ପଡ଼ି ଝନ୍‌ ପଁାଚେ ସାତେ ଖଁଡ଼ିଆଖବରା ହେଇଥିବାର ବି ଜନାଯାଇଛେ। ଗଲା ୨୦ ତାରିଖ୍‌ ରାତି ବର୍‌ଷାରେ ବ୍ରିଜ୍‌ର କଂକ୍ରିଟ୍‌ ସିମେଟ ଧସି ବଢ଼େ ଗାଡ୍‌ ହେଇଛେ। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଉତ୍ତେଜନା

ବରଗଡ଼ ସଦର ଥାନା ଅଧୀନ ବନବାସପାଲି ଗ୍ରାମରେ ରବିବାର ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଭାତବିଡ଼ା ଗ୍ରାମର କୁମର ରଣା(୩୩)। କୁମର ଏକ ବିଦ୍ୟୁତ୍‌ ଖୁଣ୍ଟରେ ଚଢି ମରାମତି କରୁଥିଲେ। ସେତିକିବେଳେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ କେହି ଜଣେ ବିଦ୍ୟୁତ୍‌ ସଂଯୋଗ କରି ଦେବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବନବାସପାଲି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। 

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ବରଗଡ଼ ଅଫିସ୍‌,୨୩।୯- ଦାନ୍ତ ଘଷିବା ପାଇଁ କାଠି ଭାଙ୍ଗିଯାଇ ଥିବାବେଳେ ରବିବାର ବରଗଡ଼ ଜିଲା ଭଟଲି ଥାନା ଖଜରିଆ ଗ୍ରାମର ସୀତାରାମ ରାଉତ(୫୫) ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ତାଙ୍କ ହାତ, ଗୋଡ଼ ସହିତ ଶରୀର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ବୃଦ୍ଧଜଣକ ନିହାତି ଗରୀବ ଶ୍ରେଣୀର ହୋଇଥିବା ଯୋଗୁ ତାଙ୍କୁ ଆବଶ୍ୟକ ଚିକିତ୍ସା ସମେତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଇଛି ।

ନିଆରା ଶ୍ରଦ୍ଧାଞ୍ଜଳି: ନୃସିଂହନାଥ ଭୋଗ, ଚନ୍ଦନ ବୃକ୍ଷଚାରା ଅର୍ପଣ କଲେ ଦମ୍ପତି

ନିଆରା ଶ୍ରଦ୍ଧାଞ୍ଜଳି: ନୃସିଂହନାଥ ଭୋଗ, ଚନ୍ଦନ ବୃକ୍ଷଚାରା ଅର୍ପଣ କଲେ ଦମ୍ପତି

ବରଗଡ଼ ଅଫିସ୍‌,୨୩।୯- ବରଗଡ଼ ଜିଲା ବହୁମୁଖୀ ପ୍ରତିଭା ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଗଙ୍ଗାଶ୍ରାଦ୍ଧ ଅବସରରେ ରବିବାର ସ୍ଥାନୀୟ ମିଳନ ମଣ୍ଡପରେ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଶିକ୍ଷାବିତ ଅଗ୍ନି ପ୍ରଧାନ, ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ, ନାରଦ ନୈଷ୍ଟିକ, ଗୋପାଳ ଅଗ୍ରୱାଲ, ଡା. ସରୋଜ କୁମାର ଯୋଶୀ, ଚାଷୀନେତା ଲିଙ୍ଗରାଜ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ରାଜ୍ୟ ଭାଜପା ଉପସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ସ୍ମୃତିସଭାରେ ମଞ୍ଚାସୀନ ଥିବାବେଳେ ବରଗଡ଼ ସାମ୍ବାଦିକ ସଂଘର ଯୁଗ୍ମ ସମ୍ପାଦକ ରମଣୀ ରଞ୍ଜନ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 

ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି

ବିଜେଡିର ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି

ଅତାବିରା, ୨୩।୯ (ଡି.ଏନ.ଏ)- ବିଜେଡି ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ପ୍ରସ୍ତୁତି ବୈଠକ ସହରାଟିକ୍ରାଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଦୁର୍ଗାପ୍ରସାଦ ଛୁରିଆଙ୍କ ସହ ଦଳୀୟ କର୍ମକର୍ତ୍ତା ଉପସ୍ଥିତି ରହି ନୂଆଁଖାଇ ଭେଟ୍‌ଘାଟ୍‌ ସଂକ୍ରାନ୍ତରେ ଆଲୋଚନା କରିଥିଲେ।

ନୂଆଁଖାଇ ଭେଟଘାଟ୍‌ରେ ମାରାଥନ ଦୌଡ଼

ନୂଆଁଖାଇ ଭେଟଘାଟ୍‌ରେ ମାରାଥନ ଦୌଡ଼

ରିଷିଡା,୨୩।୯(ଡି.ଏନ.ଏ)- କଳାହାଣ୍ଡି ଜିଲା ରିଷିଡ଼ାସ୍ଥିତ ଜ୍ୟୋତିବିକାଶ ଯୁବକ ସଂଘ ପକ୍ଷରୁ ରବିବାର ପୂର୍ବାହ୍ନରେ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ମାରାଥନ୍‌ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଯୁବନେତା ଶରତ କୁମାର ସାହୁ ଏହାର ଉଦ୍‌ଘାଟନ କରିଥିଲେ।