ସମ୍ବଲପୁର

ଶହୀଦ ଚମ୍ପେଶ୍ୱରଙ୍କୁ ଝୁରୁଛି ଧଉରାଖମଣ ଗାଁ

ଶହୀଦ ଚମ୍ପେଶ୍ୱରଙ୍କୁ ଝୁରୁଛି ଧଉରାଖମଣ ଗାଁ

ରେଢ଼ାଖୋଲ,୧୨।୯(ଡି.ଏନ.ଏ.)-ଦେଖୁ ଦେଖୁ ୬ ଦିନ ହେଇଗଲା। ଶୁକ୍ରବାର ଶତ୍ରୁର ଗୁଳିରେ ସେ ଟଳି ପଡିଥିଲେ। ସୋମବାର ଗାଁ ମଶାଣୀରେ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ସଞ୍ଜରୁ ରାତି ୧୨ଟା ପର୍ଯ୍ୟନ୍ତ ନିପଟ ମଫସଲ ଆଉ ଅଖ୍ୟାତ ତାଙ୍କ ଗାଁ ବିଖ୍ୟାତ ହୋଇଯାଇଛି। ହଜାର ହଜାର ଲୋକ ଗାଁକୁ ଛୁଟିଥିଲେ ତାଙ୍କ ଶବାଧାର ସହ। ଜୁଇ ଲିଭିବା ପର୍ଯ୍ୟନ୍ତ ଜନଗହଳି ଲାଗିଥିଲା। ଏ ଗାଁ ସତେ ଯେମିତି ସହର ପାଲଟିଥିଲା। ହେଲେ ମଙ୍ଗଳବାର ଏ ଗାଁରେ ନିରବର ରାଜୁତି। ସବୁ ଚୁପ୍‌ଚାପ୍‌। ବିଶ୍ୱାସ କରି ହେଉନି ଯେ, ଆଉ ନାହାନ୍ତି ବୋଲି ସେ। ଲାଗୁଛି ଏଇଠି କେଉଁଠି ଅଛନ୍ତି। 
ମା’ ବାପା ପୁଅକୁ ଝୁରୁଛନ୍ତି। ଏଥର ଦଶହରାରେ ପୁଅ ଆସିବ ବୋଲି କହିଥିଲା। ହେଲେ ସେ ଆଉ କେବେ ବି ଆସିବନି। ସବୁ ଦିନ ପାଇଁ ଚାଲିଗଲା। ଏ ସବୁ ଭାବିଲା ବେଳକୁ ମା’ ବାପାଙ୍କ ଖାଇବା ପିଇବାକୁ ମନ ହେଉନି। ସେମାନେ ବଞ୍ଚିଛନ୍ତି ହେଲେ ତାଙ୍କ ଆଗରେ ପୁଅ ଚାଲିଗଲା। ଘର ପିଣ୍ଢାରେ ମା, ବାପା ପୁଅକୁ ଝୁରୁଛନ୍ତି। ସେପଟେ ସ୍ତ୍ରୀଙ୍କ  ଆଖିରୁ ବି ଲୁହ ଶୁଖୁନି। ସେ କ’ଣ କରିବେ, କେମିତି ବଞ୍ଚିବେ, ଛୋଟ ପୁଅକୁ କେମିତି ମଣିଷ କରିବେ ସେ ଚିନ୍ତା। ୮ ବର୍ଷର ପୁଅ ଏ କଅଁଳ ବୟସରେ ବାପାଙ୍କୁ ହରାଇଲା। ଗାଁ ବି ମନେ ପକାଉଛି ତାଙ୍କୁ। ଖାଲି ଘରେ ନୁହେଁ ଗାଁରେ ବି ଶୋକାକୁଳ ପରିବେଶ। ସମ୍ବଲପୁର ଜିଲା ରେଢ଼ାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଧଉରାଖମଣ ଗାଁର ଶହୀଦ ଚମ୍ପେଶ୍ୱର ମହାକୁଡଙ୍କ ମା, ବାପା, ସ୍ତ୍ରୀ ପିଲାଙ୍କ ଏ କଥା। ମଣିପୁର ରାଜ୍ୟର ମିଆଁମାର ସୀମାନ୍ତବର୍ତ୍ତୀ କାନ୍ଧେଲ ଜିଲା ଜୌପିରେ ଗତ ଶୁକ୍ରବାର ପିପୁଲ୍ସ ଲିବରେସନ ଆର୍ମି ସହିତ ଗୁଳି ବିନିମୟ ବେଳେ ସେ ଶହୀଦ ହୋଇଯାଇଛନ୍ତି। ମା’ ଲକ୍ଷ୍ମୀ ଆଉ ବାପା ସୁରଞ୍ଚି ଶହୀଦ ପୁଅ ଚମ୍ପେଶ୍ୱରଙ୍କ ଫଟୋକୁ ଅନେଇ ନିରବରେ କାନ୍ଦୁଛନ୍ତି। ଅଜାଣତରେ ଆଖିରୁ ଲୁହ ବହି ପଡୁଛି। ଲୁହ ପୋଛୁ ପୋଛୁ ପୁଣି ଧାର ଧାର ଲୁହ। ବୋଲ ମାନୁନି ଅମାନିଆ ଲୁହ। ଘର ଭିତରେ ବୋହୂ ବି ନିରବରେ ସ୍ବାମୀ ଚମ୍ପେଶ୍ୱରଙ୍କ ସହ କାଟିଥିବା ଦିନ ଗୁଡାକୁ ମନେ ପକାଉଛନ୍ତି। ତାଙ୍କ ଆଖିରେ କେବଳ ଲୁହ ହିଁ ଲୁହ। ଯେତେ ଚେଷ୍ଟା କଲେ ବି ନିଜ ମନକୁ ବୁଝାଇ ପାରୁ ନାହାନ୍ତି। ଛୋଟ ପୁଅର ମୁଣ୍ଡରେ କେତେବେଳ ହାତ ବୁଲେଇ ଆଣୁଛନ୍ତି ତ କେତେବେଳେ ପୁଣି ତାଙ୍କୁ କୋଳକୁ ଭିଡି ନେଇ ଜାବୁଡି ଧରି କାନ୍ଦୁଛନ୍ତି। ସ୍ବାମୀଙ୍କ ସନ୍ତକ ଛୋଟ ପୁଅ ତାଙ୍କ ସମ୍ପତି ବୋଲି ଧରି ନେଇଛନ୍ତି।
ଗାଁ ମଶାଣୀରୁ ଜୁଇ ଲିଭିଛି ସତ ହେଲେ ସେହିବାଟେ ଯିବା ଆସିବା କରୁଥିବା ଗାଁ ଲୋକ ବି ଭାବିପାରୁ ନାହାନ୍ତି ଏଇଠି ଚମ୍ପେଶ୍ୱର ସବୁଦିନ ପାଇଁ ଶୋଇଗଲେ। ଗାଁ ଲୋକେ ଘରକୁ ଆସି ବୃଦ୍ଧ ମା, ବାପା, ଆଉ ମଧୁସ୍ମିତାଙ୍କୁ ସାନ୍ତ୍ୱନା ଦେଉଛନ୍ତି।
ଚାଷୀ ପରିବାରର ସୁରଞ୍ଚି ମହାକୁଡ ଓ ଲକ୍ଷ୍ମୀ ମହାକୁଡଙ୍କ ୪ ପୁଅରେ ୨ ଝିଅ। ଶହୀଦ ଚମ୍ପେଶ୍ୱର ଥିଲେ ସବୁଠୁ ସାନ ଆଉ ପରିବାରର ଏକମାତ୍ର ଚାକିରିଆ। ଆର୍ଥକ ଅନାଟନ ଭିତରେ ଚମ୍ପେଶ୍ୱର ପାଠ ପଢିଥିଲେ। ତାଙ୍କର ଅନ୍ୟ ୩ ଭାଇ ଚାଷବାସ କରି ଚଳୁଛନ୍ତି। ଗାଁ ପ୍ରାଥମିକ ସ୍କୁଲରେ ଚମ୍ପେଶ୍ୱର ୫ମ ପର୍ଯ୍ୟନ୍ତ ପାଠ ପଢି କଦଳୀଗଡ ହାଇସ୍କୁଲରେ ଭର୍ତ୍ତି ହୋଇଥିଲେ। ସେଠାରୁ ୧୦ମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ମାଧପୁର କଲେଜରୁ ଯୁକ୍ତ ୨ ପାଶ୍‌ କରିଥିଲେ। ଏହାପରେ ରେଢାଖୋଲ ଭୀମ ଭୋଇ କଲେଜରେ ଯୁକ୍ତ ୩ରେ ନାମ ଲେଖାଇଥିଲେ। ହେଲେ ୨୦୦୧ରେ ଆସାମ ରାଇଫଲ୍ସରେ ଚାକିରି ପାଇଥିଲେ। ୧୮ ବର୍ଷର ଚାକିରି କାଳ ଭିତରେ ଶେଷରେ ସେ ଦେଶ ପାଇଁ ଲଢି ଶତ୍ରୁପକ୍ଷ ଗୁଳିରେ ଟଳି ପଡିଛନ୍ତି। ତାଙ୍କ ଗାଁ ତଥା ରେଢାଖୋଲ ମାଟି ତାଙ୍କ ପାଇଁ ଗର୍ବିତ। ସବୁଦିନ ପାଇଁ ସେ ମନେ ରହିଥିବେ।
All Right Reserved By

ସମ୍ବଲପୁର

ମଧୁସୂଦନପାଲ୍ଲୀ ବିସ୍ଫୋରଣ ଘଟଣା: ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ମଧୁସୂଦନପାଲ୍ଲୀ ବିସ୍ଫୋରଣ ଘଟଣା: ଥଇଥାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ରାଉରକେଲା ଅଫିସ,୧୯।୯-ବିସ୍ଫୋରଣ ଜନିତ ପ୍ରଭାବିତ ପରିବାର ମଧୁସୂଦନପାଲୀ ତେଲୁଗୁପଡା ବାସିନ୍ଦା ଥଇଥାନ ଓ କ୍ଷତିପୂରଣ ଦାବିରେ ବୁଧବାର ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ।

କଂଗ୍ରେସର କର୍ମୀ ସମ୍ମିଳନୀ, ନୂଆଁଖାଇ ଭେଟ୍‌ଘାଟ୍‌

କଂଗ୍ରେସର କର୍ମୀ ସମ୍ମିଳନୀ, ନୂଆଁଖାଇ ଭେଟ୍‌ଘାଟ୍‌

ଜୁନାଗଡ,୧୯।୯(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସଂସ୍କୃତ ଭବନଠାରେ ବୁଧବାର କଂଗ୍ରେସ କର୍ମୀ ସମ୍ମିଳନୀ ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଜଣଙ୍କର ମୃତ୍ୟୁ

ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍‌ ଦୁର୍ଘଟଣାଗ୍ରସ୍ତ: ୨ ଜଣଙ୍କର ମୃତ୍ୟୁ

ବିଜେପୁର,୧୯।୯(ଡି.ଏନ.ଏ)-ବରଗଡ ଜିଲା ବିଜେପୁର ଥାନା ଅନ୍ତର୍ଗତ ସମଲାଇପଦର ଛକ ବୁଲାଣୀରେ ବୁଧବାର ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତାଳପଦର ପଞ୍ଚାୟତ ଝାଲପାଲିର ଅଶ୍ୱିନୀ ସାହୁ (୪୨) ଓ ତୁଳସୀ ସାହୁ (୪୮) । ଅଶ୍ୱିନୀ ଓ ତୁଳସୀ କୌଣସି କାମରେ ସିଜି ୦୪ ଡିକେ- ୧୦୮୧ ନମ୍ବର ବିଶିଷ୍ଟ ଏକ ବାଇକରେ ଘରୁ ବରଗଡକୁ ଯାଉଥିଲେ ।

ଭୁକ୍ତାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୮୧ ୟୁନିଟ ରକ୍ତ ସଂଗୃହୀତ

ଭୁକ୍ତାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ: ୮୧ ୟୁନିଟ ରକ୍ତ ସଂଗୃହୀତ

ଅମ୍ବାଭୋନା, ୧୯।୯ (ଡି.ଏନ.ଏ)- ବରଗଡ଼ ଜିଲା ଅମ୍ବାଭୋନା ଭୁକ୍ତା ନେତାଜୀ କ୍ଲବ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବରଗଡ ଏମ୍‌ପି ଡ. ପ୍ରଭାସ ସିଂ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । 

ଭେଡ଼େନରେ କଂଗ୍ରେସର ଯୁବ ଆକ୍ରୋଶ ଶୋଭାଯାତ୍ରା

ଭେଡ଼େନରେ କଂଗ୍ରେସର ଯୁବ ଆକ୍ରୋଶ ଶୋଭାଯାତ୍ରା

ଭେଡ଼େନ,୧୯।୯(ଡ଼ି.ଏନ.ଏ.)-ବରଗଡ଼ ଭେଡନରେ ଯୁବ କଂଗ୍ରେସ ତରଫରୁ ଉଭୟ କେନ୍ଦ୍ର  ଓ ରାଜ୍ୟ ସରକାରଙ୍କ ଅପାରଗତା, ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର, ବେରୋଜଗାରୀ, ପ୍ରତିଶ୍ରୁତିର ଖିତ୍ଲାପି ଆଦି ପ୍ରତିବାଦରେ ବୁଧବାର କଂଗ୍ରେସର ଜନ ଆକ୍ରୋଶ ରାଲି ଅନୁଷ୍ଠିତ ହୋଇଛି । ସ୍ବାଧୀନ କୁମାର ରଥଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଭେଡ଼େନ ସପ୍ତାହିକ ବଜାର ପ୍ରାଙ୍ଗଣରୁ ବାହାରି ଭେଡ଼େନ ବସ୍ତି ପରିକ୍ରମା କରିଥିଲା। ବସଷ୍ଟାଣ୍ଡ ଠାରେ ପ୍ରଧାନମନ୍ତ୍ରୀ ଏବଂ ମୁଖୁମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ପରେ ଏହି ଶୋଭାଯାତ୍ରା ଭେଡ଼େନ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲା। 

ବଗଡାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ବଗଡାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ,୧୯।୯(ଡି.ଏନ.ଏ.)-ବଲାଙ୍ଗୀର ଜିଲା, ଦେଓଗାଁ ବ୍ଲକ ୧୩ ନଂ ଜୋନ ବଗଡା ଖେଳପଡିଆରେ ବୁଧବାର ଅପରାହ୍ନରେ ଭାଜପା ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କୁ ସୋହେଲାରେ ଶ୍ରଦ୍ଧାଞ୍ଜଳି

ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କୁ ସୋହେଲାରେ ଶ୍ରଦ୍ଧାଞ୍ଜଳି

ସୋହେଲା,୧୯।୯(ଡିଏନଏ)-ବରଗଡର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଶାନ୍ତନୁ ବିଶ୍ୱାଳଙ୍କ ଚିତାଭସ୍ମକୁ ବୁଧବାର ପଶ୍ଚିମ ଓଡିଶାର ପବିତ୍ର ତୀର୍ଥକ୍ଷେତ୍ର ନୃସିଂହନାଥରେ ବିସର୍ଜନ କରାଯାଇଛି । 

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ

ଜମନକିରା, ୧୯। ୯ (ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ବିକ୍ଷୋଭ ସଭା କରାଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ସରପଞ୍ଚମାନଙ୍କ ଜରିଆରେ ପ୍ରଦାନ କରଯାଇଛି। ଭୋଜପୁର ବିଛାଲାଲ ରାମଚନ୍ଦ୍ର ଗୁପ୍ତା ମହାବିଦ୍ୟାଳୟରେ ଏକ ପ୍ରତିବାଦ ସଭା ହୋଇଥିଲା। ଡିମିରିମୁଣ୍ଡା, ଭୋଜପୁର, ସିରଡ଼ ଆଦି ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ବିକ୍ଷୋଭ ସଭା ହୋଇଥିଲା। 

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବନ କର୍ମଚାରୀ

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବନ କର୍ମଚାରୀ

ବଡଗାଁ, ୧୯।୯ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ବଡଗାଁ ଅଞ୍ଚଳରେ ୩ମାସ ହେଲା ହାତୀ ଉପଦ୍ରବ ଜାରି ରହିଛି । କିଛି ମାସ ପୂର୍ବେ ବଡଗାଁ ଫରେଷ୍ଟ ରେଞ୍ଜର ଜଣେ କର୍ମଚାରୀ ହାତୀ ଘଉଡାଇଲା ବେଳେ ଗୁରୁତର ଆହତ ହୋଇଥିଲେ।

ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ

ଛାତ୍ରୀଛାତ୍ରଙ୍କୁ ମାଡ଼ ମାରି ପ୍ରଧାନ ଶିକ୍ଷକ ନିଲମ୍ବିତ

ହେମଗିର, ୧୯।୯ (ଡି.ଏନ.ଏ)-ସୁନ୍ଦରଗଡ଼ ଜିଲା କୋଡବାହାଲ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ପଞ୍ଚଭାୟା ଛାତ୍ରୀଛାତ୍ରଙ୍କୁ ବାଡିରେ ମାଡି ମାରି ନିଲମ୍ବିତ ହୋଇଛନ୍ତି। ଏହି ସମୟରେ ଅନ୍ୟ ଦୁଇ ଶିକ୍ଷକ ଶ୍ରୀକାନ୍ତ ପଧାନ ଓ ଗଙ୍ଗା ପଟେଲ ଉପସ୍ଥିତ ଥାଇ ମଧ୍ୟ ମାଡ ମାରୁଥିବା ପ୍ରଧାନ ଶିକ୍ଷକଙ୍କୁ ମନା କରିବା ବଦଳରେ ଉସ୍‌କାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। 

ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଭେଟିଲା ବିକାଶ ପରିଷଦ

ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଭେଟିଲା ବିକାଶ ପରିଷଦ

ଜମନକିରା,୧୯।୯(ଡି.ଏନ୍‌.ଏ): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ରେ ଗତ କିଛିଦିନ ପୂର୍ବରୁ ନୂତନ ଭାବେ ଯୋଗ ଦେଇଥିବା ବିଡ଼ିଓ ଅଜୟ କୁମାର ତିୱାରୀଙ୍କୁ ବୁଧବାର ଜମନକିରା ବ୍ଲକ୍‌ ବିକାଶ ପରିଷଦ କର୍ମକର୍ତ୍ତା ପୁଷ୍ପଗୁଚ୍ଛ ଦେଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। 

ଜିଲା ସଂସ୍କୃତି ଅଫିସର ମୁରବୀ ନାହାନ୍ତି

ଜିଲା ସଂସ୍କୃତି ଅଫିସର ମୁରବୀ ନାହାନ୍ତି

ସମ୍ବଲପୁର,୧୯।୯(ବ୍ୟୁରୋ)-ସମ୍ବଲପୁର ସଂସ୍କୃତି ଅଫିସରେ କେହି ମୁରବୀ ନାହାନ୍ତି। ଅଫିସ ପରିସରରେ ଲୁହାଛଡ, ଗେଟି, ବାଲି ପ୍ରଭୃତି ନିର୍ମାଣ ସାମଗ୍ରୀ ରଖାଯାଇଛି । ଫଳରେ ଏହି ଅଫିସକୁ ଜନସାଧାରଣ ଯିବା ଆସିବା ବେଳେ ସମସ୍ୟା ସୃଷ୍ଟି ହେଉଛି । ଏଠାକୁ କାମରେ ଆସୁଥିବା ଅନେକ କଳାକାର ଲୁହାଛଡରେ ଛନ୍ଦି ହୋଇ ଆହତ ହେଉଛନ୍ତି । ଅନ୍ୟପକ୍ଷେ ଗେଟି, ବାଲି ଧୂଳିରେ ସଂସ୍କୃତି ଅଫିସ ପରିପୂର୍ଣ୍ଣ ହୋଇଛି ।