ରାଜ୍ୟ | ବାଲେଶ୍ୱର

ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା ସଂଘର ବନ୍ଦ ଡ଼ାକରା: ସ୍ବାସ୍ଥ୍ୟ ସେବା ବ୍ୟାହତ

ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା ସଂଘର ବନ୍ଦ ଡ଼ାକରା: ସ୍ବାସ୍ଥ୍ୟ ସେବା ବ୍ୟାହତ
କେନ୍ଦୁଝର,୧୨।୯(ସ୍ବ.ପ୍ର.): ଓଡ଼ିଶା ସ୍ବାସ୍ଥ୍ୟ ମିଶନ ପରିଚାଳନା ସଂଘ ଛଅ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଡାକରା ଦେଇଥିବା ବେଳେ କେନ୍ଦୁଝର ଜିଲା ସହ ସମଗ୍ର ଓଡିଶାରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି। 

ଗତ ସୋମବାର ଅନୁଷ୍ଠିତ  ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଅନେକ ସ୍ବାସ୍ଥ୍ୟ କେନ୍ଦ୍ରରେ ହୋଇପାରିନାହିଁ। ଟୀକା ଯୋଗାଣ ବନ୍ଦ ଯୋଗୁ ସମସ୍ତ ଟୀକା ଉପଲବ୍ଧ ହେଇ ପାରୁନାହଁ। ଫଳରେ ଶିଶୁମାନେ ସମ୍ପୂର୍ଣ୍ଣ ଭାବେ ଟୀକାକରଣରୁ ବଞ୍ଚିତ ହେଉଛନ୍ତି। ଗ୍ରାମାଞ୍ଚଳରେ କାର୍ଯ୍ୟରତ ଆଶା କର୍ମୀମାନେ ମାସର ୧୦ତାରିଖରେ ନିଜର ପ୍ରାପ୍ୟ ପାଇବା ପାଇଁ ନିୟମ ଥିବା ସ୍ଥଳେ ଏହା ଦିଆଯାଇପାରିନାହିଁ l ଆଶା କର୍ମୀ ମାନେ ନିଜର ପ୍ରାପ୍ୟ ପାଇ ନ ଥିବାରୁ ଆଗାମୀ ଦିନରେ କୌଣସି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି l ଆଗାମୀ  ଦିନରେ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମଧ୍ୟ ବ୍ୟାହତ ହେବାର ସମ୍ଭାବନା ଦେଖା ଦେଇଛି l ଏହା ସହିତ ଜନନୀ ସୁରକ୍ଷା ଯୋଜନା, କୁଷ୍ଠ ନିରାକରଣ ଅଭିଯାନ  ମିଶନ ଇନ୍ଦ୍ରଧନୁଷ, ଭିଟାମିନ ଏ  ଏବଂ କୃମିନାଶକ ଦିବସ, ମ୍ୟାଲେରିଆ ନିରାକରଣ,  ଯକ୍ଷ୍ମା ନିୟନ୍ତ୍ରଣ ଓ ଔଷଧ ବିତରଣ  ଆଦି  ଜନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ  ବନ୍ଦ  ହେବାର  ସମ୍ଭାବନା ଦେଖାଯାଇଛି l ଗାଁ କଲ୍ୟାଣ ସମିତି ଓ ରୋଗୀକଲ୍ୟାଣ ସମିତିର ବିନିଯୋଗ ସମ୍ପୂର୍ଣ ଠପ ହୋଇଯାଇଛି l 

ଆଗାମୀ ଦିନରେ ମିଶନ କର୍ମଚାରୀଙ୍କ ଦାବି ସରକାର ନ ମାନିଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି  ଧର୍ମଘଟରେ ସାମିଲ ହୋଇ ଥିବା ଆନନ୍ଦପୁର ଉପଖଣ୍ଡର ଜଣେ ପରିଚାଳନା କର୍ମଚାରୀ କହିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏହି ଦିଗରେ ଉଚିତ ପଦକ୍ଷେପ  ନେବାକୁ ସାଧାରଣରେ ଦାବି ହୋଇଛି l

All Right Reserved By

ରାଜ୍ୟ | ବାଲେଶ୍ୱର

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଢେଙ୍କାନାଳ ଅଫିସ, ୧୯।୨ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବୋରାପଦା ଖମାର ଗ୍ରାମରେ ମହିଳାମାନେ ସଙ୍ଗଠିତ ହୋଇ ସୋମବାର ନିଶାମୁକ୍ତି ଅଭିଯାନ ଆରମ୍ଭ କରିଛନ୍ତି। 

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ମହିମାଗାଦିରେ ୫ଲକ୍ଷ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧୯ା୨ଆରମ୍ଭ ହୋଇଛି ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା। ସାଧୁସନ୍ଥଙ୍କ ସମାଗମରେ ପ୍ରକମ୍ପିତ ହେଉଛି ମହିମା ଧର୍ମର ମୁଖ୍ୟପୀଠ ଗାଦିମନ୍ଦିର। ମହିମା ଅଲେଖ ଧ୍ୱନିରେ ଫାଟିପଡ଼ୁଛି ସମଗ୍ର ପୀଠ ପରିସର। ବିଶ୍ୱବାସୀଙ୍କ ମଙ୍ଗଳ କାମନା କରି ପ୍ରଜ୍ୱଳିତ ହୋଇଛି ଝାଡ଼ଦୀପ। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମେଳାର ପ୍ରଥମ ଦିନରେ ୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ବାତାବରଣ।

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ନାଲ୍‌କୋଠାରେ ଏଲ. ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ

ଅନୁଗୋଳ ଅଫିସ/ ବଅଁରପାଳ ୧୯।୨(ଡି.ଏନ.ଏ.)ଅନୁଗୋଳ ଜିଲା ନାଲ୍‌କୋଠାରେ ସୋମବାର ପୂର୍ବାହ୍ନରେ ଅତ୍ୟାଧୁନିକ ଏଲ.ଭି. ପ୍ରସାଦ ସେକେଣ୍ଡାରୀ ପ୍ଲସ ଚକ୍ଷୁ ଚିକିତ୍ସାଳୟ ଉଦ୍‌ଘାଟିତ ହୋଇଯାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। 

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଆଟ୍ରୋସିଟି ମାମଲା:୧୫ ବର୍ଷ ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ବ୍ରହ୍ମପୁର ଅଫିସ୍‌,୧୯ା୨-ଘରେ ପଶି ଜଣେ ଅନୁସୂଚିତ ଜାତି ସମ୍ପ୍ରଦାୟର ମା’ ଓ ଝିଅଙ୍କୁ ବଳାତ୍କାର ଉଦ୍ୟମ ଏବଂ ଧମକ ଦେବା ସହ ଆଟ୍ରୋସିଟି ମାମଲାରେ ସୋମବାର ବ୍ରହ୍ମପୁର ଏଡିଜେ-୨ ଦୀପକ କୁମାର ପ୍ରମାଣ ଅଭାବରୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ସରସ୍ବତୀନଗର ଅଞ୍ଚଳର ବାବୁନି ଜେନା (୪୦) ା

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

୧୨ ବର୍ଷ ହେଲା ପଡ଼ିରହିଛି ମୋରମ

ଭାପୁର, ୧୯।୨(ଡି.ଏନ.ଏ.)ରାସ୍ତା ତିଆରି ହେବ। ଲୋକ ସୁବିଧାରେ ଯାତାୟାତ କରିବେ। ଏଥିପାଇଁ ଦୀର୍ଘ ୧୨ବର୍ଷ ହେଲା ଗଦା ହୋଇଛି ମୋରମ। ହେଲେ ନା ତିଆରି ହେଉଛି ରାସ୍ତା, ନା ଘୁଞ୍ଚୁଛି ଲୋକଙ୍କ ଦୁଃଖ। ଶୋଚନୀୟ ହୋଇପଡ଼ିଥିବା ରାସ୍ତା ଅଞ୍ଚଳର ପ୍ରଗତିରେ ପ୍ରତିବନ୍ଧକ ପାଲଟିଥିବାବେଳେ ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ ଅଧୀନ କରଡ଼ାମଡ଼ା ଗ୍ରାମବାସୀ ଏପରି ଦୁର୍ଦ୍ଦଶା ପାଇଁ କେବଳ ଭାଗ୍ୟକୁ ନିନ୍ଦୁଛନ୍ତି। 

ତେଜୁଛି ସୋଲଡ଼ା-ଡଅଁରା ଗ୍ରାମବାସୀଙ୍କ ବିବାଦ:ଫାଣ୍ଡି ଘେରିଲେ ସୋଲଡ଼ାବାସୀ

ତାଳଚେର,୧୯ା୨(ନି.ପ୍ର.)କୋଇଲା ପରିବହନକୁ ନେଇ ତାଳଚେର ବ୍ଲକ ସୋଲଡ଼ା ଓ ଡଅଁରା ଗ୍ରାମବାସୀଙ୍କ ବିବାଦ ବଢିବାରେ ଲାଗିଛି। ଏହାକୁ କେନ୍ଦ୍ର କରି ଡଅଁରା ଗ୍ରାମବାସୀ ସୋମବାର ବଳରାମ କୋଇଲା ଖଣି ଅଚଳ କରିଥିବାବେଳେ ସନ୍ଧ୍ୟାରେ ସୋଲଡା ଗ୍ରାମବାସୀ ଗୋପାଳପ୍ରସାଦ ଫାଣ୍ଡି ଘେରାଉ କରିଛନ୍ତି। 

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ପ୍ରାକୃତିକ ବିପର୍ଯ୍ୟୟରେ ସହାୟକ ହେବ ହାମ୍‌ ରେଡିଓ

ବ୍ରହ୍ମପୁର ଅଫିସ୍‌,୧୯ା୨-ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେତେବେଳେ ଲ୍ୟାଣ୍ଡ ଫୋନ୍‌ କାମ କରେ ନାହିଁ, ମୋବାଇଲ୍‌ ଫୋନ୍‌ ଅଚଳ ହୋଇଥାଏ ସେତେବେଳେ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ହୁଏ ରେଡିଓ ଫ୍ରିକ୍ୟୁଏନ୍ସି।

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ଭୂତକୋଠି ପାଲଟିଛି ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର

ରାୟଗଡା ଅଫିସ୍‌, ୧୯।୨- ଅବିଭକ୍ତ କୋରାପୁଟ ଜିଲାକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ  ବୁଲିବାକୁ ଆସିଥାନ୍ତି ା  ଏଥିସହ ଅଞ୍ଚଳର ଭାଷା, ସଂସ୍କୃତି, ପରମ୍ପରା ଏବଂ ଜଙ୍ଗଲ ଖଣିଜ ସମ୍ପଦ ସମ୍ବନ୍ଧରେ ଜ୍ଞାନ ଆହରଣ ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିଥାନ୍ତି ା 

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ)ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। ସେହିଭଳି ୬୦ ବର୍ଷ ଉପରକୁ ହିତାଧିକାରୀଙ୍କୁ ପୂର୍ବରୁ ୫୦୦ ଟଙ୍କା ମିଳୁଥିଲା। ଏବେ ତାହା ୭ ଶହ ଟଙ୍କାକୁ ବଢିଛି। 

୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ

୨୦ରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ:ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ଦେଶର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ହଲ୍ଲୀଷକ’ ପକ୍ଷରୁ ଆସନ୍ତା ୨୦ ତାରିଖରେ ‘ମନ୍ତ୍ରମଗ୍ନା’ ଫେଷ୍ଟିଭାଲ ଓ ସମ୍ମାନ ପ୍ରଦାନ ଉତ୍ସବ ୨୦୧୯ ଅନୁଷ୍ଠିତ ହେବ। ରାଜ୍ୟ ଏବଂ ରାଜ୍ୟ ବାହାରର ନୃତ୍ୟଶିଳ୍ପୀମାନଙ୍କୁ ନେଇ ସ୍ଥାନୀୟ ଭଞ୍ଜ କଳାମଣ୍ଡପଠାରେ ଆୟୋଜନ ହେବାକୁ ଥିବା ଏହି ମହୋତ୍ସବ ଉଭୟ ଖ୍ୟାତନାମା କଳାକାର ଓ ଯୁବ କଳାକାରଙ୍କୁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିବ। କାର୍ଯ୍ୟକ୍ରମ ଅବସରରେ ଦର୍ଶକ ଶାସ୍ତ୍ରୀୟ ନୃତ୍ୟ, ବିଶେଷକରି ଓଡ଼ିଶୀ ନୃତ୍ୟର ଶୁଦ୍ଧ ଓ ପାରମ୍ପରିକ ଶୈଳୀ ଦେଖିବାର ସୁଯୋଗ ପାଇବେ।

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଜୋନ୍‌ ସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦ୍‌ଘାଟିତ:୧୦୦ ଷ୍ଟଲ୍‌ରେ ରାଜ୍ୟ, ରାଜ୍ୟ ବାହାରର ଉଦ୍ୟୋଗୀ

ଭୁବନେଶ୍ୱର,୧୯।୨(ବ୍ୟୁରୋ)-ମହୁଚାଷର ଉନ୍ନତି ଓ ଚାଷୀଙ୍କୁ ପ୍ରଶିକ୍ଷଣ ପାଇଁ ରାଜ୍ୟ ସରକାର ୩.୨୯ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଏହି ଅନୁଦାନ ଅର୍ଥରେ ଓଡ଼ିଶା ଖଦି ବୋର୍ଡ ୧୩ ଜିଲାର ୧୩୬୨ଜଣ ଚାଷୀଙ୍କୁ ମହୁଚାଷ ସମ୍ବନ୍ଧରେ ତାଲିମ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି।

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.)

ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । ସେ ହେଲେ ଧନଞ୍ଜୟ ଚୌହାନ।