ସମ୍ବଲପୁର

ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା ଅଭିଯାନରେ ସାମିଲ ହେଲା ବଲାଙ୍ଗୀର ପବ୍ଲିକ୍‌ ସ୍କୁଲ

ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା ଅଭିଯାନରେ ସାମିଲ ହେଲା ବଲାଙ୍ଗୀର ପବ୍ଲିକ୍‌ ସ୍କୁଲ

 ବଲାଙ୍ଗୀର ଅଫିସ୍‌,୧୨।୯-ଧରିତ୍ରୀ ଓ ଓଡ଼ିଶାପୋଷ୍ଟ ପକ୍ଷରୁ ଚାଲିଥିବା ‘ପ୍ଲାଷ୍ଟିକ୍‌ ଫ୍ରି ଓଡ଼ିଶା’ ଅଭିଯାନରେ ବଲାଙ୍ଗୀର ପବ୍ଲିକ ସ୍କୁଲ ବୁଧବାର ସାମିଲ ହୋଇଛି। ୧ ହଜାର ଛାତ୍ରୀଛାତ୍ର, ଶହେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ ଲାଗି ଏହି ଅବସରରେ ସ୍କୁଲ ପରିସରରେ ଶପଥ ନେଇଛନ୍ତି।
All Right Reserved By

ସମ୍ବଲପୁର

ଗଦି ଦୋକାନରେ ଲାଗିଲା ନିଆଁ

ଗଦି ଦୋକାନରେ ଲାଗିଲା ନିଆଁ

ବରଗଡ଼ ଅଫିସ୍‌,୧୫।୧୧- ବରଗଡ଼ ସହରର ଲମ୍ବାବିଲଡିଂ ଛକରୁ ଭଟଲି ଛକ ଯାଇଥିବା ରାସ୍ତାର ପୁରୁଣା ସଦର ଥାନା ଅଫିସ ପାଖରେ ଥିବା ଏକ ଗଦି ଦୋକାନରେ ଗୁରୁବାର କୌଣସି କ୍ରମେ ନିଆଁ ଲାଗି ଯାଇଥିଲା । ବିଦ୍ୟୁତ୍‌ ସର୍ଟସର୍କିଟ୍‌ରୁ ସେଠାରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ଦୋକାନରେ ରହିଥିବା ସମସ୍ତ ଗଦି(ଶେଯ) ପୋଡ଼ି ପାଉଁଶ ହୋଇଯାଇଥିଲା । ସେହିପରି ଉକ୍ତ ଦୋକାନକୁ ଲାଗି ରହିଥିବା ଅନ୍ୟ ଏକ ଗଦି ଦୋକାନକୁ ମଧ୍ୟ ନିଆଁ ବ୍ୟାପି ସେଭଳି କ୍ଷତି ହୋଇଥିଲା। ଖବର ପାଇ ବରଗଡ଼ ଅଗ୍ନିସମ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ । ସ୍ଥାନୀୟ ଟାଉନ ଥାନା ପୋଲିସ କର୍ମଚାରୀ ମଧ୍ୟ ପହଞ୍ଚି ନିଆଁ ଲିଭାଇବାରେ ସହଯୋଗ କରିଥିଲେ ।

ବ୍ୟାଙ୍କ ଡକାୟତ ଉଦ୍ୟମ: ୩ ଆନ୍ତଃରାଜ୍ୟ ଡକାୟତ ଗିରଫ

ବ୍ୟାଙ୍କ ଡକାୟତ ଉଦ୍ୟମ: ୩ ଆନ୍ତଃରାଜ୍ୟ ଡକାୟତ ଗିରଫ

ବଲାଙ୍ଗୀର ଅଫିସ,୧୫।୧୧- ବଲାଙ୍ଗୀର ଟାଉନ ଥାନା ପୋଲିସ ୩ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଝାଡ଼ଖଣ୍ଡର ମୋତିଉର୍‌ ଶେଖ(୩୦), ମଥୁନ ଓରଫ କମ୍‌ରୁଦ ଜମାଲ(୨୮), ସାହିଦ ଓରଫ ସାୟେଦ ଶେଖ। ପୋଲିସ ତାଙ୍କଠାରୁ ଆରିପତି, ଶାବଳ, ହାତୁଡି, ପେଚକଷ, ଛେଣି ସହ ବିଭିନ୍ନ ଯନ୍ତ୍ରାଶ ଜବତ କରିଛି। ଅନ୍ୟପକ୍ଷେ ଗିରଫ ୩ ଯୁବକ ବଲାଙ୍ଗୀରରେ ବ୍ୟାଙ୍କ ଡକାୟତି ଉଦ୍ୟମ ଚଳାଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏପରି କି ସେମାନେ ବିଭିନ୍ନ ବ୍ୟାଙ୍କ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି। ବୁଧବାର ରାତିରେ ପୋଲିସ ପାଟ୍ରୋଲିଂ ବେଳେ ୩ଜଣ ଯୁବକଙ୍କୁ ଧରିବାରେ ସଫଳ ହୋଇଥିଲା। 

ଚାଷୀଙ୍କୁ ପୋଲିସର ଜୁଲମ ପ୍ରତିବାଦ: କୃଷକ ସଂଗଠନର ଥାନା ଆଗରେ ଧାରଣା

ଚାଷୀଙ୍କୁ ପୋଲିସର ଜୁଲମ ପ୍ରତିବାଦ: କୃଷକ ସଂଗଠନର ଥାନା ଆଗରେ ଧାରଣା

ଲୋଇସିଂହା,୧୫।୧୧(ଡି.ଏନ.ଏ.)- ବଲାଙ୍ଗୀର ଜିଲା ନବ ନିର୍ମାଣ କୃଷକ ସଂଗଠନ କୋର କମିଟି ପକ୍ଷରୁ ଚାଷୀଙ୍କୁ ପୋଲିସର ଜୁଲମ ପ୍ରତିବାଦ ଏବଂ ଚାଷୀଙ୍କ ବିଭିନ୍ନ ଦାବି ନେଇ ଲୋଇସିଂହା ଥାନା ସମ୍ମୁଖରେ ଗୁରୁବାର ଧାରଣା ଦିଆଯାଇଥିଲା। ଧାରଣା ବେଳେ ବକ୍ତାମାନେ ସରକାର ଚାଷୀଙ୍କ ପ୍ରତି ଅବହେଲା କରୁଥିବା କହିବା ସହ ପୋଲିସ ଜୁଲମକୁ ନିନ୍ଦା କରିଥିଲେ। ଚାଷୀଙ୍କ ଦାବି ହାସଲ ପାଇଁ ଲଢେଇ ଜାରି ରହିବ ବୋଲି କହିଥିଲେ। 

ବେଟି ବଚାଓ, ବେଟି ପଢ଼ାଓ ଭେଳିକି: ମୁଖ୍ୟ ଡାକଘରେ ଲାଗିଲା ଧରିତ୍ରୀ କ୍ଲିପିଂ

ବେଟି ବଚାଓ, ବେଟି ପଢ଼ାଓ ଭେଳିକି: ମୁଖ୍ୟ ଡାକଘରେ ଲାଗିଲା ଧରିତ୍ରୀ କ୍ଲିପିଂ

ବରଗଡ଼ ଅଫିସ୍‌,୧୫।୧୧- ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ଯୋଜନାରେ ଚାଲିଥିବା ଭେଳିକିକୁ ନେଇ ଗୁରୁବାର ଧରିତ୍ରୀ ସଂସ୍କରଣରେ ଫାଇଦା ପାଇଁ ମିଛ ପ୍ରଚାର ଶୀର୍ଷକ ଏକ ଖବର ପ୍ରକାଶ ପାଇଛି । ଏହା ପ୍ରକାଶ ପାଇବା ପରେ ବରଗଡ଼ ମୁଖ୍ୟ ଡାକଘର ମୁଖ୍ୟ ଫାଟକ ପାର୍ଶ୍ୱସ୍ଥ କାନ୍ଥରେ ଧରିତ୍ରୀରେ ପ୍ରକାଶିତ ଖବର କ୍ଲିପିଂକୁ ଛାପି ସଚେତନତା ସୃଷ୍ଟି କରାଯାଉଛି। 

ଅବାଧରେ ଚାଲିଛି ସଟ୍ଟା କାରବାର: ପୋଲିସ ନିଷ୍କ୍ରିୟ ସଟ୍ଟା ମାଫିଆ ସକ୍ରିୟ

ଅବାଧରେ ଚାଲିଛି ସଟ୍ଟା କାରବାର: ପୋଲିସ ନିଷ୍କ୍ରିୟ ସଟ୍ଟା ମାଫିଆ ସକ୍ରିୟ

ଅତାବିରା, ୧୫।୧୧(ଡି.ଏନ.ଏ.): ବରଗଡ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗ୍ରାମାଞ୍ଚଳ ଗୁଡିକରେ ପୋଲିସର ନିଷ୍କ୍ରିୟତା ଯୋଗୁ ସଟ୍ଟା ମାଫିଆମାନେ ସକ୍ରିୟ ହୋଇ ବିଭିନ୍ନ ଗ୍ରାମର ଛକ ଗୁଡିକରେ ଅବାଧରେ ଚଳାଇଛନ୍ତି ସଟ୍ଟା କାରବାର। 

ଧରିତ୍ରୀର ପ୍ରଭାବ: ଦିବ୍ୟାଙ୍ଗ ଉତ୍ତରାଙ୍କୁ ମିଳିଲା ଭତ୍ତା

ଧରିତ୍ରୀର ପ୍ରଭାବ: ଦିବ୍ୟାଙ୍ଗ ଉତ୍ତରାଙ୍କୁ ମିଳିଲା ଭତ୍ତା

ଅତାବିରା, ୧୫।୧୧(ଡି.ଏନ.ଏ.): ବରଗଡ ଜିଲା ଭେଡେନ ବ୍ଲକ ଦେଶଭଟଲୀ ପଞ୍ଚାୟତସ୍ଥିତ ଉଦୟପୁର ଗ୍ରାମର ଏକ ଦିବ୍ୟାଙ୍ଗ ଦମ୍ପତ୍ତିଙ୍କୁ ଭତ୍ତା ମିଳୁ ନ ଥିବାରୁ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଦିବ୍ୟାଙ୍ଗ ଦମ୍ପତ୍ତି ଦଇବି ସାହା’ ଶୀର୍ଷକ ପ୍ରକାଶ ପାଇବା ପରେ ଦିବ୍ୟାଙ୍ଗ ଉତ୍ତରା ଝାଙ୍କରଙ୍କୁ ପ୍ରଶାସନ ଭତ୍ତା ମଞ୍ଜୁର କରି ଅକ୍ଟୋବର ନଭେମ୍ବର ମାସରେ ୩୦୦ଟଙ୍କା ଲେଖଁାଏ ଭତ୍ତା ପ୍ରଦାନ କରିଛନ୍ତି।

୫ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫାୟାର ଅଫିସର

୫ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫାୟାର ଅଫିସର

ଝାରସୁଗୁଡ଼ା ଅଫିସ,୧୫।୧୧: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲା ଲଖନପୁର ଅଗ୍ନିଶମ ବିଭାଗ ଫାୟାର ଅଫିସର। ଫାୟାର ସାର୍ଟିଫିକେଟ ଦେବା ଲାଗି ୫ହଜାର ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। 

ଜିଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ମରୁଡି ପରିସ୍ଥିତି, କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା

ଜିଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ମରୁଡି ପରିସ୍ଥିତି, କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା

ସନ୍ଦରଗଡ, ୧୫।୧୧ (ଡି.ଏନ୍‌.ଏ.)-ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଅଧ୍ୟକ୍ଷତାରେ ବୁଧବାର ସ୍ଥାନୀୟ ପ୍ରଗତି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। 

ପିବିଆଇ ତରଫରୁ ଭତ୍ତା ବୃଦ୍ଧି ଓ କର୍ମନିଯୁକ୍ତି ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପିବିଆଇ ତରଫରୁ ଭତ୍ତା ବୃଦ୍ଧି ଓ କର୍ମନିଯୁକ୍ତି ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଦେବଗଡ,୧୫।୧୧(ସ୍ବ.ପ୍ର.) -ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ (ପିବିଆଇ) ଦେବଗଡ ଶାଖା ତରଫରୁ ସାମାଜିକ ସୁରକ୍ଷା ସହ ଭତ୍ତା ବୃଦ୍ଧି ଦାବିରେ ରିଆମାଳ ବ୍ଲକ  ଅଧୀନ ତାରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାପଡିଛି।

ବିଶ୍ୱ କପ୍‌ ହକି ଉପଲକ୍ଷେ ଜିଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ

ବିଶ୍ୱ କପ୍‌ ହକି ଉପଲକ୍ଷେ ଜିଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ

ଦେବଗଡ, ୧୫।୧୧(ସ୍ବ.ପ୍ର.) -ଆସନ୍ତା ନଭେମ୍ବର ୨୭ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ବିଶ୍ୱ କପ୍‌ ହକି ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତା ନଭେମ୍ବର ୨୭ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। 

ଗଛରେ ପଟିହେଲା ବାଇକ୍‌, ଚାଳକ ମୃତ

ଗଛରେ ପଟିହେଲା ବାଇକ୍‌, ଚାଳକ ମୃତ

ମୁରିବାହାଲ,୧୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅଧୀନ ଗୁଡ଼ିଘାଟ ପଞ୍ଚାୟତ ଘୁସୁରାମୁଣ୍ଡା-ବାବେଜୁରୀ ଗ୍ରାମ ପୋଖରୀ ନିକଟରେ ମଙ୍ଗଳବାର ରାତିରେ ଏକ ବାଇକ୍‌ ଗଛରେ ପିଟି ହୋଇଯାଇଥିଲା। ଫଳରେ ଚାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଳିସୀରା ପଞ୍ଚାୟତ ଦେଶିଳ ଗ୍ରାମର ଗୁନଧର ବାଗ (୩୨)। ଗୁନଧର ଓଡି୦୩-ଏଚ୍‌୯୪୭୪ନଂ ବାଇକ୍‌ ଯୋଗେ ଶ୍ୱଶୁର ଘର ଲାଫେର ଗ୍ରାମକୁ ଯାଇଥିଲେ। ରାତି ପ୍ରାୟ ୮ଟାରେ ସେ ଘରକୁ ଫେରୁଥିବା ବେଳେ ଘୁସୁରାମୁଣ୍ଡା- ବାବେଜୁରୀ ଗ୍ରାମର ପୋଖରୀ ନିକଟରେ ବାଇକ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଗୁନଧରଙ୍କ ମୃତ୍ୟୁ ଘଟିଥିଲା। 

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ

ଏଟିଏମ୍‌ ଭାଙ୍ଗି ଟଙ୍କା ଲୁଟ୍‌ ଉଦ୍ୟମ

ପାଟଣାଗଡ଼,୧୪।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରା ଛକରେ ଥିବା ଏସ୍‌ବିଆଇ ଏଟିଏମ୍‌ କାଉଣ୍ଟର ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ ଉଦ୍ୟମ କରୁଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ପୋଲିସ ଏକ ବାଇକ୍‌ ଜବତ କରିଛି।