ବାଲେଶ୍ୱର

ରାସ୍ତା ମଝିରେ ଗର୍ତ୍ତ, ମରାମତି ଦାବିରେ ରାସ୍ତାରୋକୋ

ରାସ୍ତା ମଝିରେ ଗର୍ତ୍ତ, ମରାମତି ଦାବିରେ ରାସ୍ତାରୋକୋ
ନୀଳଗିରି,୧୨।୯(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ନୀଳଗିରି -ବଉଳଗଡିଆ  ପୂର୍ତ୍ତବିଭାଗ  ଦାଶରଥିପୁର ନିକଟରେ  ରାସ୍ତା ମରାମତି ଦାବିରେ ବୁଧବାର ସ୍ଥାନୀୟ ଲୋକେ  ରାସ୍ତାରୋକୋ କରିଛନ୍ତି। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶର ଶୈବପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଏହିରାସ୍ତାରେ ଯାତାୟତ କରନ୍ତି। ଦୀର୍ଘଦିନଧରି ରାସ୍ତା ମଝିରେ ଗର୍ତ୍ତ ହୋଇଥିବାରୁ ପଥଚାରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏ ବାବଦରେ  ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସହ ଲଗାତର ରାସ୍ତା ମରାମତି ଦାବି କରି ବିଫଳ ହେବାରୁ ପୂର୍ବାହ୍ନରେ ନିରଞ୍ଜନ ବାରିକଙ୍କ ନେତୃତ୍ୱରେ ରାସ୍ତାରୋକୋ କରାଯାଇଛି। ଫଳରେ  ଯାତାୟତ ବାଧାପ୍ରାପ୍ତ ହୋଇଛି ।

All Right Reserved By

ବାଲେଶ୍ୱର

କଂଗ୍ରେସର କର୍ମୀ ସମ୍ମିଳନୀ

କଂଗ୍ରେସର କର୍ମୀ ସମ୍ମିଳନୀ

ତିହିଡ଼ି,୨୬।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ରାଜନଗର ପଞ୍ଚାୟତ ଅଧୀନ ଗୁରୁଦାସପୁରରେ ବୁଧବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକ କଂଗ୍ରେସର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ପାଟଣାରେ ଜାତୀୟ କୃମି ନାଶକ ଦିବସ     ,

ପାଟଣାରେ ଜାତୀୟ କୃମି ନାଶକ ଦିବସ ,

ପାଟଣା,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ,ସ୍ବାମ ପାଟଣାଠାରେ  ବୁଧବାର ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଛି। ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକ ଉକ୍ତ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ପିଲାଙ୍କୁ କୃମୀ ନାଶକ ଔଷଧ ଖୁଆଇଥିଲେ। 

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବାଲିପୋଖରୀ ବଜାରରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା

ବନ୍ତ,୨୬।୯(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ବାଲିପୋଖରୀ ବଜାରରେ ଗତ ଅଗଷ୍ଟ ୩୧ ତାରିଖ ରାତିରେ ମୁରଲୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏଯାବତ୍‌ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ଏହାକୁ ବିରୋଧ କରି ବୁଧବାର ଛାତ୍ର ଯୁବ ସଂଘର୍ଷ ସମିତି ପକ୍ଷରୁ ଆଗରପଡ଼ା ଥାନା ସମ୍ମୁଖରେ ଧାରଣା ଦିଆଯାଇଛି। ଖୁବ୍‌ଶିଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। 

ଚୋରା ମଦ କାରୋବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ଚୋରା ମଦ କାରୋବାରକୁ ନେଇ ତାତିଲେ ମହିଳା, ରାସ୍ତାରେ ଢ଼ାଳିଲେ ମଦ

ସଜନାଗଡ଼,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସନ୍ତାରାଗଡ଼ିଆ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା ମଦ କାରୋବାର ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ମାତ୍ର ଅବକାରୀ ବିଭାଗର ଏଥିପ୍ରତି ନିଘା ନାହିଁ। ଯାହାକୁ ନେଇ ବିଭିନ୍ନ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଏହି କ୍ରମରେ ମଙ୍ଗଳବାର ରାତିରେ ଅଞ୍ଚଳର ମହିଳାମାନେ ଏକତ୍ରିତ ହୋଇ ଉକ୍ତ ଅଞ୍ଚଳରେ ଥିବା କିଛି ମଦବେପାରୀଙ୍କୁ ଗୋଡାଇବା ସହ ରାସ୍ତାରେ ମଦ ଢାଳିଥିବା ଜଣାପଡ଼ିଛି।

ବଡ଼ସାହି ବ୍ଲକରେ ୧୩୫୭ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ବଡ଼ସାହି ବ୍ଲକରେ ୧୩୫୭ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

ବଡ଼ସାହି, ୨୬।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ପେନ୍‌ସନ ଯୋଜନାରେ ୧୩୫୭ ହିତାଧିକାରୀଙ୍କୁ ବୁଧବାର ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାରେ ମୁଖ୍ୟଅତିଥି ଭାବେ ଉପବାଚଷ୍ପତି ସାନନ୍ଦ ମାରାଣ୍ଡି ଯୋଗ ଦେଇଥିଲେ।

ଅଗ୍ନିକାଣ୍ଡ: ୭ ବଖରା ଭସ୍ମୀଭୂତ, ୨ ଜୀବନ୍ତ ଗୋରୁ ଦଗ୍ଧ

ଅଗ୍ନିକାଣ୍ଡ: ୭ ବଖରା ଭସ୍ମୀଭୂତ, ୨ ଜୀବନ୍ତ ଗୋରୁ ଦଗ୍ଧ

ବନ୍ତ,୨୬।୯(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବନ୍ତ ତହସିଲ କେନ୍ଦୁଆପଦା ଆର୍‌.ଆଇ ସର୍କଲ ଅଧୀନ ତରାଗୋ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। 

ହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ରାଇସୁଆଁ /କେନ୍ଦୁଝର,୨୬।୯(ଡି.ଏନ୍‌.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ସେଣ୍ଡକାପ ଗ୍ରାମର ହାତୀ ଆକ୍ରମଣରେ ବୁଧବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।

ଇଚିଣ୍ଡା ଗ୍ରାମ୍ୟ ରାସ୍ତା ଅବରୋଧ

ଇଚିଣ୍ଡା ଗ୍ରାମ୍ୟ ରାସ୍ତା ଅବରୋଧ

ରାଇସୁଆଁ, ୨୬।୯(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ଅଞ୍ଚଳରେ ବହୁ ଖଣିଖାଦାନ ଗଢି ଉଠିଛି। ଖଣିଖାଦାନ ଏବଂ କାରଖାନା ନିର୍ମାଣ ସମୟରେ କମ୍ପାନୀ କର୍ତ୍ତୃପକ୍ଷ କ୍ଷତିଗ୍ରସ୍ତ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁନାହାନ୍ତି। ଫଳରେ ସାମୂହିକ ତଥା ଆର୍ଥିକ ବିକାଶ ଲାଗି ଲୋକେ ୧୦ ଦିନ ହେଲା ଧାରଣାରେ ବସିଛନ୍ତି। 

ନୂତନ ଟ୍ରାନ୍ସଫର୍ମର ଉଦ୍‌ଘାଟିତ

ନୂତନ ଟ୍ରାନ୍ସଫର୍ମର ଉଦ୍‌ଘାଟିତ

ଆନନ୍ଦପୁର, ୨୬।୯(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗ୍ରାମକୁ ବିପିଏଲ ଲାଇନ୍‌ ସଂଯୋଗୀକରଣ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆନନ୍ଦପୁର ବିଡିଓ ଉମାକାନ୍ତ ପରିଡ଼ା ଅତିଥି ଭାବେ ଯୋଗଦେଇ ନୂତନ ଟ୍ରାନ୍ସଫର୍ମରକୁ ଉଦ୍‌ଘାଟନ କରିଥିଲେ। 

ସଂରକ୍ଷିତ ଜାଗାରୁ ବେଧଡ଼କ ମାଟି ଉଠାଣ

ସଂରକ୍ଷିତ ଜାଗାରୁ ବେଧଡ଼କ ମାଟି ଉଠାଣ

ଆନନ୍ଦପୁର,୨୬।୯(ସ୍ବ.ପ୍ର.): ଆନନ୍ଦପୁର କଲେଜ ସୀମାକୁ ସଂଲଗ୍ନ ୪ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜାଗା ଚିହ୍ନଟ କରାଯାଇଥିଲା। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁଦାନରେ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟରେ ୨୦୧୫-୧୬ ଆର୍ଥିକ ବର୍ଷରେ ବାଡ଼ା ଘେରା କରାଯାଇ ସଂରକ୍ଷିତ ରଖାଯାଇଥିଲା। ଉକ୍ତ ସ୍ଥାନରେ ସେତେବେଳେ ବିଇଡି କଲେଜର ନୂତନ ଭିତ୍ତିଭୂମି ତିଆରି ନିମନ୍ତେ ଉକ୍ତ ସ୍ଥାନକୁ ସ୍ଥିରୀକୃତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଇଡି କଲେଜର ସ୍ଥାନ ପରିବର୍ତ୍ତନ ହେବାରୁ ସେହି ସ୍ଥାନକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରିବା ନିମନ୍ତେ ଏହାକୁ ବାଡା ଘେରା କରାଯାଇଥିଲା। 

ବଡ ସରକାରବାବାଙ୍କ ବାର୍ଷିକ ସମାରୋହ ଉଦ୍‌ଯାପିତ

ବଡ ସରକାରବାବାଙ୍କ ବାର୍ଷିକ ସମାରୋହ ଉଦ୍‌ଯାପିତ

ଭଦ୍ରକ ଅଫିସ,୨୬ା୯- ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର ଖାନକାହ ଠାରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦ୍‌ରୀ ଓରଫ ହଜରତ ବଡ ସରକାରବାବା (ର.ଅ.)ଙ୍କ ଚତୁର୍ଥ ବାର୍ଷିକ ଉର୍ସ କାଦରିଆ ସୋମବାର ପାଳିତ ହୋଇ ଯାଇଛି ା ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଉତ୍ସବର ପୂର୍ବରାତି ପ୍ରାୟ ୧୨ଟା୩୦ରେ ବାବାଙ୍କ ସମାଧି ସ୍ଥଳରେ ଜଳ ଲାଗି (ଗୋସଲଖାନୀ) କରାଯାଇ କମିଟିର ଚାଦର  ଚଢା ଯାଇଥିଲା ା ସକାଳେ ନମାଜ ପାଠ ସାରି କୋରାନଖାନୀ, ମିଲାଦ ସରିଫ ଏବଂ ଫାତେହା କାର୍ଯ୍ୟକ୍ରମ ସରିଲା ପରେ  ସମସ୍ତ  ଭକ୍ତଙ୍କୁ  ଶିରିଣୀ ବଣ୍ଟନ କରାଯାଇଥିଲା ା ଚାଦର ଶୋଭାଯାତ୍ରାକାରୀ ଖାନକାହା ପରିସରରେ ସକାଳୁ ରାତି ୧୨ଟା ପର୍ଯ୍ୟନ୍ତ ବାବାଙ୍କ ସମାଧିରେ  ଚାଦର ଚଢାଇଥିଲେ। 

ଡାକ୍ତରଙ୍କ ଘରୁୁ ୨୦ ଲକ୍ଷର  ସୁନାଗହଣା ଲୁଟ୍‌:ଭଦ୍ରକରେ ମାତିଲେ ଲୁଟେରା,୧୦ ଘଣ୍ଟା ବ୍ୟବଧାନରେ ୨ଟି ଲୁଟ୍‌,ପୋଲିସ ପାଉନି ଟେର୍‌

ଡାକ୍ତରଙ୍କ ଘରୁୁ ୨୦ ଲକ୍ଷର ସୁନାଗହଣା ଲୁଟ୍‌:ଭଦ୍ରକରେ ମାତିଲେ ଲୁଟେରା,୧୦ ଘଣ୍ଟା ବ୍ୟବଧାନରେ ୨ଟି ଲୁଟ୍‌,ପୋଲିସ ପାଉନି ଟେର୍‌

ଭଦ୍ରକ ଅଫିସ,୨୬ା୯- ଭଦ୍ରକ ଜିଲାରେ ଲୁଟେରାମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଗୋଟିକ ପରେ ଗୋଟିଏ ବଡଧରଣର ଲୁଟ ଘଟାଇ ଚାଲିଛନ୍ତି। ସୋମବାର ଅପରାହ୍ନରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୩୦ ଲକ୍ଷ ଟଙ୍କା ଲୁଟି ନେବା ପରେ ବିଳମ୍ବିତ ରାତିରେ  ଜଣେ ମହିଳା ଡାକ୍ତରଙ୍କ ଘରୁ ୨୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ ହୋଇଛି। ୧୦ ଘଣ୍ଟା ସମୟ ବ୍ୟବଧାନରେ ସହରରେ ଏଭଳି ଲୁଟ ଆତଙ୍କ ଖେଳାଇଛି । ଟାଉନ ଥାନା ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ତଦନ୍ତ  ଚଳାଇଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌  ପାଇ ନାହିଁ ।