ସମ୍ବଲପୁର

ବହୁମୁଖୀ ପ୍ରତିଭା ଶାନ୍ତନୁ ବିଶ୍ୱାଳ ଆଉ ନାହାନ୍ତି

ବହୁମୁଖୀ ପ୍ରତିଭା ଶାନ୍ତନୁ ବିଶ୍ୱାଳ ଆଉ ନାହାନ୍ତି

ବରଗଡ଼ ଅଫିସ୍‌,୧୨।୯-ବରଗଡ଼ର ବହୁମୁଖୀ ପ୍ରତିଭା ଶାନ୍ତନୁ ବିଶ୍ୱାଳ ଆଉ ନାହାନ୍ତି । ସ୍ଥାନୀୟ ବିକାଶ ହସ୍‌ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବୁଧବାର ଭୋର୍‌ ୪ଟାରେ ତାଙ୍କ ପରଲୋକ ଘଟିଛି। ବିକାଶ ହସ୍‌ପିଟାଲରୁ ସ୍ବର୍ଗତ ବିଶ୍ୱାଳଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ବୁଦେଲପାଲିକୁ ନିଆଯାଇଥିଲା । ସେଠାରୁ ଶବକୁ ବରଗଡ଼ ସାମ୍ବାଦିକ ସଂଘ ପରିସରକୁ ଅଣାଯାଇଛି । ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟକ ସାଧୁ ନେପାକ, ଚାଷୀନେତା ଲିଙ୍ଗରାଜଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସ୍ବର୍ଗତ ବିଶ୍ୱାଳଙ୍କ ଅନ୍ତିମ ଦର୍ଶନ ପାଇଁ ବରଗଡ଼ ସାମ୍ବାଦିକ ସଂଘ ପରିସରରେ ପହଞ୍ଚିଛନ୍ତି । ବରଗଡ଼ ସାମ୍ବାଦିକ ସଂଘରୁ ଏକ ଶୋଭାଯାତ୍ରାରେ ମର ଶରୀରକୁ ତାଙ୍କ କଲେଜ ରୋଡ ବାସଭବନ ଏବଂ ଏହାପରେ ଜୀରାନଦୀ କୂଳ ସ୍ବର୍ଗଦ୍ୱାରକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି ।
ସ୍ବର୍ଗତ ବିଶ୍ୱାଳ ଜଣେ କଳା, ସଂସ୍କୃତିପ୍ରେମୀ, ବରିଷ୍ଠ ଖବରଦାତାଭାବେ ସମଗ୍ର ପଶ୍ଚିମଓଡ଼ିଶାରେ ସୁପରିଚିତ ଥିଲେ । ଏହା ସାଙ୍ଗକୁ ତାଙ୍କ ଛାତ୍ର ଜୀବନରେ ବରଗଡ଼ ପଞ୍ଚାୟତ କଲେଜ ଛାତ୍ର ସଂସଦ ସଭାପତି, ଜଣାଶୁଣା ଫୁଟବଲ ଖେଳାଳିଭାବେ ତାଙ୍କ ସୁଖ୍ୟାତି ଥିଲା । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ, କୁଚିପାଲି ଜୁଗାର ଯାତ୍ରା, ଭଟଲି ରଥଯାତ୍ରା, ବୁଦେଲପାଲିର ନାଗବାଚା ଆଦି ଉତ୍ସବର ପ୍ରଚାର ପ୍ରସାର ତଥା ତାକୁ ଲୋକଲୋଚନ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେହିପରି ତାଙ୍କ ଜୀବନକାଳରେ ସେ ବରଗଡ଼ ସାମ୍ବାଦିକ ସଂଘ, ଜର୍ଣ୍ଣାଲିଷ୍ଟ ଆସୋସିଏସନ ଅଫ ବରଗଡ଼(ଜାବ୍‌)ର ସଭାପତି ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନେକ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ତାଙ୍କ ପରଲୋକରେ ସାରା ଜିଲାରେ ଗଭୀର ଶୋକ ପ୍ରକାଶ ପାଇଛି ।
All Right Reserved By

ସମ୍ବଲପୁର

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଢୁଛି ଅପରାଧ, ପୋଲିସ ଚୁପ୍‌

ବଲାଙ୍ଗୀର ଅଫିସ,୧୮ା୧୧ବଲାଙ୍ଗୀର ସହରରେ ଏବେ ଡ୍ରଗ୍ସ କାରବାର, ଲୁଟ୍‌ପାଟ୍‌ ଘଟଣା ବଢ଼ିବାରେ ଲାଗିଛି ା ବିଭିନ୍ନ ଛକ ଓ ରାସ୍ତାରେ ରୋଡ ରୋମିଓଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ବିଶେଷକରି ଛାତ୍ରୀ ଓ ଯୁବତୀମାନେ  ହଇରାଣ ହରକତ ହେଉଛନ୍ତି । 

ନେକ୍ସଜେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସୁନ୍ଦରଗଡ଼ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ବିଜୟୀ

ନେକ୍ସଜେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ: ସୁନ୍ଦରଗଡ଼ ପବ୍ଲିକ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ବିଜୟୀ

ସୁନ୍ଦରଗଡ଼, ୧୭।୧୧ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କ୍ରୀଡା ସଂସଦ ଏବଂ ନବଜୀବନ କ୍ଲବର ମିଳିତ ସହଯୋଗରେ ଆୟୋଜିତ ନେକ୍ସଜେନ କପର ତୃତୀୟ ଦିବସରେ ପ୍ରଥମ ମ୍ୟାଚରେ ସୁନ୍ଦରଗଡ ପବ୍ଲିକ ସ୍କୁଲ, ରାଜଗାଙ୍ଗପୁର ନିର୍ମଳା ଇଂରାଜୀ ମିଡିୟମ ସ୍କୁଲକୁ ଭେଟିଥିଲା। ସୁନ୍ଦରଗଡ଼ ପବ୍ଲିକ ସ୍କୁଲ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅନୀଲ ସିଂଙ୍କ ୪୫ରନ ଏବଂ ସୋନି ସାହୁଙ୍କ ୩୬ ରନ ସହାୟତାରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୩୬ ରନ କରିଥିଲା। ଏହାର ଜବାବରେ ନିର୍ମଳା ଇଂରାଜୀ ମିଡିୟମ ସ୍କୁଲ 

ଖରିଫ ଧାନ ବିକ୍ରି ପାଇଁ ୧୩,୧୩୬ ଚାଷୀ ପଞ୍ଜୀକୃତ

ଖରିଫ ଧାନ ବିକ୍ରି ପାଇଁ ୧୩,୧୩୬ ଚାଷୀ ପଞ୍ଜୀକୃତ

ଝାରସୁଗୁଡ଼ା ଅଫିସ,୧୭।୧୧- ଚଳିତବର୍ଷ ଖରିଫ ଧାନକିଣା ଡିସେମ୍ବର ୩ରୁ ଆରମ୍ଭ ହେବ। ଏହି ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ସ୍ଥିର ହୋଇଛି। ଧାନ ସଂଗ୍ରହ ପୂର୍ବରୁ ଚାଷୀ ପଞ୍ଜୀକରଣ ଜରୁରୀ ହୋଇଥିବା ବେଳେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲାରେ ୧୩,୧୩୬ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ଜଣାଯାଇଛି। ଖରିଫ ଧାନ ବିକ୍ରି ପାଇଁ ଜୁଲାଇ ମାସରୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଏଥିରେ ନିୟମିତ ବିକ୍ରି କରୁଥିବା ୧୨୨୪ ଜଣ ଚାଷୀ ନବୀକରଣ କରିଥିବା ବେଳେ ଚଳିତ ବର୍ଷ ୯୧୧୨ଜଣ ନୂତନ ଭାବେ ପଞ୍ଜୀକରଣ କରିଛନ୍ତି। 

ନାକଟିଦେଉଳରେ ହାତୀ ଖାଇଲେ ଧାନ

ନାକଟିଦେଉଳରେ ହାତୀ ଖାଇଲେ ଧାନ

ନାକଟିଦେଉଳ,୧୭।୧୧(ଡି.ଏନ.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ସଦର ଗ୍ରାମ ତଥା ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଶୁକ୍ରବାର ରାତିରେ ଧାନ କ୍ଷେତରେ ପଶି ପାଚିଲା ଧାନ ଖାଇବା ସହ ଦଳିଚକଟି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ହେବ ହାତୀପଲ ସାହେବୀ, ପୋଡ଼ାମାଳ, ମାନକୁଣ୍ଡା ଏବଂ ଧଣ୍ଡମୁଣ୍ଡା ଗ୍ରାମରେ ପଶି ପ୍ରାୟ ୫୦ ଏକରରୁ ଊର୍ଦ୍ଧ୍ୱ ଧାନ ଫସଲ ନଷ୍ଟ କରିଦେଇଥିଲେ। ହାତୀପଲ ଶୁକ୍ରବାର ରାତ୍ରିରେ ମୁଷାକାନ, ପଣସଢିପ, ଜଗନ୍ନାଥ ପ୍ରସାଦ, ନାକଟିଦେଉଳ, ଖମଣମୁଣ୍ଡା ଏବଂ ପେଣ୍ଠବାହାଲ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।

ବିଶ୍ୱ ଶୌଚାଳୟ ଦିବସ ଅବସରରେ ମିନି ମାରାଥନ

ବିଶ୍ୱ ଶୌଚାଳୟ ଦିବସ ଅବସରରେ ମିନି ମାରାଥନ

ନାକଟିଦେଉଳ,୧୭।୧୧(ଡି.ଏନ୍‌.ଏ.)- ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକରେ ଶନିବାର ବ୍ଲକ ପ୍ରଶାସନ ଏବଂ ଜଳ ଓ ପରିମଳ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଶନିବାର ସକାଳ ସାଢ଼େ ୭ଟାରେ ସ୍ଥାନୀୟ ଗୋଧୁଢ଼ିପ ଛକଠାରୁ ମାରାଥନ ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ସାମିଲ ହୋଇଥିବା ବ୍ୟକ୍ତି ଏବଂ ଛାତ୍ରୀଛାତ୍ରମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ଶୌଚାଳୟ ବ୍ୟବହାର ସମ୍ପର୍କରେ ସଚେତନତା ବାର୍ତ୍ତା ଦେଇଥିଲେ। 

ନିୟନ୍ତ୍ରକ ସଂଚାର ଲେଖା ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

ନିୟନ୍ତ୍ରକ ସଂଚାର ଲେଖା ଶାଖା କାର୍ଯ୍ୟାଳୟ ଉଦ୍‌ଘାଟିତ

ସମ୍ବଲପୁର,୧୭।୧୧(ବ୍ୟୁରୋ)- ଭାରତ ସରକାରଙ୍କ ଦୂର ସଂଚାର ମନ୍ତ୍ରଣାଳୟର ନିୟନ୍ତ୍ରକ ସଂଚାର ଲେଖା ଶାଖା କାର୍ଯ୍ୟାଳୟ ଶନିବାର ସମ୍ବଲପୁର ବିଏସ୍‌ଏନ୍‌ଏଲ ଭବନଠାରେ ଉଦ୍‌ଘାଟିତ ହୋଇଯାଇଛି । ବିଭାଗୀୟ ନିୟନ୍ତ୍ରକ ଡେକୁ ତୁରୱାର, ସମ୍ବଲପୁର ଜିଏମ୍‌ଟିଡି ବଲବୀର ସିଂ, ରାଉରକେଲା ଜିଏମ୍‌ଟିଡି ଗୁରୁଦାସ ମେହେର, ବଲାଙ୍ଗୀର ଟିଡିଏମ୍‌ ବିଏନ ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ।

ଜାତୀୟ ପ୍ରଦର୍ଶନୀ ପଲ୍ଲିଶ୍ରୀ ମେଳା: ୧୮୮ଟି ଷ୍ଟଲରେ ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେବ

ଜାତୀୟ ପ୍ରଦର୍ଶନୀ ପଲ୍ଲିଶ୍ରୀ ମେଳା: ୧୮୮ଟି ଷ୍ଟଲରେ ହସ୍ତତନ୍ତ, ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ହେବ

ସମ୍ବଲପୁର,୧୭।୧୧(ବ୍ୟୁରୋ)- ଜାତୀୟ ପ୍ରଦର୍ଶନୀ ପଲ୍ଲିଶ୍ରୀ ମେଳା- ୨୦୧୮ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏନେଇ ସମ୍ବଲପୁର ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ୧୮୮ଟି ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲଗୁଡିକରେ ରାଜସ୍ଥାନ, ପଶ୍ଚିମବଙ୍ଗ, ପଞ୍ଜାବ, ଉତ୍ତରାଖଣ୍ଡ, ବିହାର, ମହାରାଷ୍ଟ୍ର, ଜମ୍ମୁ ଓ କାଶ୍ମୀର, ମଣିପୁର ଓ ଛତିଶଗଡ଼ ସମେତ ଓଡ଼ିଶାର ୩୦ଟି ଜିଲାର ହସ୍ତତନ୍ତ ଓ ହସ୍ତଶିଳ୍ପ ଏବଂ ବିଭିନ୍ନ ସାମଗ୍ରୀ ବିକ୍ରି ହେବ। ଶନିବାର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ପିଡିଡିଆର୍‌ଡିଏ ସୁକାନ୍ତ କୁମାର ତ୍ରିପାଠୀ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। 

ମାଟି ହାଁଡି ବିକି କୁଟୁମ୍‌ ପୁଷୁଛନ୍‌ ବୁଢ଼ା ବାପ୍‌: ରୋଗ୍‌ରେ ଖଟେ ପଡ଼ିଛନ୍‌ ରୁଜ୍‌ଗାରିଆ ପୁଓ

ମାଟି ହାଁଡି ବିକି କୁଟୁମ୍‌ ପୁଷୁଛନ୍‌ ବୁଢ଼ା ବାପ୍‌: ରୋଗ୍‌ରେ ଖଟେ ପଡ଼ିଛନ୍‌ ରୁଜ୍‌ଗାରିଆ ପୁଓ

ଜୁନାଗଡ଼,୧୭।୧୧(ଡି.ଏନ୍‌.ଏ)- ଆମର ସାମାଜିକ୍‌ ଚଲ୍‌ନି ହିସାବେ ଝି ପୁଓ ବଡ଼ ହେଲେ ବୁଢ଼ାବୁଢ଼ୀ କାଲେ ମା’ବାପ୍‌ର ସାହାରା ହେବେ, ଥିରପାଏନ୍‌ ଟିକେ ଦେବେ ବଲି ଆଶ୍‌ ଥିସି। ଏନ୍‌ତାଥି ଯଦି ବୁଢ଼ାକାଲେ ପୁଓ ମା’ବାପ୍‌ର ସାହାରା ହେବାର ଜାଗାରେ ମା’ବାପ୍‌ ପୁଓର ସାହାରା ହେବେ, ଇତାରନୁ ବଲି ଆର୍‌ ଦୁଖ୍‌ କାଣା ଅଛେ। ଏନ୍‌ତା ଗୁଟେ ଦୁଖର ଘଟ୍‌ନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ କଳିଆକୁଣ୍ଡଲ ଗାଁରେ। ଇ ଗାଁର ରୁଦ୍ର ରଣାକଁର ଗୁଟେ ବଲି ରୁଜ୍‌ଗାରିଆ ପୁଓ ଚନ୍ଦନ ରଣା(୩୦)। ଏହେଦେ ଚନ୍ଦନ ରୋଗ୍‌ବାଗ୍‌ଥି ପଡ଼ବାର ଲାଗି ତାକର ପରିବାର ଲୋକ୍‌ ଅସାହା ହେଇଯାଇଛନ୍‌।

 ଭୀମ୍‌ସାର ବୁର୍ଲା ବିବାଦ ପିଛା ଛାଡୁନାହିଁ: ନିର୍ଦ୍ଦେଶକଙ୍କୁ ଅପସାରଣ ଦାବି ନେଇ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ

ଭୀମ୍‌ସାର ବୁର୍ଲା ବିବାଦ ପିଛା ଛାଡୁନାହିଁ: ନିର୍ଦ୍ଦେଶକଙ୍କୁ ଅପସାରଣ ଦାବି ନେଇ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ

ବୁର୍ଲା, ୧୭।୧୧(ଡି.ଏନ୍‌.ଏ.): ଗତ କିଛିଦିନ ତଳେ ଭୀମ୍‌ସାର ୩ ଡେମୋନ୍‌ଷ୍ଟ୍ରେଟରଙ୍କ ବଦଳିକୁ ବିରୋଧ କରି ୩ୟ ଶ୍ରେଣୀ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା। ଶୁକ୍ରବାର ଘଟଣାର ସମାଧାନ ସହ ବଦଳି ବାତିଲ  ହୋଇଛି। 

ସୀମା ଟପିଗଲା ଧାନକିଣାର ଜାଲିଆତି

ସୀମା ଟପିଗଲା ଧାନକିଣାର ଜାଲିଆତି

ବରଗଡ଼ ଅଫିସ୍‌,୧୬।୧୧- 

ବରଗଡ଼ ଜିଲାରେ ଧାନକିଣାରେ କିଭଳି ଅନିୟମିତତା ଚାଲିଛି ତାହାର ଏକ ନମୁନା ପଦାକୁ ଆସିଛି । ସୂଚନା ଅଧିକାର ଆଇନ(ଆରଟିଆଇ) ବଳରେ ମିଳିଥିବା ତଥ୍ୟରୁ ଧାନ କିଣାବିକା ଦୁର୍ନୀତିର ଗୁମର ଫିଟିଛି । ଧାନ ସଂଗ୍ରହ ସମୟରେ ଫଲ୍ସ ଏଣ୍ଟ୍ରି ଏବଂ କେବଳ କାଗଜପତ୍ରରେ ଧାନ କିଣାବିକାକୁ ନେଇ ଯେଉଁ ସନ୍ଦେହ ଉପୁଜି ଆସୁଥିଲା, ତାହା ଆରଟିଆଇ ତଥ୍ୟରୁ ସ୍ପଷ୍ଟ ହୋଇଯାଇଛି । ଗତ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ମଣ୍ଡିରୁ ବିଭିନ୍ନ ରାଇସ ମିଲ୍‌କୁ ଯେଉଁ ଗାଡ଼ିରେ ଧାନ ପରିବହନ କରାଯାଇଛି ଏବଂ କାଗଜପତ୍ରରେ ସେହି ଗାଡ଼ିର ଯେଉଁ ରେଜିଷ୍ଟ୍ରେଶନ ନମ୍ବର ଉଲ୍ଲେଖ ରହିଛି, ସେଥିମଧ୍ୟରୁ କେତେକ ବାଇକ୍‌ ନମ୍ବର ବୋଲି ଜଣାପଡ଼ିବା ପରେ ଘଟଣାଟି ଜିଲାବ୍ୟାପୀ ଆଲୋଡ଼ନ ଖେଳାଇ ଦେଇଛି । ଏ ନେଇ ଶୁକ୍ରବାର ସ୍ଥାନୀୟ ସାମାଜିକ ଅନୁଷ୍ଠାନ ଫାଇଟ୍‌ ଅନ୍‌ ରାଇଟ୍‌ (ଫର୍‌) ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ଏହାର ତଦନ୍ତ ଦାବି କରିଛି । ଜିଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ(ଏଡିଏମ) ତପିରାମ ମାଝି ସ୍ମାରକପତ୍ର ଗ୍ରହଣ କରିଥିଲେ । ତେବେ ତଦନ୍ତ କରାଯିବ ଏବଂ ତଦନ୍ତ ରିପୋର୍ଟକୁ ଭିତ୍ତି କରି ନିଶ୍ଚିତ ଭାବେ କାର୍ଯାନୁଷ୍ଠାନ ନିଆଯିବ ବୋଲି ଏଡିଏମ ମାଝି କହିଛନ୍ତି ।

ଅନିର୍ଦ୍ଦିଷ୍ଟ କାଳ ସରକାରୀ କାର୍ଯ୍ୟାଳୟ ବନ୍ଦ

ଅନିର୍ଦ୍ଦିଷ୍ଟ କାଳ ସରକାରୀ କାର୍ଯ୍ୟାଳୟ ବନ୍ଦ

ଟିଟିଲାଗଡ଼, ୧୬।୧୧(ଡି.ଏନ.ଏ.) : ଟିଟିଲାଗଡ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ଦାବି ନେଇ ଜିଲା କ୍ରିୟାନୁଷ୍ଠାନ କମିଟି କଡା ଆଭିମୁଖ୍ୟ ଗ୍ରହଣ କରିଛି। ଶୁକ୍ରବାର ଟିଟିଲାଗଡ ସହରରେ ଥିବା ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ସଦସ୍ୟମାନେ ପିକେଟିଂ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦେଇଛନ୍ତି। 

ଟିଟିଲାଗଡ ଜିଲା ଦାବି: ବଙ୍ଗୋମୁଣ୍ଡା ସରପଞ୍ଚ ସଂଘର ଦାବିପତ୍ର ପ୍ରଦାନ

ଟିଟିଲାଗଡ ଜିଲା ଦାବି: ବଙ୍ଗୋମୁଣ୍ଡା ସରପଞ୍ଚ ସଂଘର ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, ୧୬ା୧୧(ଡି.ଏନ.ଏ.): ଟିଟିଲାଗଡ ଉପଖଣ୍ଡକୁ ଜିଲା ଦାବି ଆନ୍ଦୋଳନ ଉପଖଣ୍ଡର ବିଭିନ୍ନ ଅଞ୍ଚଳକୁ ପରିବ୍ୟାପ୍ତ ହେବାରେ ଲାଗିଛି। ଶୁକ୍ରବାର ବଙ୍ଗୋମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଏହି ଦାବିକୁ ସମର୍ଥନ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିଛି ।