ରାଜ୍ୟ | ବାଲେଶ୍ୱର

ମଦ ପାଇଁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ହତ୍ୟା

ମଦ ପାଇଁ ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ହତ୍ୟା
ବାଲେଶ୍ୱର ଅଫିସ, ୧୨।୯: ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ  ରଣସାହି ଅଞ୍ଚଳର ସାହାଡ଼ା ଗ୍ରାମରେ ସ୍ବାମୀଙ୍କ ଭୁଜାଲି ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଯେ, ଗ୍ରାମର ଅଜୟ କୁମାର କମିଳା(୪୦) ସ୍ତ୍ରୀ ସୁମିତ୍ରା(୨୩)ଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲେ। ସୁମିତ୍ରା ଟଙ୍କା ନ ଦେବାକୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମା’ବାପାଙ୍କ ପାଟିତୁଣ୍ଡ ଦେଖି ୩ ନାବାଳିକା ଝିଅ ଡରରେ ପଡିଶା ଘରେ ଲୁଚି ରହିଥିଲେ। ପରେ ପରିସ୍ଥିତି ଶାନ୍ତି ପଡ଼ିବା ପରେ ରାତିରେ ସୁମିତ୍ରା ଓ ୩ ପିଲା ଶୋଇଯାଇଥିଲେ। ରାତି ପ୍ରାୟ ୧୧ଟାରେ ଅଜୟ ସୁମିତ୍ରାଙ୍କ ବେକ ଓ ପେଟକୁ ଏକ ଧାରୁଆ ଭୁଜାଲିରେ ବାରମ୍ବାର ପ୍ରହାର କରିଥିଲେ। ଘଟଣାସ୍ଥଳରେ ହିଁ ସୁମିତ୍ରାଙ୍କର ମୃତ୍ୟୁ ଘଟିଛି। ଏହି କାଣ୍ଡ ଘଟାଇବା ପରେ ଅଜୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ରାତି ପ୍ରାୟ ୨ଟାରେ ବଡ଼ ଝିଅର ନିଦ ଭାଙ୍ଗିବା ପରେ ମା’ର ମୃତଦେହ ଦେଖି ସେ ପଡ଼ିଶା ଘରକୁ ଯାଇ ଜଣାଇଥିଲେ। ଗାଁ ଲୋକେ ଚାନ୍ଦିପୁର ସମୂଦ୍ର କୂଳରୁ ଅଜୟଙ୍କୁ ଧରି ଗାଁକୁ ଆଣିଥିଲେ। ପ୍ରଥମେ ଅଜୟ ଘଟଣା ସମ୍ପର୍କରେ କିଛି ଯାଣି ନ ଥିବା କହିଥିଲେ। ଗାଁର ମହିଳାମାନେ ତାଙ୍କୁ ମାଡ଼ ମାରିବା ପରେ ସେ ସବୁ ସତ କଥା ସ୍ବିକାର କରିଛନ୍ତି। ଗାଁ ଲୋକେ ଅଜୟଙ୍କୁ ପୋଲିସ ଜିମା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଚଳାଇଛି। 
All Right Reserved By

ରାଜ୍ୟ | ବାଲେଶ୍ୱର

ଭାଜପାରେ ମିଶିଲେ ଲୋକପ୍ରତିନିଧି, କାର୍ଯ୍ୟକର୍ତ୍ତା

ଭାଜପାରେ ମିଶିଲେ ଲୋକପ୍ରତିନିଧି, କାର୍ଯ୍ୟକର୍ତ୍ତା

ବାଲେଶ୍ୱର ଅଫିସ, ୨୫।୯-ବାଲେଶ୍ୱରସ୍ଥିତ ଭାଜପା କାର୍ଯ୍ୟାଳୟରେ ମଙ୍ଗଳବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର  ୧୦ ନମ୍ବର ଓାର୍ଡ଼ସଭ୍ୟା ମୋନାଲିସା ମାଝି ଓ ତାଙ୍କ ସ୍ବାମୀ ବିଶ୍ୱନାଥ ମାଝି, ୧୧ ନମ୍ବର ଓାର୍ଡ଼ସଭ୍ୟା ଜୟନ୍ତୀ ଦଳାଇ ଓ ତାଙ୍କ ସ୍ବାମୀ ଗୌରାଙ୍ଗ ଦଳାଇ, ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣେଶ ପାତ୍ର, ଅଭିମନ୍ୟୁ ପଟ୍ଟାୟତ, ଗୁରୁପଦ ଖଟୁଆ, ଓଡ଼ଙ୍ଗି ପଞ୍ଚାୟତର ରାଜେନ୍ଦ୍ର ନାୟକ, ବାହାବଳପୁର ପଞ୍ଚାୟତର ପରମେଶ୍ୱର ପଟ୍ଟାୟତ, ଗୋପାଳ ମଣ୍ଡଳ, ମ୍ତ୍ୟୁଞ୍ଜୟ ମଣ୍ଡଳ, ପ୍ରଦୀପ ମଣ୍ଡଳ, ପ୍ରଦୀପ କୁମାର ପତ୍ର ପ୍ରମୁଖ ଶତାଧିକ ଯୁବପିଢ଼ି ମଙ୍ଗଳବାର ଜିଲା ସଭାପତି ମଦନମୋହନ ଦତ୍ତଙ୍କ ଉପସ୍ଥିତିରେ ବାଲେଶ୍ୱର ବିଧିବଦ୍ଧ ଭାବେ ବିଜେଡି ଛାଡି ଭାଜପାରେ ଯୋଗଦାନ କରିଛନ୍ତି। 

ଡାକ୍ତରଙ୍କ ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ:  ଜିଲାମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଡାକ୍ତରଙ୍କ ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ: ଜିଲାମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

କୋରାପୁଟ, ୨୫।୯(ସ୍ବ.ପ୍ର./ଡି.ଏନ୍‌.ଏ.)-ଜଣେ ଗର୍ଭବତୀଙ୍କ ମୃତ୍ୟୁକୁ ନେଇ କୋରାପୁଟ ଜିଲାମୁଖ୍ୟ ଚିକିତ୍ସାଳୟରେ ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି। ମୃତକ ଜଣଙ୍କ ହେଲେ ସ୍ଥାନୀୟ ମର୍ଶିପୁଟ ଗ୍ରାମର ସୁନିଆ ଭୋଇଙ୍କ ସ୍ତ୍ରୀ ସାବି  (୨୦)। ଡାକ୍ତରଙ୍କ ଅବହେଳା ଯୋଗୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କିୟମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ମହିଳା ଓ ଶିଶୁ ବିଭାଗ ମୁଖ୍ୟ ଫାଟକ ବନ୍ଦ କରି ତା ଆଗରେ ଧାରଣା ଦେଇଛନ୍ତି। 

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

ପ୍ରେମରେ ବିଫଳ ହୋଇ ଛାତ୍ରୀଙ୍କୁ ଭୁଜାଲିରେ ହାଣିଲେ ପ୍ରେମିକ

କଟକ ଅଫିସ/କଣ୍ଟାପଡା, ୨୫।୯(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ମହାବିଦ୍ୟାଳୟର ଜଣେ କଲେଜ ଛାତ୍ରୀଙ୍କୁ ଏକପାଖିଆ ପ୍ରେମକରି ବିଫଳ ହୋଇଥିବା ଜଣେ ଯୁବକ ମଙ୍ଗଳବାର ଦିନ ୧୨ଟାରେ ଭୁଜାଲିରେ ହାଣି ଫେରାର ହୋଇଯାଇଛନ୍ତି। 

କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି

କୃଷିମନ୍ତ୍ରୀଙ୍କ ବହିଷ୍କାର ଦାବି

ପୁରୀ ଅଫିସ୍‌, ୨୫।୯: ମହିଳାଙ୍କ ପ୍ରତି ଅସମ୍ମାନସୂଚକ ମନ୍ତବ୍ୟ ସମ୍ବଳିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଉକ୍ତ ଭିଡିଓରେ କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଅସମ୍ମାନଜନକ ମନ୍ତବ୍ୟ ଦେଇଛନ୍ତି।

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୫ା୯- ଢେଙ୍କାନାଳ ଜିଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ମୁକୁନ୍ଦପୁର ଗ୍ରାମରେ ବିଦ୍ୟୁତ୍‌ ମେକାନିକ ରଣଜିତ ପଣ୍ଡା(୨୫)ଙ୍କ ସ୍ତ୍ରୀ ବର୍ଷା ବାଗମିତା ମିଶ୍ର(୨୦)ଙ୍କ ମୃତଦେହ ସୋମବାର ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଛି। ଯୌତୁକ ଦାବିକୁ କେନ୍ଦ୍ରକରି ବର୍ଷାଙ୍କୁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ନେଇ ବର୍ଷାଙ୍କ ବାପା ମଦନ ମୋହନ ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି।

ଶ୍ରୀମନ୍ଦିରରେ ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି

ଶ୍ରୀମନ୍ଦିରରେ ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି

ପୁରୀ ଅଫିସ,୨୫।୯: ମରିସସ୍‌ର ପୂର୍ବତନ ରାଷ୍ଟ୍ରପତି ରାଜକେଶ୍ୱର ପୂର଼୍ୟାଗ ସପତ୍ନୀଙ୍କ ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । 

ବିଜେଡିରେ ମିଶିଲେ ଭାଜପା କର୍ମୀ

ବିଜେଡିରେ ମିଶିଲେ ଭାଜପା କର୍ମୀ

କାମାକ୍ଷାନଗର,୨୫।୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ଦଶୀପୁର  ଅଞ୍ଚଳର  ଶତାଧିକ  ଭାଜପା କର୍ମୀ ସୋମବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ   ସେମାନେ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। 

କୋରଡାରେ କଲରାପତରିଆ ବାଘ

କୋରଡାରେ କଲରାପତରିଆ ବାଘ

ଛେଣ୍ଡିପଦା,୨୫ା୯(ଡି.ଏନ.ଏ.)- ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୋରଡା ଗ୍ରାମ ନିକଟରେ ଦୁଇ ଦିନ ଧରି କଲରାପତରିଆ ବାଘ ଚଳପ୍ରଚଳ କରୁଥିବା ଜଣାପଡିଛି। 

ବାଳ ସୁଧାର ଗୃହରେ ନିର୍ଯାତନା ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ବାଳ ସୁଧାର ଗୃହରେ ନିର୍ଯାତନା ଅଭିଯୋଗ: ଅଗ୍ନିକାଣ୍ଡ ଘଟାଇଲେ ଅନ୍ତେବାସୀ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା ଜୁଭେନାଇଲ ଜେଲ(ବାଳ ସୁଧାର ଗୃହ)ରେ ପ୍ରାୟ ୭୯ ପିଲା ରହୁଛନ୍ତି। ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। 

 ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ଦିବ୍ୟାଙ୍ଗ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବରଗଡ଼ ଅଫିସ୍‌,୨୫।୯-ବରଗଡ଼ ବ୍ଲକ କଲୋନୀ ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ କେ. ଶାରଦା ପାତ୍ର(୪୮)ଙ୍କ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ରହୁଥିବା ସରକାରୀ କ୍ବାର୍ଟର ଛାତରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ରହିଛି । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ । ସ୍ବର୍ଗତା ପାତ୍ରଙ୍କ ସ୍ବାମୀ ଲଡ଼ୁ କିଶୋର ବେହେରା ସ୍ଥାନୀୟ ଭିନ୍ନକ୍ଷମ ସ୍କୁଲରେ ଶିକ୍ଷକତା କରୁଛନ୍ତି। ଉଭୟେ ଦୃଷ୍ଟିହୀନ ଏବଂ ଏହି ଦିବ୍ୟାଙ୍ଗ ଦମ୍ପତି ଦୀର୍ଘବର୍ଷ ହେଲା ଏଠାରେ ରହି ଶିକ୍ଷକତା କରୁଥିଲେ। ଗତ ୨୦୧୩ ଜାନୁୟାରୀ 

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ପ୍ରସଙ୍ଗ: କୋର୍ଟ ସମ୍ମୁଖରେ ଧାରଣା ଦେଲେ ଓକିଲ

ବରଗଡ଼ ଅଫିସ୍‌,୨୫।୯-
ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି  ଜୋର ଧରି ବସିଛି।  ଏହି କ୍ରମରେ ଗତ ୧୮ତାରିଖରୁ ବରଗଡ଼ ଜିଲା ଓକିଲ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖି ଥିବାବେଳେ ମଙ୍ଗଳବାରରୁ ସଂଘ ପକ୍ଷରୁ ସ୍ଥାନୀୟ କୋର୍ଟ ସମ୍ମୁଖରେ ଧାରଣା ଦିଆଯାଇଛି। ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଓକିଲଙ୍କ କାର୍ଯ୍ୟବନ୍ଦ ଏବଂ ଏହି ଧାରଣା ଜାରି ରହିବ। ସେହିପରି ଗତ ୨୦ତାରିଖ ସଂଘର କର୍ମକର୍ତ୍ତା, ସଭ୍ୟବୃନ୍ଦ ନୀରବ ଶୋଭାଯାତ୍ରାରେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।  ଜିଲା ଓକିଲ ସଂଘର ସଭାପତି 

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କ ଗୁପ୍ତାଙ୍ଗ କାଟିଲେ ପ୍ରେମିକା

ଲୋଇସିଂହା, ୨୫।୯(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ସାକ୍ଷାତ କରିବାକୁ ଡ଼ାକି ବ୍ଲେଡ଼ରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଯୁବକ ଜଣଙ୍କ  ଗୁରୁତର ଅବସ୍ଥାରେ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କନ୍ଦାଜୁରୀ ଗ୍ରାମର ପାଇକଲାଲ ଶିକ୍କାଙ୍କ ପୁଅ ରଶ୍ମିରଞ୍ଜନ ବସ୍ତିର ଜଣେ ସମ୍ପର୍କୀୟ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ପରିବାର ଏକଥା ଜାଣିଥିଲେ।