ଖେଳ |

‘ଅନ୍ତର୍ଜାତୀୟ ସ୍ତରର ମହିଳା ହକି ଟୁର୍ନାମେଣ୍ଟ ଆବଶ୍ୟକ’

‘ଅନ୍ତର୍ଜାତୀୟ ସ୍ତରର ମହିଳା ହକି ଟୁର୍ନାମେଣ୍ଟ ଆବଶ୍ୟକ’
ନିକଟ ଅତୀତରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶେଷ ହୋଇଥିବା ଏସିଆନ ଗେମ୍ସ-୨୦୧୮ରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ଜିତିଥିଲା । ଫାଇନାଲରେ ଜାପାନଠାରୁ ପରାସ୍ତ ହୋଇଥିବା ଭାରତୀୟ ଦଳରେ ଓଡ଼ିଶାର ୪ଜଣ ଖେଳାଳି ରହିଥିଲେ। ସେମାନଙ୍କ ମଧ୍ୟରୁ ସୁନିତା ଲାକ୍ରା ଅନ୍ୟତମ । ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ସହରରେ ଜନ୍ମିତ ସୁନିତା ଜାତୀୟ ଦଳର ଅଧିନାୟିକା  ଦାୟିତ୍ୱ ସମ୍ଭାଳିବା ସହ ଇତି ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ସାରିଲେଣି । କଟକରେ ଏକ ସ୍ବତନ୍ତ୍ର ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିବା ସୁନୀତାଙ୍କ ସହ ସାକ୍ଷାତକାର...
ପ୍ର- ଜାପାନ ବିପକ୍ଷ ଫାଇନାଲ ମ୍ୟାଚ୍‌ ପୂର୍ବରୁ ଯୋଜନା କ’ଣ ଥିଲା? 
ଉ- ଟୁର୍ନାମେଣ୍ଟ ଆରମ୍ଭରୁ ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଆଶା ନେଇ ଯାଇଥିଲୁ । ୨୦୧୪ ସଂସ୍କରଣରେ ଭାରତ ବ୍ରୋଞ୍ଜ ଜିତିଥିଲା । ଏଣୁ ଏଥର ସ୍ବର୍ଣ୍ଣ ଜିତିବୁ ବୋଲି ଲକ୍ଷ୍ୟ ରହିଥିଲା । ଫାଇନାଲରେ ଶକ୍ତିଶାଳୀ ଜାପାନ ବିପକ୍ଷରେ ପ୍ରଦର୍ଶନ ଭଲ ରହିଥିଲେ ମଧ୍ୟ ଅଳ୍ପ ଗୋଲ ବ୍ୟବଧାନ(୧-୨)ରେ ହାରିଲୁ । ପୂର୍ବରୁ ଜାପାନଠାରୁ ଭାରତ ବୃହତ୍ତ ଗୋଲ ବ୍ୟବଧାନରେ ପରାସ୍ତ ହେଉଥିଲା । ଦଳ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରୁଛି । 
ପ୍ର- ଏସିଆନ ଗେମ୍ସରେ କେଉଁ ଦଳ ବିପକ୍ଷ ମ୍ୟାଚ୍‌ରେ ଅଧିକ ରୋମାଞ୍ଚ ରହିଥିଲା ?
ଉ- ପ୍ରତିଯୋଗିତାର ସମସ୍ତ ମ୍ୟାଚ୍‌କୁ ଖେଳାଳିମାନେ ଉତ୍ସାହର ସହ ଖେଳିଥିଲେ । ବ୍ୟକ୍ତିଗତ ଭାବେ କହିବାକୁ ଗଲେ ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍‌ ମୋ ପାଇଁ ରୋମାଞ୍ଚକର ଥିଲା । ଏହି ମ୍ୟାଚ୍‌କୁ ଭାରତ ୪-୧ ଗୋଲରେ ଜିତିଥିବା ବେଳେ ପ୍ରତିମିନିଟର ଖେଳରେ ଉଭୟ ଦଳର ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । 
ପ୍ର- ଓଡ଼ିଶାରେ ମହିଳା ହକିର ଭବିଷ୍ୟତକୁ କିପରି ଦେଖୁଛନ୍ତି?
ଉ- ଆଗ ଅପେକ୍ଷା ଓଡ଼ିଶାରେ ମହିଳା ହକି ଖେଳାଳି ଉତ୍କୃଷ୍ଟ ପ୍ରଦର୍ଶନ କରିବାରେ ଲାଗିଛନ୍ତି। ଏହି ଧାରା ବଜାୟ ରହିବା ଉଚିତ୍‌ । ଗତ ଏସିଆନ ଗେମ୍ସରେ ଜାତୀୟ ଦଳରେ ରାଜ୍ୟର ୪ ଜଣ ଖେଳାଳି ରହିଥିଲେ । ଆଗାମୀ ସଂସ୍କରଣ ଗୁଡ଼ିକରେ କିପରି ଏହି ସଂଖ୍ୟା ବୃଦ୍ଧି ହେବ, ଓଡ଼ିଶାରୁ ଅଧିକ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇବେ ତାହାକୁ ଦୃଷ୍ଟି ଦେବା ଦରକାର ।
ପ୍ର- ରାଜ୍ୟରେ ମହିଳା ହକିର ବିକାଶ ନିମନ୍ତେ ଠିକ ପଦକ୍ଷେପ ନିଆଯାଉଛି କି?
ଉ- ପୂର୍ବଭଳି ସମସ୍ୟା ନାହିଁ । ଖେଳାଳିମାନେ ପ୍ରୋତ୍ସାହନ ପାଉଛନ୍ତି । ହେଲେ ରାଜ୍ୟରେ ଅଧିକରୁ ଅଧିକ ମହିଳା ହକି ଟୁର୍ନାମେଣ୍ଟ କରାଯିବା ପ୍ରଥମ କର୍ତ୍ତବ୍ୟ । ଯାହା ଫଳରେ ମହିଳା ହକି ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ପାଇବ । ଏହାଛଡ଼ା ରାଜ୍ୟରେ ଏକ ଖୁବଶୀଘ୍ର ଅନ୍ତର୍ଜାତୀୟ ସ୍ତରର ମହିଳା ହକି ଟୁର୍ନାମେଣ୍ଟ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଁ ଆଶା କରେ। ଅନ୍ତର୍ଜାତୀୟ ସ୍ତରର ଟୁର୍ନାମେଣ୍ଟ କରାଗଲେ ରାଜ୍ୟରେ ମହିଳା ହକି ଖେଳାଳିଙ୍କ ଉତ୍ସାହ ଦ୍ୱିଗୁଣିତ ହେବ ।
ପ୍ର- ହକିରେ କ୍ୟାରିୟର ଆରମ୍ଭ କରୁଥିବା ମହିଳା ଖେଳାଳିମାନଙ୍କ ନିମନ୍ତେ କ’ଣ ପରାମର୍ଶ ଦେବେ?
ଉ- ଭଲ ପ୍ରଦର୍ଶନ କଲେ ଜାତୀୟ ଦଳରେ ସ୍ଥାନ ପାଇବାର ସୁଯୋଗ ରହିଛି । ଓଡ଼ିଶାର ଖେଳାଳିମାନେ ଜାତୀୟ ଦଳରେ ନିମୟିତ ଭାବେ ସ୍ଥାନ ମଧ୍ୟ ପାଉଛନ୍ତି । ଏଣୁ ଭଲଭାବେ ନିଜ କ୍ୟାରିୟରକୁ ଆରମ୍ଭ କରନ୍ତୁ । ଏବେ ବିଭିନ୍ନ ସ୍ତରରୁ ପ୍ରୋତ୍ସାହନ ମଧ୍ୟ ମିଳୁଛି । ଭଲ ଖେଳିଲେ ହକିରେ ନିଜ କ୍ୟାରିୟରକୁ ସୁନ୍ଦର ଭାବେ ଗଢ଼ି ପାରିବେ । 
(ରିପୋର୍ଟ- କୁମାରଶ୍ରୀ)
All Right Reserved By

ଖେଳ |

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର, ୨୦।୪(ପି.ଟି.)- ଆଇପିଏଲ୍‌ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଘରୋଇ ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଉଇକେଟରେ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୫ଟି ବଲ୍‌ ଓ ୫ ଉଇକେଟ୍‌ ବଳକା ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅଧିନାୟକ ପଦକୁ ଫେରିଥିବା ଷ୍ଟିଭ ସ୍ମିଥ୍‌ ନେତୃତ୍ୱର ପ୍ରଥମ ମ୍ୟାଚ୍‌ରେ ବିଜୟ ସ୍ବାଦ ଚାଖିଛନ୍ତି। ପ୍ରତିଯୋଗିତାରେ ରାଜସ୍ଥାନ ୯ମ ମ୍ୟାଚ୍‌ରୁ ଏହା ୩ୟ ବିଜୟ ଥିଲା। ଦଳ ୬ ପଏଣ୍ଟ ସହ ଟେବୁଲ ତାଲିକାର ୭ମ ସ୍ଥାନରେ ରହିଛି। ଅପରପକ୍ଷରେ ମୁମ୍ବାଇ ୧୦ ମ୍ୟାଚ୍‌ରୁ ୪ ପରାଜୟ ଓ ୬ ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପଛକୁ ୨ୟ ସ୍ଥାନରେ ରହିଛି।

ବକ୍ସର ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ

ବକ୍ସର ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ

 ଲସ୍‌ଆଞ୍ଜେଲ୍ସ, ୨୦ା୪ (ଏଏଫ୍‌ପି)-ଆମେରିକୀୟ ବକ୍ସର ଜାରେଲ ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି।  ୟୁଏସ ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମିଲର ପ୍ରଥମ ଟେଷ୍ଟରେ ବିଫଳ ହେବା ପରେ ନ୍ୟୁୟର୍କ ବକ୍ସିଂ ଅଫିସିଆଲମାନେ ବୁଧବାର ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ମିଲରଙ୍କ ନିକଟରେ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଦ୍ୱାରା ହୋଇଥିବା ଡୋପ୍‌ ଟେଷ୍ଟରେ ପଜିଟିଭ ଆସିଥିଲ। ତାଙ୍କ ସାମ୍ପଲରେ ନିଷିଦ୍ଧ ହ୍ୟୁମ୍ୟାନ ଗ୍ରୋଥ୍‌ ହରମୋନ୍‌ (ଏଚ୍‌ଜିଏଚ୍‌) ମାତ୍ରା ଠାବ କରାଯାଇଥିଲା। ମିଲର ଜୁନ୍‌ ୧ରେ ହେଭିଓ୍ବେଟ୍‌ ଚାମ୍ପିୟନ ଆନ୍ଥୋନୀ ଜୋସୁଆଙ୍କ ସହିତ ଲଢେଇ କରିବା କାର୍ଯ୍ୟକ୍ରମ ରହିଥିଲା।  

କୁଲଦୀପଙ୍କ ଆଖିରେ ଲୁହ

କୁଲଦୀପଙ୍କ ଆଖିରେ ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 


Model This Week

କ୍ରିଷ୍ଣା
Why Dharitri