ଖେଳ |

ପ୍ରୋ-କବାଡ଼ିରେ ମନସ୍ବିନୀ ବୈଷୟିକ ଅଫିସିଆଲ୍‌

ପ୍ରୋ-କବାଡ଼ିରେ ମନସ୍ବିନୀ ବୈଷୟିକ ଅଫିସିଆଲ୍‌
ରସୁଲପୁର,୧୨ା୯(ଡିଏନଏ) :ଯାଜପୁର ଜିଲା କବାଡି ପାଇଁ ଆଉ ଏକ ଭଲ ଖବର ା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଥିବା ୬ଷ୍ଠ ପ୍ରୋ-କବାଡି ଲିଗ୍‌ ପାଇଁ ମନସ୍ବିନୀ ସାହୁ ବୈଷୟିକ ଅଫସିଆଲ ଭାବରେ ମନୋନୀତ ହୋଇଛନ୍ତି ା ସେ ପ୍ରଥମେ ତାଲିମ ଶିବିରରେ ଯୋଗଦେବେ। ଓଡ଼ିଶା କବାଡି ଆସୋସିଏଶନ ସମ୍ପାଦକ ଅଜୟ ବେହେରା, ରେଫରି ବୋର୍ଡ ଅଧ୍ୟକ୍ଷ ପହଲି ଚନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ଫଳରେ ତାଙ୍କୁ ଏହି ସଫଳତା ମିଳିଛି ବୋଲି ମନସ୍ବିନୀ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ା ରାଜ୍ୟର  ଦ୍ୱିତୀୟ ମହିଳା  ଭାବେ ସେ ଏହି ସଫଳତା ପାଇଛନ୍ତି ା 
ଯାଜପୁର କବାଡି ଆସୋସିଏଶନର ପୂର୍ବତନ ମହିଳା ଖେଳାଳି ତଥା ଯାଜପୁର ମହିଳା କବାଡି ଦଳର ପୂର୍ବତନ ଅଧିନାୟିକା ମନସ୍ବିନୀ ଭାରତୀୟ ଆମେଚର କବାଡି ପକ୍ଷରୁ ସ୍ବୀକୃତିପ୍ରାପ୍ତ ଅଫସିଆଲ ଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ା ପୂର୍ବରୁ ଭୁବନେଶ୍ୱର କବାଡି ଆସୋସିଏଶନର ସସ୍ମିତା ଦାସଙ୍କୁ ଏହି ସଫଳତା ମିଳିଥିଲା ା ତାଙ୍କ ସହ ଚଳିତଥର ମନସ୍ବିନୀ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ା ଚଳିତ ମାସ ୧୪ ରୁ ୨୦ ମଧ୍ୟରେ ମୁମ୍ବାଇଠାରେ ଅଫିସିଆଲ ଟ୍ରେନିଂ କ୍ୟାମ୍ପ ଅନୁଷ୍ଠିତ ହେବ ା ଉଭୟ କ୍ରୀଡାବିତ୍‌ ଏହି କ୍ୟାମ୍ପରେ ଯୋଗଦେବା ପାଇଁ ମୁମ୍ବାଇ ଯିବେ ବୋଲି ଓଡିଶା କବାଡି ଆସୋସିଏଶନ ପକ୍ଷରୁ ସ୍ଥିର କରାଯାଇଛି ା ମନସ୍ବିନୀଙ୍କ ଏହି ସଫଳତାରେ ଯାଜପୁର କବାଡି ଆସୋସିଏଶନରେ ଖୁସିର ଲହରି ଖେଳି ଯାଇଛି ା  ଯାଜପୁର ଜିଲା ଆଥଲେଟିକ୍‌ ଆସୋସିଏଶନର ସମ୍ପାଦକ ସମ୍ବିତ୍‌ ମହାନ୍ତି, ସହ-ସମ୍ପାଦକ ନିରଞ୍ଜନ ପୃଷ୍ଟି, ଯାଜପୁର କବାଡି ଆସୋସିଏଶନର ମୁଖ୍ୟ ପ୍ରାୟୋଜକ ଲିଙ୍କନ ଫାର୍ମାସିଉଟିକାଲସ୍‌ର ଜୋନାଲ ପରିଚାଳକ ଅଭୟ କୁମାର ମହାନ୍ତି, ଉପ-ସଭାପତି ନିଗମାନନ୍ଦ ମହାନ୍ତି, ସମ୍ପାଦକ ରବୀନ୍ଦ୍ର ପୃଷ୍ଟି, ସହ-ସମ୍ପାଦକ ସମରେନ୍ଦ୍ର ଦାଶ, ପ୍ରଶିକ୍ଷକ କୃଷ୍ଣକାନ୍ତ ପଣ୍ଡା, ଜିଲା କବାଡି ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ପ୍ରମୁଖ ମନସ୍ବିନୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ା ମନସ୍ବିନୀ ଏହା ପୂର୍ବରୁ ଜାତୀୟ ଓ ରାଜ୍ୟସ୍ତରରେ ବହୁ କବାଡି ପ୍ରତିଯୋଗିତାରେ ଅଫିସିଆଲ ଭାବରେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି ା ତାଙ୍କର ଏହି ସଫଳତା ଯାଜପୁର ଜିଲା ପାଇଁ ଗୌରବ ଆଣିଛି ା ଏଥିପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ା
All Right Reserved By

ଖେଳ |

ମହିଳା ଟି୨୦: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ ଅଧାରୁ ବାତିଲ

କଲମ୍ବୋ, ୨୧ା୯ (ପି.ଟି.)- ପ୍ରବଳ ବର୍ଷା ଯୋଗୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶୁକ୍ରବାର ଖେଳାଯିବାକୁଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ମହିଳା ଟି୨୦ ମ୍ୟାଚକୁ ଅଧାରୁ ବାତିଲ କରିଦିଆଯାଇଛି। ବର୍ଷା କାରଣରୁ ମ୍ୟାଚ ଅଧଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। 

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଓ୍ବାର୍ମଅପ୍‌:  କରୁଣ ନାୟାର ବୋର୍ଡ ସଭାପତି ଏକାଦଶ ଅଧିନାୟକ

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଓ୍ବାର୍ମଅପ୍‌: କରୁଣ ନାୟାର ବୋର୍ଡ ସଭାପତି ଏକାଦଶ ଅଧିନାୟକ

ନୂଆଦିଲ୍ଲୀ, ୨୧ା୯ (ପି.ଟି.)- ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବାକୁଥିବା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଓ୍ବାର୍ମ ଅପ୍‌ ମ୍ୟାଚ ପାଇଁ ବ୍ୟାଟ୍ସମ୍ୟାନ କରୁଣ ନାୟାରଙ୍କୁ ଶୁକ୍ରବାର ବୋର୍ଡ ସଭାପତି ଏକାଦଶ ଦଳର ଅଧିନାୟକ ମନୋନୀତ କରାଯାଇଛି। ଏହି ଦୁଇ ଦିନିଆ କ୍ରିକେଟ ମ୍ୟାଚ ବଦୋଦରାଠାରେ ଖେଳାଯିବ।  ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସିନିୟର ସିଲେକ୍ସନ କମିଟି ମ୍ୟାଚ ପାଇଁ ୧୩ ଜଣିଆ ଦଳ ମନୋନୟନ କରିଛି। ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳ ସେପ୍ଟେମ୍ବର ୨୬ରୁ ଆରମ୍ଭ କରି ପ୍ରାୟ ୭ ସପ୍ତାହ ଧରି ଭାରତରେ ରହିବ।  

ପ୍ରଥମେ ବୋଲିଂ କରିବ ଭାରତ

ଆବୁଧାବି,୨୧।୯- ଏଠାରେ ବାଂଲାଦେଶ ବିପକ୍ଷ ଏସିଆ କପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି। 

ବିଜୟ ହଜାରେ ଟ୍ରଫି: ପୁଣି ହାରିଲା ଓଡ଼ିଶା

ଭୁବନେଶ୍ୱର,୨୧।୯(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଟୁର୍ନାମେଣ୍ଟରେ ଓଡ଼ିଶା ଦଳ କ୍ରମାଗତ ୨ୟ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ଦିଲ୍ଲୀସ୍ଥିତ ପାଲମ ଏ’ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ କେରଳ ୬ ଉଇକେଟରେ ଓଡ଼ିଶାକୁ ହରାଇ ଦେଇଛି।

ଡକ୍ଟରେଟ୍‌ ଡିଗ୍ରୀକୁ ସଚିନଙ୍କ ନା’

ଡକ୍ଟରେଟ୍‌ ଡିଗ୍ରୀକୁ ସଚିନଙ୍କ ନା’

କଲିକତା,୨୧।୯- ଜାଦବପୁର ବିଶ୍ୱବିଦ୍ୟାଳୟ ପଦଧିକାରୀମାନେ ଅଲିମ୍ପିକ୍ସ ପଦକଧାରୀ ମେରୀକମ୍‌ ଓ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ସମ୍ମାନଜନକ ଡି. ଲିଟ୍‌ ଉପାଧିରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ନୈତିକତା ଦୃଷ୍ଟିରୁ ସଚିନ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

ଏସିଆ କପ୍‌ ଫର୍ମାଟକୁ ବିସିସିଆଇର ସମର୍ଥନ

ଦୁବାଇ,୨୧।୯- ଚଳିତ ଏସିଆ କପ୍‌ ଫର୍ମାଟ ପୁଣି ବିବାଦ ଘେରକୁ ଆସିଛି। ଗୁରୁବାର ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନଠାରୁ ପରାସ୍ତ ହୋଇଥିବା ବାଂଲାଦେଶ ଦଳ ଶୁକ୍ରବାର ଭାରତକୁ ଭେଟିବ। ଏହି ମ୍ୟାଚ୍‌ ଆବୁଧାବିଠାରେ ଖେଳାଯିବ। ଏଣୁ ବାଂଲାଦେଶ ଦଳକୁ ୧୫୦ କିଲୋମିଟର ଦୂରକୁ ଯିବାକୁ ପଡ଼ିବ। ଫଳରେ ଖେଳାଳିଙ୍କୁ ବିଶ୍ରାମ ଲାଗି ସମୟ ମିଳିବା ସମ୍ଭବ ନୁହେଁ। 

ଫିଲ୍ମ ପୋଷ୍ଟର ନେଇ ଚର୍ଚ୍ଚାରେ କୋହଲି

ଫିଲ୍ମ ପୋଷ୍ଟର ନେଇ ଚର୍ଚ୍ଚାରେ କୋହଲି

ନୂଆଦିଲ୍ଲୀ,୨୧।୯- ଚଳିତ ଏସିଆ କପ୍‌ରୁ ବିଶ୍ରାମ ଦିଆଯାଇଥିବା ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଏବେ ନୂଆ କାରଣ ଲାଗି ଚର୍ଚ୍ଚାକୁ ଆସିଛନ୍ତି। କୋହଲି ଶୁକ୍ରବାର ସୋସିଆଲ ମିଡିଆ ସାଇଟ୍‌ ଟୁଇଟର ଓ ଇନଷ୍ଟାଗ୍ରାମରେ ଏକ ଫିଲ୍ମ ପୋଷ୍ଟର ଅପଲୋଡ କରିଛନ୍ତି। 

କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବଜରଙ୍ଗ

କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବଜରଙ୍ଗ

ନୂଆଦିଲ୍ଲୀ,୨୧।୯(ପି.ଟି.)- କ୍ରୀଡ଼ା ବିଭାଗରେ ସର୍ବୋଚ୍ଚ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇବାରୁ ବଞ୍ଚତ୍ତ ହୋଇଥିବା ଷ୍ଟାର କୁସ୍ତିଯାଦ୍ଧା ବଜରଙ୍ଗ ପୁନିଆ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କୁ ଭେଟ କରିଛନ୍ତି। ଏଥିସହ ଘଟଣାକୁ ଗୁରୁତ୍ୱ ଦେବା ଲାଗି କ୍ରୀଡ଼ାମନ୍ତ୍ରୀ ଆଶ୍ୱସନା ଦେଇଛନ୍ତି। 

ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌: ଭାରତ ପଞ୍ଚମ:ସିଦ୍ଧାନ୍ତଙ୍କୁ ୧୬, କବିଙ୍କୁ ୧୯ତମ ସ୍ଥାନ

ଭୁବନେଶ୍ୱର, ୨୧ା୯(ସ୍ପୋଟର୍‌ସ ବ୍ୟୁରୋ)- ବ୍ରାଜିଲ ସ୍ପୋଟର୍‌ସ ଫେଡେରେଶନ ଓ ଆନ୍ତର୍ଜାତିକ ୟୁନିଭର୍ସିଟି ସ୍ପୋଟର୍‌ସ ଫେଡେରେଶନ ମିଳିତ ଆନୁକୂଲ୍ୟରେ ବ୍ରାଜିଲର ଆରାକାଜୁଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିୟନଶିପ୍‌ରେ ଭାରତକୁ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡିଛି। ସେହିପରି ଏହି ମେଗା ଇଭେଣ୍ଟରେ ଚାଇନା ପ୍ରଥମ, ପୋଲାଣ୍ଡ ଦ୍ୱିତୀୟ, ଆୟୋଜକ ବ୍ରାଜିଲ ତୃତୀୟ, ସର୍ବିଆ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ପ୍ରତିଯୋଗିତାରେ ୧୩ଟି ଦେଶରୁ ମୋଟ ୫୦ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣ କରିଥିବା ଅନ୍ୟ ଦେଶଗୁଡିକ ହେଲେ ପର୍ସିଆ, ଶ୍ରୀଲଙ୍କା, ସର୍ବିଆ, ଚେକ୍‌ ଗଣରାଜ୍ୟ, ସୁଇଜରଲାଣ୍ଡ, ସ୍ଲୋଭେନିଆ, ଫ୍ରାନ୍ସ, ଆର୍ଜେଣ୍ଟିନା ଓ ସ୍ଲେଭାକିଆ। 

ରସିଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ: ଆଫଗାନିସ୍ତାନର ବୃହତ୍‌ ବିଜୟ

ରସିଦଙ୍କ ଅଲରାଉଣ୍ଡ ପ୍ରଦର୍ଶନ: ଆଫଗାନିସ୍ତାନର ବୃହତ୍‌ ବିଜୟ

ଆବୁଧାବି, ୨୧ା୯ (ପି.ଟି.)- ଜନ୍ମଦିନରେ ରସିଦ ଖାଁଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚଳିତ ଏସିଆ କପ୍‌ ଗ୍ରୁପ୍‌ ବି’ ଲିଗ୍‌ ମ୍ୟାଚରେ ଆଫଗାନିସ୍ତାନ ୧୩୬ ରନରେ ବାଂଲାଦେଶକୁ ହରାଇଛି। ଗୁରୁବାର ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୨୫୫ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୪୨.୧ ଓଭରରେ ୧୧୯ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। ୨୫୬ରନ ଟାର୍ଗେଟର ପିଛା କରି ବାଂଲାଦେଶ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। 

କୋହଲି, ଚାନୁ ପାଇବେ ଖେଳରତ୍ନ

କୋହଲି, ଚାନୁ ପାଇବେ ଖେଳରତ୍ନ

ନୂଆଦିଲ୍ଲୀ,୨୧ା୯(ପି.ଟି.)-ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ଏବଂ ବିଶ୍ୱ ଚାମ୍ପିୟନ ଭାରୋତ୍ତୋଳିକା ମୀରବାଈ ଚାନୁ ସେପ୍ଟେମ୍ବର ୨୫ରେ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଗୁରୁବାର ଏହା ଘୋଷଣା କରାଯାଇଛି। ତାଲିକା ଇତିମଧ୍ୟରେ ଚୂଡ଼ାନ୍ତ ହୋଇ ସାରିଥିଲା। ମାତ୍ର ଗୁରୁବାର  ବିଧିବଦ୍ଧ ଭାବେ ଏହା ପ୍ରକାଶ କରାଯାଇଛି। ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ସମେତ ୨୦ଜଣ ଅର୍ଜୁନ ପୁରସ୍କାର ପାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏମାନଙ୍କୁ ସମ୍ମାନିତ କରିବେ। 

ଓଭିଏ ନିର୍ବାଚନ: ଗଗନେନ୍ଦୁ ନୂଆ ସମ୍ପାଦକ ସଭାପତି ଆସନ ପାଇଁ ଦ୍ୱିମୁଖୀ ଲଢ଼େଇ

କଟକ ଅଫିସ,୨୧ା୯- ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଗୁରୁବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଦିବସ ରହିଥିଲା । କେବଳ ସଭାପତି ପଦବୀକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ପଦବୀ ନିର୍ଦ୍ୱନ୍ଦ୍ୱରେ ପୂରଣ ହୋଇଛି। ଆସନ୍ତା ୨୩ ତାରିଖରେ ନିର୍ବାଚନ ହେବା ବେଳେ ସଭାପତି ପଦବୀ ନିମନ୍ତେ ସମ୍ପ୍ରତି ସଭାପତି ଦାୟିତ୍ୱରେ ଥିବା ସୁବୋଧ କୁମାର ରାଉତରାୟ ଓ ସମ୍ପାଦକ ଦାୟିତ୍ୱରେ ଥିବା ପ୍ରଦୀପ କୁମାର ମହାନ୍ତିଙ୍କ ମଧ୍ୟରେ ମୁକାବିଲା ହେବ। ଅନ୍ୟପକ୍ଷରେ ଜଗତସିଂପୁର ଜିଲା ସଂଘର ଗଗନେନ୍ଦୁ ଦାସ ଓଭିଏର ନୂତନ ସମ୍ପାଦକ ହୋଇଛନ୍ତି।