ଖେଳ |

ଜଷ୍ଟିସ ମୁଦ୍‌ଗଲ ସିଲେକ୍ସନ କମିଟି ମୁଖ୍ୟ

ଜଷ୍ଟିସ ମୁଦ୍‌ଗଲ ସିଲେକ୍ସନ କମିଟି ମୁଖ୍ୟ
ନୂଆଦିଲ୍ଲୀ, ୧୨ା୯ (ପି.ଟି.)-ଚଳିତ ବର୍ଷର ଦ୍ରୋଣାଚାର୍ଯ୍ୟ ଓ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ଚୟନ କରିବା ଲାଗି ଯେଉଁ ୧୧ଜଣିଆ ସିଲେକ୍ସନ କମିଟି ଗଠନ କରାଯାଇଛି ଜଷ୍ଟିସ ମୁକୁଲ ମୁଦ୍‌ଗଲ ତାହାର ଅଧ୍ୟକ୍ଷ ରହିବେ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ଅବଶ୍ୟ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ମୁଦ୍‌ଗଲ ହେଉଛନ୍ତି ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି। ସେ ୨୦୧୩ ଆଇପିଏଲ ସ୍ପଟ ଫିକ୍ସିଂ ସ୍କାଣ୍ଡାଲ ତଦନ୍ତ ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିର ମୁଖ୍ୟ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ସିଲେକ୍ସନ କମିଟି ବୈଠକ  ଚଳିତମାସ ୧୬ରେ ଦିଲ୍ଲୀରେ ବସିବ। ସିଲେକ୍ସନ କମିଟିରେ  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ଏୟାର ପିସ୍ତଲ ଶୁଟର ସମରେଶ ଜଙ୍ଗ୍‌ ଓ ବ୍ୟାଡମିଣ୍ଟନ ଖେଳାଳି ଅଶ୍ୱିନ ପୋନାପ୍ପା ସ୍ଥାନ ପାଇଛନ୍ତି। ଏଥିରେ ପୂର୍ବତନ ଜାତୀୟ ବକ୍ସିଂ କୋଚ୍‌ ଜି.ଏସ୍‌. ସାନ୍ଧୁ, ହକି କୋଚ୍‌ ଏ.କେ.ବଂଶାଲ, ଆର୍ଚେରୀ କୋଚ୍‌ ସଞ୍ଜୀବା ସିଂଙ୍କ ବ୍ୟତୀତ ସ୍ପୋଟର୍‌ସ ଅଥରିଟି ଅଫ୍‌୍‌ ଇଣ୍ଡିଆ (ସାଇ)ର  ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଓଁକାର କେଡିଆ ଏବଂ ଯୁଗ୍ମ ସଚିବ(କ୍ରୀଡ଼ା) ଇନ୍ଦର ଧାମିଜା ମଧ୍ୟ ସଦସ୍ୟ ରହିଛନ୍ତି। ପ୍ୟାନେଲରେ ଦୁଇ ଜଣ କ୍ରୀଡ଼ା ଜର୍ନାଲିଷ୍ଟ ଏବଂ ଟାର୍ଗେଟ ଅଲିମ୍ପିକ ପୋଡିୟମ ସ୍କିମ୍‌ ସିଇଓ କମାଣ୍ଡର ରାଜେଶ ରାଜଗୋପାଳନ ମଧ୍ୟ ଏହି କମିଟିରେ ସ୍ଥାନ ପାଇଛନ୍ତି। ବିଗତ ୪ବର୍ଷ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କୋଚ୍‌ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଜଣେ ଖେଳାଳି ସକ୍ରିୟ ଥିବା ସମୟରେ ଏବଂ ଅବସର ପରେ ତାଙ୍କର ଖେଳ ପ୍ରତି ରହିଥିବା ଅବଦାନକୁ ବିଚାର କରାଯାଇ ଧ୍ୟାନଚାନ୍ଦ ପୁରସ୍କାର ବିଜେତାଙ୍କୁ ବଛାଯାଇଥାଏ। ସୂଚନାଯୋଗ୍ୟ, ଏସିଆନ ଗେମ୍ସ ଯୋଗୁ ଏଥର ଜାତୀୟ କ୍ରୀଡ଼ା ପୁରସ୍କାର ଉତ୍ସବ ଅଗଷ୍ଟ ୨୯ ପରିବର୍ତ୍ତେ ସେପ୍ଟେମ୍ବର ୨୫ରେ ଆୟୋଜିତ ହେବ।
All Right Reserved By

ଖେଳ |

 କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ଚାମ୍ପିୟନ

ଉଲୁଣ୍ଡା, ୨୦ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ସାନ ଅଙ୍କରିଆଠାରେ ଗତ ତିନିଦିନ ଧରି ଚାଲିଥିବା ମା’ କନ୍ଧେନ ବୁଢୀ କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କୋଟସମଲାଇକୁ ହରାଇ ସୋନପୁର ଜୟ ଦୁର୍ଗା କ୍ଲବ ଚାମ୍ପିୟନ ହୋଇଛି। ସ୍ଥାନୀୟ ମା’ କନ୍ଧେନ ବୁଢୀ କ୍ରିକେଟ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲରେ ସୋନପୁର ଖେମାଲୋଏକୁ ହରାଇଥିବା ବେଳେ ଦ୍ୱିତୀୟ ସେମିଫାଇନାଲରେ ପାତ୍ରପାଲିକୁ  ହରାଇ କୋଟସମଲାଇ ଦଳ ଫାଇନାଲରେ ପ୍ରବେଶ କରିଥିଲା।

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ମେରିକମ୍‌ଙ୍କ କୃତିତ୍ୱ

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ମେରିକମ୍‌ଙ୍କ କୃତିତ୍ୱ

ନୂଆଦିଲ୍ଲୀ, ୨୦।୧୧(ପି.ଟି.)- ତାରକା ଭାରତୀୟ ବକ୍ସର ଏମ୍‌.ସି. ମେରିକମ୍‌ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ୭ମ ପଦକ ନିଶ୍ଚିତ କରିଛନ୍ତି। 

ସ୍ମିଥ୍‌, ଓ୍ବାର୍ନରଙ୍କ ଉପରେ ବାସନ୍ଦାଦେଶ ବଳବତ୍ତର ରହିବ

ସ୍ମିଥ୍‌, ଓ୍ବାର୍ନରଙ୍କ ଉପରେ ବାସନ୍ଦାଦେଶ ବଳବତ୍ତର ରହିବ

ବ୍ରିସ୍‌ବେନ, ୨୦।୧୧(ପି.ଟି.)- ବଲ୍‌ ଟ୍ୟାମ୍ପରିଂ ମାମଲାରେ ଅଷ୍ଟ୍ରେଲିଆର ଦୁଇ ବରିଷ୍ଠ କ୍ରିକେଟର ଷ୍ଟିଭ ସ୍ମିଥ୍‌ ଓ ଡେଭିଡ୍‌ ଓ୍ବାର୍ନରଙ୍କ ସମେତ ନବାଗତ ବ୍ୟାଟ୍ସମ୍ୟାନ କେମରୁନ ବ୍ୟାନକ୍ରଫ୍ଟଙ୍କ ଉପରେ ଲାଗିଥିବା ବାସନ୍ଦାଦେଶ ଆଗାମୀ ଭାରତ ବିପକ୍ଷ ଟେଷ୍ଟ ସିରିଜ ସମୟରେ ମଧ୍ୟ ବଳବତ୍ତର ରହିବ। 

ବବ୍‌ ଅରୁମଙ୍କ ସହ ବିଜେନ୍ଦରଙ୍କ ନୂଆ ଚୁକ୍ତି

ବବ୍‌ ଅରୁମଙ୍କ ସହ ବିଜେନ୍ଦରଙ୍କ ନୂଆ ଚୁକ୍ତି

ଲସ୍‌ ଆଞ୍ଜେଲ୍ସ, ୨୦।୧୧(ପି.ଟି.)- ଷ୍ଟାର ଭାରତୀୟ ବକ୍ସର ବିଜେନ୍ଦର ସିଂ କିମ୍ବଦନ୍ତୀ ପ୍ରୋମୋଟର ବବ୍‌ ଅରୁମଙ୍କ କମ୍ପାନୀ ‘ଟପ୍‌ ର଼୍ୟାଙ୍କ’ ସହ ନୂତନ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଫଳରେ ଫ୍ରଫେଶନାଲ ବକ୍ସିଂରେ ଭାରତ ଓ ଇଂଲଣ୍ଡରେ ଅପରାଜେୟ ରହିଥିବା ବିଜେନ୍ଦର ଆସନ୍ତାବର୍ଷ ଆମେରିକାରେ ପଦାର୍ପଣ କରିବା ନିଶ୍ଚିତ ହୋଇଛି।

ଆସାମକୁ ୧୨୧ ରନରେ ଅଲ୍‌ଆଉଟ୍‌ କଲା ଓଡ଼ିଶା

ଆସାମକୁ ୧୨୧ ରନରେ ଅଲ୍‌ଆଉଟ୍‌ କଲା ଓଡ଼ିଶା

ଭୁବନେଶ୍ୱର, ୨୦।୧୧- ମଙ୍ଗଳବାରଠାରୁ ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗିତାର ୩ୟ ରାଉଣ୍ଡ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଓଡ଼ିଶା ଦଳ ପ୍ରଥମ ଦିବସରେ ଘରୋଇ ଆସାମ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଛି।

ସ୍ମୋକିଂ କରୁଥିବାବେଳେ ଧରାପଡ଼ିଲେ ପାଣ୍ଡ୍ୟା

ସ୍ମୋକିଂ କରୁଥିବାବେଳେ ଧରାପଡ଼ିଲେ ପାଣ୍ଡ୍ୟା

ମୁମ୍ବାଇ, ୨୦।୧୧- ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଧୂମପାନ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ଚାଲିଛି।

ପୋଥାସ୍‌ ଓ୍ବେଷ୍ଟଇଣ୍ଡିଜର ଅନ୍ତରୀଣ କୋଚ୍‌

ପୋଥାସ୍‌ ଓ୍ବେଷ୍ଟଇଣ୍ଡିଜର ଅନ୍ତରୀଣ କୋଚ୍‌

ସେଣ୍ଟ ଲୁସିଆ, ୨୦।୧୧- ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଦଳର ଫିଲ୍ଡିଂ କୋଚ୍‌ ନିକ୍‌ ପୋଥାସ୍‌ଙ୍କୁ ଆଗାମୀ ବାଂଲାଦେଶ ଗସ୍ତ ଲାଗି ଅନ୍ତରୀଣ କୋଚ୍‌ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରାକ୍ତନ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟୁଆର୍ଟ ଲ’ ଗତମାସରେ ଓ୍ବେଷ୍ଟଇଣ୍ଡିଜ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱରୁ ଓହରି ଯାଇଥିଲେ।

ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟର ଉଦ୍‌ଯାପିତ : ୪ ବର୍ଗରେ ଏସ୍‌ଏସ୍‌ବିକୁ ଟାଇଟଲ୍‌

ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟର ଉଦ୍‌ଯାପିତ : ୪ ବର୍ଗରେ ଏସ୍‌ଏସ୍‌ବିକୁ ଟାଇଟଲ୍‌

କଟକ ଅଫିସ, ୨୦ା୧୧- ଓଡ଼ିଶା ପୋଲିସ ଆନୁକୂଲ୍ୟରେ ଅନୁଷ୍ଠିତ ୩ୟ ସର୍ବଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ଚାମ୍ପିୟନଶିପ ସ୍ଥାନୀୟ ରିଜର୍ଭ ପୋଲିସ ଗ୍ରାଉଣ୍ଡରେ ସୋମବାର ଉଦ୍‌ଯାପିତ ହୋଇଛି । ପ୍ରତିଯୋଗିତାରେ ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି) ଦଳଗତ ଭାବେ ସର୍ବାଧିକ ୪ଟି ଟାଇଟଲ ହାସଲ କରିଛି ।  ଉଷୁ ଓ ଟାଇକୋଣ୍ଡୋର ଉଭୟ ପୁରୁଷ, ମହିଳା ବର୍ଗରେ ଏସ୍‌ଏସ୍‌ବି ଦଳ ଚାମ୍ପିୟନ ହୋଇ ଏହି ରେକର୍ଡ ସୃଷ୍ଟି କରିଛି । 

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିଜୟ ଲକ୍ଷ୍ୟରେ ଓଡ଼ିଶା

ବିଜୟ ମର୍ଚ୍ଚାଣ୍ଟ ଟ୍ରଫି: ବିଜୟ ଲକ୍ଷ୍ୟରେ ଓଡ଼ିଶା

କଟକ ଅଫିସ,୨୦ା୧୧-  ଅଗରତାଲାର ପୋଲିସ ଟ୍ରେନିଂ ଏକାଡେମୀ ଗ୍ରାଉଣ୍ଡରେ ଚାଲିଥିବା ୧୬ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି ଓଡ଼ିଶା-ତ୍ରିପୁରା ମ୍ୟାଚର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି । 

ଆର୍ଚେରୀ ଆସୋସିଏଶନ ନିର୍ବାଚନ :  ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ଆର୍ଚେରୀ ଆସୋସିଏଶନ ନିର୍ବାଚନ : ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୧୧ (ପି.ଟି.)-ଚଳିତ ଆର୍ଚେରୀ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏଏଆଇ)ର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଲାଗି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଫଳାଫଳ ବାହାରିବା ପରେ ଏହାକୁ ଚ୍ୟାଲେଞ୍ଜ କରି କୌଣସି ପିଟିଶନ ଦାଖଲ କରାଗଲେ ଏହା ବିଚାରକୁ ନିଆଯାଇ ପାରେ।  

ଏଆଇବିଏ ମହିଳା ବିଶ୍ୱ ବକ୍ସିଂ:  କ୍ୱାର୍ଟରରେ ୮ ଭାରତୀୟ

ଏଆଇବିଏ ମହିଳା ବିଶ୍ୱ ବକ୍ସିଂ: କ୍ୱାର୍ଟରରେ ୮ ଭାରତୀୟ

ନୂଆଦିଲ୍ଲୀ,୨୦।୧୧(ପି.ଟି.)- ଏଠାରେ ଚାଲିଥିବା ଏଆଇବିଏ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ଭାରତୀୟ ଖେଳାଳିଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଜଜିଂରେ ଦେଖାଦେଇଥିବା ବିବାଦ ଭାରତୀୟ ମହିଳା ବକ୍ସରଙ୍କ ପ୍ରଦର୍ଶନକୁ ପ୍ରଭାବିତ କରି ପାରିନାହିଁ। ସୋମବାର ୮ଜଣ ଭାରତୀୟ ବକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। 

ଭାରତ- ଅଷ୍ଟ୍ରେଲିଆ ସିରିଜ:ସ୍ପୋଟର୍‌ସ ଫ୍ଲାଶେସକୁ ଅଡିଓ ରାଇଟ୍ସ

ଭାରତ- ଅଷ୍ଟ୍ରେଲିଆ ସିରିଜ:ସ୍ପୋଟର୍‌ସ ଫ୍ଲାଶେସକୁ ଅଡିଓ ରାଇଟ୍ସ

ନୂଆଦିଲ୍ଲୀ,୨୦।୧୧(ପି.ଟି.)-  ଜଣାଶୁଣା ମଲ୍ଟି ସ୍ପୋଟର୍‌ସ ଆପ୍‌ ‘ସ୍ପୋଟର୍‌ସ ଫ୍ଲାଶେସ୍‌’ ଆଗାମୀ ଭାରତ- ଅଷ୍ଟ୍ରେଲିଆ କ୍ରିକେଟ ସିରିଜର ଅଡିଓ ବ୍ରଡକାଷ୍ଟ ରାଇଟ୍ସ ହାସଲ କରିଛି। ସୋନୀ ପିକ୍ଚର୍ସ ନେଟଓ୍ବର୍କ ଲିମିଟେଡଠାରୁ ସ୍ପୋଟର୍‌ସ ଫ୍ଲାଶେସ ଏହି ଅଧିକାର ହାସଲ କରିଛି।