ଖେଳ |

ଜାପାନ ଓପନ୍‌ : ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ

ଜାପାନ ଓପନ୍‌ : ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ, ପ୍ରଣୟ
ଟୋକିଓ,୧୨।୯(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଜାପାନ ଓପନ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ୩ଜଣ ଭାରତୀୟ ଖେଳାଳି ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀ ପି.ଭି. ସିନ୍ଧୁ, କିଡାମ୍ବୀ ଶ୍ରୀକାନ୍ତ ଓ ଏଚ୍‌.ଏସ୍‌. ପ୍ରଣୟ ପ୍ରଥମ ରାଉଣ୍ଡ ମୁକାବିଲାରେ ବିଜୟୀ ହୋଇଛନ୍ତି। ତୃତୀୟ ସିଡ ମାନ୍ୟତା ପାଇଥିବା ସିନ୍ଧୁ ୫୩ ମିନିଟରେ ଅଣ ସିଡ୍‌ ସ୍ଥାନୀୟ ଖେଳାଳି ସାୟାକା ସାକାହାଶୀଙ୍କୁ ୨୧-୧୭, ୭-୨୧, ୨୧-୧୩ରେ ହରାଇ ଅଗ୍ରଗତି କରିଛନ୍ତି। ସିନ୍ଧୁ ପରବର୍ତ୍ତୀ ରାଉଣ୍ଡରେ ଚାଇନାର ଫାଙ୍ଗଜି ଗାଓଙ୍କୁ ଭେଟିବେ। ଗାଓ ୨୧-୧୦, ୨୧-୮ରେ ଭାରତ ବୈଷ୍ଣବୀ ରେଡ୍ଡୀ ଜାକ୍କାଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। 
ଅନ୍ୟପଟେ ପୁରୁଷ ସିଙ୍ଗଲ୍ସରେ ପ୍ରଣୟ ଏବେକାର ଏସିଆନ ସ୍ବର୍ଣ୍ଣ ପଦକ ବିଜେତା ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ପ୍ରଥମ ରାଉଣ୍ଡରେ ୨୧-୧୮, ୨୧-୧୭ରେ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଶ୍ରୀକାନ୍ତ ଚାଇନାର ୟୁଜିଆଙ୍ଗ୍‌ ହୁଆଙ୍ଗଙ୍କୁ  ପ୍ରଥମ ରାଉଣ୍ଡରେ ୨୧-୧୩, ୨୧-୧୫ରେ ହରାଇ ଦ୍ୱିତୀୟ ରାଉଣ୍ଡକୁ ଉଠିଛନ୍ତି। ପ୍ରଣୟ ଏବେ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକା ଗିଣ୍ଟିଂଙ୍କୁ ଭେଟିବେ। ସେହିପରି ଶ୍ରୀକାନ୍ତ ହଂକଂର ଭିନସେଣ୍ଟ ଓ୍ବଙ୍ଗ୍‌ ଓ୍ବିଙ୍ଗ୍‌ କିଙ୍କୁ ଭେଟିବେ। ଉଭୟ ଶ୍ରୀକାନ୍ତ ଓ ପ୍ରଣୟ ଗତ ଏସିଆନ ଗେମ୍ସର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଥିଲେ।  ତେବେ ଅନ୍ୟତମ ଭାରତୀୟ ଖେଳାଳି ସମୀର ବର୍ମା ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। 
ମିକ୍ସଡ ଇଭେଣ୍ଟରେ ଭାରତର ସାତ୍ତ୍ୱିକ ସାଇରାକ ରାଙ୍କିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଓପନିଂ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ତେବେ ଅନ୍ୟତମ ଭାରତୀୟ ମିକ୍ସଡ ଡବଲ୍ସ ଯୋଡି ପ୍ରଣବ ଜେରୀ ଚୋପ୍ରା ଓ ଏନ୍‌. ସିକ୍କି ରେଡ୍ଡୀ ପ୍ରଥମ ରାଉଣ୍ଡରେ ୨୧- ୯, ୨୧- ୬ରେ ମାଲେସିଆ ଯୋଡି ମାଥ୍ୟୁ ଫୋଗାର୍ତି ଓ ଇସାବେଲ ଝୋଙ୍ଗଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଚୋପ୍ରା- ରେଡ୍ଡୀ ଏବେ ଅନ୍ୟତମ ମାଲେସିଆ ଯୋଡି ପେଙ୍ଗ ସୁନ ଚାଙ୍ଗ ଓ ଲିଓୟିଙ୍ଗ୍‌ ଗୋଙ୍କୁ ଭେଟିବେ। 
All Right Reserved By

ଖେଳ |

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ମୁମ୍ବାଇକୁ ୫ ଉଇକେଟ୍‌ରେ ହରାଇଲା ରାଜସ୍ଥାନ

ଜୟପୁର, ୨୦।୪(ପି.ଟି.)- ଆଇପିଏଲ୍‌ରେ ଶନିବାର ଅପରାହ୍ନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଘରୋଇ ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫ ଉଇକେଟରେ ୧୬୧ ରନ କରିଥିବାବେଳେ ରାଜସ୍ଥାନ ୫ଟି ବଲ୍‌ ଓ ୫ ଉଇକେଟ୍‌ ବଳକା ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଅଧିନାୟକ ପଦକୁ ଫେରିଥିବା ଷ୍ଟିଭ ସ୍ମିଥ୍‌ ନେତୃତ୍ୱର ପ୍ରଥମ ମ୍ୟାଚ୍‌ରେ ବିଜୟ ସ୍ବାଦ ଚାଖିଛନ୍ତି। ପ୍ରତିଯୋଗିତାରେ ରାଜସ୍ଥାନ ୯ମ ମ୍ୟାଚ୍‌ରୁ ଏହା ୩ୟ ବିଜୟ ଥିଲା। ଦଳ ୬ ପଏଣ୍ଟ ସହ ଟେବୁଲ ତାଲିକାର ୭ମ ସ୍ଥାନରେ ରହିଛି। ଅପରପକ୍ଷରେ ମୁମ୍ବାଇ ୧୦ ମ୍ୟାଚ୍‌ରୁ ୪ ପରାଜୟ ଓ ୬ ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପଛକୁ ୨ୟ ସ୍ଥାନରେ ରହିଛି।

ବକ୍ସର ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ

ବକ୍ସର ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ

 ଲସ୍‌ଆଞ୍ଜେଲ୍ସ, ୨୦ା୪ (ଏଏଫ୍‌ପି)-ଆମେରିକୀୟ ବକ୍ସର ଜାରେଲ ମିଲର ଦ୍ୱିତୀୟ ଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି।  ୟୁଏସ ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇଛି। ମିଲର ପ୍ରଥମ ଟେଷ୍ଟରେ ବିଫଳ ହେବା ପରେ ନ୍ୟୁୟର୍କ ବକ୍ସିଂ ଅଫିସିଆଲମାନେ ବୁଧବାର ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ମିଲରଙ୍କ ନିକଟରେ ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବାଡା) ଦ୍ୱାରା ହୋଇଥିବା ଡୋପ୍‌ ଟେଷ୍ଟରେ ପଜିଟିଭ ଆସିଥିଲ। ତାଙ୍କ ସାମ୍ପଲରେ ନିଷିଦ୍ଧ ହ୍ୟୁମ୍ୟାନ ଗ୍ରୋଥ୍‌ ହରମୋନ୍‌ (ଏଚ୍‌ଜିଏଚ୍‌) ମାତ୍ରା ଠାବ କରାଯାଇଥିଲା। ମିଲର ଜୁନ୍‌ ୧ରେ ହେଭିଓ୍ବେଟ୍‌ ଚାମ୍ପିୟନ ଆନ୍ଥୋନୀ ଜୋସୁଆଙ୍କ ସହିତ ଲଢେଇ କରିବା କାର୍ଯ୍ୟକ୍ରମ ରହିଥିଲା।  

କୁଲଦୀପଙ୍କ ଆଖିରେ ଲୁହ

କୁଲଦୀପଙ୍କ ଆଖିରେ ଲୁହ

 ଭାରତୀୟ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା କୁଲଦୀବ ଯାଦବଙ୍କୁ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ମୋଏନ ଅଲି କନ୍ଦାଇ ଦେଇଛନ୍ତି।

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

କ୍ରିକେଟରୁ ଦୂରେଇଲେ ଇଂଲଣ୍ଡ ଓପନର ହେଲ୍ସ

ଲଣ୍ଡନ,୨୦।୪- ବିଶ୍ୱକପ୍‌ ଲାଗି ଘୋଷିତ ସାମ୍ଭବ୍ୟ ଇଂଲଣ୍ଡ ଦଳରେ ସ୍ଥାନ ପାଇଛନ୍ତି ବ୍ୟାଟ୍ସମ୍ୟାନ ଆଲେକ୍ସ ହେଲ୍ସ। ହେଲେ ସେ ବ୍ୟକ୍ତିଗତ

ଆଇପିଏଲରୁ ଓହରିଲେ ବଟଲର

ଆଇପିଏଲରୁ ଓହରିଲେ ବଟଲର

ଜୟପୁର,୨୦।୪- ଜସ ବଟଲରଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଅଭିଯାନ ଶନିବାର ଶେଷ ହୋଇଛି।

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋହଲିଙ୍କୁ ମଙ୍କଡିଙ୍ଗ୍‌ ଡର

କୋଲକାତା,୨୦।୪- ରବିଚନ୍ଦ୍ରନ ଅଶ୍ୱିନ ରାଜସ୍ଥାନ ରୟାଲ୍ସ ଦଳର ଓପନର ଜୋସ ବଟଲରଙ୍କୁ ବିବାଦୀୟ ଢଙ୍ଗରେ ଆଉଟ୍‌ କରିବା ପରେ ଆଇପିଏଲରେ ନନ୍‌ ଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ମଙ୍କଡିଙ୍ଗ୍‌ ଭୟ ଘାରିଛି। 

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ହାର୍ଦ୍ଦିକ, ରାହୁଲଙ୍କୁ ଜରିମାନା

ମୁମ୍ବାଇ,୨୦।୪- ଟିଭି ଶୋ’ କଫି ଓ୍ବିଥ କରନରେ ମହିଳାଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେବା ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ ଦଣ୍ଡିତ କରାଯାଇଛି। 

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ ରୟାଲ୍ସ ନୂଆ ଅଧିନାୟକ ସ୍ମିଥ

ରାଜସ୍ଥାନ,୨୦।୪- ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ ଦଳର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାନେଙ୍କୁ ବିଦା କରାଯାଇଛି।

ଗେଲ୍‌ଙ୍କଠାରୁ ଆଗରେ ରସେଲ

ଗେଲ୍‌ଙ୍କଠାରୁ ଆଗରେ ରସେଲ

କୋଲକାତା,୨୦।୪- ଛକା ଲଗାଇବାରେ ୟୁନିଭର୍ସାଲ ବସ ଭାବେ ପରିଚିତ କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆନ୍ଦ୍ରେ ରସେଲ।

କଦାପି ନୋ ବଲ ପକାଇ ନ ଥିବା ବୋଲର

କଦାପି ନୋ ବଲ ପକାଇ ନ ଥିବା ବୋଲର

ଆଧୁନିକ କ୍ରିକେଟରେ ବୋଲରମାନେ ନୋ ବଲ ପକାଇବା ଏକ ସାଧାରଣ କଥା। ହେଲେ ଏମିତି ବହୁ କିମ୍ବଦନ୍ତୀ କ୍ରିକେଟର

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ ମାଷ୍ଟର୍ସରୁ ଜୋକୋଭିଚ୍‌ଙ୍କ ବିଦାୟ

ମଣ୍ଟେ କାର୍ଲୋ, ୨୦।୪- ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ଏଠାରେ ଚାଲିଥିବା ମଣ୍ଟେ କାର୍ଲୋ ମାଷ୍ଟର୍ସ ପ୍ର୍‌ତିଯୋଗିତାରୁ ବିଦାୟ ନେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଡାନିଲ ମେଡଭେଡେଭ ୬-୩, ୪-୬, ୬-୨ ସେଟ୍‌ରେ ଜୋଭୋଭିଚ୍‌ଙ୍କୁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ରୁଷିଆର ଡାନିଲଙ୍କୁ ୨ ଘଣ୍ଟା ୨୦ ମିନିଟ୍‌ ସମୟ ଲାଗିଥିଲା। 

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ଚର୍ଚ୍ଚାରେ ପ୍ରଜ୍ଞାନ ଓଝାଙ୍କ ଟୁଇଟ୍‌

ହାଇଦ୍ରାବାଦ, ୨୦।୪- ଇଂଲଣ୍ଡରେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ନିକଟରେ ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। 


Model This Week

କ୍ରିଷ୍ଣା
Why Dharitri