ଖେଳ |

ଅନ୍ତିମ ଟେଷ୍ଟ: ରାହୁଲ, ରିଷଭଙ୍କ ଲଢୁଆ ଶତକ ସତ୍ତ୍ୱେ ଭାରତ ହାରିଲା

ଅନ୍ତିମ ଟେଷ୍ଟ: ରାହୁଲ, ରିଷଭଙ୍କ ଲଢୁଆ ଶତକ ସତ୍ତ୍ୱେ ଭାରତ ହାରିଲା
ଲଣ୍ଡନ, ୧୨।୯(ପି.ଟି.)- ଓପନର ଲୋକେଶ ରାହୁଲ ଓ ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଲଢୁଆ ଶତକ ସତ୍ତ୍ୱେ ଭାରତ ଘରୋଇ ଇଂଲଣ୍ଡଠାରୁ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ୧୧୮ ରନରେ ପରାସ୍ତ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ହାଇପ୍ରୋଫାଇଲ ସିରିଜରେ ଇଂଲଣ୍ଡ ୪-୧ ବ୍ୟବଧାନରେ ବିଜୟୀ ହୋଇଛି। ବିଦାୟୀ ଟେଷ୍ଟରେ ଇଂଲଣ୍ଡ ଓପନ ଆଲିଷ୍ଟର କୁକ୍‌ ମ୍ୟାନ ଅଫ ଦି ମ୍ୟାଚ ବିବେଜିତ ହୋଇଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଇଂଲଣ୍ଡ ଯୁବ ଅଲରାଉଣ୍ଡର ଯୁଗ୍ମ ଭାବେ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି। 
ସ୍ଥାନୀୟ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୪୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିବା ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୧୨.୧ ଓଭରରେ ୮ ଉଇକେଟ ହରାଇ ୪୨୩ ରନ କରି ଇନିଂସ ଘୋଷଣା କରିଥିଲା। ଫଳରେ ଭାରତ ସମ୍ମୁଖରେ ୪୬୪ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ ମଙ୍ଗଳବାର ଅନ୍ତିମ ଦିବସରେ ୯୪.୩ ଓଭରରେ ୩୪୫ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ରାହୁଲ ୧୪୯ ଓ ରିଷଭ ୧୧୪ ରନର ଶତକୀୟ ପାଳି ଖେଳି ଇଂଲଣ୍ଡ ବୋଲରଙ୍କୁ ନିରାଶ କରିଥିଲେ ମଧ୍ୟ ଶେଷରେ ପ୍ୟାଭିଲିୟନ ଫେରିଛନ୍ତି। ଇଂଲଣ୍ଡ ବିଜୟୀ ହୋଇଥିଲେ ମଧ୍ୟ ରାହୁଲ ଓ ରିଷଭଙ୍କ ଲଢୁଆ ଶତକ ଅନ୍ତିମ ଦିବସର ମୁଖ୍ୟ ଘଟଣାଥିଲା।  
ଚତୁର୍ଥ ଦିବସର ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୫୮/୩ରୁ ଭାରତ ଖେଳ ଆରମ୍ଭ କରିଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ରାହୁଲ ଓ ଅଜିଙ୍କ୍ୟ ରାହାନେ ଦେଖିଚାହିଁ ଆରମ୍ଭ କରିଥିଲେ। ୧୦ ରନରୁ ଖେଳ ଆରମ୍ଭ କରି ରାହାନେ ୩୭ ରନ କରି ମୋଇନ ଅଲୀଙ୍କ ବଲରେ କିଟନ ଜେନିଙ୍ଗ୍ସଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ସେହିପରି ରାହୁଲ ୪୬ ରନରୁ ଖେଳ ଆରମ୍ଭ କରି ଦମ୍‌ଦାର ପ୍ରଦର୍ଶନ କରି ଶତକ ହାସଲ କରିଥିଲେ। ତେବେ ସେ ୧୪୯ ରନ କରିଥିବା ବେଳେ ସ୍ପିନର ଆଦିଲ ରସିଦଙ୍କ ବଲ୍‌ରେ କ୍ଲିନ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ରାହାନେଙ୍କ ପରେ ପ୍ରଥମ ଇନିଂସରେ ୫୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା ନବାଗତ ହନୁମା ବିହାରୀ ଖାତା ଖୋଲିବା ପୂର୍ବରୁ ବେନ ଷ୍ଟୋକ୍ସଙ୍କ ବଲରେ ଉଇକେଟ କିପର ଜନି ବେୟାରଷ୍ଟୋଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରିଷଭ ବ୍ୟାଟିଂ କରିବାକୁ ଆସି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ଶତକ ହାସଲ କରିନେଇଥିଲେ। ତେବେ ସେ ୧୧୪ ରନ କରିଥିବା ବେଳେ ମୋଇନଙ୍କୁ କ୍ୟାଚ୍‌ ଦେଇ ରସିଦଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ରାହୁଲ ଓ ରାହାନେ ଚତୁର୍ଥ ଉଇକେଟ ଯୋଡିରେ ୧୧୮ ରନ ସଂଗ୍ରହ କରିଥିଲେ। ସେହିପରି ଷଷ୍ଠ ଉଇକେଟ ଯୋଡିରେ ରାହୁଲ ଓ ରିଷଭ ୨୦୪ ରନ କରି ଇଂଲଣ୍ଡ ବୋଲରଙ୍କୁ ହତାଶ କରିଥିଲେ। ଏହାପରେ ରବୀନ୍ଦ୍ର ଜାଡେଜା ୧୩, ଈଶାନ୍ତ ଶର୍ମା ୫ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସାମି ଖାତା ଖୋଲିପାରି ନ ଥିଲେ। ଯଶପ୍ରୀତ ବୁମରା ବିନାସ୍କୋରରେ ଅପରାଜିତ ରହିଥିଲେ।  ବୋଲିଂରେ ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ ସର୍ବାଧିକ ୩, ରସିଦ ଓ ସାମ କୁରାନ ଦୁଇଟି ଲେଖାଏ, ଷ୍ଟୁଆର୍ଟ ବ୍ରଡ, ମୋଇନ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। 
ପୂର୍ବରୁ ଟସ୍‌ ଜିତି ଇଂଲଣ୍ଡ ପ୍ରଥମ ଇନିଂସରେ ୧୨୨ ଓଭରରେ ୩୩୨ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ପ୍ରଥମ ଇନିଂସରେ ୯୫ ଓଭରରେ ୨୯୨ ରନ କରି ଅଲଆଉଟ ହେବା ସହ ୪୦ ରନ ପଛରେ ପଡିଥିଲା। 
ସଂକ୍ଷିପ୍ତ ସ୍କୋର: 
ଇଂଲଣ୍ଡ ପ୍ରଥମ ଇନିଂସ- ୧୨୨ ଓଭରରେ ୩୩୨ ଅଲଆଉଟ୍‌। 
ଭାରତ ପ୍ରଥମ ଇନିଂସ- ୯୫ ଓଭରରେ ୨୯୨ ଅଲଆଉଟ
ଇଂଲଣ୍ଡ ଦ୍ୱିତୀୟ ଇନିଂସ- ୧୧୨.୩ ଓଭରରେ ୪୨୩/୮ (ଇନିଂସ ଘୋଷଣା)
ଭାରତ ଦ୍ୱିତୀୟ ଇନିଂସ- ୯୪.୩  ଓଭରରେ ୩୪୫ ଅଲଆଉଟ
(ରାହୁଲ- ୧୪୯, ରିଷଭ- ୧୧୪, ରାହାନେ-୩୭, ଆଣ୍ଡରସନ- ୩/୪୫, କୁରାନ- ୨/୨୩, ରସିଦ- ୬୩)।
All Right Reserved By

ଖେଳ |

ଭାରତକୁ ୨ ସ୍ବର୍ଣ୍ଣ, ଫେଡେରେଶନକୁ ରୌପ୍ୟ

ଭାରତକୁ ୨ ସ୍ବର୍ଣ୍ଣ, ଫେଡେରେଶନକୁ ରୌପ୍ୟ

ସ୍ପେନର ସାଣ୍ଟିଆଗୋଠାରେ ବିଶ୍ୱ କ୍ୟାଡେଟ୍‌ ଚେସ୍‌ ଚାମ୍ପିୟନଶିପ୍‌ (୮, ୧୦, ୧୨ ବର୍ଷରୁ କମ୍‌ ବାଳିକା-ବାଳକ) ଉଦ୍‌ଯାପିତ ହୋଇଛି। ଏହା ଚଳିତମାସ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଚଲିଥିଲା। ଏହାର ୬ଟି କାଟେଗୋରିରେ ମୋଟ ୨୧ ଭାରତୀୟ ଖେଳାଳି ଅଂଶଗ୍ରହଣ କରିଥିଲେ। 

ରଣଜୀରେ ୩ୟ ସର୍ବାଧିକ ରନ୍‌ ପିଛା କଲା ରାଜସ୍ଥାନ

ରଣଜୀରେ ୩ୟ ସର୍ବାଧିକ ରନ୍‌ ପିଛା କଲା ରାଜସ୍ଥାନ

ଜୟପୁର,୧୬।୧୧- ଚଳିତ ରଣଜୀ ସିଜନର ୨ୟ ପର୍ଯ୍ୟାୟରେ ରାଜସ୍ଥାନ ଦଳ ୩ୟ ସର୍ବାଧିକ ରନ୍‌ ପିଛା କରି ସର୍ଭିସେସ ବିପକ୍ଷରେ ବିଜୟ ଲାଭ କରିଛି। ଦଳକୁ ବିଜୟ ଲାଗି ଅନ୍ତିମ ଇନିଂସ୍‌ରେ ୩୫୭ ରନ୍‌ର ଆବଶ୍ୟକ ଥିଲା। 

ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌: କ୍ୱାର୍ଟରରେ ଲକ୍ଷ୍ୟ

ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌: କ୍ୱାର୍ଟରରେ ଲକ୍ଷ୍ୟ

ମାର୍ଖାମ,୧୬।୧୧- ଭାରତୀୟ ଯୁବ ବ୍ୟାଡ୍‌ମିଣ୍ଟନ ଖେଳାଳି  ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବିଡ୍‌ବଲ୍ୟୁଏଫ୍‌ ବିଶ୍ୱ ଜୁନିୟର ଚାମ୍ପିୟନଶିପ୍‌ର  ପୁରୁଷ ସିଙ୍ଗଲ୍ସ ବର୍ଗରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ବିଶ୍ୱକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ

ବିଶ୍ୱକପ୍‌ ଲାଗି ପାକିସ୍ତାନ ଦଳ ଘୋଷିତ

କରାଚୀ,୧୬।୧୧(ପି.ଟି.)- ପାକିସ୍ତାନ ହକି ଫେଡେରେଶନ (ପିଏଚ୍‌ଏଫ୍‌)ପକ୍ଷରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍‌ ଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। 

ଆଇସିୟୁରେ ସିଆଇଏଲ ଗୋଲକିପର

ଆଇସିୟୁରେ ସିଆଇଏଲ ଗୋଲକିପର

ବାଙ୍ଗାଲୋର,୧୬।୧୧- ଫୁଟ୍‌ବଲରେ ଖରାପ ଖେଳ ଯୋଗୁ ଖେଳାଳିମାନେ ଆହତ ହୁଅନ୍ତି। ଏହାର ଉଦାହରଣ ବାଙ୍ଗାଲୋର ଡିଷ୍ଟ୍ରିକ୍ଟ ଫୁଟ୍‌ବଲ ଆସୋସିଏଶନ (ବିଡିଏଫ୍‌ଏ) ସୁପର ଡିଭିଜନ ଲିଗରେ ଦେଖିବାକୁ ମିଳିଛି। 

ଗମ୍ଭୀର, ଯୁବରାଜଙ୍କୁ ଛାଡ଼ିଲେ ଫ୍ରାଞ୍ଚାଇଜ

ଗମ୍ଭୀର, ଯୁବରାଜଙ୍କୁ ଛାଡ଼ିଲେ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୧୬।୧୧- ଦେଶର ଦୁଇ ବରିଷ୍ଠ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଓ ଯୁବରାଜ ସିଂ (ଯୁବି) ଆଗାମୀ ଆଇପିଏଲ ସିଜନରେ ନ ଖେଳିବାର ବିଶେଷ ସମ୍ଭାବନା ସୃଷ୍ଟି ହୋଇଛି। 

ମିଥାଲିଙ୍କ ନାମରେ ରେକର୍ଡ

ମିଥାଲିଙ୍କ ନାମରେ ରେକର୍ଡ

ନୂଆଦିଲ୍ଲୀ,୧୬।୧୧- ଭାରତୀୟ ପୁରୁଷ ଦଳର ଓପନର ରୋହିତ ଶର୍ମାଙ୍କ ଅତିକ୍ରମ କରିବାର ଗୋଟିଏ ମ୍ୟାଚ୍‌ ପରେ ମହିଳା ଭାରତୀୟ ଦଳର ଭେଟେରାନ ମିଥାଲି ରାଜ ରେକର୍ଡର ଅଧିକାରୀ ହୋଇଛନ୍ତି।

ହକି ବିଶ୍ୱକପ୍‌ : ୨୮ରେ ବାରବାଟୀରେ ରହମାନ ଶୋ ସମ୍ଭାବନା

ହକି ବିଶ୍ୱକପ୍‌ : ୨୮ରେ ବାରବାଟୀରେ ରହମାନ ଶୋ ସମ୍ଭାବନା

କଟକ ଅଫିସ,୧୬ା୧୧- ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ଆସନ୍ତା ୨୮ରେ ବାରବାଟୀ ଷ୍ଟାଡିୟମରେ ରଖି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ଓସ୍କାର ବିଜେତା ଏ.ଆର. ରହମାନ ଯୋଗଦେବା ସମ୍ଭାବନା ରହିଛି। 

ରାଜ୍ୟ ସ୍ନୁକର: ସୁବ୍ରତ-ଆକାଶ ଫାଇନାଲ

ରାଜ୍ୟ ସ୍ନୁକର: ସୁବ୍ରତ-ଆକାଶ ଫାଇନାଲ

କଟକ ଅଫିସ, ୧୬ା୧୧-ଦି ବିଲିୟାଡର୍‌ସ ଆଣ୍ଡ ସ୍ନୁକର ଆସୋସିଏଶନ ଅଫ ଓଡ଼ିଶା(ବିଏସ୍‌ଏଓ) ଆନୁକୂଲ୍ୟରେ କଟକ କ୍ଲବରେ ଚାଲିଥିବା ରାଜ୍ୟ ସିନିୟର ସ୍ନୁକର ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲା ସୁବ୍ରତ ଦାସ ଓ ଆକାଶ ମହାପାତ୍ରଙ୍କ ମଧ୍ୟରେ ହେବ।

ଓଡ଼ିଶା-ଆସାମ ରଣ୍‌ଜୀ ମ୍ୟାଚ୍‌: ଦଳକୁ ଫେରିଲେ ରାଜେଶ, ଧୀରଜ

ଓଡ଼ିଶା-ଆସାମ ରଣ୍‌ଜୀ ମ୍ୟାଚ୍‌: ଦଳକୁ ଫେରିଲେ ରାଜେଶ, ଧୀରଜ

କଟକ ଅଫିସ,୧୬ା୧୧- ଆସନ୍ତା ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଗୁଆହାଟୀର ନେହେରୁ ଷ୍ଟାଡିୟମରେ ଚଳିତ ରଣ୍‌ଜୀ ସିଜନର ପରବର୍ତ୍ତୀ ମ୍ୟାଚ୍‌ରେ ଓଡ଼ିଶା ଘରୋଇ ଆସାମ ଦଳକୁ ଭେଟିବ।

ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ

ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ

ଗୁୟାନା, ୧୫।୧୧(ପି.ଟି.)- ଚଳିତ ମହିଳା ଟି୨୦ ବିଶ୍ୱକପ୍‌ରେ  ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରି ୨୦୧୦ ପରେ ପ୍ରଥମଥର ପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। 

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ- ଖୋ ଉଦ୍‌ଘାଟିତ

ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଖୋ- ଖୋ ଉଦ୍‌ଘାଟିତ

ଭୁବନେଶ୍ୱର,୧୬।୧୧(ସ୍ପେଟର୍‌ସ ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାୟ କ୍ରୀଡା ପରିଷଦ ଆନୁକୂଲ୍ୟରେ ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ଖୋ- ଖୋ ପ୍ରତିଯୋଗିତା ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଛି।