ଖେଳ |

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌
ଭୁବନେଶ୍ୱର, ୧୨।୯ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୫ରୁ ୨୮ ତାରିଖ ମଧ୍ୟରେ ୫୮ତମ ଜାତୀୟ ଓପନ୍‌ ଆଥଲେଟିକ ଚାମ୍ପିୟଶିପ ଆୟୋଜନ ହେବ। ଚଳିତ ସେସନର ଏହା ଶେଷ ମେଜର ଚାମ୍ପିୟନଶିପ୍‌ ହୋଇଥିବାରୁ ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଗୁରୁତ୍ୱ ବେଶ୍‌ ବଢିଯାଇଛି।  ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ସାଧାରଣ ସମ୍ପାଦକ ସି.କେ. ଭାଲସନ ମଙ୍ଗଳବାର ଏଠାରେ ଆୟୋଜିତ ଏକ ଖବରଦାତା ସମ୍ମଳନୀରେ ଯୋଗ ଦେଇ ଏହି ଆଥଲେଟିକ୍‌ ଚାମ୍ପିୟନଶିପ୍‌ ସଂକ୍ରାନ୍ତରେ ବିଶେଷ ଭାବେ ସୂଚନା ପ୍ରଦାନ କରିଥିଲେ। ଏହି ମେଗା ଇଭେଣ୍ଟରେ ପାଖାପାଖି ୬୦୦ ଆଥଲେଟ୍‌ ଅଂଗ୍ରହଣ କରିବେ। ଦେଶର ସବୁ ରାଜ୍ୟ ଓ ରେଲଓ୍ବେ, ସର୍ଭିସେସ, ଏଲଆଇସି ଓ ପୋଲିସ ଭଳି ବୋର୍ଡରୁ ଆଥଲେଟମାନେ ଭାଗ ନେବେ ବୋଲି ସେ କହିଥିଲେ। ସବୁଠାରୁ ବଡ଼ କଥା ହେଉଛି ଜାପାନ ଭଳି ଦେଶରୁ ମଧ୍ୟ ଆଥଲେଟମାନେ ଏହି ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ୩ଜଣ ଜାପାନୀ ମହିଳା ସ୍ପ୍ରିଣ୍ଟର ଏହି ଇଭେଣ୍ଟରେ ଏଥର ଭାଗ ନେବେ। ଜାପାନାର ହିଟୋମି ସିମୁରା ମହିଳା ୧୦୦ ମିଟର ହର୍ଡଲ୍ସ, ସାୟାକା ଆଓକି ମହିଳା ୪୦୦ ମିଟର ହର୍ଡଲ୍ସ ଓ ତାକେଇସି କୋନୋମି ୪୦୦ ମିଟର ରେସ୍‌ରେ ଅଂଶଗ୍ରହଣ କରିବେ। ଏଥିରେ ଅଂଶଗ୍ରହଣ କରିବାକୁ ଜାପାନ ଖେଳାଳିମାନେ ଅନୁରୋଧ କରିଥିଲେ ଓ ଏହାକୁ ଆମେ ସାଦରେ ଗ୍ରହଣ କରିଛୁ ବୋଲି ଭାଲସନ କହିଛନ୍ତି। ଭାରତ ଏବେ ଏସିଆରେ ଅନ୍ୟତମ ଆଥଲେଟିକ୍‌ ପାଓ୍ବାର ହାଉସ ରୂପେ ଉଭା ହୋଇଛି। ତେଣୁ ବିଦେଶରୁ ମଧ୍ୟ ଖେଳାଳିମାନେ ଆମ ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ମଧ୍ୟ ଖୁସିର କଥା ବୋଲି ସେ କହିଛନ୍ତି। ଏହି ଚାମ୍ପିୟନଶିପ୍‌ରେ ଦେଶର ତାରକା ଆଥଲେଟ ଅଂଶଗ୍ରହଣ କରିବେ ବୋଲି ସେ ସୂଚନା ଦେଇଥିଲେ। ତାରକା ଜାଭେଲିନ ଥ୍ରେୟର ନିରଜ ଚୋପ୍ରା ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ। ତେବେ ତାରକା ମହିଳା ସ୍ପ୍ରିଣ୍ଟର ହିମା ଦାସ ଇଞ୍ଜୁରି କାରଣରୁ ଏଥିରେ ଭାଗ ନେବେ ନାହିଁ। ଓଡ଼ିଆ ମହିଳା ସ୍ପ୍ରିଣ୍ଟର ଶ୍ରାବଣୀ ନନ୍ଦ ମଧ୍ୟ ଇଞ୍ଜୁରି କାରଣରୁ ଅଂଶଗ୍ରହଣ କରିବେ ନାହିଁ। ତେବେ ଅନ୍ୟ ତାରକା ଆଥଲେଟଙ୍କ ଅଂଶଗ୍ରହଣ କରିବା ନେଇ ପରେ ଘୋଷଣା କରାଯିବ ବୋଲି ଭାଲସନ କହିଥିଲେ। 
ଭୁବେନେଶ୍ୱର ଏବେ ‘ପାରାଡାଇଜ ସିଟି ଅଫ୍‌ ସ୍ପୋଟର୍‌ସ’ ଅର୍ଥାତ କ୍ରୀଡ଼ାର ସ୍ବର୍ଗ ବନିଯାଇଛି ବୋଲି ଭାଲସନ କହିଥିଲେ। ଏଥି ପାଇଁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବା ସହ ଭୂୟସୀ ପ୍ରଶଂସା କରିଛନ୍ତି । ଓଡ଼ିଶା ସରକାରଙ୍କ ପ୍ରଚେଷ୍ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଗୋଟିଏ ପରେ ଗୋଟିଏ ମେଜର ଇଭେଣ୍ଟ  ବେଶ୍‌ ସଫଳତା ସହ ଆୟୋଜିତ ହୋଇଛି। ବିଶ୍ୱକ୍ରୀଡ଼ା ମାନଚିତ୍ରରେ ଭୁବନେଶ୍ୱର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ମାତ୍ର ୯୦ ଦିନ ମଧ୍ୟରେ ସରକାରଙ୍କ ପ୍ରଚେଷ୍ଟାରେ ଏଠାରେ ଗତବର୍ଷ ଏସିଆନ ଆଥଲେଟିକ୍ସ ଗେମ୍ସ ବେଶ୍‌ ସଫଳତାର ସହ ଆୟୋଜିତ ହୋଇଥିଲା ଓ ସାରା ବିଶ୍ୱ ପାଇଁ ଏହା ଏକ ଉଦାହରଣ ସୃଷ୍ଟି କରିଥିଲା ବୋଲି ଭାଲସନ କହିଛନ୍ତି। ଏଥିପାଇଁ ସେ ଓଡ଼ିଶା ସରକାର ଓ ଓଡ଼ିଶା ଆଥଲେଟିକ ଆସୋସିଏଶନ (ଓଏଏ)କୁ  କୃତଜ୍ଞତା ଜଣାଇଛନ୍ତି। ପୁଣି ଥରେ କଳିଙ୍ଗ ଷ୍ଟାଡିୟମରେ ଆଉ ଏକ ମେଗା ଇଭେଣ୍ଟର ଆୟୋଜନ ସଫଳ ହେବ ବୋଲି ଭାଲସନ କହିଛନ୍ତି। 
ଜାକର୍ତ୍ତାଠାରେ ଅନୁଷ୍ଠିତ ହୋଇଥିବା ୧୮ତମ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ଐତିହାସିକ ପ୍ରଦର୍ଶନ କରିଥିଲେ। ଭାରତୀୟ ଆଥଲେଟମାନେ ଟ୍ରାକ ଆଣ୍ଡ ଫିଲ୍ଡରେ ଏଥର ୭ ସ୍ବର୍ଣ୍ଣ, ୧୦ ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସହ ମୋଟ ୧୯ଟି ପଦକ ହାସଲ କରିଥିଲେ। ଏଥିପାଇଁ ସବୁ ଆଥଲେଟ, କୋଚ, ସପୋର୍ଟ ଷ୍ଟାଫ, କ୍ରୀଡ଼ା ପ୍ରଶଂସକ ଓ ଗଣମାଧ୍ୟମଗୁଡିକୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ଭାଲସନ କହିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ରହିଛି। ଏକ ସୁନ୍ଦର ଅଭ୍ୟାସ ପଡିଆ ଓ ଓ୍ବାର୍ମଅପ୍‌ ଟ୍ରାକ ଆଥଲେଟଙ୍କୁ  ବେଶ୍‌ ସହାୟତା ପ୍ରଦାନ କରିବ। ଏହି ପ୍ରତିଯୋଗିତାରେ ସବୁ ଆଥଲେଟ ବିଶ୍ୱସ୍ତରୀୟ ପ୍ରଦର୍ଶନ କରିବେ ବୋଲି ଭାଲସନ ଆଶାପ୍ରକାଶ କରିଛନ୍ତି। ୪ ଦିନ ଧରି ଚାଲିବାକୁ ଥିବା ଏହି ଚାମ୍ପିୟନଶିପ୍‌ରେ ପ୍ରତିଦିନ ସକାଳେ ୨ଘଣ୍ଟା ଓ ସନ୍ଧ୍ୟାବେଳେ ୩ ଘଣ୍ଟାର ଖେଳ ଆୟୋଜନ ହେବ। କିଛି ଦିନ ତଳେ ଏସିଆନ ଗେମ୍ସରେ ୧୦୦ ଓ ୨୦୦ ମିଟର ଦୌଡରେ ରୌପ୍ୟ ପଦକ ହାସଲ କରିଥିବା ମହିଳା ତାରକା ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ଓଡ଼ିଶା ସରକାର ୩ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି। ପୁଣି ଏଥି ସହିତ ସରକାର ଦୂତୀଙ୍କ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସବୁ ଖର୍ଚ୍ଚ ବହନ କରିବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ। ଅନ୍ୟ କୌଣସି ସରକାର ପଦକ ବିଜେତାଙ୍କୁ ଏତେ ପରିମାଣର ଅର୍ଥ ପୁରସ୍କାର ବାବଦରେ ପ୍ରଦାନ କରିନାହାନ୍ତି। ସରକାରଙ୍କ ଏହି ପଦକ୍ଷେପ ଦୃଷ୍ଟାନ୍ତମୂଳକ ଓ କ୍ରୀଡ଼ା ପାଇଁ ଶୁଭଙ୍କର ବୋଲି ସେ କହିଛନ୍ତି। 
ଏହି ଚାମ୍ପିୟନଶିପ୍‌ର ସୁପରିଚାଳନା ପାଇଁ ୮୦ଜଣ ଟେକନିକାଲ ଷ୍ଟାଫ୍‌ ଦାୟିତ୍ୱରେ ରହିବେ। ସେହିପରି ୫୦ଜଣ ଭଲ୍ୟୁଣ୍ଟିୟର ମଧ୍ୟ ନିୟୋଜିତ ହେବେ। ଅଂଶଗ୍ରହଣ କରିବାକୁ ଥିବା ଆଥଲେଟମାନଙ୍କ ରହିବା ସୁବ୍ୟବସ୍ଥା କରାଯାଇଛି। ଏଥିପାଇଁ ରାଜଧାନୀର ବିଭିନ୍ନ ହୋଟେଲଗୁଡିକୁ ବୁକ୍‌ କରାଯାଇଛି। ନଭେମ୍ବର- ଡିସେମ୍ବରରେ ଖେଳାଯିବାକୁ ଥିବା ହକି ବିଶ୍ୱକପ୍‌ ପାଇଁ ଚାଲିଥିବା ପୁନର୍ଗଠନ କାର୍ଯ୍ୟ ଆୟୋଜନରେ ବାଧା ସୃଷ୍ଟି କରିବ ନାହିଁ ବୋଲି ଭାଲସନ ସ୍ପଷ୍ଟ କରିଥିଲେ। ମୁଖ୍ୟ ଷ୍ଟାଡିୟମରେ ଏହି ଚାମ୍ପିୟନଶିପ୍‌ ଆୟୋଜନ ହେବ। ତେଣୁ ପୁନର୍ଗଠନ କାର୍ଯ୍ୟ କୌଣସିମତେ ବାଧା ଉପୁଜାଇବ ନାହିଁ। ୨୩ ତାରିଖରୁ ଆଥଲେଟମାନେ ପହଞ୍ଚିବା ଆରମ୍ଭ କରିବେ। ଏପରିକି ୨୪ ତାରିଖରେ ମଧ୍ୟ କେତେକ ଆଥଲେଟ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଭାଲସନ କହିଥିଲେ। ଏହି ଖବରଦାତା ସମ୍ମଳନୀରେ ସୁମିତ୍‌ ପାଣ୍ଡେ, ପ୍ରବୋଧ ମହାନ୍ତି, ମନୋଜ ପାଢୀ, ରାଜୀବ ସେଠ ପ୍ରମୁଖ କ୍ରୀଡ଼ା ଅଧିକାରୀ ଯୋଗ ଦେଇଥିଲେ। 
All Right Reserved By

ଖେଳ |

ରେକର୍ଡ ନିକଟରେ ହିଟ୍‌ ମ୍ୟାନ

ରେକର୍ଡ ନିକଟରେ ହିଟ୍‌ ମ୍ୟାନ

ବିଶାଖପାଟଣା,୨୩।୨- ଭାରତୀୟ କ୍ରିକେଟରେ ‘ହିଟ୍‌ ମ୍ୟାନ’ ଭାବେ ଜଣାଶୁଣା ଓପନର ରୋହିତ ଶର୍ମା ଟି୨୦ ଫର୍ମାଟରେ ଏକ ରେକର୍ଡ ନିକଟରେ ରହିଛନ୍ତି। 

ସାଇ-ରାଇଜିଂ ଷ୍ଟୁଡେଣ୍ଟ ମ୍ୟାଚ ଡ୍ର

ସାଇ-ରାଇଜିଂ ଷ୍ଟୁଡେଣ୍ଟ ମ୍ୟାଚ ଡ୍ର

କଟକ ଅଫିସ, ୨୩ା୨- ବିଡ଼ାନାସୀ ଗ୍ରାଉଣ୍ଡରେ ଶୁକ୍ରବାର ଫାଓ ମହିଳା ଲିଗର ସାଇ ଓ ରାଇଜିଂ ଷ୍ଟୁଡେଣ୍ଟ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର ରହିଛି । ସାଇ ପକ୍ଷରୁ ନିକିତା ବିଶି ପ୍ରଥମାର୍ଦ୍ଧର ୨୮ତମ ମିନିଟରେ ଗୋଲ ସ୍କୋର କରିଥିଲେ । 

ଜୟଦୀପଙ୍କ ପରଲୋକ

ଜୟଦୀପଙ୍କ ପରଲୋକ

କଟକ ଅଫିସ, ୨୩ା୨- ଓଡ଼ିଶାର ପୂର୍ବତନ ଜାତୀୟ ଫୁଟବଲ ଖେଳାଳି ଜୟଦୀପ ବୋଷଙ୍କର ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା । କିଛି ଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିବା ବେଳେ ଶୁକ୍ରବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଜୟଦୀପ ଓଡ଼ିଶା ପକ୍ଷରୁ ସନ୍ତୋଷ ଟ୍ରଫିରେ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ ଘର କଟକର ଚୌଧୁରୀବଜାର ଅଞ୍ଚଳରେ ।

ଜାତୀୟ ଜୁନିୟର ହକି: କ୍ୱାର୍ଟରରେ ଗାଙ୍ଗପୁର

ଜାତୀୟ ଜୁନିୟର ହକି: କ୍ୱାର୍ଟରରେ ଗାଙ୍ଗପୁର

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି)-ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଚାଲିଥିବା ଜାତୀୟ ଜୁନିୟର ହକି (ଡିଭିଜନ-ଏ) ଚାମ୍ପିୟନଶିପ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ହକି ଗାଙ୍ଗପୁର ଓଡ଼ିଶା ୧-୦ ଗୋଲରେ କର୍ନାଟକୁ ହରାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ପୂର୍ବାଞ୍ଚଳ ବଧିର ଟି୨୦ କ୍ରିକେଟ ଉଦ୍‌ଘାଟିତ : ଓଡ଼ିଶାର ବିଜୟ ଅଭିଯାନ

ପୂର୍ବାଞ୍ଚଳ ବଧିର ଟି୨୦ କ୍ରିକେଟ ଉଦ୍‌ଘାଟିତ : ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ବଧିର କ୍ରୀଡ଼ା ପରିଷଦ ଆନୁକୂଲ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ(ଆଇଏମ୍‌ଟି) ଖେଳ ପଡ଼ିଆରେ ୩ୟ ପୂର୍ବାଞ୍ଚଳ ବଧିର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଆଇଏମଟିର ସହ ନିର୍ଦ୍ଦେଶକ ଡ. ଏସ.କେ. ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଓଡ଼ିଶା ଓ ବିହାର ଖେଳାଳିଙ୍କ ସର କରମର୍ଦ୍ଦନ କରିଥିଲେ। ଓଡ଼ିଶା ଓ ବିହାର ବ୍ୟତୀତ ଏଥିରେ ଝାଡ଼ଖଣ୍ଡ, ଆସାମ ଓ ପଶ୍ଚିମବଙ୍ଗ ଆଦି ୫ ରାଜ୍ୟ ଦଳ ଭାଗ ନେଇଛନ୍ତି। 

ଗୁରୁକୁଳ ର଼୍ୟାଙ୍କିଙ୍ଗ୍‌ ଟେନିସ: ଅଂଶୁ ଚାମ୍ପିୟନ

ଗୁରୁକୁଳ ର଼୍ୟାଙ୍କିଙ୍ଗ୍‌ ଟେନିସ: ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ଅନୁଷ୍ଠିତ ଏଆଇଟିଏ-ଓଟିଏ ପୁରୁଷ ୫୦କେ ର଼୍ୟାଙ୍କିଙ୍ଗ୍‌ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି ଓଡ଼ିଶାର  ଅଂଶୁକୁମାର ଭୂୟାଁ। 

ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ ଉପରେ ନିଷ୍ପତ୍ତି ହୋଇନି, ସରକାରଙ୍କ ପରାମର୍ଶ ଲୋଡ଼ାଯିବ : ବିନୋଦ ରାୟ

ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ ଉପରେ ନିଷ୍ପତ୍ତି ହୋଇନି, ସରକାରଙ୍କ ପରାମର୍ଶ ଲୋଡ଼ାଯିବ : ବିନୋଦ ରାୟ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)-ପାକିସ୍ତାନ ବିପକ୍ଷ  ବିଶ୍ୱକପ୍‌ ମୁକାବିଲା ଉପରେ କୌଣସି ନିଷ୍ପତ୍ତି ନ ନେବା ଲାଗି ଭାରତୀୟ କ୍ରିକେଟର ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସକ କମିଟି (ସିଓଏ) ଶୁକ୍ରବାର ସ୍ଥିର କରିଛି। 

ପ୍ରୋ-ଭଲିବଲ୍‌ ଲିଗ୍‌: ଚେନ୍ନାଇ ସ୍ପାର୍ଟାନ୍ସକୁ ଉଦ୍‌ଘାଟନୀ ଟାଇଟଲ

ପ୍ରୋ-ଭଲିବଲ୍‌ ଲିଗ୍‌: ଚେନ୍ନାଇ ସ୍ପାର୍ଟାନ୍ସକୁ ଉଦ୍‌ଘାଟନୀ ଟାଇଟଲ

ଚେନ୍ନାଇ, ୨୩ା୨ (ପି.ଟି.)- ଚେନ୍ନାଇ ସ୍ପାର୍ଟାନ୍ସ ପ୍ରୋ-ଭଲିବଲ୍‌ର ଉଦ୍‌ଘାଟନୀ ସଂସ୍କରଣ ଟାଇଟଲ ବିଜୟୀ ହୋଇଛି।  ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୩-୦ (୧୫-୧୧, ୧୫-୧୨, ୧୬-୧୪) କାଲିକଟ୍‌ ହିରୋଜକୁ ପରାସ୍ତ କରିଛି। ଲିଗ୍‌ର ଟପ୍‌ ସ୍କୋରର ଏବଂ ବେଷ୍ଟଠ ସ୍ପାଇକର ରୁଡି ଭେରହୋଫ୍‌ ପୁନର୍ବାର ଚମତ୍କାର ପ୍ରଦର୍ଶନ କରିଥିଲେ। ବିଜୟୀ ଦଳ ପାଇଁ ସେ ୧୩ ପଏଣ୍ଟ (୧୧ ସ୍ପାଇକ୍ସ ଓ ୨ ବ୍ଲକ୍ସ) ସ୍କୋର କରିଥିଲେ। 

ମହିଳା କ୍ରିକେଟ: ପ୍ରଥମ ଦିନିକିଆରେ ଭାରତ ବିଜୟୀ

ମହିଳା କ୍ରିକେଟ: ପ୍ରଥମ ଦିନିକିଆରେ ଭାରତ ବିଜୟୀ

ମୁମ୍ବାଇ, ୨୩ା୨ (ପି.ଟି.)- ଇଂଲଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା   ଦଳ ୬୬ ରନରେ ବିଜୟ ଲାଭ କରିଛି। ଏଥିସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୪୯.୪ ଓଭରରେ ୨୦୨ ରନ କରି ଅଲଆଉଟ ହୋଇଯାଇଥିଲା। ଘରୋଇ ଦଳ ପରେ ଇଂଲଣ୍ଡକୁ ୧୩୬ ରନରେ ଅଲ୍‌ ଆଉଟ କରିଦେଇଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଏକତା ବିସ୍ତ୍‌ ୪ଟି ଉଇକେଟ ଅକ୍ତିଆର କରିଥିବାବେଳେ ଏସ. ପାଣ୍ଡେ ଓ ଡିଭି ଶର୍ମା ଦୁଇଟି ଲେଖାଏଁ ଉଇକେଟ ହାସଲ କରିଥିଲେ।

କ୍ରୀଡ଼ା ବିଭାଗର ସୁବିଧା ସୁଯୋଗ ଅନ୍‌ଲାଇନ୍‌ରେ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗର ସବୁ ପ୍ରକାର ସୁବିଧା ସୁଯୋଗ ଏଥର ଅନ୍‌ଲାଇନ୍‌ ତଥା ଇଣ୍ଟରନେଟ୍‌ରେ ଉପଲବ୍ଧ ହେବ। ଶୁକ୍ରବାର ବିଭାଗର ଓ୍ବେବ୍‌ ଅଟୋମେଶନ ସର୍ଭିସ୍‌ ବା ଇଣ୍ଟରନେଟ ସଂଚାଳନ ସେବା ଆରମ୍ଭ ହୋଇଛି। ଫଳରେ ସରକାରଙ୍କର ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅନ୍‌ଲାଇନ୍‌କରଣ ହୋଇଛି। କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏ ନେଇ ପୋର୍ଟାଲ ଲଞ୍ଚ୍‌ କରିଛନ୍ତି। 

ଆଇଓସିକୁ ଏନ୍‌ଆରଏଆଇର ଧନ୍ୟବାଦ

ଆଇଓସିକୁ ଏନ୍‌ଆରଏଆଇର ଧନ୍ୟବାଦ

ନୂଆଦିଲ୍ଲୀ,  ୨୩।୨ (ପି.ଟି.)-  ଆନ୍ତର୍ଜାତିକ ଶୁଟିଂ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ୧୬ ଅଲିମ୍ପିକ୍‌ କୋଟାକୁ ରଦ୍ଦ କରିବାକୁ ଘୋଷଣା କରିବା ପରେ ଆର୍ନ୍ତଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ଏହାକୁ ୨କୁ କମାଇଛି। ନୂଆଦିଲ୍ଲୀରେ ଆୟୋଜନ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌ରୁ କେବଳ ପୁରୁଷ ୨୫ ମିଟର ରାପିଡ ଫାୟାର ପିସ୍ତଲ ଇଭେଣ୍ଟରୁ ଅଲିମ୍ପିକ କ୍ୱାଲିଫିକେଶନ ଷ୍ଟାଟସ୍‌କୁ କାଢ଼ି ନିଆଯାଇଛି ବୋଲ ଆଇଓସି ସ୍ପଷ୍ଟ କରିଛି।

ଆଇଓସି ନିଷ୍ପତ୍ତିକୁ ପାକିସ୍ତାନର ସ୍ବାଗତ

ଆଇଓସି ନିଷ୍ପତ୍ତିକୁ ପାକିସ୍ତାନର ସ୍ବାଗତ

କରାଚୀ,୨୩।୨(ପି.ଟି.)- ଆନ୍ତର୍ଜାତିକ ଅଲିମ୍ପିକ୍‌ କମିଟି (ଆଇଓସି) ନିଷ୍ପତ୍ତିକୁ ନ୍ୟାଶନାଲ ଅଲିମ୍ପିକ ଆସୋସିଏଶନ ଅଫ୍‌ ପାକିସ୍ତାନ (ପିଓଏ) ସ୍ବାଗତ କରିଛି। ୨୫ ମିଟର ରାପିଡ ଫାୟାର ପିସ୍ତଲ ଇଭେଣ୍ଟରେ ଅଲିମ୍ପିକ କୋଟା ରଦ୍ଦ କରିବାକୁ ଆଇଓସି ନିଷ୍ପତ୍ତି ନେଇଥିଲା। ଏହା ସ୍ବାଗତଯୋଗ୍ୟ ବୋଲି ପିଓଏ ଅଧ୍ୟକ୍ଷ ଆରିଫ ହାସନ କହିଛନ୍ତି। ଆମର ଦୁଇ ଶୁଟର ଏହି ଇଭେଣ୍ଟ ପାଇଁ ଦୀର୍ଘଦିନ ହେବ ପ୍ରସ୍ତୁତି କରି ଆସୁଛନ୍ତି। ଏପରି ସ୍ଥଳେ ଆମ ଶୁଟରଙ୍କୁ  ଭିଜା ନ ମିଳିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ ଆଇଓସିକୁ ଏ ସଂକ୍ରାନ୍ତରେ ଅବଗତ କରାଇବା ଅପେକ୍ଷା ଆମ ପାଖରେ କୌଣସି ବିକଳ୍ପ ମଧ୍ୟ ନାହିଁ ବୋଲି ସେ କହିଛନ୍ତି।