ସମ୍ବଲପୁର

ଭାଜପା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ

ଭାଜପା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ
ସୋନପୁର,୧୨।୯(ନି.ପ୍ର.)
ସୁବର୍ଣ୍ଣପୁର ଜିଲା ଭାଜପା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଟାଉନ ହଲଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କୃଷକ ମୋର୍ଚ୍ଚା ଜିଲା ସଭାପତି କରମଚାନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ପ୍ରଭାରୀ ଡ. ରାକେଶ ଶର୍ମା ଯୋଗଦେଇ ତୃଣମୂଳସ୍ତରରେ ସଙ୍ଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଆଗାମୀ ଦିନରେ ଜିଲାରେ ଆନ୍ଦୋଳନ ଜରିଆରେ କୃଷକମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା ସଭାପତି ଶିବାଜୀ ମହାନ୍ତି ଯୋଗଦେଇ କୃଷକମାନଙ୍କ ଉନ୍ନତି ପାଇଁ ନରେନ୍ଦ୍ର ମୋଦିଙ୍କ ସରକାର ଉଲ୍ଲେଖନୀୟ କାର୍ଯ୍ୟ କରିଛି। ଏହି ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ ପାରିଲେ କୃଷକଙ୍କ ଉନ୍ନତି ସମ୍ଭବ ହୋଇପାରିବ ବୋଲି କହିଥିଲେ। ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସମୀର ପାତ୍ର ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। ବୈଠକରେ ଜିଲା ସଭାପତି ବିଜୟ ମହାକୁର, ରାଜ କିଶୋର ମେଣ୍ଡଲି, ପ୍ରମୋଦ ମହାପାତ୍ର, ବଳଦେବ ପ୍ରସାଦ ବେଦବାକ, ଆନନ୍ଦ ବାରିକ, ଅଶୋକ ପୂଜାରୀ, ପୂର୍ବତନ ବିଧାୟକ ଅଚ୍ୟୁତ ବିଶ୍ୱାଳ, ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ, ଜିଲା ପରିଷଦ ଉପାଧ୍ୟକ୍ଷ ରୁଦ୍ର ପ୍ରସାଦ ମହଲା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଦସ୍ୟ ଗାୟତ୍ରୀ ପାଣିଗ୍ରାହୀ, ରୋହିଣୀ ଡାଙ୍ଗ, ସୁଶାନ୍ତ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବିଶି, ପ୍ରାକ୍ତନ ଜିଲା ସଭାପତି ମୁରଲି ମଲ୍ଳିକ, ଜିଲା ସାଧାରଣ ସମ୍ପାଦକ ଗୌରଚରଣ ନାୟକ, ରଘୁବୀର ପାଣିଗ୍ରାହୀ, ଜିଲା ସାଧାରଣ ସମ୍ପାଦକ ନଳିନୀ ପଣ୍ଡା, ମହେନ୍ଦ୍ର ମହାନନ୍ଦ, ଶ୍ରଦ୍ଧାଞ୍ଜଳି ମିଶ୍ର, ବଳରାମ ସୁନା, ଶମ୍ଭ ପ୍ରସାଦ ନନ୍ଦ, ଜିଲା କୃଷକ ମୋର୍ଚ୍ଚାର ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ, କାର୍ଯ୍ୟକାରିଣୀ ସଦସ୍ୟ ଓ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଉପସ୍ଥିତ ରହି ମତ ରଖିଥିଲେ। କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିଶୋର ହୋତା ସଭା ସଂଯୋଜନା କରିଥିଲେ। ଗଣେଷ ସାହୁ ଓ ସଂଗ୍ରାମ କୁମ୍ଭାର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। କୃଷକ ମୋର୍ଚ୍ଚା ଜିଲା ସାଧାରଣ ସମ୍ପାଦକ ଆଶ୍ରୟ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
All Right Reserved By

ସମ୍ବଲପୁର

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ସ୍ବିଡେନର ଝିଅ ହେଲେ ଫୁଲବାଣୀର ବୋହୂ

ଫୁଲବାଣୀ ଅଫିସ,୨୪।୨:ପ୍ରେମ ମାନେ ନାହିଁ ସୀମା ସରହଦ, ବାଧା ବନ୍ଧନ। ସୁଦୂର ସ୍ବିଡେନର ଝିଅ କନ୍ଧମାଳ ଜିଲା ଫୁଲବାଣୀର ବୋହୂ ସାଜିବା ଏହି କଥାକୁ ଯେପରି ବାସ୍ତବ ରୂପ ଦେଇଛି। ଶନିବାର ସମ୍ପୂର୍ଣ୍ଣ ମୁସଲିମ୍‌ ରୀତିନୀତି ଅନୁସାରେ ସ୍ବିଡେନର ଝିଅ ଇମା ଲୋର ଭୋଇଟଙ୍କ ସହ ଫୁଲବାଣୀ ହନୁମାନ ମନ୍ଦିରସାହିର ମହମ୍ମଦ ଆଜାରୁଦ୍ଦିନଙ୍କ ବିବାହ ସମ୍ପନ୍ନ ହୋଇଛି ା 

ରଜାବସା ପ୍ରାଥମିକ ବିଦ୍ୟାଳୟ : ଗଛତଲେ ବସି ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ରଜାବସା ପ୍ରାଥମିକ ବିଦ୍ୟାଳୟ : ଗଛତଲେ ବସି ପାଠ୍‌ ପଢ଼ୁଛନ୍‌ ଛାତ୍ରୀଛାତ୍ର

ବାମରା, ୨୩।୨ (ସ୍ବ.ପ୍ର.): ସମ୍ବଲପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଁଚେତ୍‌ ରଜାବସା ପ୍ରାଥମିକ ସ୍କୁଲରେ ପଢ଼ାକୁଠିମାନ ଅପନ୍‌ତରା ହେଇ ପଡ଼ିଛେ। ଇଆଡ଼େ ପଢ଼ାକୁଠିମାନକର ମରାମତି କାମ୍‌ ଲେଠ୍‌ରେଇ କରି ଚାଲ୍‌ବାର ଲାଗି ଛାତ୍ରୀଛାତ୍ର ଗଛ୍‌ତଲେ ପାଠ୍‌ ପଢ଼ୁଛନ୍‌। ଇ ବାବ୍‌ଦେ ଗୁଟେ ଅଭିଯୋଗ ପତର ଶୁକୁରବାର ବାମରା ବିଡିଓକଁର ଜରିଆରେ ରାଜ୍ୟ ଶିକ୍ଷାମନ୍ତ୍ରୀକଁର ଉଦେଶ୍‌ରେ ଦିଆଯାଇଛେ। 

ହାଇଦ୍ରାବାଦରେ ୫ ଶିଶୁ ସମେତ ୨୪ ଶ୍ରମିକ ବନ୍ଧକ:  ପରିବାର ଲୋକ ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ

ହାଇଦ୍ରାବାଦରେ ୫ ଶିଶୁ ସମେତ ୨୪ ଶ୍ରମିକ ବନ୍ଧକ: ପରିବାର ଲୋକ ଜିଲା ଶ୍ରମ ବିଭାଗର ଦ୍ୱାରସ୍ଥ

 ନୂଆପଡା ଅଫିସ/ସିନାପାଲି,୨୩।୨(ଡି.ଏନ.ଏ.)ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଗୋଡାଲ ପଞ୍ଚାୟତ ମହଗାଁର ୫ଶିଶୁ ସମେତ ୨୪ଜଣ ଦାଦନ ଶ୍ରମିକଙ୍କୁ ହାଇଦ୍ରାବାଦର ଜଣେ ଇଟାଭାଟି ମାଲିକ ବନ୍ଧକ ରଖିଥିବା ତାଙ୍କର ସମ୍ପର୍କିୟମାନେ ଅଭିଯୋଗ କରିଛନ୍ତି । 

କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲାପାଳ ଅଫିସ ଘେରାଉ : ତୋଳାଳି, କର୍ମଚାରୀଙ୍କ ଦାବି ପୂରଣ କର

କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲାପାଳ ଅଫିସ ଘେରାଉ : ତୋଳାଳି, କର୍ମଚାରୀଙ୍କ ଦାବି ପୂରଣ କର

ନୂଅପଡା ଅଫିସ,୨୩ା୨ଶୁକ୍ରବାର ଓଡିଶା କର୍ମଚାରୀ ସଂଘ ଆହ୍ବାନକ୍ରମେ ଖଡିଆଳ ଡିଭିଜନ ତରଫରୁ ସିଜିନାଲ କର୍ମଚାରୀ, କେନ୍ଦୁପତ୍ର ତୋଳାଳି, ବନ୍ଧାଳିମାନେ ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିବାବେଳେ ୧୨ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି । ଘେରାଉରେ ଶତାଧିକ ତୋଳାଳି, ବନ୍ଧାଳିମାନେ ଯୋଗଦେଇ ନିଜର ସମସ୍ୟା ବଖାଣିଥିଲେ। ଏହା ଉପରେ ପ୍ରଶାସନ କି କୌଣସି ନେତା ଦୃଷ୍ଟି ଦେଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । 

ଭତା ଦାବିରେ ବ୍ଲକ ଦୁଆରମୁହେଁ ବିଧବା, ଦିବ୍ୟାଙ୍ଗ

ଭତା ଦାବିରେ ବ୍ଲକ ଦୁଆରମୁହେଁ ବିଧବା, ଦିବ୍ୟାଙ୍ଗ

ଜୁନାଗଡ,୨୩।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ପଁଚେତରେ ଭତା ଯୋଜନା ବାଟବନା ହେଇଛେ। ଇଠାନେ ବହୁତ୍‌ଟେ ବୁଢ଼ାବୁଢ଼ି, ବିଧବା ଦିବ୍ୟାଙ୍ଗ ଆଏଜତକ୍‌ ଭତା ଯୋଜ୍‌ନାରେ ସାମିଲ ନାଇଁ ହେଇପାରି। ସେଥିରଲାଗି ସେମାନେ ବଡ଼ାଦୁଖେ ଜୀବନ୍‌ ବିତଉଛନ୍‌। 

ଆରମ୍ଭ ହେଲା ନିୟମରାଜା ପରବ  : ଆଦିବାସୀ ଏକତାର ଏକକ ନିଦର୍ଶନ

ଆରମ୍ଭ ହେଲା ନିୟମରାଜା ପରବ : ଆଦିବାସୀ ଏକତାର ଏକକ ନିଦର୍ଶନ

ଲାଞ୍ଜିଗଡ଼,୨୩।୨(ଡି.ଏନ.ଏ.)ଆଦିବାସୀ ଝରଣିଆ ଓ କୁଟିଆ କନ୍ଧଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କ ବାର୍ଷିକ ନିୟମରାଜା ପରବ ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ନିୟମଗିରି ପର୍ବତ ଶିଖରରେ ଥିବା ଅଁଳାଭଟାରେ ଶୁଭଖମ୍ଭ ସ୍ଥାପନ ସହିତ ଆରମ୍ଭ ହୋଇଛି ଏହି ପ୍ରକୃତି ଉପାସନାର ମହାନ ପରମ୍ପରା । 

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ:  କ୍ଷତ ଭରିନି, ଲୁହ ଶୁଖିନି

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ବର୍ଷେ: କ୍ଷତ ଭରିନି, ଲୁହ ଶୁଖିନି

 ବଲାଙ୍ଗୀର ଅଫିସ, ୨୩ା୨ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଶନିବାର ବର୍ଷେ ପୂରିଛି ୨୦୧୮ ଫେବୃୟାରୀ ୨୩ ତାରିଖ ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ରହ୍ମପୁରା ଛକ ନିକଟ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଘଟିଥିଲା ଭୟଙ୍କର ବିସ୍ଫୋରଣ

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଆତଁକ୍‌ ଖେଲେଇଛେ କିଡ଼ନୀ ବେମାର

ଲୋଇସିଂହା, ୨୩।୨(ଡି.ଏନ.ଏ.):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁାରେ ଗଲା ବଛରକେତେ ହେଲା କିଡ଼ନୀ ରୋଗ୍‌ ଚିନ୍‌ତାଜନକ ପରିସ୍ଥିତି ସୁରୁଷ୍‌ଟି କରିଛେ। 

ଗାଡ଼ି ଧକ୍କାରେ ଯୁବକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

ଗାଡ଼ି ଧକ୍କାରେ ଯୁବକ ମୃତ: ଉତ୍ତ୍ୟକ୍ତ ଲୋକଙ୍କ ଜାତୀୟ ରାଜପଥ ଅବରୋଧ

କେସିଙ୍ଗା,୨୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଘଣ୍ଟସଲା ଗ୍ରାମ ଜାତୀୟ ରାଜପଥ ଉପରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଶୁକ୍ରବାର ଭୋର ୪ଟାରେ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ଦିଗାମ୍ବର ଚିନାଗୁନ (୨୫) ।

ସୁବର୍ଣ୍ଣପୁରରେ ବିଶ୍ୱ କୋଶଲି ମାତୃଭାଷା ଦିବସ ପାଲିତ: କୋଶଲିକେ ରାଏଜର ଦୁତିଅ ଭାଷାର ମାଏନ୍‌ତା ଦାବି

ସୁବର୍ଣ୍ଣପୁରରେ ବିଶ୍ୱ କୋଶଲି ମାତୃଭାଷା ଦିବସ ପାଲିତ: କୋଶଲିକେ ରାଏଜର ଦୁତିଅ ଭାଷାର ମାଏନ୍‌ତା ଦାବି

ସୋନପୁର,୨୨।୨(ନି.ପ୍ର.):  କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ଆର କୋସଲ ହେରିଟେଜ ଟ୍ରଷ୍ଟ ତରଫୁ ଗୁରୁବାର ବିଶ୍ୱ କୋଶଲି ମାତୃଭାଷା ଦିବସ ଥାନୀୟ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ପରିସରରେ ପାଲିତ ହେଇଯାଇଛେ। 

ବଏସ୍‌ ୭୦ ଟପ୍‌ଲା: ଭତାରୁ ବଁଚିତ୍‌ ୨ ବୁରୁଧ୍‌

ବଏସ୍‌ ୭୦ ଟପ୍‌ଲା: ଭତାରୁ ବଁଚିତ୍‌ ୨ ବୁରୁଧ୍‌

ଖପ୍ରାଖୋଲ, ୨୨ା୨(ଡି.ଏନ.ଏ):  ସରକାର ସାମାଜିକ ସୁରକ୍ଷାକେ ମଜବୁତ କରବାର ଲାଗି ଅନେକ ପରକାର ସାମାଜିକ ସୁରକ୍ଷା କାଯ୍‌କରମ ହାତକେ ନେଇଛନ୍‌। ଇଥ୍‌ରେ ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବା ମହିଲାକୁଁ ବି ଭତା ଯୁଗେଇ ଦେବାର ନିୟମ ରହିଛେ।

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

୯୭ଦିନରେ କଣ୍ଟାବାଞ୍ଜି ଜିଲା ଦାବି ଆନ୍ଦୋଳନ

କଣ୍ଟାବାଞ୍ଜି, ୨୧ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଜିଲା ଦାବିକୁ ସମର୍ଥନ କରି ସହରାଞ୍ଚଳର ବିଭିନ୍ନ କ୍ଲବ, ସାମାଜିକ ଅନୁଷ୍ଠାନ, ମହିଳା ଗୋଷ୍ଠୀ, ଟ୍ରେଡ ୟୁନିୟନଠାରୁ ଆରମ୍ଭ କରି ବୁଦ୍ଧିଜୀବୀମାନେ ସାମିଲ ହୋଇଛନ୍ତି। ଧାରଣା ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି ା ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ଗୁରୁବାର ୯୭ଦିନରେ ପହଞ୍ଚିଛି।