ସମ୍ବଲପୁର

ଲୋକନୃତ୍ୟ କଳାକାରଙ୍କୁ ସମ୍ବର୍ଦ୍ଧନା

ଲୋକନୃତ୍ୟ କଳାକାରଙ୍କୁ ସମ୍ବର୍ଦ୍ଧନା
ସୋନପୁର,୧୨।୯(ନି.ପ୍ର.)
କେନ୍ଦ୍ର ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ଅଧିନସ୍ଥ ଭାରତୀୟ ସାଂସ୍କୃତିକ ପରିଷଦ ସହଯୋଗରେ ସମ୍ବଲପୁରର ଉକିଆ ଅନୁଷ୍ଠାନର କଳାକାରମାନେ ଲଣ୍ଡନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି କଳାକାରମାନେ ଓଡିଆ ସୋସାଇଟି ଅଫ ୟୁକେ ପକ୍ଷରୁ ୩୯ ତମ ଅଧିବେଶନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଡାଲଖାଇ, ଢାପ, ରଙ୍ଗବତୀ, ନୂଆଁଖାଇ ଓ ଲୋକସଙ୍ଗୀତ ପରିବେଷଣ କରିଥିଲେ। ଲଣ୍ଡନର ମାଞ୍ଚେଷ୍ଟର ଓ ୱେଲ୍ସରେ ଏହି ସବୁ କାର୍ଯ୍ୟକ୍ରମ ଅଗଷ୍ଟ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ଉକିଆ ଅନୁଷ୍ଠାନର ଏହି ୧୨ଜଣିଆ ଦଳରେ ସୁବର୍ଣ୍ଣପୁରର ସୃତିଛନ୍ଦା ବିଦ୍ୟାଧର(କାଜଲ) ଓ ଜଗନ୍ନାଥ ସୁନା ଥିଲେ। ମଙ୍ଗଳବାର ସୋନପୁର ଭୀମଭୋଇ କଳା ପରିଷଦ ପକ୍ଷରୁ ଏହି ଦୁଇ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମାଜିକକର୍ମୀ ଲକ୍ଷ୍ମୀନାରାୟଣ ମେହେର, ଶ୍ରୀବତ୍ସ ମଲ୍ଳିକ, ବିଶିଷ୍ଟ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା ସମ୍ବର୍ଦ୍ଧିତ କରିଥିଲେ। ପରିଷଦର ସଭାପତି ପ୍ରତ୍ୟୁଷ ମେହେର, ସମ୍ପାଦକ ଉମେଶ କୁମ୍ଭାର ଓ ପରେଶ ମେହେର ଉପସ୍ଥିତ ଥିଲେ।  
All Right Reserved By

ସମ୍ବଲପୁର

ବିଦ୍ୟାର୍ଥୀ ବାଛିଲେ ମନ୍ତ୍ରୀ ପରିଷଦ

ବିଦ୍ୟାର୍ଥୀ ବାଛିଲେ ମନ୍ତ୍ରୀ ପରିଷଦ

ବୀରମହାରାଜପୁର, ୨୩।୯ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସ୍କୁଲ କ୍ୟାବିନେଟ ଗଠିତ ହୋଇଛି। ଶନିବାର ଅନୁଷ୍ଠିତ ନିର୍ବାଚନରେ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ଅନୁସରଣ କରାଯାଇଥିବା

ବଲାଙ୍ଗୀର ଫୁଟବଲ ଲିଗ୍‌: ଇଲେଭେନ ଷ୍ଟାର ଚାମ୍ପିୟନ

ବଲାଙ୍ଗୀର ଫୁଟବଲ ଲିଗ୍‌: ଇଲେଭେନ ଷ୍ଟାର ଚାମ୍ପିୟନ

ବଲାଙ୍ଗୀର ଅଫିସ,୨୩।୯ ବଲାଙ୍ଗୀର ଜିଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଶନିବାର  ବଲାଙ୍ଗୀର ଫୁଟବଲ ଲିଗ୍‌ ଉଦ୍‌ଯାପିତ ହୋଇଯାଇଛି।  ଫାଇନାଲ ଖେଳରେ ବଲାଙ୍ଗୀର ଇଲେଭେନ ଷ୍ଟାର ଦଳ ପାଟଣାଗଡ ପାଟଣେଶ୍ୱରୀ କ୍ଳବକୁ ୩-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ।

ନୂଅଁ।ଖାଇ ମାଧ୍ୟମରେ ସାମାଜିକ ଏକତା ପ୍ରତିଷ୍ଠା ହେଉଛି

ନୂଅଁ।ଖାଇ ମାଧ୍ୟମରେ ସାମାଜିକ ଏକତା ପ୍ରତିଷ୍ଠା ହେଉଛି

ବଲାଙ୍ଗୀର ଅଫିସ,୨୩।୯ ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ର ସଂସଦ ପକ୍ଷରୁ ଶନିବାର କଲେଜ ପରିସରରେ ପ୍ରଥମଥର ପାଇଁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଲେଜ ଅଧ୍ୟକ୍ଷ ପ୍ରଫେସର ଡ଼ା ସୁରେନ୍ଦ୍ର କୁମାର ପଟେଲଙ୍କ ସଭାପତିତ୍ୱରେ

ବେକାର ଯୁବତୀ,ଯୁବକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ

ବେକାର ଯୁବତୀ,ଯୁବକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ

ବଲାଙ୍ଗୀର ଅଫିସ, ୨୩।୯ ବଲାଙ୍ଗୀର ଜିଲା ଉନ୍ନୟନ ସମନ୍ବୟ  ଓ ତଦାରଖ କମିଟି (ଦିଶା) ବୈଠକ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି । କମିଟି ଅଧ୍ୟକ୍ଷ ତଥା ବଲାଙ୍ଗୀର ଏମପି କଲିକେଶ ନାରାୟଣ ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ 

ବିଦ୍ୟୁତ୍‌ ଅଫିସ ଘେରିଲେ ଚାଷୀ

ବିଦ୍ୟୁତ୍‌ ଅଫିସ ଘେରିଲେ ଚାଷୀ

ଡୁଙ୍ଗୁରିପାଲି, ୨୨ା୯(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି  ବ୍ଲକ  ଦିଗସିରା ଗ୍ରାମରେ ଉଠା ଜଳସେଚନ ପାଇଁ ବ୍ୟବହୃତ ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ ହୋଇ ପଡିଛି। ଏଥିଯୋଗୁଁ ପାଣି ଉଠି ପାରୁନାହିଁ। ଫଳରେ ଫସଲରେ ପାଣି ପହଞ୍ଚାଇ ପାରୁନାହିଁ ଚାଷୀ। 

ରାଜ୍ୟସ୍ତରୀୟ ସ୍କୁଲ କବାଡ଼ି ପ୍ରତିଯୋଗିତା

ରାଜ୍ୟସ୍ତରୀୟ ସ୍କୁଲ କବାଡ଼ି ପ୍ରତିଯୋଗିତା

ବରଗଡ଼ ଅଫିସ୍‌,୨୧।୯: ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଚାଲିଥିବା ୬୪ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍‌ କବାଡ଼ି ପ୍ରତିଯୋଗିତା ଦ୍ୱିତୀୟ ଦିବସ ଶନିବାର ଜିଲା ଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀଙ୍କ ଅଧ୍ୟକ୍ଷତାରେ ସହକାରୀ ନିର୍ଦ୍ଦେଶକ (ଶାରୀରିକ ଶିକ୍ଷା, ଓଡ଼ିଶା) ଲକ୍ଷ୍ମୀପ୍ରିୟା ଦେଇ ଅତିଥି ଭାବେ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ । 

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ

ପଦ୍ମପୁର, ୨୨।୯ (ଡି.ଏନ.ଏ)- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗୋଟିଏ ସୂତାରେ ସମଗ୍ର ଭାରତ ବର୍ଷକୁ ବାନ୍ଧି ପାରିଲା ଭଳି ଭାଷା ହୋଇଛି ହିନ୍ଦୀ ବୋଲି ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ସମ୍ମାନିତ ଅତିଥି ପୁରନ୍ଦର ଶାସ୍ତ୍ରୀ ହିନ୍ଦୀ ଭାଷାର ଐତିହାସିକ ପୃଷ୍ଠଭୁମୀ 

ପୋଲିସ ପ୍ରଶାସନ ସହ ଓକିଲ ସଂଘର ସମନ୍ବୟ ବୈଠକ: ଟ୍ରାଫିକ ନିୟନ୍ତ୍ରଣ, ଶଦ୍ଦ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ

ପୋଲିସ ପ୍ରଶାସନ ସହ ଓକିଲ ସଂଘର ସମନ୍ବୟ ବୈଠକ: ଟ୍ରାଫିକ ନିୟନ୍ତ୍ରଣ, ଶଦ୍ଦ ପ୍ରଦୂଷଣ ରୋକିବା ଉପରେ ଗୁରୁତ୍ୱ

ବୀରମହାରାଜପୁର, ୨୨।୯ (ଡି.ଏନ.ଏ)- ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡ ମାନ୍ୟତା ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହାର ସଦର ମହକୁମା ଏବେବି ୩ଟି ପଞ୍ଚାୟତର ନିୟନ୍ତ୍ରଣରେ ରହିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ସରକାରୀ ତଥା ବେସରକାରୀ ପ୍ରତିଷ୍ଠାନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ପରିସୀମା ଅନେକାଂଶରେ ବୃଦ୍ଧି ପାଇଛି। ତଦ୍‌ସହିତ ବାହ୍ୟ ଅଞ୍ଚଳରୁ ଏଠାକୁ ଯୋଗାଯୋଗ ମଧ୍ୟ ବ୍ୟାପକ ହେବା ଫଳରେ ଟ୍ରାଫିକ ବ୍ୟବସ୍ଥା ସମ୍ପ୍ରତି ଅସମ୍ଭାଳ ସ୍ଥିତିରେ ପହଞ୍ଚିଛି। ସେହିଭଳି ସାରା 

ଲାଉମୁଣ୍ଡା ହାଇସ୍କୁଲରେ ହିନ୍ଦି ଦିବସ

ଲାଉମୁଣ୍ଡା ହାଇସ୍କୁଲରେ ହିନ୍ଦି ଦିବସ

ବିଜେପୁର, ୨୨।୯ (ଡି.ଏନ.ଏ)- ବରଗଡ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡା ହାଇସ୍କୁଲରେ ହିନ୍ଦି ଦିବସ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଯଯାତି କେଶରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ବିନୋଦ ଅଗ୍ରୱାଲ ମୁଖ୍ୟଅତିଥି, ହିନ୍ଦୀ ଶିକ୍ଷକ ଜଗତ ଜୀବନରାମ ଡନସନା ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ହିନ୍ଦୀ ଶିକ୍ଷକଙ୍କ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସଙ୍ଗୀତ ଓ ତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସଙ୍ଗୀତରେ ପିଙ୍କୁ 

ଶିଶୁ ମନ୍ଦିର ବସ୍‌ ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ଶିଶୁ ମନ୍ଦିର ବସ୍‌ ଓଲଟିଲା, ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର

ନୂଆପଡା ଅଫିସ,୨୨।୯- ଶନିବାର ମଧ୍ୟାହ୍ନରେ ଖରିଆରରୋଡ ଶିଶୁ ବିଦ୍ୟାମନ୍ଦିରର ବସ୍‌ ଛାତ୍ରୀଛାତ୍ରମାନଙ୍କୁ ବୋଝେଇ କରି ହଲଦି ରାସ୍ତାରେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଗାଡି ପୁରା ଓଲଟି ପଡିଥିବାବେଳେ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗ୍ରାମବାସୀ ସମସ୍ତଙ୍କୁ ଆସି ଉଦ୍ଧାର କରିଛନ୍ତି। ବସର କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନ ଥିବା ପ୍ରକାଶ ।

ନୂଆପଡାରେ ଜିଲାସ୍ତରୀୟ ବିଜ୍ଞାନ ସେମିନାର

ନୂଆପଡାରେ ଜିଲାସ୍ତରୀୟ ବିଜ୍ଞାନ ସେମିନାର

ନୂଆପଡା ଅଫିସ,୨୨।୯- ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ କ୍ୟାମ୍ପସରେ ଜିଲାସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ବିଜ୍ଞାନ ନିରୀକ୍ଷକ ଅଶ୍ୱିନୀ କୁମାର ଭୋଇ ସଭାପତିତ୍ୱ କରିଥିଲେ। ମହାମାୟା କଲେଜର ଅଧ୍ୟକ୍ଷ ସାଧୁ ମେହେର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ।  ଏଥିରେ ଜିଲାର ସମସ୍ତ ୫ଟି ବ୍ଲକରୁ ୨ଜଣ ଲେଖାଏଁ କରି ଛାତ୍ରୀଛାତ୍ର ଯୋଗ ଦେଇଥିଲେ।  କାର୍ଯ୍ୟକ୍ରମକୁ ରାଧେଶ୍ୟାମ ସା ପରିଚାଳନା କରିଥିଲେ।  

ଟ୍ରକ ଚାପାରେ ଯୁବକ ମୃତ

ଟ୍ରକ ଚାପାରେ ଯୁବକ ମୃତ

ନୂଆପଡ଼ା ଅଫିସ/ ଖରିଆର ରୋଡ,୨୨।୯- ସ୍ଥାନୀୟ ଖରିଆରରୋଡ ସହରସ୍ଥିତ ଡାଗା ଚୌକରେ ଶନିବାର ମଧ୍ୟାହ୍ନ ଗୋଟାଏବେଳେ ନୂଆପଡାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ଟ୍ରକ ଚାପାରେ ଭୋଲା ଖର୍ସେଲ (୨୬) ନାମକ ଜନୈକ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସହରରେ ହେମାଲି କାମ କରୁଥିବା ଭୋଲା କୌଣସି କାମରେ ଡାଗା ଚୌକରେ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ ଟ୍ରକ ଆସି ତାଙ୍କ ଉପରକୁ ମାଡିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ