ସମ୍ବଲପୁର

ବଡା ଗୁଲ୍‌ଗୁଲା ରୁକୁଣୀକଁର୍‌ ସଁସାର୍‌

ବଡା ଗୁଲ୍‌ଗୁଲା ରୁକୁଣୀକଁର୍‌ ସଁସାର୍‌
ବଲାଙ୍ଗୀର ଅଫିସ, ୧୨ା୯
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ସଦର ପଞ୍ଚାୟତର କୁର୍ଲୁମାଲ ଗଁାର ଏକ ଦାଦନ ଶ୍ରମିକଙ୍କ ପରିବାରର ଦୁଃଖ ଏବେ ସୀମା ଟପିଯାଇଛି ା ଦାଦନ ଖଟିବାକୁ ଯାଇ ସୁଦୂର ବାଙ୍ଗାଲୋରଠାରେ ସ୍ବାମୀଙ୍କର ମୃତ୍ୟୁ ଘଟିବା ଏବଂ ୧୨ବର୍ଷିୟା ଝିଅ ହୃଦ୍‌ରୋଗରେ ପୀଡିତ ବୋଲି ଜଣାପଡିବା ପରେ ଅକଥନୀୟ ଦୁଃଖ ଭୋଗୁଛନ୍ତି ପରିବାର ଲୋକେ ା ସରକାରୀ ସହାୟତା ପାଇଁ ଖପ୍ରାଖୋଲ ବ୍ଳକ ପ୍ରଶାସନ ପାଖକୁ ଆସି ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ା ଫଳରେ ଏହି ପରିବାର ଏବେ ଘୋର ଅସୁବିଧା ଦେଇ ଗତି କରୁଛନ୍ତି ା ଏହି ପୀଡିତ ପରିବାର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ସହାୟତା ପାଇଁ ନିବେଦନ କରିଛନ୍ତି। 
କୁର୍ଲୁମାଲ ଗଁାର ରୁକୁଣୀ ବରିହା(୩୯)ଙ୍କ ସ୍ବାମୀ ବିଶ୍ୱମ୍ବର ବରିହାଙ୍କ ପ୍ରାୟ ବର୍ଷେ ତଳେ ବାଙ୍ଗାଲୋରଠାରେ ମୃତ୍ୟୁ ଘଟିଥିଲା ା ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିତ୍ବାବେଳେ ରୋଗାକ୍ରାନ୍ତ ହୋଇ ଚିକିତ୍ସା ଅଭାବ ତାଙ୍କର ମୃତ୍ୟୁ ଘଟିଥିଲା ା ଏହାପରେ ରୁକୁଣୀ ତାଙ୍କ ଦୁଇପୁଅ ଓ ଗୋଟିଏ ଝିଅକୁ ଧରି ଅତ୍ୟନ୍ତ ଅସହାୟ ଅବସ୍ଥାରେ ଘରକୁ ଫେରି ଆସିଥିଲେ ା ସେହିଦିନଠାରୁ ତିନି ପୁଅଝିଅଙ୍କୁ ଧରି ପ୍ରତିକୂଳ ଅବସ୍ଥାରେ ରୁକୁଣୀ ପରିବାର ପ୍ରତିପୋଷଣ କରିଆସୁଛନ୍ତି ା ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର ହେଉଛି ସେଥିରେ ସେ ଘର ଚଳେଇ ନେଉଛନ୍ତି ା ତେବେ ତାଙ୍କ ଝିଅ ମଞ୍ଜୁ (୧୨)ଙ୍କ ହୃଦ୍‌ରୋଗ ସମସ୍ୟା ରହିଥିତ୍ବା ଜଣାପଡିବା ପରେ ରୁକୁଣୀଙ୍କ ସମସ୍ୟା ଆହୁରି ବଢ଼ିଯାଇଛି ା ଝିଅ ଚିକିତ୍ସା ପାଇଁ ସେ ଚିନ୍ତାରେ ପଡିଛନ୍ତି ା ବ୍ଳକ ପ୍ରଶାସନକୁ ସହାୟତା ପାଇଁ ଦୌଡୁଥିଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି ା ଦାଦନ ଖଟିବାକୁ ଯାଇ ବାଙ୍ଗାଲୋରଠାରେ ସ୍ବାମୀ ମୃତ୍ୟୁବରଣ କରିଥିତ୍ବା କାଗଜପତ୍ର ବ୍ଳକ ଅଫିସରେ ଦାଖଲ କଲେ ମଧ୍ୟ ପରିବାର କଲ୍ୟାଣ ଯୋଜନା କ୍ଷତିପୂରଣ ବାବଦକୁ ସେ ଏପର୍ଯ୍ୟନ୍ତ ସହାୟତା ରାଶି ପାଇନାହାନ୍ତି ା ବ୍ଳକ ଅଫିସରେ ଏନେଇ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ ତାଙ୍କୁ ନିରାଶ କରି ଫେରାଇ ଦେଇଥିବା ଜଣାଇଛନ୍ତି ା ଗୋଟିଏ ପଟେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡି ଥିବାବେଳେ ଏବେ ଝିଅର ଚିକିତ୍ସାଭାର ତାଙ୍କୁ ଅଥୟ କରିଦେଇଛି ା ମଞ୍ଜୁଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଠିକ୍‌ ନାହିଁ ା ସେ କଥା କହିପାରୁନାହାନ୍ତି କି ଭଲକରି ଚାଲି ପାରୁନାହାନ୍ତି ା ତାଙ୍କ ଆଖି ଏକ୍ଦମ୍‌ ଦଳଦିଆ ହୋଇଯାଇଛି ା ଗୋଡ, ଦେହ ଫୁଲି ଯାଇଛି ା ଘରେ ସବୁବେଳେ ପ୍ରାୟ ଶୋଇ ରହୁଛନ୍ତି ା ବଡ କଷ୍ଟରେ ନିଶ୍ୱାସ ପ୍ରଶ୍ୱାସ ନେଇଛନ୍ତି ା ଏଭଳି ସ୍ଥିତିରେ ଜଣେ ସାମାଜିକ କର୍ମୀଙ୍କ ସହ ମଞ୍ଜୁକୁ ଧରି ରୁକୁଣୀ ଜିଲାପାଳ କାର୍ଯ୍ୟାଳୟ, ସିଡିଏମ୍‌ଓ ଅଫିସ ଏବଂ ଜିଲା ସଦର ହସପିଟାଲ ଚକ୍କର କାଟିଛନ୍ତି ା ଜିଲା ଜରୁରୀକାଳୀନ ଅଧିକାରୀ ଶଙ୍କର୍ଷଣ ପଧାନଙ୍କୁ ଭେଟି ମଞ୍ଜୁର ଚିକିତ୍ସା ସହାୟତା ପାଇଁ ଅନୁରୋଧ କରିଥିଲେ ା ଜିଲା ସମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ୍ର ତ୍ରିପାଠୀଙ୍କୁ ଭେଟି ସ୍ବାମୀଙ୍କ ମୃତ୍ୟୁକାଳୀନ କ୍ଷତିପୂରଣ ରାଶୀ ପାଇଁ ନିବେଦନ କରିଥିଲେ ା ଖପ୍ରାଖୋଲ ବ୍ଳକ୍‌ ଅଫିସକୁ ଯାଇ ଏନେଇ ତଦନ୍ତ କରିବା ପରେ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ଦିଗରେ ପଦକ୍ଷେପ ନେବେ ବୋଲି ତ୍ରିପାଠୀ କହିଥିଲେ ା ଜିଲା ସଦର ଡାକ୍ତରଖାନାରେ ପୁଣି ଥରେ ମଞ୍ଜୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ା ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ା 
All Right Reserved By

ସମ୍ବଲପୁର

ଶୀତ ଗଲାପରେ କମ୍ବଳ କଥା ମନେ ପଡୁଛି

ସମ୍ବଲପୁର,୧୮ା୨(ବ୍ୟୁରୋ)ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ବୃଦ୍ଧାବୃଦ୍ଧ, ବିଧବା, ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ମିଳୁଛି। ୬୦ ବର୍ଷ ବୟସ ଭିତରେ ହିତାଧିକାରୀଙ୍କୁ ପୂର୍ବରୁ ୩୦୦ ଟଙ୍କା ମିଳୁଥିଲା। ଏବେ ଆଉ ୨ ଶହ ଟଙ୍କା ବଢିଛି। ସେହିଭଳି ୬୦ ବର୍ଷ ଉପରକୁ ହିତାଧିକାରୀଙ୍କୁ ପୂର୍ବରୁ ୫୦୦ ଟଙ୍କା ମିଳୁଥିଲା। ଏବେ ତାହା ୭ ଶହ ଟଙ୍କାକୁ ବଢିଛି। 

ଅଙ୍ଗନୱାଡି କର୍ମୀ, ସହାୟିକା ସମାବେଶ: ପ୍ରେକ୍ଷାଳୟରେ ସିଟ୍‌ ମିଳିଲାନି

ସମ୍ବଲପୁର, ୧୮।୨ (ବ୍ୟୁରୋ)-ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସଂଘର ସମାବେଶ (ମହାଯୋଟ) ତପସ୍ବିନୀ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ହେଲେ ପ୍ରେକ୍ଷାଳୟରେ ସ୍ଥାନଭାବ ଯୋଗୁଁ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ବାହାରେ ବସିଥିଲେ। ନଳିନୀ ବାଗଙ୍କ ଅଧ୍ୟକ୍ଷତାରେ ଆବାହକ ପ୍ରଶାନ୍ତ ପାଢ଼ୀ ପରିଚାଳନା କରିଥିଲେ । 

ଆଜି ୧୨ ଘଣ୍ଟିଆ ଦେବଗଡ ବନ୍ଦ

ଦେବଗଡ,୧୮ା୨(ସ୍ବ.ପ୍ର.)

ରେଙ୍ଗାଳି ବନ୍ଧ ବାସଚ୍ୟୁତଙ୍କ ସମସ୍ୟା ଓ ଦାବି ପ୍ରତି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଅଣଦେଖା କରୁଛି। ଏହାର ପ୍ରତିବାଦରେ ଗତ ମଙ୍ଗଳବାରଠାରୁ ରେଙ୍ଗାଳି ବାସଚ୍ୟୁତ ସୁରକ୍ଷା ସମିତି ନେତୃତ୍ୱରେ କ୍ଷତିଗ୍ରସ୍ତ ପରିବାରସମୂହ ଗଣଧାରଣାରେ ବସିଛନ୍ତି। 

‘ପିଠା’ରେ ବିଜେଡି ନେତାଙ୍କୁ ବିରୋଧ

ବାମରା, ୧୮।୨ (ସ୍ବ.ପ୍ର.)

ସମ୍ବଳପୁର ଜିଲା ବାମରା ବ୍ଲକ ରଙ୍ଗିଆଟିକ୍ରା ପଞ୍ଚାୟତରେ ରବିବାର ଚାଲିଥିବା ପିଠା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତିଙ୍କୁ ୱାର୍ଡ ମେମ୍ବର କଲ୍ୟାଣ ସଂଘ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରିଛି । ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ନୋଡାଲ ଅଧିକାରୀ ଲକ୍ଷ୍ମୀନାରାୟଣ ମହାପାତ୍ର, ସରପଞ୍ଚ ଚମ୍ପାବତୀ ମିଞ୍ଜ ପ୍ରମୁଖଙ୍କ ସହ ବିଜେଡି ନେତା ଭୁବନେଶ୍ୱର କିସାନ ଉପସ୍ଥିତ ଥିଲେ । ଭୁବନେଶ୍ୱର ବର୍ତ୍ତମାନ କୌଣସି ଜନ ପ୍ରତିନିଧି ନ ଥିବା ବେଳେ କୌଣସି ପଦ ପଦବୀରେ ମଧ୍ୟ ନାହାନ୍ତି । 

ଅତି ଚାଲାକି ମହଙ୍ଗା ପଡିଲା

ବାମରା, ୧୮।୨ (ସ୍ବ.ପ୍ର.)

ବିହାରରେ ନିଜ କାକାକୁ ହତ୍ୟା କରି ଫେରାର ଥିବା ଜଣେ ଅଭିଯୁକ୍ତ ନିଜର ଅତି ଚାଲାକି ଯୋଗୁଁ ଗୋବିନ୍ଦପୁର ଥାନା ପୋଲିସ ହାତରେ ଧରା ପଡିଛନ୍ତି। ପୋଲିସ ତାଙ୍କୁ ଅଟକ ରଖିଛି। ଅଭିଯୁକ୍ତଙ୍କୁ ନେବା ପାଇଁ ବିହାର ପୋଲିସ ଆସି ପହଞ୍ଚତ୍ଛି । ସେ ହେଲେ ଧନଞ୍ଜୟ ଚୌହାନ। 

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ଅଜ୍ଞତାରୁ ବଢୁଛି ସାଇବର କ୍ରାଇମ୍‌

ବୀରମହାରାଜପୁର, ୧୮ା୨(ଡି.ଏନ୍‌.ଏ.)

ସମ୍ପ୍ରତି ଇଣ୍ଟରନେଟର ପ୍ରସାର ଯୋଗୁଁ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନର ବ୍ୟବହାର ବଢି ଚାଲିଥିବା ବେଳେ ଏହାର ଦୁରୂପଯୋଗ ଅନେକ କ୍ଷେତ୍ରରେ କ୍ଷତି ଘଟାଇ ଚାଲିଛି। ଏଭଳି ଆପରାଧିକ ଘଟଣାକୁ ସାଇବର କ୍ରାଇମ୍‌ କୁହାଯାଉଥିବା ବେଳେ ସମ୍ପ୍ରତି ସାଧାରଣ ଲୋକେ ଏହାର ଶିକାର ହେଉଥିବା ଘଟଣା ପ୍ରତିଦିନ ସାମ୍‌ନାକୁ ଆସୁଛି। ଏଭଳି ଅପରାଧକୁ ରୋକିବା ପାଇଁ ରହିଥିବା ବିଧିବ୍ୟବସ୍ଥା ସମ୍ପର୍କରେ ଲୋକଙ୍କ ଅଜ୍ଞତା ଯୋଗୁଁ ଆପରାଧିକ ଘଟଣା ବୃଦ୍ଧିପାଇଛି।

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ରାଣୀପୁର-ଝରିଆଲରେ ବେଆଇନ ଖନନ: ସ୍ମାରକୀ ଉପରେ ମାଟି ପୋତିଦେଲେ

ବଲାଙ୍ଗୀର ଅଫିସ, ୧୮ା୨

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ) ଅଧିନରେ ଥିବା ରାଣୀପୁର-ଝରିଆଲ ପ୍ରାଚୀନ ଐତିହ୍ୟ ସମୂହ ନିକଟରେ ବେଆଇନ ଗାତ ଖୋଳାଯିବା ପରେ ଏବେ ଐତିହାସିକ ଭଗ୍ନ ସ୍ମାରକୀ ଉପରେ ମାଟି ପୋତି ଦିଆଯାଇଛି ା ଭାରତ ସରକାରଙ୍କ ଦ୍ୱାରା ସ୍ମାରକୀ ସମୂହ ଅଞ୍ଚଳଭାବେ ଘୋଷିତ ବହୂମୂଲ୍ୟ ପ୍ରାଚୀନ କୀର୍ତ୍ତିରାଜି ଅଞ୍ଚଳରେ ଏଭଳି ବେଆଇନ କାମ ଖୋଲାଖୋଲି କରାଯାଇଥିଲେ ମଧ୍ୟ ଏଏସ୍‌ଆଇ କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି  ପଦକ୍ଷେପ ନ ନେବାରୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ା 

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ: ଧର୍ମଗଡ ଚାମ୍ପିୟନ

ସେରଗଡ଼,୧୮।୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ତୁଳାପଡାଠାରେ ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚାଲିଥିବା ନକଆଉଟ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଧର୍ମଗଡ ଓ ଜାମଖୁଣ୍ଟା ମଧ୍ୟରେ ଅନୁଷ୍ଠିତ ଫାଇନାଲ ଖେଳରେ ଧର୍ମଗଡ ୪-୨ ଗୋଲରେ ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଚାମ୍ପିୟନ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ଏବଂ ରନର୍ସଅପ୍‌ ଦଳକୁ ୬ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବୌଦ୍ଧ ଜିଲା ଗସ୍ତ

ବୌଦ୍ଧ,୧୮।୨(ସ୍ବ.ପ୍ର): କାଳିଆ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଯୋଜନାରେ ରାଜ୍ୟରେ ଜଣେ ହେଲେ ଯୋଗ୍ୟ ଚାଷୀ ଯେପରି ବଞ୍ଚତ୍ତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉଛି ।

ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘର ଧାରଣା ସମାଧାନ ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି

ରାଉରକେଲା ଅଫିସ,୧୮ା୨-ଓଡିଶା ଷ୍ଟାମ୍ପ ଭେଣ୍ଡର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା ଆରମ୍ଭ ହୋଇଛି ା 

‘ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ କୃଷକ’

ରାଉରକେଲା ଅଫିସ,୧୮ା ୨-ବିଜେଡି ସରକାର କୃଷକଙ୍କ ସମସ୍ୟାର ସମାଧାନ ପାଇଁ କେବେ ଆଗ୍ରହ ପ୍ରକାଶ କରି ନାହଁାନ୍ତି। ଏଥିପାଇଁ ଶାସନ ପରିବର୍ତ୍ତନର ବାର୍ତ୍ତାବହ ସାଜିବେ ଓଡିଶା କୃଷକ। କୃଷକମାନେ ହେଲେ ସମାଜର ମେରୁଦଣ୍ଡ। 

ବେଲପାହାଡ଼ ବନ୍ଦ

ବେଲପାହାଡ଼,୧୮ା୨(ଡ଼ି.ଏନ୍‌.ଏ): ଜମ୍ମୁକଶ୍ମୀର ପୁଲୱାମାଠାରେ ସଂଘଟିତ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଭାରତର ୪୯ ଜଣ ଯବାନ ଶହୀଦ ହୋଇଛନ୍ତି ା